Posted inଜାତୀୟ

ତୃତୀୟଥର ମାଉଣ୍ଟ ଏଭରେଷ୍ଟ ଆରୋହଣ କଲେ ଏହି ପର୍ବତାରୋହୀ

ହିସାର,୨୨।୫: ଆଧୁନିକ ଯୁଗରେ ଝିଅମାନେ ସବୁକ୍ଷେତ୍ରରେ ନିଜର ପାରିଦର୍ଶିତା ଦେଖାଇଛନ୍ତି। ଏହି କ୍ରମରେ ଯେଉଁଠାରେ ନିଃଶ୍ୱାସ ନେବା କଷ୍ଟକର ହୋଇପଡ଼ିଥାଏ, ସେହି ସ୍ଥାନ ଅର୍ଥାତ୍‌ ବିଶ୍ୱର ସବୁଠାରୁ ଉଚ୍ଚତମ ଗିରିଶୃଙ୍ଗରେ ପହଞ୍ଚିବାରେ ସଫଳ ହୋଇଛନ୍ତି ଦେଶର ଏହି ସାହସୀ ଝିଅ। ଆମେ କହୁଛୁ ଭାରତର ପର୍ବତାରୋହୀ ଅନୀତା କୁଣ୍ଡୁଙ୍କ କଥା। ଯିଏ ତୃତୀୟ ଥର ପାଇଁ ମାଉଣ୍ଟ ଏଭରେଷ୍ଟ ଚଢ଼ିବାରେ ସଫଳ ହୋଇଛନ୍ତି। ଅନୀତା ହରିଆଣାର ପ୍ରଥମ ଝିଅ ଯିଏ ଉଚ୍ଚତମ ପର୍ବତ ଚଢ଼ିବାରେ ସଫଳ ହୋଇଛନ୍ତି। ଏଥିସହ ନେପାଳ ଓ ଚାଇନା ରାସ୍ତାରୁ ମାଉଣ୍ଟ ଏଭରେଷ୍ଟକୁ ଯାଇଥିବା ପ୍ରଥମ ଭାରତୀୟ ପର୍ବତାରୋହୀ ମଧ୍ୟ।

୩୬ ଦିନର ଲମ୍ବା ସଂଘର୍ଷ ପରେ ଅନୀତା ମେ ୨୧ ସକାଳ ୭ଟାରେ ପବର୍ତ ଶିଖରରେ ତ୍ରିରଙ୍ଗା ଉଡ଼ାଇଥିଲେ। ଦୁର୍ଗମ ଓ ବରଫାବୃତ୍ତ ରାସ୍ତା ଦେଇ ଗତି କରିବା ସହ ବିନା ଅମ୍ଳଜାନରେ ସେ ଶିଖରରେ ସୋମବାର ପହଞ୍ଚିଥିଲେ। ଚଳିତ ଥର ସେ ଏକ ଟିମ୍‌ ଲିଡର ଭାବେ ଶିଖରକୁ ଚଢ଼ିଥିଲେ। ତାଙ୍କର ଏହି ଟିମ୍‌ରେ ବିଭିନ୍ନ ଦେଶରୁ ୧୪ଜଣ ପର୍ବତାରୋହୀ ଭାଗ ନେଇଥିଲେ। ଅନୀତାଙ୍କ ସହ ମାତ୍ର ୪ଜଣ ଶିଖରକୁ ପହଞ୍ଚିଥିବା ବେଳେ ୫ଜଣ ରାସ୍ତାରୁ ଫେରିଯାଇଥିଲେ। ଆଉ ଅନ୍ୟ ସଦସ୍ୟ ଏବେ ବି ରାସ୍ତାରେ ଥିବା ସୂଚନା ମିଳିଛି। ସୂଚନାଯୋଗ୍ୟ, ଅନୀତା ହରିଆଣାର ହିସାର ଜିଲାର ଫରିଦପୁର ଗଁ।ର ବାସିନ୍ଦା। ସେ ହରିଆଣାର ପୋଲିସ ଇନ୍ସପେକ୍ଟର ଭାବେ କାର୍ଯ୍ୟରତ ଅଛନ୍ତି। ଅନୀତା ଚତୁର୍ଥଥର ପର୍ବତ ଚଢ଼ିବାକୁ ଚେଷ୍ଟା କରିଥିବା ବେଳେ ୨୦୧୫ରେ ନେପାଳ ରାସ୍ତାରୁ, ୨୦୧୭ରେ ଚାଇନ ଓ ଚଳିତ ବର୍ଷ ୨୦୧୯ରେ ମାଉଣ୍ଟ ଏଭରେଷ୍ଟ ଚଢ଼ିବାରେ ସଫଳ ହୋଇଛନ୍ତି। ସେହିପରି ୨୦୧୫ରେ ୨୨ହଜାର ଫୁଟ ଚଢ଼ିବା ପରେ ଝଡ଼ ହେବାରୁ ତାଙ୍କୁ ସେଠାରୁ ହିଁ ଫେରିବାକୁ ପଡ଼ିଥିଲା। ଜୀବନର କୌଣସି ଝଡ଼ଝଞ୍ଝାକୁ ସାମ୍‌ନା କରିବାକୁ ସେ ସମସ୍ତ ଯୁବପିଢ଼ିଙ୍କୁ ଆହ୍ବାନ କରିଛନ୍ତି। ନିଜର ଜୀବନର ସଂଘର୍ଷକୁ ନିଜର ସାଥୀ କରିନେବା ପାଇଁ ସେ ଯୁବପିଢ଼ିଙ୍କୁ ପରାମର୍ଶ ଦେଇଛନ୍ତି। ଅନୀତାଙ୍କ ଏହି କାର୍ଯ୍ୟ ପାଇଁ ସବୁ ମାହୋଲରେ ପ୍ରଶଂସା କରାଯାଇଥିବା ବେଳେ ସେ ସମସ୍ତଙ୍କ ପାଇଁ ପ୍ରେରଣାଦାୟୀ ସାଜିଛନ୍ତି। ଏଥିସହ ବିଶ୍ୱର ସବୁଠାରୁ ବଡ଼ ସିକ୍ୟୁରିଟି କମ୍ପାନୀ ଏସ୍‌ଆଇଏସ୍‌ର ସେ ବ୍ରାଣ୍ଡ ଆମ୍ବାସାଡାର ଥିବା ଜଣାପଡ଼ିଛି।


Enter your email to get our daily news in your inbox.

All Right Reserved By Dharitri.Com

ଦୁଇ ଦିନ ପରେ ଦେଇଥାନ୍ତେ ମାଟ୍ରିକ୍‌ ପରୀକ୍ଷା, ବାଇକ୍‌ ସହ ଦୁର୍ଘଟଣା ପରେ ଟ୍ରକ୍‌ ଚାପି ଦେବାରୁ ଚାଲିଗଲା ଛାତ୍ରଙ୍କ ଜୀବନ

ରାୟଗଡ଼ା,୧୭।୨(ଆଶିଷ ରଞ୍ଜନ ପଣ୍ଡା)- ରାୟଗଡ଼ା ସହରରେ ଚିନ୍ତାଜନକ ହୋଇପଡ଼ିଛି ଟ୍ରାଫିକ ସମସ୍ୟା । ସହର ଦେଇ ଯାଇଥିବା ୩୨୬ନଂ ଜାତୀୟ ରାଜପଥ କଡ଼ରେ ବେଆଇନ ପାର୍କିଂ ଯୋଗୁ…

ବ୍ରହ୍ମପୁର-ରେଢ଼ାଖୋଲ ରେଳ ପ୍ରକଳ୍ପ: ୩୩୨ କିମି ହେବ ରେଳ ଲାଇନ୍‌, ଅର୍ଥ ଅନୁମୋଦନ କେବେ…?

ଭଞ୍ଜନଗର,୧୭।୨(ବାବୁଲା ପ୍ରଧାନ)- ସରକାର ପରେ ସରକାର ବଦଳୁଛି, କିନ୍ତୁ ବ୍ରହ୍ମପୁର ଭାୟା ଭଞ୍ଜନଗର, ଫୁଲବାଣୀ ରେଢ଼ାଖୋଲ ରେଳ ପ୍ରକଳ୍ପ ଅଗ୍ରଗତି ହୋଇପାରୁନାହିଁ। କନ୍ଧମାଳ ଜିଲାବାସୀଙ୍କ ପାଇଁ ରେଳ…

କଲେଜ ଯାଇଥିବା ବେଳେ ଛାତ୍ରୀଙ୍କୁ ଅପହରଣ କରି ୫ ଦିନ ଧରି ବଳାତ୍କାର, ଜେଲ ହାଜତକୁ ଗଲେ …

ଦିଗପହଣ୍ଡି,୧୭।୨(ଅଶେଷ  ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ଅଞ୍ଚଳର ଏକ କଲେଜରେ ଯୁକ୍ତ ୨ ଦିତୀୟ ବର୍ଷ କଳା ଶ୍ରେଣୀରେ ପଢୁଥିବା ୧୭ ବର୍ଷର ଛାତ୍ରୀଙ୍କୁ ଅପହରଣ…

‘ମୁଖ୍ୟମନ୍ତ୍ରୀ ମୋ ସାନ ଭାଇ, ବିଜେଡି ଫେରିବା ଆଶା ନାହିଁ’- ସନାତନ ମହାକୁଡ଼

ଭୁବନେଶ୍ୱର,୧୭l୨: ବିଜୁ ଜନତା ଦଳ (ବିଜେଡି) ରୁ ନିଲମ୍ବିତ ହେବା ପରେ ପ୍ରଥମ ଥର ପାଇଁ ମୁହଁ ଖୋଲିଛନ୍ତି ଚମ୍ପୁଆ ବିଧାୟକ ସନାତନ ମହାକୁଡ଼। ଦଳରୁ ନିଲମ୍ବନ…

ଦୁର୍ବ୍ୟବହାର ଅଭିଯୋଗ ଆଣିଥିଲେ ଅତିରିକ୍ତ ତହସିଲଦାର, ଆଖି ବୁଜିଲେ ବିଷ ପିଇଥିବା ଚିକିଟି ପିଇଓ 

ଚିକିଟି,୧୭।୨(ପ୍ରକାଶ ଚନ୍ଦ୍ର ସାହୁ): ଚିକିଟି ଅତିରିକ୍ତ ତହସିଲଦାରଙ୍କ ଦ୍ୱାରା ଦୁର୍ବ୍ୟବହାର କରିଥିବା ଅଭିଯୋଗ ଆସିବା ପରେ ଗଞ୍ଜାମ ଜିଲା ରାମଚନ୍ଦ୍ରପୁର ପଞ୍ଚାୟତ କାର୍ଯ୍ୟନିର୍ବାହୀ ଅଧିକାରୀ(ପିଇଓ) ଦଣ୍ଡପାଣି ପାତ୍ର…

ଚାକିରି ନାଁରେ ଠକେଇ: ଖୋର୍ଦ୍ଧା କୋର୍ଟରେ ଜାମିନ ଆବେଦନ କଲେ ଗିରଫ ଜୟଦୁର୍ଗା ଫାଉଣ୍ଡେଶନ ଅଧ୍ୟକ୍ଷା, ୨୦ରେ… 

ହାଟଡିହୀ,୧୭l୨(ଶୁଭକାନ୍ତ ନାୟକ): ୨୨ ଲକ୍ଷ ଟଙ୍କା  ଠକେଇ ମାମଲାରେ ଗିରଫ ହୋଇଥିବା ଜୟଦୁର୍ଗା ଫାଉଣ୍ଡେଶନ ଅଧ୍ୟକ୍ଷା ସୁରେଶ୍ୱରୀ ସାଗରୀକା ଜେନା ଗିରଫ ପରେ ଜାମିନ ପାଇଁ ଖୋର୍ଦ୍ଧା…

ଜାତୀୟ ରାଜପଥରେ ପଡି ରହିଛି ପୋଡ଼ା କାର୍‌: ନିଆଁ ଲଗାଇ ଦିଆଯାଇଥିବା ସନ୍ଦେହ

ଧୂଷୁରୀ,୧୭।୨(ଦୀପ୍ତି ରଞ୍ଜନ ନାୟକ): ଧୂଷୁରୀ ଥାନା ଆରଡି ଫାଣ୍ଡି ଅଧୀନ ସାଠିବାଙ୍କୁଡା ନିକଟରେ ୨୦ ନମ୍ବର ଜାତୀୟ ରାଜପଥ ପାଶର୍‌ବରେ ଏକ କାର୍‌ ପୋଡିଯାଇ ପଡି ରହିଥିବା…

ନିର୍ବାଚନୀ ବୈତରଣୀ ପାର ହେବାକୁ ‘ନଗଦ ଟଙ୍କା’ ମୁଖ୍ୟ ଅସ୍ତ୍ର: ଶିକ୍ଷା, ସ୍ୱାସ୍ଥ୍ୟରେ କମୁଛି ଖର୍ଚ୍ଚ

ନୂଆଦିଲ୍ଲୀ,୧୭।୨: ଭାରତୀୟ ରାଜନୀତିରେ ଏବେ ‘ସିଧାସଳଖ ନଗଦ ହସ୍ତାନ୍ତର’ ସବୁଠାରୁ ବଡ଼ ନିର୍ବାଚନୀ ଅସ୍ତ୍ର ପାଲଟିଛି। ୧୬ଶ ଅର୍ଥ କମିଶନଙ୍କ ରିପୋର୍ଟ ଅନୁଯାୟୀ, ୨୦୧୮-୧୯ରେ ରାଜ୍ୟଗୁଡ଼ିକର ମୋଟ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri