ଥରକରେ ସରକାରଙ୍କୁ ମିଳିବନି ଆର୍‌ବିଆଇ ବଳକା ଅର୍ଥ

ନୂଆଦିଲ୍ଲୀ,୧୮-୭: ଭାରତୀୟ ରିଜର୍ଭ ବ୍ୟାଙ୍କ(ଆର୍‌ବିଆଇ)ର ପୂର୍ବତନ ଗଭର୍ନର ବିମଳ ଜଲାନଙ୍କ ଅଧ୍ୟକ୍ଷତାରେ ଗଠିତ କମିଟି କେନ୍ଦ୍ରୀୟ ବ୍ୟାଙ୍କ ନିକଟରେ ପଡି ରହିଥିବା ବଳକା ପୁଞ୍ଜିକୁ ନେଇ ନିଜର ରିପୋର୍ଟ ଚୂଡ଼ାନ୍ତ କରିସାରିଛନ୍ତି। ବୁଧବାର ଏ ସମ୍ପର୍କରେ ସୂଚନା ମିଳିଛି। ମିଡିଆ ରିପୋର୍ଟ ଅନୁସାରେ ଆର୍‌ବିଆଇର ବଳକା ଅର୍ଥକୁ ପର୍ଯ୍ୟାୟକ୍ରମେ ସରକାରଙ୍କୁ ହସ୍ତାନ୍ତର କରାଯିବ। ଏକାଥରକେ ସରକାରଙ୍କୁ ବଳକା ପୁଞ୍ଜି ପ୍ରଦାନ ନ କରିବାକୁ କମିଟି ସୁପାରିସ୍‌ କରିଥିବା ପ୍ରାପ୍ତ ସୂତ୍ରରୁ ପ୍ରକାଶ। ଜଲାନ କମିଟି ଏକ ନିର୍ଦ୍ଧାରିତ ଅର୍ଥକୁ ଆସନ୍ତା ୩ରୁ ୫ ବର୍ଷ ମଧ୍ୟରେ କିସ୍ତିରେ ପ୍ରଦାନ କରିବାକୁ ସୁପାରିସ୍‌ରେ କୁହାଯାଇଛି।
ତେବେ ସରକାରଙ୍କୁ ଆର୍‌ବିଆଇ ନିଜର ବଳକା ଅର୍ଥରୁ କେତେ ସରକାରଙ୍କୁ ଦେବ ଏହା ସ୍ଥିର କରାଯାଇନାହିଁ। ଜଲାନଙ୍କ ଅଧ୍ୟକ୍ଷତାରେ ୬ ସଦସ୍ୟଙ୍କୁ ନେଇ କମିଟି ଗଠନ କରାଯାଇଛି। ଏହି କମିଟି ଆର୍‌ବିଆଇ ନିକଟରେ କେତେ ବଳକା ପୁଞ୍ଜି ରହିବା ଦରକାର ଓ କେତେ ପରିମାଣ ଅର୍ଥ ସରକାରଙ୍କୁ ପ୍ରଦାନ କରାଯିବା ଉଚିତ୍‌ ସେ ସମ୍ପର୍କରେ ସୁପାରିସ୍‌ କରିବେ। ଏହି ବିବାଦ ଅତ୍ୟନ୍ତ ସମ୍ବେଦନଶୀଳ ହୋଇଛି। କାରଣ ସରକାର ି କେନ୍ଦ୍ରୀୟ ବ୍ୟାଙ୍କ ଠାରୁ ବଳକା ପୁଞ୍ଜି ଚାହୁଁଥିବା ବେଳେ ଏହାକୁ ଆର୍‌ବିଆଇ ଓ ବହୁ ଅର୍ଥନୈତିକ ବିଶେଷଜ୍ଞ ବିରୋଧ କରୁଛନ୍ତି। ଆର୍‌ବିଆଇ ବିଶ୍ୱ ସ୍ତରରେ ଆପଣାଯାଉଥିବା ସର୍ବଶ୍ରେଷ୍ଠ ପଦ୍ଧତିକୁ ଆପଣାଉ ବୋଲି ସରକାର ଚାହୁଁଛନ୍ତି। ନିଜ ବ୍ୟବହାର ପାଇଁ ପୁଞ୍ଜି ରଖି କେନ୍ଦ୍ରୀୟ ବ୍ୟାଙ୍କ ବଳକା ଅର୍ଥ କେନ୍ଦ୍ରକୁ ଦେଉ ବୋଲି ସରକାର ଯୁକ୍ତି ଦର୍ଶାଇଛନ୍ତି। ତେବେ ଦେଶରେ ଜରୁରୀକାଳୀନ ଆର୍ଥିକ ପରିସ୍ଥିତି ଲାଗି ବଳକା ପୁଞ୍ଜିର ଆବଶ୍ୟକତା ଦର୍ଶାଇ ଆର୍‌ବିଆଇ ଏହାକୁ ବିରୋଧ କରୁଛି। ପ୍ରାପ୍ତ ସୂଚନାରୁ ଜଣାପଡିଛି ଯେ, କମିଟି ପକ୍ଷରୁ ରିପୋର୍ଟକୁ ଚୂଡ଼ାନ୍ତ କରାଯାଇଥିଲେ ହେଁ ସରକାରଙ୍କୁ ହସ୍ତାନ୍ତରିତ ହେବାକୁ ଥିବା ଅର୍ଥ ସମ୍ପର୍କରେ କିଛି ସୁପାରିସ୍‌ କରାଯାଇନାହିଁ। ତେବେ ଆର୍‌ବିଆଇ ବଳକା ଅର୍ଥକୁ ଏକାଥରକେ ନ ଦେଇ ୩ରୁ ୫ ବର୍ଷ ଭିତରେ ପର୍ଯ୍ୟାୟକ୍ରମେ ଦେଉ ବୋଲି ସୁପାରିସ କରାଯାଇଛି।

ରିପୋର୍ଟ ଜମା କରିବାର ଦିନ ଧାର୍ଯ୍ୟ ହୋଇନି
ଜଲାନ କମିଟି କେଉଁ ଦିନ ତାଙ୍କର ରିପୋର୍ଟ ଦେବେ ସେ ସମ୍ପର୍କରେ ତାରିଖ ଧାର୍ଯ୍ୟ ହୋଇନି। ତେବେ ରିପୋର୍ଟ ସମ୍ପାଦନ ପରେ ଆର୍‌ବିଆଇକୁ ଏହା ହସ୍ତାନ୍ତର ଲାଗି ତାରିଖ ମଗାଯିବ ବୋଲି ପ୍ରାପ୍ତ ସୂତ୍ରରୁ ପ୍ରକାଶ। ବୁଧବାର ବୈଠକ ଶେଷ ହେବା ପରେ ଆଉ କୌଣସି ବୈଠକ ହେବ ନାହିଁ ବୋଲି ନିଷ୍ପତ୍ତି ହୋଇଛି। ଏହି ବୈଠକରେ ସରକାରଙ୍କ ପକ୍ଷରୁ କେତେକ ପ୍ରସଙ୍ଗରେ ବିରୋଧ କରାଯାଇଥିଲା ବୋଲି ଉକ୍ତ ସୂତ୍ର କହିଛି। ସୂଚନାଥାଉ କି, ରିଜର୍ଭ ବ୍ୟାଙ୍କର ପୂର୍ବତନ ଡେପୁଟି ଗଭର୍ନର ରାକେଶ ମୋହନ କମିଟିର ଉପାଧ୍ୟକ୍ଷ ଥିବା ବେଳେ ଅନ୍ୟ ସଦସ୍ୟମାନେ ହେଲେ ଅର୍ଥ ସଚିବ ସୁଭାଷ ଚନ୍ଦ୍ର ଗର୍ଗ, ରିଜର୍ଭ ବ୍ୟାଙ୍କର ଡେପୁଟି ଗଭର୍ନର ଏନ୍‌.ଏସ୍‌.ବିଶ୍ୱନାଥନ, ଦୁଇ କେନ୍ଦ୍ରୀୟ ବ୍ୟାଙ୍କ ବୋର୍ଡ ସଦସ୍ୟ ଭରତ ଦୋଷୀ ଏବଂ ସୁଧୀର ମଙ୍କଡ।

ଆର୍‌ବିଆଇ ନିକଟରେ ରହିଛି ୯ ଲକ୍ଷ କୋଟି ବଳକା ଅର୍ଥ 
ରିଜର୍ଭ ବ୍ୟାଙ୍କ ନିକଟରେ ୯ ଲକ୍ଷ କୋଟି ଟଙ୍କା ବଳକା ଅର୍ଥ ରହିଛି ବୋଲି କୁହାଯାଉଛି। ଏ ସମ୍ପର୍କରେ କେନ୍ଦ୍ରୀୟ ବ୍ୟାଙ୍କ କିମ୍ବା କେନ୍ଦ୍ର ସରକାର କିଛି ସ୍ପଷ୍ଟ କରିନାହାନ୍ତି। ତତ୍କାଳୀନ ଗଭର୍ନର ଡ.ଉର୍ଜିତ ପଟେଲଙ୍କ ସହ ଏହାକୁ ନେଇ କେନ୍ଦ୍ର ସରକାରଙ୍କ ବିବାଦ ସୃଷ୍ଟି ହୋଇଥିଲା।

ପୂର୍ବରୁ ୩ କମିଟି ଗଠିତ ହୋଇଛି
ପୂର୍ବରୁ ରିଜର୍ଭ ବ୍ୟାଙ୍କର ବଳକା ପୁଞ୍ଜିକୁ ନେଇ ତିନୋଟି କମିଟି ଗଠନ କରାଯାଇଥିଲା। ୧୯୯୭ରେ ବି.ସୁବ୍ରମଣ୍ୟମ କମିଟି, ୨୦୦୪ରେ ଉଷା ଥୋରାଟ କମିଟି ଏବଂ ୨୦୧୩ରେ ମାଲେଗାଓଁ କମିଟି ଏହାର ସମୀକ୍ଷା କରିଥିଲେ। ସୁବ୍ରମଣ୍ୟମ କମିଟି ଆକଷ୍ମିକ ସଂରକ୍ଷିତ ପାଣ୍ଠି ୧୨%ରେ ରଖିବା ଲାଗି ପ୍ରସ୍ତାବ ଦେଇଥିଲେ। ତେବେ ଥୋରାଟ କମିଟି ଏହାକୁ ୧୮%କୁ ବୃଦ୍ଧି କରିଥିଲେ। ତେବେ ରିଜର୍ଭ ବ୍ୟାଙ୍କ ଥୋରାଟ କମିଟିର ସୁପାରିସ୍‌କୁ ଅଗ୍ରାହ୍ୟ କରି ସୁବ୍ରମଣ୍ୟମ କମିଟି ସୁପାରିସ୍‌କୁ ଜାରି ରଖିଥିଲେ। ତେବେ ମାଲେଗାଓଁ କମିଟି କୌଣସି ନିଶ୍ଚିତ ସଂଖ୍ୟା ଜଣାଇ ନ ଥିଲେ। ରିଜର୍ଭ ବ୍ୟାଙ୍କ ନିଜ ଲାଭର ଏକ ଉପଯୁକ୍ତ ରାଶି ସରକାରଙ୍କୁ ଦେବା ଉଚିତ୍‌ ବୋଲି କମିଟି ସୁପାରିସ୍‌ କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ମୁଖ୍ୟମନ୍ତ୍ରୀ ଶିକ୍ଷା ପୁରସ୍କାର ପାଇଁ ଆବେଦନ ଆରମ୍ଭ, ଶେଷ ତାରିଖ…

ଭୁବନେଶ୍ୱର,୨୪ା୧୨(ସୁଚିସ୍ମିତା ସାହୁ): ରାଜ୍ୟର ସମସ୍ତ ସରକାରୀ ତଥା ସରକାରୀ ଅନୁଦାନପ୍ରାପ୍ତ ବିଦ୍ୟାଳୟ ଗୁଡିକର ଛାତ୍ରୀଛାତ୍ର, ଶିକ୍ଷୟିତ୍ରୀ ଶିକ୍ଷକ ତଥା ଶିକ୍ଷା ବ୍ୟବସ୍ଥା ସହିତ ଜଡ଼ିତ ସମସ୍ତ...

ଗୁରୁବାରଠୁ ବଢ଼ିବ ଶୀତ, ଘନ କୁହୁଡ଼ି ନେଇ ୟେଲୋ ଓ୍ବାର୍ନିଂ

ଭୁବନେଶ୍ୱର, ୨୪ା୧୨(ବନ୍ଦନା ସେଠୀ) – ରାଜ୍ୟରେ ସର୍ବନିମ୍ନ ତାପମାତ୍ରାରେ ସାମାନ୍ୟ ବୃଦ୍ଧି ଘଟିଥିଲେ ମଧ୍ୟ ଶୀତ ଲହରି ଜାରି ରହିଛି। ପ୍ରବଳ ଥଣ୍ଡା ସାଙ୍ଗକୁ କୁହୁଡ଼ି...

ବରଗଡ଼ ଧନୁଯାତ୍ରା: ଶୁଭେଚ୍ଛା ଜଣାଇଲେ ନବୀନ ପଟ୍ଟନାୟକ

ବରଗଡ଼,୨୪।୧୨(ପ୍ରେମାନନ୍ଦ ଖମାରୀ)- ବୃହତ୍ ମୁକ୍ତାକାଶ ରଙ୍ଗମଞ୍ଚ ବରଗଡ଼ ଧନୁଯାତ୍ରା ମହୋତ୍ସବ ଆଜିଠାରୁ ଆରମ୍ଭ ହେବ। ସନ୍ଧ୍ୟା ୭ଟାରେ ଏହି ମହୋତ୍ସବର ଉଦଘାଟନୀ ସମାରୋହ ରହିଛି। ଏହା...

ଖ୍ରୀଷ୍ଟମାସରେ ଏହି ୩ ରାଶିର ବ୍ୟକ୍ତି ପାଇବେ ଶୁଭ ଖବର, କେମିତି କଟିବ ଦିନ ଜାଣନ୍ତୁ

୨୫ ଡିସେମ୍ବର, ୨୦୨୫ ରେ ସାରା ଦେଶରେ ଖ୍ରୀଷ୍ଟମାସ ପାଳନ କରାଯିବ। ସ୍କନ୍ଦ ଷଷ୍ଠୀ ଉପବାସ ମଧ୍ୟ ପାଳନ କରାଯାଉଛି, ଯାହା ଦେବତାମାନଙ୍କ ଦେବତା ଭଗବାନ...

ବରପୁତ୍ର ଐତିହ୍ୟ ଗ୍ରାମ୍ୟ ଯୋଜନାକୁ କ୍ୟାବିନେଟ୍ ମୋହର

ଭୁବନେଶ୍ୱର,୨୪।୧୨: ବରପୁତ୍ର ଐତିହ୍ୟ ଗ୍ରାମ୍ୟ ଯୋଜନା ଉପରେ ବାଜିଲା କ୍ୟାବିନେଟ୍ ମୋହର । ରାଜ୍ୟ କ୍ୟାବିନେଟ୍ ବୈଠକ ନେଇ ମୁଖ୍ୟ ଶାସନ ସଚିବ ମନୋଜ ଆହୁଜା...

ଜିଲାପାଳ କାର୍ଯ୍ୟାଳୟ ଆଗରେ ପୂର୍ବତନ ତହସିଲଦାରଙ୍କ ଧାରଣା, କହିଲେ ନ୍ୟାୟ ନମିଳିବା ପର୍ଯ୍ୟନ୍ତ…

ବାରିପଦା,୨୪ା୧୧(ନୀଳାଦ୍ରି ବିହାରୀ ଦଣ୍ଡପାଟ)-ମୟୂରଭଞ୍ଜ ଜିଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା । ବଦଳି ହୋଇ ଆସିଥିବା ଓଡିଶା ପ୍ରଶାସନିକ ସେବା(ଓଏଏସ) ପୂର୍ବତନ ତହସିଲଦାର କାର୍ଯ୍ୟରେ ଯୋଗଦେବାକୁ ନେଇ...

ଆରମ୍ଭ ହେଲା ବରଗଡ଼ ‘ଧନୁଯାତ୍ରା’: ଚାଲିଲା କଂସ ରାଜୁତି

ମଥୁରାନଗରୀ,୨୪।୧୨(ପ୍ରେମାନନ୍ଦ ଖମାରୀ)- ବୃହତ୍‌ ମୁକ୍ତାକାଶ ରଙ୍ଗମଞ୍ଚ ବରଗଡ଼ ଧନୁଯାତ୍ରା ମହୋତ୍ସବ ବୁଧବାର ଉଦଘାଟିତ ହୋଇଯାଇଛି। ସଂଧ୍ୟା ପ୍ରାୟ ୭ଟା ୩୦ମିନିଟ୍‌ରେ ସ୍ଥାନୀୟ ଏମ୍‌ପି ପ୍ରଦୀପ କୁମାର...

IPL ୨୦୨୬ ପୂର୍ବରୁ ଗିରଫ ହେବେ RCBର ବୋଲର୍‌? ୫ କୋଟିରେ ରିଟେନ କରିଛି… 

ନୂଆଦିଲ୍ଲୀ,୨୪।୧୨: ଭାରତୀୟ କ୍ରିକେଟର ଉଦୀୟମାନ ତାରକା ତଥା ଆରସିବିର ବାମହାତୀ ଦ୍ରୁତ ବୋଲର ଯଶ ଦୟାଲଙ୍କ  ଅଡ଼ୁଆ କମିବାର ନାଁ ନେଉନାହିଁ। ଜୟପୁରର ପୋକ୍ସୋ କୋର୍ଟ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri