ଥାଇଲାଣ୍ଡରେ ଉଗ୍ରପନ୍ଥୀ ଆକ୍ରମଣ: ୧୫ ନିହତ

ୟାଲା,୭ା୧୧(ଏ.ଏଫ୍‌.ପି./ଆଇଏଏନ୍‌ଏସ୍‌): ଥାଇଲାଣ୍ଡର ହିଂସା ପ୍ରଭାବିତ ଦକ୍ଷିଣାଞ୍ଚଳରେ ମୁସ୍‌ଲିମ ଉଗ୍ରପନ୍ଥୀମାନେ ରକ୍ତମୁଖା ହୋଇଯାଇଛନ୍ତି। ଏହି ବିଚ୍ଛିନ୍ନତାବାଦୀଙ୍କ ଆକ୍ରମଣରେ ବୁଧବାର ୧୫ ନିହତ ଓ ୫ ଆହତ ହୋଇଛନ୍ତି। ଏହାକୁ ଏହି ଦକ୍ଷିଣ ଏସୀୟ ଉପକୂଳ ରାଷ୍ଟ୍ରରେ ଉଗ୍ରବାଦର ୧୫ ବର୍ଷ ମଧ୍ୟରେ ସବୁଠୁ ଘାତକ ଆକ୍ରମଣ ବୋଲି କୁହାଯାଉଛି।
ଥାଇଲାଣ୍ଡକୁ ମାଡ଼ିଆସିଥିଲା ବିଚ୍ଛିନ୍ନତାବାଦ। ଦକ୍ଷିଣ ପ୍ରଦେଶ ପଟ୍ଟାନି, ୟାଲା ଓ ନାରାଥିଓ୍ବାଟ୍‌ର ଅଧିକ ସ୍ବାୟତ୍ତତା ପାଇଁ ଲଢ଼େଇ ଜାରି ରହିଥିବାବେଳେ ମାଳୟ-ମୁସ୍‌ଲିମ୍‌ ଉଗ୍ରପନ୍ଥୀଙ୍କ ଆକ୍ରମଣରେ ୭,୦୦୦ରୁ ଊର୍ଦ୍ଧ୍ୱ ଲୋକଙ୍କ ପ୍ରାଣହାନି ଘଟିଲାଣି। ଏଥିପାଇଁ ଏହି ୩ ପ୍ରଦେଶରେ ୪୦,୦୦୦ରୁ ଊର୍ଦ୍ଧ୍ୱ ସୁରକ୍ଷା ବଳଙ୍କୁ ମୁତୟନ କରାଯିବା ସହ ଜରୁରିକାଳୀନ ପରିସ୍ଥିତି ଓ ସାମରିକ ଆଇନ ଲାଗୁ ପାଇଁ ଘୋଷଣା କରାଯାଇଛି। ଏହି ଅଞ୍ଚଳ ପୋଲିସ ଓ ସେନା ନିୟନ୍ତ୍ରଣରେ ଥିବାବେଳେ ସ୍ଥାନୀୟ ବାସିନ୍ଦା ଓ ଅଧିକାର କର୍ମୀମାନେ ସାମରିକ ବଳପ୍ରୟୋଗକୁ ବିରୋଧ କରୁଛନ୍ତି। ସୁରକ୍ଷା ବଳ ଦ୍ୱାରା ତାଲିମପ୍ରାପ୍ତ ସଶସ୍ତ୍ର ଗ୍ରାମବାସୀମାନେ ମଧ୍ୟ ଗ୍ରାମାଞ୍ଚଳର ସୁରକ୍ଷା ଅନୁଧ୍ୟାନ କରୁଛନ୍ତି। ବିଦ୍ରୋହୀମାନେ ସେମାନଙ୍କୁ କ୍ୱଚିତ୍‌ ଆକ୍ରମଣ କରିଥାନ୍ତି। ହେଲେ ମଙ୍ଗଳବାର ବିଳମ୍ବିତ ରାତିରେ ଏଥିରେ ପରିବର୍ତ୍ତନ ଦେଖିବାକୁ ମିଳିଥିଲା। ନାଗରିକ ପ୍ରତିରକ୍ଷା ସ୍ବେଚ୍ଛାସେବୀଙ୍କ ଦ୍ୱାରା ପରିଚାଳିତ ୟାଲା ପ୍ରଦେଶର ତିନୋଟି ଚେକ୍‌ପଏଣ୍ଟକୁ ଉଗ୍ରପନ୍ଥୀମାନେ ଟାର୍ଗେଟ କରିଥିଲେ। ସେମାନେ ଚେକ୍‌ପଏଣ୍ଟରୁ ଏମ୍‌-୧୬ ରାଇଫଲ ଓ ଅନ୍ୟ ଅସ୍ତ୍ରଶସ୍ତ୍ର ଛଡ଼ାଇ ନେଇ ଗ୍ରାମବାସୀଙ୍କ ଉପରକୁ ଗୁଳିବର୍ଷା କରିଥିଲେ। ଗୁଳିମାଡ଼ରେ ଘଟଣାସ୍ଥଳରେ ଜଣେ ପୋଲିସ କର୍ମଚାରୀଙ୍କ ସମେତ ୧୨ ପ୍ରାଣ ହରାଇଥିବାବେଳେ ହସ୍ପିଟାଲରେ ଆଉ ୩ ଆଖି ବୁଜିଦେଇଥିଲେ। ଅନ୍ୟ ୫ ଜଣ ଆହତ ହୋଇ ଚିକିତ୍ସିତ ହେଉଛନ୍ତି। ସୁରକ୍ଷା ବଳ ସମ୍ପୃକ୍ତ ଅଞ୍ଚଳକୁ ଘେରି ତଲାସି ଚଳାଇଛି। ବୋମା ନିଷ୍କ୍ରିୟକାରୀ ଦଳ ପହଞ୍ଚତ୍ ତନାଘନା କରୁଛି। ଆକ୍ରମଣ ପାଇଁ କୌଣସି ସଙ୍ଗଠନ ନିଜକୁ ଦାୟୀ କରିନାହିଁ। ତେବେ ଏହା ପଛରେ ବରିସାନ୍‌ ରିଭୋଲ୍ୟୁସି ନାସିନାଲ (ବିଆର୍‌ଏନ୍‌) ଉଗ୍ରପନ୍ଥୀଙ୍କ ହାତ ଥିବା କଲୋନେଲ ପ୍ରମୋଟ୍‌ ପ୍ରୋମ୍‌-ଇନ୍‌ ସୂଚନା ଦେଇଛନ୍ତି। ଆକ୍ରମଣକାରୀଙ୍କୁ ଆଇନର କାଠଗଡ଼ାକୁ ନିଶ୍ଚିତ ଭାବେ ଅଣାଯିବ ବୋଲି ପ୍ରଧାନମନ୍ତ୍ରୀ ପ୍ରୟୁତ୍‌ ଚାନ୍‌-ଓ-ଚା କହିଛନ୍ତି।

ସଂଘର୍ଷ କାହିଁକି
ଥାଇଲାଣ୍ଡର ମୁସ୍‌ଲିମ ବହୁଳ ଦକ୍ଷିଣାଞ୍ଚଳରେ ସ୍ବାଧୀନତା ଚାହୁଁଥିବା ବିଚ୍ଛିନ୍ନତାବାଦୀ ଉଗ୍ରପନ୍ଥୀଙ୍କ ଆନ୍ଦୋଳନକୁ ବୁଝିବା ପାଇଁ ୧୦୦ ବର୍ଷ ପଛକୁ ଘୁଞ୍ଚତ୍ବାକୁ ପଡ଼ିବ। ମାଳୟ ମୁସ୍‌ଲିମ ଉଗ୍ରପନ୍ଥୀ ବୁଦ୍ଧିଷ୍ଟ ସରକାର ଅଧୀନରେ ଚାଲିଥିବା ଭେଦଭାବକୁ ନିନ୍ଦା ଓ ବିରୋଧ କରୁଛନ୍ତି। ଏହାସହ ସେମାନେ ପଟ୍ଟାନି, ୟାଲା ଓ ନାରାଥିଓ୍ବାଟ୍‌ ପ୍ରଦେଶକୁ ମିଶାଇ ଏକ ସ୍ବାଧୀନ ରାଷ୍ଟ୍ର ଗଠନ ପାଇଁ ଦାବି କରୁଛନ୍ତି। ୧୯୦୯ରେ ସେମାନେ ଦକ୍ଷିଣାଞ୍ଚଳରେ ପଟ୍ଟାନି ସଲଟନେଟ୍‌ ଗଠନ କରିଥିଲେ। ପଟ୍ଟାନିରେ ରହୁଥିବା ଅଧିକାଂଶ ଲୋକ ମାଳୟ ମୁସ୍‌ଲିମ ଥିଲେ। କିନ୍ତୁ ବିଂଶ ଶତାବ୍ଦୀ ଆରମ୍ଭରେ ପଟ୍ଟାନି ଥାଇଲାଣ୍ଡର ଏକ ଅଂଶ ବିଶେଷ ହୋଇଯାଇଥିଲା। ମାଳୟ ମୁସ୍‌ଲିମମାନେ ଧାର୍ମିକ, ସାଂସ୍କୃତିକ ଓ ଜାତିଗତ ଦୃଷ୍ଟିରୁ ଥାଇଲାଣ୍ଡର ଅନ୍ୟ ଭାଗରେ ଥିବା ଲୋକଙ୍କଠାରୁ ଭିନ୍ନ। ସ୍ବତନ୍ତ୍ର ଦକ୍ଷିଣାଞ୍ଚଳ ରାଷ୍ଟ୍ର ଗଠନ ଦାବିରେ ଥାଇଲାଣ୍ଡରେ ୨୦୦୪ରୁ ଲାଗିରହିଥିବା ବିଦ୍ରୋହ ଓ ସଂଘର୍ଷରେ ଅଦ୍ୟାବଧି ୭,୦୦୦ ଜଣଙ୍କ ମୃତ୍ୟୁ ଘଟିଲାଣି। ଅନ୍ତର୍ଜାତୀୟ ସ୍ତରରେ ଏହା ବିଶେଷ ଦୃଷ୍ଟି ଆକର୍ଷଣ କରିପାରି ନ ଥିଲେ ବି ଏହାକୁ ଦକ୍ଷିଣ-ପୂର୍ବ ଏସିଆର ସବୁଠୁ ଘାତକ ସଂଘର୍ଷ ବୋଲି କୁହାଯାଉଛି।


