ତେଜିଲା ମହିଳାଙ୍କ ମଦ ବିରୋଧି ଅଭିଯାନ

ଯୋଡ଼ା, ୨୯।୬ (ଡି.ଏନ.ଏ.)- କେନ୍ଦୁଝର ଜିଲାର ବିଭିନ୍ନ ଅଞ୍ଚଳରେ ଦିନକୁ ଦିନ ଚୋରାମଦର ପ୍ରସାର ଘଟି ଚାଲିଛି। ଏହି ଜିଲାର ଖଣିଖାଦନା ଭରା ଯୋଡା ଅଞ୍ଚଳରେ ମଧ୍ୟ ଚୋରାମଦର ପ୍ରସାର ଘଟିଥିବାରୁ ବିଭିନ୍ନ ସମୟର ଅପରାଧ ଘଟଣା ସାଙ୍ଗକୁ ପାରିବାରିକ ହିଂସା ଘଟି ସାମାଜିକ ସ୍ଥିତିକୁ ଦୋହଲାଇ ଦେଉଛି। ପୋଲିସ, ଅବକାରୀ ବିଭାଗ ସମେତ ପ୍ରଶାସନ ଏ ଦିଗରେ କୌଣସି ପଦକ୍ଷେପ ନେଉ ନ ଥିବାରୁ ଚୋରାମଦ କାରବାର ରୋକିବାକୁ ମହିଳାମାନେ ସଂଗଠିତ ହୋଇ ଅଣ୍ଟା ଭିଡିଛନ୍ତି। ବଭିନ୍ନ ମହଲରୁ ଆନ୍ଦୋଳନକାରୀ ମହିଳାଙ୍କୁ ସମର୍ଥନ ମିଳୁଥିବା ଜଣାପଡିଛି।
ଶୁକ୍ରବାର ଯୋଡ଼ା ବ୍ଲକ ଜଳହରି ପଞ୍ଚାୟତଠାରେ ୫୦ରୁ ଊର୍ଦ୍ଧ୍ୱ ସ୍ବୟଂ ସହାୟକ ଗୋଷ୍ଠୀର ମହିଳାମାନେ ସଂଗଠିତ ହୋଇ ମଦବିରୋଧୀ ଅଭିଯାନ ଆରମ୍ଭ କରଛନ୍ତି। ସେମାନେ ପ୍ରଥମେ ଜନସଚେତନତା ସୃଷ୍ଟି କରିବା ସହ ପ୍ରଶାସନ ଉପରେ ଚାପ ପକାଇବା ଆରମ୍ଭ କରିଛନ୍ତି। ୫୦ରୁ ଉର୍ଦ୍ଧ୍ୱ ମହିଳା ସ୍ବୟଂ ସହାୟକ ଗୋଷ୍ଠୀକୁ ନେଇ ଗଠିତ ଗଜଲକ୍ଷ୍ମୀ ମହାସଂଘ ଆହ୍ବାନ କ୍ରମେ ଶତାଧିକ ମହିଳା ଜଳହରି ପଞ୍ଚାୟତରେ ଏକତ୍ରିତ ହୋଇଥିଲେ । ସେମାନେ ପୂର୍ବାହ୍ନ ସାଢେ ୧୦ଟା ବେଳେ ପଞ୍ଚାୟତ କାର୍ଯ୍ୟାଳୟଠାରୁ ବିଶାଳ ରାଲି କରି ଗାଁ ଗାଁ ବୁଲି ଜନ ସଚେତନତା ସୃଷ୍ଟି କରିଥିଲେ। ଶୋଭାଯାତ୍ରା ବିଭିନ୍ନ ବିଭିନ୍ନ ଗ୍ରାମ ପରିକ୍ରମା କଲା ବେଳେ ମହିଳାମାନେ ଚୋରାମଦ ବିରୋଧି ଅଭିଯାନର ଉଦ୍ଦେଶ୍ୟ ସମ୍ପର୍କରେ ଲୋକଙ୍କୁ ବୁଝାଇଥିଲେ । ଅଞ୍ଚଳରେ ମଦ କାରବାର ବୃଦ୍ଧି ଯୋଗୁ ବିଭିନ୍ନ ପରିବାରରେ କିଭଳି ଅଶାନ୍ତ ପରିସ୍ଥିତି ସୃଷ୍ଟି ହୋଇ ସାମାଜିକ ପରିବେଶକୁ ପ୍ରଭାବିତ କରୁଛି ତାହା ସେମାନେ ଦର୍ଶାଇଥିଲେ। ଅସାମାଜିକ କାର୍ଯ୍ୟକଳାପ ବୃଦ୍ଧି ଯୋଗୁ ଲୋକଙ୍କ ଧନଜୀବନ ବିପଦରେ ପଡୁଛି। ଛୋଟ ଛୋଟ ପିଲା ବିଶେଷ କରି ଛାତ୍ରମାନେ ନିଶାକବଳରେ ପଡ଼ି ପାଠପଢା ଛାଡି ଦେଉଛନ୍ତି। ବିଷାକ୍ତ ଚୋରା ମଦ ପିଇ ଲୋକେ ରୋଗଗ୍ରସ୍ତ ହେବା ସହ ଅନେକ ସମୟରେ ଅକାଳ ମୃତ୍ୟୁବରଣ କରୁଛନ୍ତି। ନିଶାଦ୍ରବ୍ୟର କାରବାର ବଢିବା ଯୋଗୁ ମହିଳାମାନେ ଅଧିକ ନିର୍ଯାତନା ଓ ଶୋଷଣର ଶିକାର ହେଉଛନ୍ତି। ଏସବୁ ସମସ୍ୟାରୁ ସମାଜକୁ ମୁକ୍ତ କରିବା ଲାଗି ମହାସଂଘ ଦୃଢ ନିଷ୍ପତ୍ତି ନେଇ ମଦ ବିରୋଧୀ ଅଭିଯାନ ଆରମ୍ଭ କରିଥିବା ସଂଘର ସଭାପତି ନାଗିନ ମଞ୍ଜରୀ ମୁଣ୍ଡା, ସମ୍ପାଦକ କୌଶଲ୍ୟା କେରାଇ,ସଦସ୍ୟା ମିନା ପାତ୍ର, ତୁଳସୀ ମୁଣ୍ଡା, ରେଶମା ନାଏକ, ଲତା ଦାଶ, ପ୍ରଣତି ପାତ୍ର,ଶାନ୍ତିିଲତା ପାତ୍ର, କୁନି ମୁଣ୍ଡା ପ୍ରମୁଖ କହଛନ୍ତି। ଆଗାମୀ ୧୫ ଦିନ ମଧ୍ୟରେ ଅଞ୍ଚଳରେ ଚୋରା ବ୍ୟବସାୟୀଙ୍କୁ ଧରପଗଡ କରି ମଦ ବିକ୍ରି ବନ୍ଦ କରା ନ ଗଲେ ଆନ୍ଦୋଳନକୁ ଜୋରଦାର କରାଯିବ ବୋଲି ମହାସଂଘ ପକ୍ଷରୁ କୁହାଯାଇଛି। ସେମାନେ ପ୍ରଶାସନଠାରୁ ଅନୁମତି ଆଣି ବିରାଟ ରାଲି କରିବା ସହିତ ମଦ ଦୋକାନ ଉଛେଦ କରିବା ଲାଗି ପଦକ୍ଷେପ ନେବେ ବୋଲି ଚେତାବନୀ ଦେଇଛନ୍ତି ା


Enter your email to get our daily news in your inbox.

All Right Reserved By Dharitri.Com

ଗୋଟିଏ ଦିନରେ ରେକର୍ଡ ଭାଙ୍ଗିଲା ସୁନା-ରୁପା ଦର! କିଣିବା ପୂର୍ବରୁ ମୁଣ୍ଡରେ ହାତ ଦେଲେଣି ଗ୍ରାହକ,ବିଶେଷଜ୍ଞ ଚକିତ… 

ନୂଆଦିଲ୍ଲୀ,୮।୪: ପୁଣି ବଢ଼ିଲା ସୁନା-ରୁପା ଦର। ବୁଧବାର ବଜାରରେ ଏକ ବଡ଼ ପରିବର୍ତ୍ତନ ଦେଖିବାକୁ ମିଳିଛି, ଯାହା ବିଶେଷଜ୍ଞଙ୍କୁ ମଧ୍ୟ ଆଶ୍ଚର୍ଯ୍ୟ କରିଦେଇଛି। ରୁପା ଦରରେ ଗୋଟିଏ…

ନାଗାବଳି ନଦୀରେ ବୁଡି ଯୁବକ ମୃତ, ସ୍ନାନ ପାଇଁ ଯାଇଥିଲେ…

କଲ୍ୟାଣସିଂହପୁର,୮।୪ ( ଦୀପକ କୁମାର ପରିଡା ): ରାୟଗଡା ଜିଲା କଲ୍ୟାଣସିଂହପୁର ଅଞ୍ଚଳରେ ଘଟିଛି ଏକ ଦୁଃଖଦ ଘଟଣା। ନାଗାବଳି ନଦୀରେ ବୁଡି ଜଣେ ୩୬ ବର୍ଷୀୟ…

ଯୁଦ୍ଧ ଅଟକାଇ ବାଃ ବାଃ ସାଉଣ୍ଟିଲା ପାକିସ୍ତାନ, ମଧ୍ୟପ୍ରାଚ୍ୟରେ ବଢ଼ିବ ଦବ୍‌ଦବା ? ରହିଛି ଅନେକ ସ୍ବାର୍ଥ

ଇସଲାମାବାଦ,୮।୪: ଆମେରିକା ଏବଂ ଇରାନ ମଧ୍ୟରେ ଚାଲିଥିବା ଉତ୍ତେଜନା ମଧ୍ୟରେ ଏକ ବଡ଼ ଧରଣର ଯୁଦ୍ଧବିରତି (ସିଜ୍‌ଫାୟାର୍‌) ହୋଇଛି। ଏହି ପ୍ରକ୍ରିୟାରେ ପାକିସ୍ତାନ ଏକ ମୁଖ୍ୟ ‘ଦୂତ’…

ଜଙ୍ଗଲରେ ଚାଲିଥିଲା ଜୁଆ ଖେଳ, ମାଡ଼ି ବସିଲା ବରପାଲି ପୋଲିସ: ୧୬ ଗିରଫ ସହ ଲକ୍ଷାଧିକ …

ବରପାଲି, ୮ ।୪(ଚିତ୍ତରଞ୍ଜନ ସାହୁ): ବରଗଡ଼ ଜିଲା ବରପାଲି ଥାନା ଅନ୍ତର୍ଗତ ବରମକେଲା ଗ୍ରୀଣ୍ଡୋଲା ଜଙ୍ଗଲରେ ଚାଲିଥିବା ଏକ ବଡ଼ ଧରଣର ଜୁଆ ଆଡ୍ଡା ଉପରେ ପୋଲିସ…

ହର୍ମୁଜ୍ ପ୍ରଣାଳୀରେ ତେଲ ଚ୍ୟାଙ୍କରକୁ ଅଟକାଇଲା ଇରାନ, ଯୁଦ୍ଧବିରତି ଭଙ୍ଗ କରିବାକୁ ଧମକ ଦେଲା…

ତେହେରାନ,୮।୪: ଆମେରିକା ଏବଂ ଇରାନ ମଧ୍ୟରେ ଯୁଦ୍ଧବିରତି ସତ୍ତ୍ବେ ଉତ୍ତେଜନା ଜାରି ରହିଛି । ବୁଧବାର ସକାଳେ ଯୁଦ୍ଧବିରତି ଘୋଷଣା ହେବା ପରେ ମଧ୍ୟ ଆକ୍ରମଣର ରିପୋର୍ଟ…

ଦିଗପହଣ୍ଡିରେ ଆଇନ ମନ୍ତ୍ରୀଙ୍କୁ ସମ୍ବର୍ଦ୍ଧନା, ଉନ୍ନତିକରଣ କାର୍ଯ୍ୟ…

ଦିଗପହଣ୍ଡି,୮।୪(ଅଶେଷ ନାଥ ମିଶ୍ର): ଦିଗପହଣ୍ଡି ଗସ୍ତରେ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ । ଗଞ୍ଜାମ ଜିଲା ଦିଗପହଣ୍ଡି ଠାରେ ବୁଧବାର ରାଜ୍ୟ ଆଇନ, ପୂର୍ତ୍ତ ଓ ଅବକାରୀ ମନ୍ତ୍ରୀ…

ବଚସା ହେଲା କାଳ….ଏୟାର ଗନ୍ ବ୍ୟବହାର କରି ବ୍ୟକ୍ତିଙ୍କ ଗୁପ୍ତାଙ୍ଗରେ ଭରିଦେଲେ ପବନ, ତାପରେ….

ଚଣ୍ଡିଗଡ଼,୮ା୪: ହରିୟାଣାର ଗୁରୁଗ୍ରାମରେ ଏକ ଆଶ୍ଚର୍ଯ୍ୟଜନକ ଘଟଣା ସାମ୍ନାକୁ ଆସିଛି । ଏୟାର ଗନ୍ ବ୍ୟବହାର କରି ଜଣେ ବ୍ୟକ୍ତିଙ୍କ ଗୁପ୍ତାଙ୍ଗରେ ବାୟୁ ପ୍ରବେଶ କରିବାରୁ ତାଙ୍କର…

ଗ୍ୟାସ କଳାବଜାର ନେଇ ଅସୁରାଳିରେ ଚଢ଼ାଉ, ୧୭ ସିଲିଣ୍ଡର ଜବତ

ଧାମନଗର,୮।୪( ସନ୍ତୋଷ କୁମାର ମହାପାତ୍ର): ବେଆଇନ ଗ୍ୟାସ ସିଲିଣ୍ଡର କଳାବଜାରୀ ବିରୋଧରେ ବ୍ଲକ ପ୍ରଶାସନ ପକ୍ଷରୁ ଚଡାଉ କରି ୧୭ ଟି ଗ୍ୟାସ ସିଲିଣ୍ଡର ଜବତ କରାଯାଇଛି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri