ଅନୁଗୋଳ ଅଫିସ, ୧ା୧୧-ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ସର୍ଭେ ପାଇଁ ଏକ କମ୍ପ୍ୟୁଟର ସଂସ୍ଥାରୁ ଆସିଥିବା କହି ଦୁଇ ଯୁବକ ଗତ ୨୯ ତାରିଖରେ ଅନୁଗୋଳ ମହିଳା ମହାବିଦ୍ୟାଳୟରୁ ଡାଟା ନେଇଯାଇଥିବା କର୍ତ୍ତୃପକ୍ଷ ଗୁରୁବାର ଅନୁଗୋଳ ଥାନାରେ ଲିଖିତ ଅଭିଯୋଗ କରଛନ୍ତି। ତେବେ ପୋଲିସ ଅଭିଯୁକ୍ତଙ୍କ ମଧ୍ୟରୁ ଜଣଙ୍କୁ ଡାକି ପଚରା ଉଚରା କରି ଛାଡ଼ି ଦେଇଥିବା ସୂଚନା ମିଳିଛି।
ଅଭିଯୋଗରୁ ପ୍ରକାଶ ଯେ, ଗତ ୨୯ ତାରିଖ ପୂର୍ବାହ୍ନରେ ଅନୁଗୋଳ ମହିଳା ମହାବିଦ୍ୟାଳୟକୁ ଦୁଇ ଯୁବକ ଆସିଥିଲେ। ଏକ କମ୍ପ୍ୟୁଟର ସଂସ୍ଥାର କର୍ମଚାରୀ ପରିଚୟ ଦେବା ସହ ଉଚ୍ଚ ଶିକ୍ଷା ବିଭାଗ ପକ୍ଷରୁ ଆସିଛୁ ବୋଲି କଲେଜ କର୍ତ୍ତୃପକ୍ଷଙ୍କୁ କହିଥିଲେ। ଏପରି କି ସର୍ଭେରେ ସବୁ ତଥ୍ୟ ଠିକ୍ ଥିଲେ କଲେଜକୁ ପୁରସ୍କାର ମିଳିବ ବୋଲି ସୂଚନା ଦେଇଥିଲେ। ଦୁହେଁ ସେମାନଙ୍କ ମୋବାଇଲ ନମ୍ବର ମଧ୍ୟ ଦେଇଥିଲେ। ଏହାପରେ ସେମାନେ ମହାବିଦ୍ୟାଳୟରେ ଅଧ୍ୟୟନରତ କେତେଜଣ ଛାତ୍ରୀଙ୍କ ଫଟୋ, ମୋବାଇଲ ନମ୍ବର ଓ ଠିକଣା ସଂଗ୍ରହ କରିଥିଲେ। ତେବେ କୌଣସି କାରଣରୁ କର୍ତ୍ତୃପକ୍ଷଙ୍କ ସନ୍ଦେହ ହେବାରୁ ଯୁବକ ଦ୍ୱୟ କୌଶଳର ସହିତ ଘଟଣାସ୍ଥଳରୁ ପଳାଇ ଯାଇଥିଲେ। ପରେ କର୍ତ୍ତୃପକ୍ଷ ଦୁହଁିଙ୍କୁ ଯୋଗଯୋଗ କରିବାକୁ ଉଦ୍ୟମ କରି ବିଫଳ ହୋଇଥିଲେ। ବିଭିନ୍ନ ମହଲରୁ ଚାପ ପଡ଼ିବା ପରେ ଶେଷରେ କଲେଜ କର୍ତ୍ତୃପକ୍ଷ ଅନୁଗୋଳ ଥାନାରେ ଅଭିଯୋଗ କରିଛନ୍ତି। ଏହି ଘଟଣାରେ ପୋଲିସ ଜଣଙ୍କର ସନ୍ଧାନ ପାଇବା ସହ ଥାନାକୁ ଡକାଇ ପଚରା ଉଚରା କରି ଛାଡ଼ି ଦେଇଥିବା ଜଣାପଡ଼ିଛି। ମହାବିଦ୍ୟାଳୟ ଅଧ୍ୟକ୍ଷା ସଙ୍ଗୀତା ଦାସ କହିଛନ୍ତି, ଦୁଇ ଯୁବକ ଆସିଥିଲେ। ନକଲି ପରିଚୟ ନେଇ ଛାତ୍ରୀଙ୍କୁ ଡାକି ପାଠପଢ଼ା, କ୍ଲାସ ଠିକ୍ ଭାବେ ହେଉଛି କି ନାହିଁ ପଚାରି ବୁଝିଥିଲେ। ତେବେ ଏ ନେଇ ଥାନା ଅଧିକାରୀ ରମେଶ ଚନ୍ଦ୍ର ବିଶୋଇଙ୍କ ସହ ଯୋଗାଯୋଗ ହୋଇ ନ ପାରିବାରୁ ମତାମତ ମିଳିପାରି ନାହିଁ।
ଥାନାରେ ଏତଲା ଦେଲେ ମହିଳା ମହାବିଦ୍ୟାଳୟ କର୍ତ୍ତୃପକ୍ଷ: ସର୍ଭେ କହି ଡାଟା ନେଇଯାଇଛନ୍ତି ଦୁଇ ଯୁବକ
Posted inଅନୁଗୋଳ, ଆମ ଜିଲା ଖବର View All
୩୪ ଆଦିବାସୀଙ୍କୁ ଖଲାସ ଦାବି: ୪୮ ଘଣ୍ଟିଆ ବନ୍ଦ ଡାକରା
ବାରିପଦା,୨୦।୩(ନୀଳାଦ୍ରି ବିହାରୀ ଦଣ୍ଡପାଟ): ମୟୂରଭଞ୍ଜ ଜିଲା ତିରିଂ ଥାନା ଅଞ୍ଚଳର ଜଣେ ଆଦିବାସୀ ନାବାଳିକା ଅସଦାଚରଣ ମାମଲାରେ ବହଳଦା ଠାରେ ଜାତୀୟ ରାଜପଥ ଅବରୋଧ ବେଳେ ପୋଲିସ…
ମିଲରଙ୍କ ଅସହଯୋଗରୁ ବଢୁଛି ଚାଷୀଙ୍କ ଚିନ୍ତା: ଧାନବସ୍ତା ରଖି ରାଜ୍ୟ ରାଜପଥ ଅବରୋଧ
ତିହିଡି଼,୨୦।୩(ସଞ୍ଜିତ ବଳ):ତିହିଡି଼ ବ୍ଲକ ଅଧୀନ ଚାରିତରଫ ସମବାୟ ସମିତି ମଣ୍ଡିରେ ୮ହଜାର କୁଇଣ୍ଟାଲରୁ ଅଧିକ ଧାନ ପଡ଼ି ରହିଛି l ମିଲରଙ୍କ ଅସହଯୋଗରୁ ଏହି ଧାନ ପଡ଼ି…
ଟ୍ରକକୁ ଧକ୍କା ଦେଲା କାର୍, ଦୁର୍ଘଟଣାରେ ଅବସରପ୍ରାପ୍ତ ଏସଡିଏମଓଙ୍କ ମୃତ୍ୟୁ
ଭବାନୀପାଟଣା,୨୦।୩(ଉତ୍ତମ କୁମାର ଦାଶ): କଳାହାଣ୍ଡି ଜିଲା ଜୁନାଗଡ଼ ବ୍ଲକ ବଳଦିଆମାଲ ପେଟ୍ରୋଲ ପମ୍ପ ନିକଟରେ ସଡ଼କ ଦୁର୍ଘଟଣା ହୋଇଛି । ଶୁକ୍ରବାର ସକାଳେ ହୋଇଥିବା କାର କାର…
ଠିକା ସର୍ବସ୍ବ ପାଲଟୁଛି ପ୍ରକଳ୍ପ, କାମରେ ଆସୁନି
ଲୋଇସିଂହା,୨୦।୩(ସୁଶାନ୍ତ ବାରିକ):ଗ୍ରାମାଞ୍ଚଳରେ ସରକାରୀ ଅନୁଦାନରେ ବିଭିନ୍ନ ପ୍ରକଳ୍ପ ନିର୍ମାଣ ହେଉଛି ା ହେଲେ ସେହି ପ୍ରକଳ୍ପଗୁଡିକ ଲୋକଙ୍କ କାମରେ ଆସୁନାହିଁ। ଏଭଳି ଏକ ପ୍ରକଳ୍ପ ହେଉଛି ବର୍ଜ୍ୟବସ୍ତୁ…
ଗଛକୁ ପିଟି ଓଲଟିଲା ଅଲ୍ଟୋ କାର, ଚାଲିଗଲା ୨ଜଣଙ୍କ ଜୀବନ
ନନ୍ଦପୁର,୨୦।୩(ତୁଷାର କାନ୍ତ ମହାନ୍ତି): କୋରାପୁଟ ଜିଲା ନନ୍ଦପୁର ବ୍ଲକ ସଦର ମହକୁମା ଅଗ୍ନିଶମ ବାହିନୀ କାର୍ଯ୍ୟାଳୟ ସମ୍ମୁଖ ରାସ୍ତାରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା । ଗୁରୁବାର ମଧ୍ୟରାତ୍ରରେ…
ଉଚ୍ଛେଦ ଆଗରୁ ଥଇଥାନ କର: ଜିଲାପାଳଙ୍କୁ ଫେରାଦ ପଡ଼ାବାସୀ
ବରଗଡ଼,୨୦।୩(ପ୍ରେମାନନ୍ଦ ଖମାରୀ):ବରଗଡ଼ ସହରରେ ପର୍ଯ୍ୟାୟକ୍ରମେ ଜବରଦଖଲ ଉଚ୍ଛେଦ ପ୍ରକ୍ରିୟା ଚାଲିଛି। ରାସ୍ତା ପ୍ରଶସ୍ତୀକରଣ, ଡ୍ରେନ୍ ନିର୍ମାଣ ଏବଂ ଅନ୍ୟ ବିକାଶମୂଳକ ପ୍ରକଳ୍ପକୁ ଆଖି ଆଗରେ ରଖି ଏଭଳି…
ମା’ ସମଲେଶ୍ବରୀଙ୍କ ବ୍ରହ୍ମଚାରିଣୀ ବେଶ: ସକାଳୁ ସକାଳୁ ଭକ୍ତଙ୍କ ସମାଗମ
ବରଗଡ଼,୨୦।୩(ପ୍ରେମାନନ୍ଦ ଖମାରୀ): ବରଗଡ଼ର ଅଧିଷ୍ଠାତ୍ରୀ ଗ୍ରାମ୍ୟଦେବୀ ମା’ ସମଲେଇଙ୍କ ବାସନ୍ତୀକ ନବରାତ୍ର ପୂଜା ଚାଲିଛି ହୋଇଛି। ଦ୍ବିତୀୟ ଦିବସ ଶୁକ୍ରବାରରେ ଦେବୀ ବ୍ରହ୍ମଚାରିଣୀ ବେଶରେ ଦର୍ଶନ ଦେଇଛନ୍ତି…
କାଳବୈଶାଖୀ: ଉଡ଼ିଲା ଘର ଛପର, ଭାଙ୍ଗିଲା ଗଛ
ବିନିକା,୧୯ା୩ (ରାମ ଗୋପାଳ ବାଘ): ସୁବର୍ଣ୍ଣପୁର ଜିଲା ବିନିକା ଅଞ୍ଚଳରେ କାଳବୈଶାଖୀ ପ୍ରଭାବରେ ବ୍ୟାପକ କ୍ଷତି ହୋଇଛି l ଗ୍ରାମାଞ୍ଚଳ ଓ ସହରାଞ୍ଚଳରେ ଘର ଛପର ଉଡାଇ…
Archives