Enter your email to get our daily news in your inbox.

All Right Reserved By Dharitri.Com

ତାମିଲନାଡୁରେ ବଡ଼ ଅଘଟଣ: ସି-ଫୁଡ୍ ଫ୍ୟାକ୍ଟ୍ରିରେ ଆମୋନିଆ ଗ୍ୟାସ ଲିକ୍, ୨ ମୃତ ଓ ୪୬ ଗୁରୁତର

ଚେନ୍ନାଇ,୨୧।୬: ତାମିଲନାଡୁର ତିରୁଭଲ୍ଲୁର ଜିଲାରେ ରବିବାର ଏକ ସି-ଫୁଡ୍ (ସାମୁଦ୍ରିକ ଖାଦ୍ୟ) ରପ୍ତାନି କାରଖାନାରେ ଆମୋନିଆ ଗ୍ୟାସ ଲିକ୍ ହେବା ଯୋଗୁ ଏକ ବଡ଼ ଦୁର୍ଘଟଣା ଘଟିଛି।…

ଯୋଗ ଦିବସରେ ସାମିଲ ହେଲେ ମହିଳା ସରପଞ୍ଚ, କହିଲେ ନିଜକୁ ସୁସ୍ଥ ରଖିବାକୁ ହେଲେ…

ଗଞ୍ଜାମ,୨୧ା୬(ବିଦ୍ୟାଧର ସାହୁ): ଗଞ୍ଜାମ ବ୍ଲକ ମଲାଡ଼ ପଞ୍ଚାୟତ କାର୍ଯ୍ୟାଳୟ ପରିସରରେ ଅନ୍ତର୍ଜାତୀୟ ଯୋଗ ଦିବସ ପାଳିତ ହୋଇଯାଇଛି। ଏହି ଯୋଗରେ ମହିଳା ସରପଞ୍ଚ ମମତା ବେହେରାଙ୍କ ସମେତ…

IRCTC ଆକାଉଣ୍ଟର ପାସୱାର୍ଡ ଭୁଲି ଯାଇଛନ୍ତି କି? ଏହି ସହଜ ଷ୍ଟେପ୍ସ ଆପଣାଇ କେଇ ମିନିଟ୍‌ରେ କରନ୍ତୁ ରିସେଟ୍‌

ନୂଆଦିଲ୍ଲୀ,୨୧।୬:ଭାରତରେ ପ୍ରତିଦିନ ହଜାର ହଜାର ଟ୍ରେନ ଚାଲୁଛି। କୋଟି କୋଟି ଲୋକ ଏଥିରେ ଯାତ୍ରା କରୁଛନ୍ତି। ପୂର୍ବରୁ ଲୋକେ ଟିକେଟ କାଉଣ୍ଟରକୁ ଯାଇ ଲମ୍ବା ଲାଇନରେ ଛିଡ଼ା…

ଦିଲ୍ଲୀ ଏୟାରପୋର୍ଟରେ ୪୫ ମିନିଟ୍‌ ଅଟକି ରହିଲେ ମୋଦି, କାରଣ ଜାଣିଲେ…

ନୂଆଦିଲ୍ଲୀ,୨୧ା୬: ରବିବାର ଅପରାହ୍ନରେ ଦିଲ୍ଲୀ ଏୟାରପୋର୍ଟରେ ପହଞ୍ଚିବା ପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ତୁରନ୍ତ ତାଙ୍କ ବାସଭବନକୁ ଯିବା ପରିବର୍ତ୍ତେ ବିମାନବନ୍ଦରରେ ଅପେକ୍ଷା କରିବାକୁ ନିଷ୍ପତ୍ତି ନେଇଥିଲେ।…

କେନ୍ଦୁଝରରେ ଉପମୁଖ୍ୟମନ୍ତ୍ରୀ: କୃଷି କାର୍ଯ୍ୟର ସମୀକ୍ଷା କରି କହିଲେ ଅସ୍ବାଭାବିକ ମୌମୁମୀ ପରିସ୍ଥିତିର ସମ୍ଭାବନାକୁ…

କେନ୍ଦୁଝର,୨୧ା୬(ନରେଶ ଚନ୍ଦ୍ର ପଟ୍ଟନାୟକ): ଉପମୁଖ୍ୟମନ୍ତ୍ରୀ ତଥା କୃଷି ଓ କୃଷକ ସଶକ୍ତିକରଣ, ଶକ୍ତିମନ୍ତ୍ରୀ କନକ ବର୍ଦ୍ଧନ ସିଂହଦେଓ ରବିବାର କେନ୍ଦୁଝର ଜିଲା ଗସ୍ତ କରି ବିଭିନ୍ନ କୃଷି…

ନିଶାଖୋର ପୁଅ ପାଇଁ ଆତ୍ମହତ୍ୟା କରିଦେଲେ ମା’-ବାପା! ଘର ଭିତରୁ ପୋଲିସ…

ପୁରୀ,୨୧ା୬(ଅଜିତ କୁମାର ମହାନ୍ତି): ପୁରୀ ତାଳବଣିଆ ଥାନା ଅନ୍ତର୍ଗତ ସେନାପତି ବଗିଚା ଅଞ୍ଚଳରେ ଏକ ଅଭାବନୀୟ ଘଟଣା ରବିବାର ଦେଖିବାକୁ ମିଳିଛି। ଘର ଭିତରୁ ପୋଲିସ ଦମ୍ପତିଙ୍କ…

ନୂଆପଡ଼ାରେ ସକାଳୁ ସ୍କୁଲ ଆସିବେ ପିଲା

ନୂଆପଡ଼ା,୨୧ା୬(ମକାରୁ ବେମାଲ): ନୂଆପଡ଼ା ଜିଲାରେ ସକାଳୁଆ ସ୍କୁଲ ଅବଧି ବଢ଼ିଛି। ୨୨ରୁ ୨୫ ତାରିଖ ପର୍ଯ୍ୟନ୍ତ ସକାଳୁଆ ସ୍କୁଲ ହେବାକୁ ଜିଲାପାଳ ନିଷ୍ପତ୍ତି ନେଇଛନ୍ତି। ହିଟ ଓ୍ବେଭ୍‌…

ଇପିଏଫ୍‌ଓ ୩.୦ରେ ବଡ଼ ପରିବର୍ତ୍ତନ! ଆଉ ୭୫% ନୁହେଁ, ଏଣିକି ବିନା କାରଣରେ ବି ଉଠାଇ ପାରିବେ ପୁରା PF ଟଙ୍କା

ନୂଆଦିଲ୍ଲୀ,୨୧।୬: କର୍ମଚାରୀ ଭବିଷ୍ୟ ନିଧି ସଂଗଠନ (EPFO) ନିଜର ସଦସ୍ୟମାନଙ୍କ ପାଇଁ ‘EPFO 3.0’ ଅଧୀନରେ ଅନେକ ସହଜ ଓ ସୁବିଧାଜନକ ନିୟମ ଆଣିବାକୁ ଯାଉଛି। ଏହି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri