ତେଜୁଛି ଚାଇନା ବିରୋଧୀ ଚିନ୍ତାଧାରା

ବେଜିଂ,୬ା୫: କରୋନା ଭାଇରସ୍‌ ସାରା ବିଶ୍ୱକୁ ଭୟଙ୍କର ଭାବେ ଗ୍ରାସିଛି। ପ୍ରାୟ ୩୭ ଲକ୍ଷ ଲୋକ କରୋନାରେ ସଂକ୍ରମିତ ହୋଇଥିବାବେଳେ ଅଢ଼େଇ ଲକ୍ଷରୁ ଊର୍ଦ୍ଧ୍ୱ ଆଖିବୁଜିଲେଣି। ଏଭଳି ପରିସ୍ଥିତି ପାଇଁ କରୋନାର ଉତ୍ପତ୍ତିସ୍ଥଳ ଚାଇନାକୁ ଦାୟୀ କରାଯାଉଛି। ବିଶେଷକରି ସବୁଠୁ ଅଧିକ ପ୍ରଭାବିତ ଆମେରିକା ଚାଇନାକୁ କେବଳ ଦାୟୀ କରୁନି, ବରଂ ପ୍ରତିଶୋଧ ନେବାକୁ ଚେତାବନୀ ବି ଦେଇସାରିଛି। ଚାଇନାର ଉହାନ୍‌ ସହରସ୍ଥିତ ରିସର୍ଚ୍ଚ ଲାବ୍‌ରୁ କରୋନା ଉତ୍ପନ୍ନ ହୋଇଥିବା ଆମେରିକା କହୁଛି। ଚାଇନା ଏହି ମହାମାରୀ ସମ୍ପର୍କିତ ତଥ୍ୟ ଲୁଚାଇଥିବାରୁ ଆଜି ସାରା ବିଶ୍ୱରେ ଭୟାବହ ପରିସ୍ଥିତି ସୃଷ୍ଟି ହୋଇଛି ବୋଲି ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍‌ ପୂର୍ବରୁ କହିସାରିଛନ୍ତି। ଏଥିପାଇଁ ଚାଇନାକୁ ଉତ୍ତରଦାୟୀ ହେବାକୁ ପଡ଼ିବ ବୋଲି ସେ କହିଥିଲେ। କେବଳ ଆମେରିକା ନୁହେଁ, ଅଷ୍ଟ୍ରେଲିଆ, ଜର୍ମାନୀ, ବ୍ରିଟେନ, ବ୍ରାଜିଲ ଭଳି ବହୁ ଦେଶ ମଧ୍ୟ ଚାଇନାକୁ ଦାୟୀ କରୁଛନ୍ତି। ଏହି କ୍ରମରେ ଚାଇନା ବିରୋଧୀ ଚିନ୍ତାଧାରା ସାରା ବିଶ୍ୱରେ ଦାନା ବାନ୍ଧିବାରେ ଲାଗିଛି। ଏପରି କି ବେଜିଂ ବିରୋଧରେ ଶତ୍ରୁଭାବ ବଢ଼ୁଥିବା ନେଇ ଦେଶର ଆଭ୍ୟନ୍ତରୀଣ ରିପୋର୍ଟରେ ଚେତାଇ ଦିଆଯାଇଛି। କରୋନାକୁ ନେଇ ଆମେରିକା ସହ ଚାଇନାର ସମ୍ପର୍କରେ ଯେଉଁ ତିକ୍ତତା ଦେଖାଦେଇଛି ତାହା ପରସ୍ପରକୁ ମୁହଁ।ମୁହିଁ ପରିସ୍ଥିିତିକୁ ନେଇ ଯାଇପାରେ ବୋଲି ଗଣମାଧ୍ୟମ ସଂସ୍ଥା ରଏଟର୍ସ କହିଛି।
ରଏଟର୍ସ ଅନୁଯାୟୀ, ଗତ ମାସରେ ଚାଇନାର ପ୍ରତିରକ୍ଷା ମନ୍ତ୍ରଣାଳୟ ରାଷ୍ଟ୍ରପତି ଜି ଜିନପିଙ୍ଗ୍‌ଙ୍କ ସମେତ ବେଜିଂର ବରିଷ୍ଠ ନେତାଙ୍କ ନିକଟରେ ରିପୋର୍ଟ ଦାଖଲ କରିଥିଲା। ଉକ୍ତ ରିପୋର୍ଟରେ କୁହାଯାଇଛି ଯେ, ଅନ୍ତର୍ଜାତୀୟ ସ୍ତରରେ ଲୋକଙ୍କ ଅସନ୍ତୋଷରେ ବହୁତ କ୍ରୋଧ ରହିଛି, ଯାହାକି ୧୯୮୯ ତିଆନମେନ୍‌ ସ୍କୋୟାର ଗଣହତ୍ୟା ସମୟର ଚାଇନା ବିରୋଧୀ ବାତାବରଣ ସଦୃଶ। ମହାମାରୀ ପରେ ଆମେରିକା ସମର୍ଥିତ ଚାଇନା ବିରୋଧୀ ଚିନ୍ତାଧାରା ସର୍ବୋଚ୍ଚ ସ୍ତରରେ ରହିପାରେ ଏବଂ ଏହି ମାମଲା ଦୁଇ ବିଶ୍ୱ ଶକ୍ତି ଆମେରିକା ଓ ଚାଇନା ମଧ୍ୟରେ ସଶସ୍ତ୍ର ବିଦ୍ରୋହର ରୂପ ନେଇପାରେ। ଚାଇନାର ଇନ୍‌ଷ୍ଟିଚ୍ୟୁଟ୍‌ ଅଫ୍‌ କଣ୍ଟେମ୍ପୋରାରୀ ଇଣ୍ଟରନ୍ୟାଶନାଲ ରିଲେସନ୍ସ (ସିଆଇସିଆଇଆର) ଦ୍ୱାରା ଏହି ରିପୋର୍ଟ ପ୍ରସ୍ତୁତ କରାଯାଇଛି, ଯାହାକି ଦେଶର ସର୍ବୋଚ୍ଚ ଗୋଇନ୍ଦା ସଂସ୍ଥା ଦ୍ୱାରା ସ୍ବୀକୃତିପ୍ରାପ୍ତ। ରଏଟର୍ସ ପକ୍ଷରୁ କୁହାଯାଇଛି ଯେ, ସେମାନଙ୍କ ପାଖରେ ଏହି ରିପୋର୍ଟର କୌଣସି କପି ନାହିଁ। କିନ୍ତୁ ରିପୋର୍ଟକୁ ପଢ଼ିଥିବା ଲୋକଙ୍କ ସହ କଥାବାର୍ତ୍ତା କରି ଉପରୋକ୍ତ ସୂଚନା ହସ୍ତଗତ ହୋଇଛି। ରିପୋର୍ଟ ସମ୍ପର୍କରେ ରଏଟର୍ସ ଚାଇନାଠାରୁ ଆନୁଷ୍ଠାନିକ ଭାବେ ଜାଣିବାକୁ ଚାହିଁବାରୁ, ସେ ନେଇ କୌଣସି ସୂଚନା ନାହିଁ ବୋଲି ବହିର୍ବ୍ୟାପାର ମନ୍ତ୍ରଣାଳୟର ଜଣେ ମୁଖପାତ୍ର ଉତ୍ତର ଦେଇଥିଲେ। ଚାଇନାର ପ୍ରତିରକ୍ଷା ମନ୍ତ୍ରଣାଳୟ ପକ୍ଷରୁ ମଧ୍ୟ କୌଣସି ମତାମତ ଦିଆଯାଇ ନ ଥିଲା। ସିଆଇସିଆଇଆର ହେଉଛି ଚାଇନାର ପ୍ରତିରକ୍ଷା ମନ୍ତ୍ରଣାଳୟର ଏକ ପ୍ରଭାବଶାଳୀ ବିଚାର ମଞ୍ଚ(ଥିଙ୍କ୍‌ ଟ୍ୟାଙ୍କ)। ଏହା ୧୯୮୦ ମସିହାରୁ ଚାଇନା ସରକାରଙ୍କୁ ବୈଦେଶିକ ଏବଂ ପ୍ରତିରକ୍ଷା ପ୍ରସଙ୍ଗରେ ପରାମର୍ଶ ଜାରି ରଖିଛି। ଉପରୋକ୍ତ ରିପୋର୍ଟ ସମ୍ପର୍କରେ ସିଆଇସିଆଇଆର ମଧ୍ୟ କୌଣସି ମତାମତ ଦେଇନାହିଁ।
ଏହି ରିପୋର୍ଟ ଉପରେ ବେଜିଂ ଗମ୍ଭୀର ବୋଲି ସୂଚନା ମିଳିଛି। କାରଣ ବଢ଼ୁଥିବା ଅସନ୍ତୋଷ ଯୋଗୁ ବିଦେଶରେ ଚାଇନାର ଯୋଜନାବଦ୍ଧ ପୁଞ୍ଜିନିବେଶ ପ୍ରତି ବିପଦ ସୃଷ୍ଟି ହୋଇପାରେ। କିନ୍ତୁ ଉକ୍ତ ରିପୋର୍ଟ ଚାଇନାର ନୀତି ଉପରେ କେତେ ପ୍ରଭାବ ପକାଇବ ତାହା ଏବେଠୁ କହିହେବ ନାହିଁ। ଗତ ଦଶନ୍ଧି ମଧ୍ୟରେ ଚାଇନା ଓ ଆମେରିକା ମଧ୍ୟରେ ସମ୍ପର୍କ ଅତ୍ୟନ୍ତ ଖରାପ ହୋଇପଡ଼ିଛି। କାରଣ ହଂକଂ, ତାଇଓ୍ବାନକୁ ନେଇ ବିବାଦ ଏବଂ ଦକ୍ଷିଣ ସାଗରର ବିବାଦୀୟ କ୍ଷେତ୍ରରେ ଅନୁଚିତ ବ୍ୟାପାର ଓ ପ୍ରଯୁକ୍ତିବିଦ୍ୟାର ବ୍ୟବହାରକୁ ନେଇ ଉଭୟ ଦେଶ ମଧ୍ୟରେ ଗଭୀର ଅବିଶ୍ୱାସ ଓ ମତଭେଦ ରହିଆସିଛି। ଏଭଳି ସ୍ଥଳେ କରୋନା ସଂକ୍ରମଣକୁ ନେଇ ଯେଭଳି ଦାୟୀ କରାଯାଉଛି ସେଥିରେ ଚାଇନାର ସ୍ଥିତି ଦୁର୍ବଳ ହେବା ସହ ଦେଶ ପାଇଁ କୁଖ୍ୟାତ ଆଣିଦେଇଛି। ରିପୋର୍ଟରେ କୁହାଯାଇଛି ଯେ, ଚାଇନା ବିରୋଧୀ ଭାବନାକୁ ପ୍ରୋତ୍ସାହନ ଦିଆଯିବା କାରଣରୁ ତାହାର ‘ବେଲ୍ଟ ଆଣ୍ଡ ରୋଡ୍‌ ଇନ୍‌ଫ୍ରାଷ୍ଟ୍ରକଚର ଇନଭେଷ୍ଟମେଣ୍ଟ ପ୍ରୋଜେକ୍ଟ’ ଉପରେ ପ୍ରଭାବ ପଡ଼ିପାରେ। ୱାଶିଂଟନ୍‌ ନିଜର ସହଯୋଗୀଙ୍କୁ ଆର୍ଥିକ ଏବଂ ସାମରିକ ସହାୟତା ଯୋଗାଇ ଚାଇନା ବିରୋଧରେ ଚ୍ୟାଲେଞ୍ଜ ସୃଷ୍ଟି କରିପାରେ, ଯାହାକି ସମଗ୍ର ଦକ୍ଷିଣ ଏସିଆ ପାଇଁ ବିପଜ୍ଜନକ ହୋଇପାରେ।
ଉଲ୍ଲେଖଥାଉ କି, ପ୍ରାୟ ୩୦ ବର୍ଷ ତଳେ ତିଆନମେନ୍‌ ସ୍କୋୟାରରେ ଗଣତନ୍ତ୍ର ସପକ୍ଷବାଦୀଙ୍କୁ ଗଣହତ୍ୟା ପରେ ଆମେରିକା ଏବଂ ଅନ୍ୟ ପାଶ୍ଚାତ୍ୟ ଦେଶଗୁଡ଼ିକ ଚାଇନା ଉପରେ ଆର୍ଥିକ ପ୍ରତିବନ୍ଧକ ଲଗାଇଥିଲେ। ଅସ୍ତ୍ରଶସ୍ତ୍ର ବିକ୍ରି ଓ ପ୍ରଯୁକ୍ତିବିଦ୍ୟା ଆଦାନପ୍ରଦାନ କ୍ଷେତ୍ରରେ କଟକଣା ଲଗାଯାଇଥିଲା। ଫଳରେ ଚାଇନାକୁ ଅନେକ ଅସୁବିଧାର ସମ୍ମୁଖୀନ ହେବାକୁ ପଡ଼ିଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ରାଶନ କାର୍ଡ ହିତାଧିକାରୀଙ୍କ ପାଇଁ ମନ୍ତ୍ରୀଙ୍କ ବଡ଼ ଘୋଷଣା: ନୂଆବର୍ଷରେ ମିଳିବ…

ଭୁବନେଶ୍ୱର,୧୮।୧୨: ଖାଦ୍ୟ ଯୋଗାଣ ମନ୍ତ୍ରୀ କୃଷ୍ଣ ଚନ୍ଦ୍ର ପାତ୍ର ଗୁରୁବାର ରାଶନ କାର୍ଡ ହିତାଧିକାରୀଙ୍କ ପାଇଁ ବଡ଼ ଘୋଷଣା କରିଛନ୍ତି। ନୂଆବର୍ଷରେ ଯୋଗ୍ୟ ହିତାଧିକାରୀଙ୍କୁ ନୂଆ...

ମର୍ମନ୍ତୁଦ ସଡ଼କ ଦୁର୍ଘଟଣା: ଚାଲିଗଲା ୩ ଜୀବନ, ୪ ଗୁରୁତର

ନୂଆପଡ଼ା/ କୋମନା,୧୭।୧୨ ( ମକାରୁ ବେମାଲ/ମହେଶ ବାଗ): ନୂଆପଡ଼ା ଜିଲା କୋମନା ବ୍ଲକ ଅଧୀନ ତିଖାଲି ଛକଠାରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ଦୁର୍ଘଟଣାରେ...

୫୬,୦୦୦ ପାକିସ୍ତାନୀ ଭିକାରିଙ୍କୁ ତଢ଼ିଲା ସାଉଦି ଆରବ

ନୂଆଦିଲ୍ଲୀ,୧୮ା୧୨: ପାକିସ୍ତାନର ପେଶାଦାର ଭିକାରୀମାନେ ଏବେ ବିଶ୍ୱ ସ୍ତରରେ ଦେଶ ପାଇଁ ଏକ ବଡ଼ ଅପମାନର କାରଣ ସାଜିଛନ୍ତି। ନିକଟରେ ସାଉଦି ଆରବ ପ୍ରାୟ ୫୬,୦୦୦...

ଇରାନରେ ବର୍ତ୍ତମାନ ସୁଦ୍ଧା ଏତିକି ଜଣ ଜୀବିତ ଅଛନ୍ତି ପରମାଣୁ ବୈଜ୍ଞାନିକ, ରିପୋର୍ଟରେ ପ୍ରକାଶ ପାଇଲା…

ତେହରାନ,୧୮ା୧୨: ୨୦୨୫ ବର୍ଷ ଇରାନ ପାଇଁ ଏକ ଝଟ୍‌କା ଥିଲା। ଗୋଟିଏ ପଟେ ଏହାର ତିନୋଟି ପ୍ରକ୍ସି ସଂଗଠନ (ହମାସ୍‌, ହେଜ୍‌ବୋଲ୍ଲା ଏବଂ ହୁଟି) ଏହି...

ଚର୍ଚ୍ଚା ଭିତରେ ମୁହଁ ଖୋଲିଲେ ମହମ୍ମଦ ମୋକିମ, କହିଲେ ଖୁବ କମ୍ ଦିନ ଭିତରେ ନିଷ୍ପତ୍ତି ଜଣାଇବି

ଭୁବନେଶ୍ବର,୧୮ା୧୨: ପୂର୍ବତନ ବିଧାୟକ ମୋକିମଙ୍କୁ କଂଗ୍ରେସ ବହିଷ୍କାର କରିବା ପରେ ଦିନକୁ ଦିନ ନୂଆନୂଆ ରାଜନୈତିକ ବୟାନବାଜି ସାମ୍ନାକୁ ଆସିଛି । କଂଗ୍ରେସର କେନ୍ଦ୍ରୀୟ ନେତା...

ରୋଗୀଙ୍କୁ ମିଳିବ ଉନ୍ନତ ସେବା

କେସିଙ୍ଗା,୧୮।୧୨(ତୁମେଶ୍ୱର ସାହୁ): ଜିଲା ସ୍ବାସ୍ଥ୍ୟ ସମିତି କଳାହାଣ୍ଡି ଆନୁକୁଲ୍ୟରେ ଏମ୍ସ ଭୁବନେଶ୍ୱର ଏବଂ ଦିଲ୍ଲୀ ଜହ୍ନ ହୋପକିନସ ୟୁନିଭର୍‌ ସିଟି(John Hopkins University) ଆନୁକୁଲ୍ୟରେ ସ୍ଥାନୀୟ...

ସୁଗ୍ରୀବଙ୍କ ରଙ୍ଗ ତୂଳୀରେ ଝଲସୁଛି ଆଦିମ ଜନଜାତି ଜୁଆଙ୍ଗଙ୍କ ଚିତ୍ରକଳା

କେନ୍ଦୁଝର (ନରେଶ ଚନ୍ଦ୍ର ପଟ୍ଟନାୟକ): କେନ୍ଦୁଝର ଜିଲାର ଆଦିମ ଜନଜାତି ଜୁଆଙ୍ଗମାନେ ଏବେ ସମାଜର ମୁଖ୍ୟସ୍ରୋତରେ ସାମିଲ ହୋଇ ବିଭିନ୍ନ କଳା କୌଶଳରେ ନିଜର ପରିଦର୍ଷିତା...

IPL ୨୦୨୬: ମା’ ବିକିଥିଲେ ଗହଣା, ଖାଲିପେଟରେ ଶୋଇଥିଲେ ବାପା; ଏବେ ୧୪.୨୦ କୋଟିରେ କିଣିଲା CSK

ମୁମ୍ବାଇ,୧୮ା୧୨: ଆଇପିଏଲ୍ ୨୦୨୬ ନିଲାମରେ ଚେନ୍ନାଇ ସୁପର କିଙ୍ଗସ୍ (CSK) ଦ୍ୱାରା ୧୪.୨୦ କୋଟି ଟଙ୍କାରେ କିଣାଯାଇଥିବା ଯୁବ ୱିକେଟକିପର ବ୍ୟାଟର କାର୍ତ୍ତିକ ଶର୍ମାଙ୍କ ସଫଳତା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri