‘ଥାଲାସେମିଆ ରୋଗୀଙ୍କୁ ଉନ୍ନତ ଚିକିତ୍ସା ଯୋଗାଇ ଦିଆଯାଉ’ : ରକ୍ତଭଣ୍ଡାର ସମ୍ମୁଖରେ ଆମରଣ ଅନଶନ

ବାଲେଶ୍ୱର ଅଫିସ, ୩।୧୨-ବାଲେଶ୍ୱର ଜିଲାରେ ଥିବା ଥାଲାସେମିଆ ରୋଗୀଙ୍କୁ ଉନ୍ନତ ଚିକିତ୍ସା ଯୋଗାଇ ଦେବା ଲାଗି ସେମାନଙ୍କ ମାତାପିତାମାନେ ସୋମବାର ଜିଲା ମୁଖ୍ୟ ଚିକିତ୍ସାଳୟ ପରିସରରେ ଥିବା ରକ୍ତଭଣ୍ଡାର ସମ୍ମୁଖରେ ଆମରଣ ଅନଶନରେ ବସିଛନ୍ତି।
ଜିଲାରେ ୯୬୭ ଜଣ ଥାଲାସେମିଆ ରୋଗୀ ପ୍ରତିମାସ ରକ୍ତ ଗ୍ରହଣ କରୁଛନ୍ତି। ସେମାନଙ୍କୁ ରକ୍ତ ଦିଆଯିବା ବେଳେ ଠିକ୍‌ ଭାବରେ ବିଶୁଦ୍ଧିକରଣ କରାଯାଉ ନ ଥିବା ଅଭିଯୋଗ ହେଉଛି। ରକ୍ତଦାତାଙ୍କଠାରୁ ରକ୍ତ ଗ୍ରହଣ କରିବା ପୂର୍ବରୁ ମ୍ୟାଲେରିଆ, ସିଫିଲିସ୍‌, ହେପାଟାଇଟିସ୍‌-ବି, ହେପାଟାଇଟିସ୍‌-ସି, ଏଚ୍‌ଆଇଭିର ପରୀକ୍ଷା ହେଉନାହଁି। ଜିଲା ମୁଖ୍ୟ ଚିକିତ୍ସାଳୟରେ ସ୍ବତନ୍ତ୍ର ଭାବରେ ନାଆଟ କିମ୍ବା ଏଲ୍‌ଆଇଜା-୪ ପରୀକ୍ଷଣର ବ୍ୟବସ୍ଥା ନାହଁି। ସେହିପରି ରୋଗୀଙ୍କ ଲିଙ୍ଗ ଅନୁସାରେ ରକ୍ତ ନମୁନା ପରୀକ୍ଷା କରାଯାଉ ନାହଁି। ଫଳରେ ଫ୍ରେସ୍‌ ଏବଂ ପ୍ୟାକ୍‌ଡ଼ ବ୍ଲଡ଼ ରୋଗୀଙ୍କୁ ମିଳୁନାହଁି। ଫଳରେ ଦୂଷିତ ରକ୍ତ ଗ୍ରହଣ କରି ରୋଗୀଙ୍କ ଶରୀରର ଯକୃତ, ପ୍ଲିହା, ହୃତ୍‌ପିଣ୍ଡ ସବୁଥିରେ ଲୌହକଣିକା ଜମାଟ ବାନ୍ଧି ରହିଯାଇଥାଏ। ଫଳରେ ରୋଗୀମାନେ ବିଭିନ୍ନ ରୋଗରେ ଆକ୍ରାନ୍ତ ହେଉଛନ୍ତି। ମଧୁମେହ, ଥାଇରଏଡ୍‌ ଆଦି ବିଭିନ୍ନ ରୋଗରେ ପୀଡ଼ିତ ହୋଇଥାନ୍ତି। ସରକାର ଠିକ୍‌ ଡାକ୍ତରଙ୍କ ଦାରା ଚିକିତ୍ସା କଲେ ଏହି ପିଲାମାନେ ବହୁତ ଦିନ ପର୍ଯ୍ୟନ୍ତ ବଞ୍ଚତ୍ପାରିବେ। ସ୍ବତନ୍ତ୍ର ଡାକ୍ତର ଓ ନର୍ସ ସହ ଥାଲାସେମିଆ ରୋଗୀଙ୍କ ଯନତ୍ ନେବା ପାଇଁ କର୍ମୀଙ୍କ ଆବଶ୍ୟକତା ଅଛି। ଥାଲାସେମିଆ ରୋଗୀଙ୍କ ସଂଖ୍ୟା ହ୍ରାସ ଲାଗି ରାଜ୍ୟ ଓ କେନ୍ଦ୍ର ସରକାରଙ୍କ ପକ୍ଷରୁ ପ୍ରଚେଷ୍ଟା କଲେ ଏହାକୁ ରୋକାଯାଇପାରିବ। କିନ୍ତୁ ସରକାର ଏବଂ ସ୍ବାସ୍ଥ୍ୟ ବିଭାଗର ଉଦାସୀନତା ପାଇଁ ଏସବୁର ବ୍ୟବସ୍ଥା ସମ୍ଭବ ହୋଇପାରୁନାହଁି। ଏହାର ପ୍ରତିବାଦରେ ‘ଆଚ୍ଛା’ସଙ୍ଗଠନର ସଭାପତି ବିସ୍ମିତ ରଞ୍ଜନ ଦାସ, ଉପସଭାପତି ସରିତା ସାହୁ, ରାକେଶ କୁମାର ଶିଅଳ, ଆଦ୍ୟାଶା ଚଣ୍ଡ, ରୋଗୀଙ୍କ ମାତାପିତା ଉଦୟଭାନୁ ନାୟକ, ପ୍ରଭାକର ନାୟକ, ପୁଷ୍ପାଞ୍ଜଳି ନାୟକ, ନିର୍ମଳା ସିଂ, ମମତା ସାହୁ, ସୁକାନ୍ତି ପାତ୍ର, ମଞ୍ଜୁଲତା ଦାସ, ସୁଷମା ବେହେରା, ବାସନ୍ତି ନାୟକ, ନିର୍ମଳା ନାୟକ, ଜ୍ୟୋତ୍ସ୍ନା ଥାପ୍ପା, ସବିତା ମାହାର୍ଣ୍ଣା, ସନ୍ତୋଷ କୁମାର ଜେନା ଆମରଣ ଅନଶନରେ ବସିଥିଲେ। ୧୦୦ରୁ ଉର୍ଦ୍ଧ୍ୱ ଥାଲାସେମିଆ ରୋଗୀଙ୍କ ମାତାପିତା ସମର୍ଥନ ଜଣାଇ ସହଯୋଗ କରିଥିବାର ଜଣାପଡ଼ିଛି।


Enter your email to get our daily news in your inbox.

All Right Reserved By Dharitri.Com

ନୂତନ ସରପଞ୍ଚ ଭାବେ ଦାୟିତ୍ୱ ନେଲେ ବନିତା ଶବର, ପଞ୍ଚାୟତର ଉନ୍ନତି ନିମନ୍ତେ…..

ଗୁଡାରି,୧୮।୨(ପ୍ରମୋଦ କୁମାର ପତି): ରାୟଗଡ଼ା ଜିଲା ଗୁଡାରି ବ୍ଲକର ଏମକେରାଇ ଗ୍ରାମପଞ୍ଚାୟତର ନୂତନ ସରପଞ୍ଚ ଭାବେ ବୁଧବାର ଦାୟିତ୍ୱ ଗ୍ରହଣ କଲେ ବନିତା ଶବର । ଗ୍ରାମପଞ୍ଚାୟତର…

କଂଗ୍ରେସରୁ ଇସ୍ତଫା ଦେଲେ ପୂର୍ବତନ ମନ୍ତ୍ରୀ ଜୟରାମ ପାଙ୍ଗୀ, କହିଲେ ଏହି କାରଣ

ଭୁବନେଶ୍ବର,୧୮।୨: କଂଗ୍ରେସରୁ ଇସ୍ତଫା ଦେଲେ ପୂର୍ବତନ ମନ୍ତ୍ରୀ ଜୟରାମ ପାଙ୍ଗୀ । ବୁଧବାର ସେ ଇସ୍ତଫା ପତ୍ର ପିସିସି ସଭାପତି ଭକ୍ତଚରଣ ଦାସଙ୍କ ନିକଟକୁ ପଠାଇଛନ୍ତି ।…

ଭବାନୀପାଟଣା ସହରରେ ଫୁଟିଲା ଗୁଳି, ଠିକାଦାରଙ୍କୁ ମାରିବାକୁ ଉଦ୍ୟମ

ଭବାନୀପାଟଣା,୧୮।୨(ଉତ୍ତମ କୁମାର ଦାଶ): କଳାହାଣ୍ଡି ଜିଲା ଭବାନୀପାଟଣା ସହରରୁ ଏକ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି । ଜଣେ ଠିକାଦାରଙ୍କୁ ଟଙ୍କା ମାଗିବା ସହ ଜୀବନରେ ମାରିଦେବା…

ରାତି ଅଧରେ ଭାଜପା ନେତାଙ୍କୁ ଟେକିନେଲା ପୋଲିସ, ପ୍ରତିବାଦରେ ରାସ୍ତାରୋକୋ

ଚାନ୍ଦବାଲି, ୧୮ା୨( କିଷାନ ପାତ୍ର/ଅଶୋକ ପଣ୍ଡା): ଭାଜପା ନେତାଙ୍କୁ ରାତି ଅଧିଆ ଗିରଫ ପ୍ରତିବାଦରେ ଚାନ୍ଦବାଲି-ଭଦ୍ରକ ମୁଖ୍ୟ ରାସ୍ତାର ଖେରଙ୍ଗ ବଜାରରେ ଉତ୍ତେଜନା ଦେଖାଦେଇଛି । ପୋଲିସର…

ରାଜ୍ୟ ସଭା ନିର୍ବାଚନ ତାରିଖ ଘୋଷଣା ପରେ ବଦ୍ରିଙ୍କ ପ୍ରତିକ୍ରିୟା, କହିଲେ ନବୀନ କି ନିଷ୍ପତ୍ତି ନେବେ…

ଭୁବନେଶ୍ୱର,୧୮ା୨: ରାଜ୍ୟ ସଭା ନିର୍ବାଚନ ତାରିଖ ଘୋଷଣା ପରେ ବଦ୍ରି ନାରାୟଣ ପାତ୍ର ପ୍ରତିକ୍ରିୟା ଦେଇଛନ୍ତି। ସେ ବରିଷ୍ଠମାନଙ୍କୁ ଗୁରୁତ୍ୱ ଦେଇ କହିଛନ୍ତି, ଦଳ ପାଇଁ କାମ…

ସମ୍ପୂର୍ଣ୍ଣ କାର୍ଯ୍ୟକ୍ଷମ ହୋଇପାରିନାହିଁ ଖାରିକୁଟି ପ୍ରକଳ୍ପ, ପୁନରୁଦ୍ଧାର ଅପେକ୍ଷାରେ…

ଗୁଡ଼ାରି,୧୮।୨ (ପ୍ରମୋଦ କୁମାର ପତି): ରାୟଗଡ଼ା ଜିଲା ଗୁଡ଼ାରି ବ୍ଲକ୍‌ର ଚାଷୀଙ୍କୁ ଜଳସେଚନ ସୁବିଧା ଯୋଗାଇଦେବାକୁ ଶିରିଗୁଡ଼ା ଗ୍ରାମପଞ୍ଚାୟତରେ ଗତ ୨୦ ବର୍ଷ ପୂର୍ବେ ଖାରିକୁଟି କ୍ଷୁଦ୍ର…

ବିଭିନ୍ନ ସମସ୍ୟାର ସମାଧାନ କରିବାକୁ ଜିଲାପାଳଙ୍କୁ ଭେଟିଲେ ଗ୍ରାମବାସୀ, ପ୍ରତିଶ୍ରୁତି ଦେଇ କହିଲେ…

ରାୟଗଡ଼ା/କଲ୍ୟାଣସିଂହପୁର,୧୮।୨(ଆଶିଷ ରଞ୍ଜନ ପଣ୍ଡା/ଦୀପକ କୁମାର ପରିଡ଼ା): ରାୟଗଡ଼ା ଜିଲା ନିୟମଗିରି ଅଞ୍ଚଳରେ ମୌଳିକ ସୁବିଧା ପହଞ୍ଚୁ ନ ଥିବା ଅଭିଯୋଗ ହୋଇଆସୁଥିଲା। ବିଶେଷକରି କଲ୍ୟାଣସିଂହପୁର ବ୍ଲକ ଅନ୍ତର୍ଗତ…

ପ୍ରେମ, ପ୍ରତାରଣା ମାମଲା: ଆସିଷ୍ଟାଣ୍ଟ ଲେବର ଅଫିସର ଗିରଫ

ଭୁବନେଶ୍ୱର,୧୮।୨(ତ୍ରିନାଥ ମହାନ୍ତି):ପ୍ରେମ ଓ ପ୍ରତାରଣା ଅଭିଯୋଗରେ ଖାରବେଳନଗର ଥାନା ପୋଲିସ ବଲାଙ୍ଗୀରରେ କାର୍ଯ୍ୟରତ ଜଣେ ଆସିଷ୍ଟାଣ୍ଟ ଲେବର ଅଫିସରଙ୍କୁ ଗିରଫ କରିଛି। ଗିରଫ ଅଭିଯୁକ୍ତ ହେଲେ ନୟାଗଡ଼ର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri