ତୋରାଣିପଦାରୁ ଜବରଦଖଲ ଉଚ୍ଛେଦ

ଖଇରା, ୨୯।୬(ଡି.ଏନ.ଏ.)-ଖଇରା ତହସିଲ ଓ ପୋଲିସର ମିଳିତ ସହଯୋଗରେ ଖଇରା ବ୍ଲକ ତୋରାଣିପଦା ଗ୍ରାମରୁ ଶୁକ୍ରବାର ସରକାରୀ ଜମିରୁ ଜବରଦଖଲ ଉଚ୍ଛେଦ କରାଯାଇଛି। ହାଇକୋର୍ଟଙ୍କ ନିର୍ଦ୍ଦେଶକ୍ରମେ ଖଇରା ତହସିଲଦାର ପ୍ରଦୀପ କୁମାର ସାହୁ ସରକାରୀ ଜମିରେ ଅବୈଧ ନିର୍ମାଣ କରି ବିଭିନ୍ନ ବ୍ୟବସାୟ ଚଲାଇଥିବା ୬ଜଣଙ୍କ ଗୃହକୁ ଭାଙ୍ଗି ସରକାରୀ ଜମିକୁ ମୁକ୍ତ କରିଛନ୍ତି।
ପ୍ରକାଶ ଯେ, ଖଇରା ଆରଆଇ ସର୍କଲରେ ଥିବା ଖାତା ନମ୍ବର ୯୩ ଓ ୯୫, ପ୍ଲଟ୍‌ ନମ୍ବର ୧୮,୨୧,୨୬୧,୩୩୮କୁ ବର୍ଷ ବର୍ଷ ଧରି ୬ ଜଣ ଜବରଦଖଲକାରୀ ଭାଗିରଥି ବାରିକ, ଭଗବାନ ବାରିକ, ହାଡିବନ୍ଧୁ ଦାସ, ଭାଗବତ ସାହୁ, ବୁଦ୍ଧିରାମ ଦାସ ଓ ଏକାଦଶୀ ଦାସ ପ୍ରମୁଖ ବ୍ୟବସାୟ କରୁଥିଲେ। ଏହାକୁ ବିରୋଧ କରି ସ୍ଥାନୀୟ ବାସିନ୍ଦା ହାଇକୋର୍ଟରେ ଆଶ୍ରୟ ନେଇଥିଲେ ା ପୂର୍ବ ନିଷ୍ପତ୍ତି ଅନୁଯାୟୀ ଖଇରା ତହସିଲ ପକ୍ଷରୁ କନିଷ୍ଠ କିରାଣି ହରିହର ଶିଅଳ, ବରିଷ୍ଠ କିରାଣି ଅନିରୁଦ୍ଧ ସାହୁ, ମସିରୁଦ୍ଦିନ୍‌ ଖାନ୍‌, ଖଇରା ଆରଆଇ କାଳିଚରଣ ମାଝି ଏବଂ ପୋଲିସ ତରଫରୁ ଏସ୍‌ଆଇ ସୁଜାତା ମଲ୍ଲିକ୍‌, ଏଏସ୍‌ଆଇ ପ୍ରଦୀପ କୁମାର ମହାନ୍ତି ଓ ବାସୁଦେବ ମହାନ୍ତି ପ୍ରମୁଖ ସହାୟତା କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଘରେ ଶୋଇଥିବାବେଳେ ମାଡ଼ି ଆସିଲା ବିପଦ: ଆକାଶରୁ ଖସିଲା ମୃତ୍ୟୁ, ଗୋଟିଏ ପରିବାରର…

ନୀଳଗିରି,୨୦ା୭(ପ୍ରଶାନ୍ତ କୁମାର ବିଶ୍ୱାଳ): ଘରେ ଶୋଇଥିବା ଅବସ୍ଥାରେ ରବିବାର ରାତିରେ ହଠାତ୍‌ ହେଲା ବଜ୍ରପାତ। ଏହି ବଜ୍ରପାତରେ ଗୋଟିଏ ପରିବାରର ୮ ଜଣଙ୍କ ମଧ୍ୟରୁ ୫ ଜଣ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri