Posted inଜାତୀୟ

ଥମୁନି ସୀମା ବିବାଦ

ନୂଆଦିଲ୍ଲୀ, ୧୨ା୬:ପୂର୍ବ ଲଦାଖ ଅଞ୍ଚଳରେ ଶାନ୍ତି ଫେରାଇ ଆଣିବା ଲାଗି ଭାରତ ଓ ଚାଇନା ଆଲୋଚନା ଟେବୁଲକୁ ଯାଇ ସୈନ୍ୟ ପ୍ରତ୍ୟାହାର କରିଥିଲେ। ସେନା ଅଧିକାରୀସ୍ତରୀୟ ଆଲୋଚନା ମଧ୍ୟ କରାଯାଇ ସୀମାରେ ଶାନ୍ତିରକ୍ଷା ଲାଗି ପଦକ୍ଷେପ ଗ୍ରହଣ କରାଯାଇଥିଲା। ଉଭୟେ ଚାଇନା ଓ ଭାରତୀୟ ସେନା ପଛକୁ ଫେରିଥିଲେ ଓ ଆପୋସ ସମାଧାନ ଲାଗି ଏକପ୍ରକାର ବାଟ ଫିଟିଥିଲା। ହେଲେ ଚାଇନା ପକ୍ଷରୁ ପ୍ରକୃତ ନିୟନ୍ତ୍ରଣରେଖା (ଏଲ୍‌ଏସି)ରେ ନିଜର ସୈନ୍ୟ ଠୁଳକରିବାରେ ଲାଗିଛି। ସମସ୍ତ ୪ ହଜାର କି.ମି. ଏଲ୍‌ଏସି ଅଞ୍ଚଳରେ ଚାଇନା ସୈନ୍ୟ ମୁତୟନ କରିଥିବା ବେଳେ ଭାରତ ପକ୍ଷରୁ ଅନୁରୂପ ପଦକ୍ଷେପ ଗ୍ରହଣ କରାଯାଇଛି। ଭାରତ ମଧ୍ୟ ହିମାଚଳ ପ୍ରଦେଶ, ଉତ୍ତରାଖଣ୍ଡ, ସିକିମ, ଅରୁଣାଚଳ ପ୍ରଦେଶ ସୀମାରେ ରଣକୌଶଳ ପ୍ରସ୍ତୁତି ଚଳାଇବା ସହ ଅତିରିକ୍ତ ସେନା ମୁତୟନ କରିଥିବା ଜଣାପଡ଼ିଛି।
ସୀମା ବିବାଦ ବର୍ଷ ବର୍ଷ ଧରି ଲାଗିରହିଥିବା ବେଳେ ଚାଇନା ସୈନ୍ୟ ଗତ ମେ’ରେ ଲଦାଖ ସେକ୍ଟର ଓ ସିକିମ ସୀମାକୁ ଲାଗି ସାମରିକ ନିର୍ମାଣ କାର୍ଯ୍ୟ ଆରମ୍ଭ କରିଥିଲା। ନକୁ ଲା ଅଞ୍ଚଳରେ ପ୍ରବେଶ କରିବା ପରେ ଭାରତୀୟ ସେନା ଏହାକୁ ବିରୋଧ କରିବାରୁ ମୁହାଁମୁହିଁ ପରିସ୍ଥିତି ସୃଷ୍ଟି ହୋଇଥିଲା। କେବଳ ଲଦାଖ ନୁହେଁ, ହିମାଚଳ ପ୍ରଦେଶ, ଉତ୍ତରାଖଣ୍ଡ, ସିକିମ ଓ ଅରୁଣାଚଳ ପ୍ରଦେଶର ବିଭିନ୍ନ ସେକ୍ଟର୍‌ ସୀମାରେ ମଧ୍ୟ ଚାଇନା ସାମରିକ ନିର୍ମାଣ ଆରମ୍ଭ କରିଛି। ସୀମାର ଅତି ନିକଟରେ ବିଭିନ୍ନ ଅସ୍ତ୍ରଶସ୍ତ୍ର ମୁତୟନ କରିଛି। ଚାଇନା ଆଡ଼ୁ ବିପଦ ଆଶଙ୍କାରେ ଭାରତ ସୀମାର ବିଭିନ୍ନ ସେକ୍ଟର୍‌ରେ ସେନା ପ୍ରସ୍ତୁତି ଚଳାଇ ରଣକୌଶଳ ପ୍ରସ୍ତୁତ କରିଥିବା ଜଣାପଡ଼ିଛି। ଚାଇନା ହେଲିକପ୍ଟର ପଇଁତରା ମାରିଥିବା ହିମାଚଳ ପ୍ରଦେଶ ଅଞ୍ଚଳରେ ଅତିରିକ୍ତ ଯୁଦ୍ଧ ପ୍ରସ୍ତୁତି ଚାଲିଛି। ଉତ୍ତରାଖଣ୍ଡର ହର୍ସିଲ-ବରହୋଟି-ନେଲାଙ୍ଗ ଉପତ୍ୟକାରେ ଅତିରିକ୍ତ ସେନା ମୁତୟନ କରାଯାଇଛି। ଭାରତ ଓ ଚାଇନା ଶାନ୍ତି ଲଶଗି ଆଲୋଚନାକୁ ଗୁରୁତ୍ୱ ଦେଉଥିବା ବେଳେ ଭିତରେ ଯୁଦ୍ଧପ୍ରସ୍ତୁତି ଜାରି ରଖିଥିବା ପ୍ରକାଶ।


Enter your email to get our daily news in your inbox.

All Right Reserved By Dharitri.Com

ସାଇକେଲରେ ଭାରତ ଭ୍ରମଣ କରୁଛନ୍ତି ଅମିତ

ମୋରଡ଼ା,୨୦ା୨(ସ୍ମାରକ ମାଜୀ): ମୟୂରଭଞ୍ଜ ଜିଲା ମୋରଡ଼ା ବ୍ଲକ ଅଧୀନ ଚଢ଼େଇଗଁା ଗ୍ରାମର ଅମିତ କୁମାର ଦାସ(୧୭) ସମାଜ ପରିବର୍ତ୍ତନର ସଂକଳ୍ପ ନେଇ ସାଇକେଲରେ ଭାରତ ଭ୍ରମଣ କରୁଛନ୍ତି।…

ଡୋନାଲ୍ଡ ଟ୍ରମ୍ପଙ୍କୁ ଶକ୍ତ ଝଟ୍‌କା: ଟାରିଫ୍‌କୁ ବେଆଇନ୍‌ କହିଲେ ଆମେରିକା ସୁପ୍ରିମକୋର୍ଟ, ଏବେ…

ଓ୍ବାଶିଂଟନ,୨୦।୨: ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କୁ ଆମେରିକା ସୁପ୍ରିମକୋର୍ଟରୁ ବଡ଼ ଝଟ୍‌କା ଲାଗିଛି। ଶୁକ୍ରବାର କୋର୍ଟ ଟ୍ରମ୍ପଙ୍କ ଦ୍ୱାରା ଲାଗୁ କରାଯାଇଥିବା ବ୍ୟାପକ ‘ଟାରିଫ’ (Tariff) ବା ଆମଦାନୀ…

ଘୋଡାହାଡ଼ ନଦୀ ଗଣ୍ଡରୁ ମିଳିଲା ନିଖୋଜ ବୃଦ୍ଧାଙ୍କ ମୃତଦେହ 

ଦିଗପହଣ୍ଡି,୨୦|୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ କଇଠଖଣ୍ଡି ଗ୍ରାମ ଦେଇ ପ୍ରବାହିତ ଘୋଡ଼ାହାଡ଼ ନଦୀର ଗଣ୍ଡରେ ବୁଡ଼ିଯାଇ ଜଣେ ବୃଦ୍ଧା ମୃତ୍ୟୁବରଣ କରିଛନ୍ତି। ବୃଦ୍ଧା…

ତପ୍ତପାଣି ଘାଟିରେ ଓଲଟିଲା ମକା ବୋଝେଇ ଟ୍ରକ

ଦିଗପହଣ୍ଡି,୨୦|୨(ଅଶେଷ ନାଥ ମିଶ୍ର) ଗଞ୍ଜାମ – ଗଜପତି ସୀମାନ୍ତ ତପ୍ତପାଣି ଘାଟି ରାସ୍ତାର ପାଳୁଖଳା ଗ୍ରାମ ନିକଟ ଘାଟି ରାସ୍ତାରେ ଏକ ମକା ବୋଝେଇ ଟ୍ରକ୍ (ନଂ.…

ମୋହନାରେ ନୂତନ ଥାନା ଅଧିକାରୀ

ମୋହନା,୨୦ା୨(ମନ୍ମଥ ମିଶ୍ର): ଗଜପତି ଜିଲା ମୋହନା ଥାନାରେ ନୂତନ ଥାନା ଅଧିକାରୀ ଭାବେ ଓମ ନାରାୟଣ ପାତ୍ର ଦାୟିତ୍ୱ ଗ୍ରହଣ କରିଛନ୍ତି। ପୂର୍ବରୁ ରହିଥିବା ଥାନା ଅଧିକାରୀ…

ସୁଦୃଢ଼ ହେବ ସ୍ବାସ୍ଥ୍ୟସେବା, ରାଜ୍ୟରେ ୫ ନୂଆ ମେଡିକାଲ କଲେଜ ନେଇ ମୁଖ୍ୟମନ୍ତ୍ରୀଙ୍କ ଘୋଷଣା

ଭୁବନେଶ୍ୱର,୨୦।୨: ରାଜ୍ୟରେ ସ୍ବାସ୍ଥ୍ୟସେବାକୁ ଅଧିକ ସୁଦୃଢ଼ କରିବା ପାଇଁ ଅର୍ଥମନ୍ତ୍ରୀ ତଥା ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ବଡ଼ ଘୋଷଣା କରିଛନ୍ତି। ରାଜ୍ୟରେ ୫ ନୂଆ ମେଡିକାଲ…

କିଡ୍‌ନୀ, ହାର୍ଟ ଦାନକରି ଅମର ହେଲେ ଶୁଭମ୍‌

ବଞ୍ଚୋ/ବଉଳା/ଛେନାପଦି,୨୦ା୨(ପ୍ରଦୋଷ କୁମାର ବିଶ୍ୱାଳ/ଦୁର୍ଗା ପ୍ରସାଦ ଆୟଚ/ ନିରାକାର ପରିଡା): କେନ୍ଦୁଝର ଜିଲା ହାଟଡ଼ିହୀ ବ୍ଲକ୍‌ ଜମ୍ଭିରା ଗ୍ରାମର ଉପେନ୍ଦ୍ର ଆୟଚଙ୍କ ପୁତ୍ର ଶୁଭମ୍‌ ଆୟଚ(୧୨) ଦୁର୍ଘଟଣାରେ ମୃତ୍ୟୁ…

୨୧୮ ଛାତ୍ରୀଛାତ୍ରଙ୍କ ଚକ୍ଷୁ ପରୀକ୍ଷା

ଦିଗପହଣ୍ଡି/ପାଟପୁର,୨୦ା୨(ଅଶେଷ ନାଥ ମିଶ୍ର/ସିମାଞ୍ଚଳ ସାହୁ): ଗଞ୍ଜାମ ଜିଲା ସମଗ୍ର ଶିକ୍ଷା ଅଭିଯାନ ଓ ଜିଲା ଦୃଷ୍ଟି ବାଧିତ ନିୟନ୍ତ୍ରଣ କାର୍ଯ୍ୟାଳୟ ଆନୁକୂଲ୍ୟରେ ରାଜ୍ୟ ସରକାରଙ୍କ ସୁରେନ୍ଦ୍ର ସାଏ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri