ତେଜିଲା ମହିଳାଙ୍କ ମଦ ବିରୋଧି ଅଭିଯାନ

ଯୋଡ଼ା, ୨୯।୬ (ଡି.ଏନ.ଏ.)- କେନ୍ଦୁଝର ଜିଲାର ବିଭିନ୍ନ ଅଞ୍ଚଳରେ ଦିନକୁ ଦିନ ଚୋରାମଦର ପ୍ରସାର ଘଟି ଚାଲିଛି। ଏହି ଜିଲାର ଖଣିଖାଦନା ଭରା ଯୋଡା ଅଞ୍ଚଳରେ ମଧ୍ୟ ଚୋରାମଦର ପ୍ରସାର ଘଟିଥିବାରୁ ବିଭିନ୍ନ ସମୟର ଅପରାଧ ଘଟଣା ସାଙ୍ଗକୁ ପାରିବାରିକ ହିଂସା ଘଟି ସାମାଜିକ ସ୍ଥିତିକୁ ଦୋହଲାଇ ଦେଉଛି। ପୋଲିସ, ଅବକାରୀ ବିଭାଗ ସମେତ ପ୍ରଶାସନ ଏ ଦିଗରେ କୌଣସି ପଦକ୍ଷେପ ନେଉ ନ ଥିବାରୁ ଚୋରାମଦ କାରବାର ରୋକିବାକୁ ମହିଳାମାନେ ସଂଗଠିତ ହୋଇ ଅଣ୍ଟା ଭିଡିଛନ୍ତି। ବଭିନ୍ନ ମହଲରୁ ଆନ୍ଦୋଳନକାରୀ ମହିଳାଙ୍କୁ ସମର୍ଥନ ମିଳୁଥିବା ଜଣାପଡିଛି।
ଶୁକ୍ରବାର ଯୋଡ଼ା ବ୍ଲକ ଜଳହରି ପଞ୍ଚାୟତଠାରେ ୫୦ରୁ ଊର୍ଦ୍ଧ୍ୱ ସ୍ବୟଂ ସହାୟକ ଗୋଷ୍ଠୀର ମହିଳାମାନେ ସଂଗଠିତ ହୋଇ ମଦବିରୋଧୀ ଅଭିଯାନ ଆରମ୍ଭ କରଛନ୍ତି। ସେମାନେ ପ୍ରଥମେ ଜନସଚେତନତା ସୃଷ୍ଟି କରିବା ସହ ପ୍ରଶାସନ ଉପରେ ଚାପ ପକାଇବା ଆରମ୍ଭ କରିଛନ୍ତି। ୫୦ରୁ ଉର୍ଦ୍ଧ୍ୱ ମହିଳା ସ୍ବୟଂ ସହାୟକ ଗୋଷ୍ଠୀକୁ ନେଇ ଗଠିତ ଗଜଲକ୍ଷ୍ମୀ ମହାସଂଘ ଆହ୍ବାନ କ୍ରମେ ଶତାଧିକ ମହିଳା ଜଳହରି ପଞ୍ଚାୟତରେ ଏକତ୍ରିତ ହୋଇଥିଲେ । ସେମାନେ ପୂର୍ବାହ୍ନ ସାଢେ ୧୦ଟା ବେଳେ ପଞ୍ଚାୟତ କାର୍ଯ୍ୟାଳୟଠାରୁ ବିଶାଳ ରାଲି କରି ଗାଁ ଗାଁ ବୁଲି ଜନ ସଚେତନତା ସୃଷ୍ଟି କରିଥିଲେ। ଶୋଭାଯାତ୍ରା ବିଭିନ୍ନ ବିଭିନ୍ନ ଗ୍ରାମ ପରିକ୍ରମା କଲା ବେଳେ ମହିଳାମାନେ ଚୋରାମଦ ବିରୋଧି ଅଭିଯାନର ଉଦ୍ଦେଶ୍ୟ ସମ୍ପର୍କରେ ଲୋକଙ୍କୁ ବୁଝାଇଥିଲେ । ଅଞ୍ଚଳରେ ମଦ କାରବାର ବୃଦ୍ଧି ଯୋଗୁ ବିଭିନ୍ନ ପରିବାରରେ କିଭଳି ଅଶାନ୍ତ ପରିସ୍ଥିତି ସୃଷ୍ଟି ହୋଇ ସାମାଜିକ ପରିବେଶକୁ ପ୍ରଭାବିତ କରୁଛି ତାହା ସେମାନେ ଦର୍ଶାଇଥିଲେ। ଅସାମାଜିକ କାର୍ଯ୍ୟକଳାପ ବୃଦ୍ଧି ଯୋଗୁ ଲୋକଙ୍କ ଧନଜୀବନ ବିପଦରେ ପଡୁଛି। ଛୋଟ ଛୋଟ ପିଲା ବିଶେଷ କରି ଛାତ୍ରମାନେ ନିଶାକବଳରେ ପଡ଼ି ପାଠପଢା ଛାଡି ଦେଉଛନ୍ତି। ବିଷାକ୍ତ ଚୋରା ମଦ ପିଇ ଲୋକେ ରୋଗଗ୍ରସ୍ତ ହେବା ସହ ଅନେକ ସମୟରେ ଅକାଳ ମୃତ୍ୟୁବରଣ କରୁଛନ୍ତି। ନିଶାଦ୍ରବ୍ୟର କାରବାର ବଢିବା ଯୋଗୁ ମହିଳାମାନେ ଅଧିକ ନିର୍ଯାତନା ଓ ଶୋଷଣର ଶିକାର ହେଉଛନ୍ତି। ଏସବୁ ସମସ୍ୟାରୁ ସମାଜକୁ ମୁକ୍ତ କରିବା ଲାଗି ମହାସଂଘ ଦୃଢ ନିଷ୍ପତ୍ତି ନେଇ ମଦ ବିରୋଧୀ ଅଭିଯାନ ଆରମ୍ଭ କରିଥିବା ସଂଘର ସଭାପତି ନାଗିନ ମଞ୍ଜରୀ ମୁଣ୍ଡା, ସମ୍ପାଦକ କୌଶଲ୍ୟା କେରାଇ,ସଦସ୍ୟା ମିନା ପାତ୍ର, ତୁଳସୀ ମୁଣ୍ଡା, ରେଶମା ନାଏକ, ଲତା ଦାଶ, ପ୍ରଣତି ପାତ୍ର,ଶାନ୍ତିିଲତା ପାତ୍ର, କୁନି ମୁଣ୍ଡା ପ୍ରମୁଖ କହଛନ୍ତି। ଆଗାମୀ ୧୫ ଦିନ ମଧ୍ୟରେ ଅଞ୍ଚଳରେ ଚୋରା ବ୍ୟବସାୟୀଙ୍କୁ ଧରପଗଡ କରି ମଦ ବିକ୍ରି ବନ୍ଦ କରା ନ ଗଲେ ଆନ୍ଦୋଳନକୁ ଜୋରଦାର କରାଯିବ ବୋଲି ମହାସଂଘ ପକ୍ଷରୁ କୁହାଯାଇଛି। ସେମାନେ ପ୍ରଶାସନଠାରୁ ଅନୁମତି ଆଣି ବିରାଟ ରାଲି କରିବା ସହିତ ମଦ ଦୋକାନ ଉଛେଦ କରିବା ଲାଗି ପଦକ୍ଷେପ ନେବେ ବୋଲି ଚେତାବନୀ ଦେଇଛନ୍ତି ା


Enter your email to get our daily news in your inbox.

All Right Reserved By Dharitri.Com

ଟିକେଟ୍‌ ରେସ୍‌ରେ ବାଜିମାରିଲେ ସୁକାନ୍ତ

ନୀଳଗିରି,୨।୫(ପ୍ରଶାନ୍ତ କୁମାର ବିଶ୍ବାଳ):ସବୁ କଳ୍ପନାଜଳ୍ପନାର ଅନ୍ତ ଘଟି ବିଜୁଜନତା ଦଳ ନୀଳଗିରି ଆସନ ପାଇଁ ଟିକେଟ ଘୋଷଣା କରିଛି। ଶେଷରେ ବିଧାୟକ ସୁକାନ୍ତ ନାୟକଙ୍କ ଉପରେ...

ଟ୍ରକକୁ ପଛପଟୁ ଧକ୍କା ଦେଲା ଯାତ୍ରୀବାହୀ ବସ୍‌: ଅଳ୍ପକେ ବର୍ତ୍ତିଲେ ୬୦ରୁ ଉଦ୍ଧର୍‌ବ ଯାତ୍ରୀ

ଜଳେଶ୍ୱର,୨।୫: ବାଲେଶ୍ବର ଜିଲା ବସ୍ତା ଥାନା ଅନ୍ତର୍ଗତ ୧୬ନମ୍ବର ଜାତୀୟ ରାଜପଥର କୁଣ୍ଡାପୁର ଛକ ନିକଟରେ ହୋଇଛି ଏକ ବଡ଼ ଦୁର୍ଘଟଣା ହୋଇଛି। ଭାରସାମ୍ୟ ହରାଇ...

ଯାତ୍ରୀବାହୀ ବସ ଦୁର୍ଘଟଣା ଗ୍ରସ୍ତ, ଅନେକେ ଆହତ

ଜଳେଶ୍ୱର,୨।୫: ବାଲେଶ୍ୱର ଜିଲ୍ଲା ୧୬ ନମ୍ବର ଜାତୀୟ ରାଜପଥ ବସ୍ତା ଥାନା ଅନ୍ତର୍ଗତ ବରୁଣଗଡିଆ ନିକଟରେ ଗୁରୁବାର ଏକ ଯାତ୍ରୀବାହୀ ବସ ଦୁର୍ଘଟଣା ଗ୍ରସ୍ତ ହୋଇଛି।...

ଛାନୁଆରେ ଜଘନ୍ୟ ହତ୍ୟାକାଣ୍ଡ: ଟାଓ୍ବାରରେ କାମ କରୁଥିବା ଯୁବକଙ୍କୁ ମାରି ଫିଙ୍ଗି ଦେଲେ

ରୂପସା,୧।୫(ବାଞ୍ଛାନିଧି ଦେ): ବାଲେଶ୍ବର ଜିଲl ସଦର ବ୍ଲକ ଅନ୍ତର୍ଗତ ଛାନୁଆ ଗ୍ରାମରେ ବୁଧବାର ଜଘନ୍ୟ ହତ୍ୟାକାଣ୍ଡ ଘଟିଛି। ଛାନୁଆ ପ୍ରାଥମିକ ବିଦ୍ୟାଳୟ ନିକଟ ରାସ୍ତା ପାର୍ଶ୍ୱରୁୁ...

ରାସ୍ତାକଡ଼ରୁ ଯୁବକଙ୍କ ରକ୍ତଜୁଡୁବୁଡୁ ମୃତଦେହ ଉଦ୍ଧାର

ବାଲେଶ୍ବର ଅଫିସ,୧।୫(ମାନସ ବିଶ୍ୱାଳ): ବାଲେଶ୍ବର ଜିଲା ବସ୍ତା ଥାନା ଅନ୍ତର୍ଗତ ଛାନୁଆ ଗ୍ରାମରେ ଅଭାବନୀୟ ଘଟଣା ଘଟିଛି। ସୂଚନା ଅନୁଯାୟୀ ଛାନୁଆ ପ୍ରାଥମିକ ବିଦ୍ୟାଳୟ ନିକଟସ୍ଥ...

ସ୍ମାର୍ଟ-୩ ଆଣ୍ଟି ସବମେରାଇନ ମିଶାଇଲ୍‌ର ସଫଳ ପରୀକ୍ଷଣ

ବାଲେଶ୍ବର ଅଫିସ,୧।୩ (ମାନସ ବିଶ୍ୱାଳ): ବାଲେଶ୍ବର ଜିଲା ଚାନ୍ଦିପୁର ଡିଆରଡିଓ ଅଧିନସ୍ଥ ଧାମରା ସ୍ଥିତ ଅବଦୁଲ କଲାମ ଦ୍ବୀପରୁ ସ୍ମାର୍ଟ-୩ ଆଣ୍ଟି ସବମେରାଇନ ମିଶାଇଲର ବୁଧବାର...

ରାଜ୍ୟ ସରକାରଙ୍କ ବିରୋଧରେ ଗର୍ଜିଲେ

ରେମୁଣା,୩୦।୪(ରବୀନ୍ଦ୍ର ମହାକୁଡ଼): ବାଲେଶ୍ୱର ଜିଲା ରେମୁଣା ନିର୍ବାଚନମଣ୍ଡଳୀ ଅଧୀନ କୁରୁଡ଼ା ଯାତ୍ରାପଡ଼ିଆଠାରେ କଂଗ୍ରେସର ଏକ ନିର୍ବାଚନୀ ସଭା ଅନୁଷ୍ଠିତ ହୋଇଯାଇଛି। ଏମ୍‌ପି ପ୍ରାର୍ଥୀ ଶ୍ରୀକାନ୍ତ ଜେନା...

ସରୁନି ପୋଲ ସଂଯୋଗୀକରଣ ରାସ୍ତା

ବାଲେଶ୍ୱର,୨୯ା୪(ମାନସ ବିଶ୍ୱାଳ): ବାଲେଶ୍ୱର ଜିଲା ରେମୁଣା ବ୍ଲକ ତେନ୍ତୁଳିଦା ପଞ୍ଚାୟତ ବୋଇତବାଙ୍କ ଘାଟରେ ଦୀର୍ଘ ଦିନ ହେବ ବିଜୁ ସେତୁ ନିର୍ମାଣ ସରିଥିଲେ ମଧ୍ୟ ସଂଯୋଗୀକରଣ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri