କୋଲ ଇଣ୍ଡିଆକୁ ଭାଙ୍ଗି ଗଠନ ହେବ ୫ କମ୍ପାନୀ

ନୂଆଦିଲ୍ଲୀ,୧୮-୭: କୋଇଲା ଖନନ କ୍ଷେତ୍ରରେ କାର୍ଯ୍ୟରତ ବିଶ୍ୱର ସର୍ବବୃହତ କୋଇଲା କମ୍ପାନୀ କୋଲ୍‌ ଇଣ୍ଡିଆ ଲିମିଟେଡକୁ ଭାଙ୍ଗି ୫ କମ୍ପାନୀ ଭାବେ ଏହାକୁ ଷ୍ଟକ ଏକ୍ସଚେଞ୍ଜରେ ତାଲିକାଭୁକ୍ତ କରିବାକୁ ସରକାର ବିଚାର କରୁଛନ୍ତି। ଏହାଦ୍ୱାରା ସରକାର ଏଥିରୁ ଅଧିକ ପୁଞ୍ଜି ଆଦାୟ କରିପାରିବେ। ଅର୍ଥ ମନ୍ତ୍ରଣାଳୟ ଅଧୀନ ଡିପାର୍ଟମେଣ୍ଟ ଅଫ୍‌ ଇନ୍‌ଭେଷ୍ଟମେଣ୍ଟ ଆଣ୍ଡ ପବ୍ଲିକ୍‌ ଆସେଟ୍‌ ମ୍ୟାନେଜମେଣ୍ଟ ପକ୍ଷରୁ ଏ ସମ୍ପର୍କରେ ଏକ ପ୍ରସ୍ତାବ ଦିଆଯିବା ପରେ କୋଲ୍‌ ଇଣ୍ଡିଆ ଏବଂ କୋଇଲା ମନ୍ତ୍ରଣାଳୟ ଏନେଇ ବିଚାର ଆଲୋଚନା ଚଳାଇଛି। ତେବେ ସରକାର କେବେ ସୁଦ୍ଧା ଏହାକୁ ନେଇ ନିଷ୍ପତ୍ତି ନେବେ ତାହା ଜଣାପଡିନାହିଁ। କୋଲ୍‌ ଇଣ୍ଡିଆର ମୋଟ କୋଇଲା ଉତ୍ପାଦନ କରୁଥିବା ମହାନଦୀ କୋଲ୍‌ଫିଲ୍ଡସ, ସାଉଥ ଇଷ୍ଟର୍ନ କୋଲ୍‌ଫିଲ୍ଡସ, ନଦର୍ନ କୋଲ୍‌ଫିଲ୍ଡସ ଏବଂ ସେଣ୍ଟ୍ରାଲ କୋଲ୍‌ଫିଲ୍ଡସକୁ ତାଲିକାଭୁକ୍ତ କରାଯିବ। ଏଥିସହିତ ୫ମ ୟୁନିଟ ଭାବେ ସେଣ୍ଟ୍ରାଲ ମାଇନ୍‌ ପ୍ଲାନିଂ ଆଣ୍ଡ ଡିଜାଇନ ଇନ୍‌ଷ୍ଟିଚ୍ୟୁଟ୍‌କୁ ମଧ୍ୟ ତାଲିକାଭୁକ୍ତ ହୋଇପାରେ। ୨୦୧୭ରେ ନୀତି ଆୟୋଗ ମଧ୍ୟ କୋଲ୍‌ ଇଣ୍ଡିଆକୁ ଭାଙ୍ଗି ଦେବା ଲାଗି ସୁପାରିସ୍‌ କରିଥିଲେ। ଏହାଦ୍ୱାରା ପ୍ରତ୍ୟେକ ୟୁନିଟ୍‌ ପରସ୍ପର ସହ ପ୍ରତିଯୋଗିତାରେ ସାମିଲ ହୋଇପାରିବ ବୋଲି ସେତେବେଳେ ଯୁକ୍ତି ଦର୍ଶାଯାଇଥିଲା। ତତ୍କାଳୀନ କୋଇଲା ମନ୍ତ୍ରୀ ପୀୟୂଷ ଗୋୟଲ ଏହି ଆଇଡିଆକୁ ସେତେବେଳେ ଖାରଜ କରିଦେଇଥିଲେ। ଚଳିତ ଆର୍ଥିକ ବର୍ଷରେ ବିଭିନ୍ନ ରାଷ୍ଟ୍ରାୟତ୍ତ ସଂସ୍ଥାର ସମ୍ପତ୍ତି ବିକି ସରକାର ପ୍ରାୟ ୧.୦୫ ଲକ୍ଷ କୋଟି ଟଙ୍କା ଆଦାୟ କରିବାକୁ ବଜେଟରେ ଲକ୍ଷ୍ୟ ଧାର୍ଯ୍ୟ କରିଛନ୍ତି। କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରାମନ୍‌ ତାଙ୍କ ବଜେଟ ଭାଷଣରେ ଧାର୍ଯ୍ୟ ଲକ୍ଷ୍ୟ ସମ୍ପର୍କରେ ଉଲ୍ଲେଖ କରିଥିଲେ। ସୂଚନାଥାଉ କି, କୋଲ୍‌ ଇଣ୍ଡିଆ ଗତ କିଛି ବର୍ଷ ହେବ କୋଇଲା ଉତ୍ପାଦନ କ୍ଷେତ୍ରରେ ଲକ୍ଷ୍ୟ ଠାରୁ ପଛେଇ ଯାଇଛି। ୨୦୧୭-୧୮ରେ ଏହା ରେକର୍ଡ ୬୦୭ ମିଲିୟନ ମେଟ୍ରିକ ଟନ କୋଇଲା ଉତ୍ପାଦନ କରିଥିଲେ ସୁଦ୍ଧା ଏହା ଧାର୍ଯ୍ୟ ଲକ୍ଷ୍ୟ ଠାରୁ ୨୨% କମ୍‌ ଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ଏଭରେଷ୍ଟ ମସଲାରେ ‘ଅତ୍ୟଧିକ କୀଟନାଶକ ଉପାଦାନ’, ଫେରାଇଦେଲା ସିଙ୍ଗାପୁର

ଭୁବନେଶ୍ୱର,୧୯।୪: ଏଭରେଷ୍ଟ ଫିସ୍ ମସଲାରେ ‘ଅତ୍ୟଧିକ କୀଟନାଶକ ଉପାଦାନ’ ମିଳିବା ପରେ ଭାରତରୁ ଆମଦାନୀ କରାଯାଉଥିବା ଏହି ମସାଲାକୁ ଫେରାଇ ଦେଇଛି ସିଙ୍ଗାପୁର। ସିଙ୍ଗାପୁର ଫୁଡ୍...

ଆଜିଠାରୁ ଭିଆଇଟି ଇଞ୍ଜିନିୟରିଂ ପ୍ରବେଶିକା ପରୀକ୍ଷା

ଭୁବନେଶ୍ୱର,୧୯।୪ (ଅଭୟ ଦାଶ): ଦେଶର ପ୍ରମୁଖ ଘରୋଇ ଶିକ୍ଷାନୁଷ୍ଠାନ ତଥା ଭେଲୋର ଇନ୍‌ଷ୍ଟିଚ୍ୟୁଟ୍‌ ଅଫ୍‌ ଟେକ୍ନୋଲୋଜି(ଭିଆଇଟି)ର ବହୁ ପ୍ରତୀକ୍ଷିତ ‘ଦି ଭିଆଇଟି ଇଞ୍ଜିନିୟରିଂ ପ୍ରବେଶିକା ପରୀକ୍ଷା...

ଗୁଣାତ୍ମକ ଉତ୍ପାଦର ସର୍ବୋତ୍ତମ ବିକ୍ରୟ ସୁଯୋଗ

ଭୁବନେଶ୍ୱର,୧୯।୪: ଦେଶର ପ୍ରମୁଖ ଘରୋଇ ସଂସ୍ଥା ଆର୍‌ୟା ଓମ୍‌ନିଟକ୍‌ ଏବଂ ମୋଟୋରୋଲା ସଲ୍ୟୁଶନ ମଧ୍ୟରେ ଏକ ଦ୍ୱିପାକ୍ଷିକ ସହଭାଗିତା (ପାର୍ଟନରଶିପ) ନିକଟରେ ହୋଇଯାଇଛି। ବିଶେଷକରି ଘରୋଇ...

ହୋଣ୍ଡାର ନୂତନ ସିକେଡି ଇଞ୍ଜିନ ଆସେମ୍ବ୍ଲି ଲାଇନ

ଭୁବନେଶ୍ୱର,୧୯।୪: ହୋଣ୍ଡା ମୋଟରସାଇକେଲ ଆଣ୍ଡ ସ୍କୁଟର ଇଣ୍ଡିଆ (ଏଚ୍‌ଏମ୍‌ଏସ୍‌ଆଇ) ଲିମିଟେଡ୍‌ର ନୂତନ କମ୍ପ୍ଲିଟଲି ନକ୍‌ ଡାଉନ୍‌ ବା ସିକେଡି ଇଞ୍ଜିନ୍‌ ଆସେମ୍ବ୍ଲି ଲାଇନ ନିକଟରେ ଉଦ୍‌ଘାଟିତ...

କଗ୍ନିଜାଣ୍ଟକୁ ଶ୍ରେଷ୍ଠ ନିଯୁକ୍ତିଦାତା ମାନ୍ୟତା

ଭୁବନେଶ୍ୱର,୧୯।୪: ଦେଶର ପ୍ରମୁଖ ତଥା ବହୁରାଷ୍ଟ୍ରୀୟ ଆଇଟି କମ୍ପାନୀ ‘କଗ୍ନିଜାଣ୍ଟ’କୁ ନିକଟରେ ଶ୍ରେଷ୍ଠ ନିଯୁକ୍ତିଦାତାର ମାନ୍ୟତା ଓ ସମ୍ମାନ ପ୍ରଦାନ କରାଯାଇଛି। ଲିଙ୍କ୍‌ଡିନ ପକ୍ଷରୁ ଘରୋଇ...

ବଦଳିଲା ଇପିଏଫ୍‌ଓ ନିୟମ: ସହଜରେ ଅଧିକ ଟଙ୍କା ଉଠାଇପାରିବେ ହିତାଧିକାରୀ

ଭୁବନେଶ୍ୱର,୧୯।୪(ଅନୁରାଧା ମହାରଣା): କର୍ମଚାରୀ ଭବିଷ୍ୟ ନିଧି ସଙ୍ଗଠନ (ଇପିଏଫ୍‌ଓ) କୋଟି କୋଟି ଗ୍ରାହକଙ୍କୁ ଆଶ୍ୱସ୍ତିକର ଖବର ଦେଇଛି। ଇପିଏଫ୍‌ଓରୁ ଟଙ୍କା ଉଠାଣ ନିୟମରେ କିଛି ନୂତନ...

୫ ହଜାର କର୍ମଚାରୀଙ୍କୁ ଛଟେଇ କଲା ଟୋଷିବା, ଜାଣନ୍ତୁ କାହିଁକି

ନୂଆଦିଲ୍ଲୀ,୧୮।୪: ଜାପାନର ପ୍ରମୁଖ ଇଲେକ୍ଟ୍ରୋନିକ୍ସ କମ୍ପାନୀ ଟୋଷିବା ୫୦୦୦ କର୍ମଚାରୀଙ୍କୁ ଛଟେଇ କରିଛି। କମ୍ପାନୀର ପୁନଃବ୍ୟବସ୍ଥିତ କରିବା ପାଇଁ ଏହି ନିଷ୍ପତି ନିଆଯାଇଛି। ଏହି ସଂଖ୍ୟା...

ସ୍ମାଇଲ ଗୋଲ୍ଡ ଜୁଏଲର୍ସର ୩ୟ ବାର୍ଷିକ ଉତ୍ସବ

ଭୁବନେଶ୍ୱର,୧୮।୪ (ଅଭୟ ଦାଶ): ରାଜ୍ୟର ଅଗ୍ରଣୀ ଅଳଙ୍କାର ପ୍ରତିଷ୍ଠାନ ସ୍ମାଇଲ ଗୋଲ୍ଡ ଜୁଏଲର୍ସର ୩ୟ ବାର୍ଷିକ ଉତ୍ସବ ବୁଧବାର ଅନୁଷ୍ଠିତ ହୋଇଯାଇଛି। ଏପରିକି ରାମନବମୀ ଅବସରରେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri