Posted inଜାତୀୟ

ତୃତୀୟଥର ମାଉଣ୍ଟ ଏଭରେଷ୍ଟ ଆରୋହଣ କଲେ ଏହି ପର୍ବତାରୋହୀ

ହିସାର,୨୨।୫: ଆଧୁନିକ ଯୁଗରେ ଝିଅମାନେ ସବୁକ୍ଷେତ୍ରରେ ନିଜର ପାରିଦର୍ଶିତା ଦେଖାଇଛନ୍ତି। ଏହି କ୍ରମରେ ଯେଉଁଠାରେ ନିଃଶ୍ୱାସ ନେବା କଷ୍ଟକର ହୋଇପଡ଼ିଥାଏ, ସେହି ସ୍ଥାନ ଅର୍ଥାତ୍‌ ବିଶ୍ୱର ସବୁଠାରୁ ଉଚ୍ଚତମ ଗିରିଶୃଙ୍ଗରେ ପହଞ୍ଚିବାରେ ସଫଳ ହୋଇଛନ୍ତି ଦେଶର ଏହି ସାହସୀ ଝିଅ। ଆମେ କହୁଛୁ ଭାରତର ପର୍ବତାରୋହୀ ଅନୀତା କୁଣ୍ଡୁଙ୍କ କଥା। ଯିଏ ତୃତୀୟ ଥର ପାଇଁ ମାଉଣ୍ଟ ଏଭରେଷ୍ଟ ଚଢ଼ିବାରେ ସଫଳ ହୋଇଛନ୍ତି। ଅନୀତା ହରିଆଣାର ପ୍ରଥମ ଝିଅ ଯିଏ ଉଚ୍ଚତମ ପର୍ବତ ଚଢ଼ିବାରେ ସଫଳ ହୋଇଛନ୍ତି। ଏଥିସହ ନେପାଳ ଓ ଚାଇନା ରାସ୍ତାରୁ ମାଉଣ୍ଟ ଏଭରେଷ୍ଟକୁ ଯାଇଥିବା ପ୍ରଥମ ଭାରତୀୟ ପର୍ବତାରୋହୀ ମଧ୍ୟ।

୩୬ ଦିନର ଲମ୍ବା ସଂଘର୍ଷ ପରେ ଅନୀତା ମେ ୨୧ ସକାଳ ୭ଟାରେ ପବର୍ତ ଶିଖରରେ ତ୍ରିରଙ୍ଗା ଉଡ଼ାଇଥିଲେ। ଦୁର୍ଗମ ଓ ବରଫାବୃତ୍ତ ରାସ୍ତା ଦେଇ ଗତି କରିବା ସହ ବିନା ଅମ୍ଳଜାନରେ ସେ ଶିଖରରେ ସୋମବାର ପହଞ୍ଚିଥିଲେ। ଚଳିତ ଥର ସେ ଏକ ଟିମ୍‌ ଲିଡର ଭାବେ ଶିଖରକୁ ଚଢ଼ିଥିଲେ। ତାଙ୍କର ଏହି ଟିମ୍‌ରେ ବିଭିନ୍ନ ଦେଶରୁ ୧୪ଜଣ ପର୍ବତାରୋହୀ ଭାଗ ନେଇଥିଲେ। ଅନୀତାଙ୍କ ସହ ମାତ୍ର ୪ଜଣ ଶିଖରକୁ ପହଞ୍ଚିଥିବା ବେଳେ ୫ଜଣ ରାସ୍ତାରୁ ଫେରିଯାଇଥିଲେ। ଆଉ ଅନ୍ୟ ସଦସ୍ୟ ଏବେ ବି ରାସ୍ତାରେ ଥିବା ସୂଚନା ମିଳିଛି। ସୂଚନାଯୋଗ୍ୟ, ଅନୀତା ହରିଆଣାର ହିସାର ଜିଲାର ଫରିଦପୁର ଗଁ।ର ବାସିନ୍ଦା। ସେ ହରିଆଣାର ପୋଲିସ ଇନ୍ସପେକ୍ଟର ଭାବେ କାର୍ଯ୍ୟରତ ଅଛନ୍ତି। ଅନୀତା ଚତୁର୍ଥଥର ପର୍ବତ ଚଢ଼ିବାକୁ ଚେଷ୍ଟା କରିଥିବା ବେଳେ ୨୦୧୫ରେ ନେପାଳ ରାସ୍ତାରୁ, ୨୦୧୭ରେ ଚାଇନ ଓ ଚଳିତ ବର୍ଷ ୨୦୧୯ରେ ମାଉଣ୍ଟ ଏଭରେଷ୍ଟ ଚଢ଼ିବାରେ ସଫଳ ହୋଇଛନ୍ତି। ସେହିପରି ୨୦୧୫ରେ ୨୨ହଜାର ଫୁଟ ଚଢ଼ିବା ପରେ ଝଡ଼ ହେବାରୁ ତାଙ୍କୁ ସେଠାରୁ ହିଁ ଫେରିବାକୁ ପଡ଼ିଥିଲା। ଜୀବନର କୌଣସି ଝଡ଼ଝଞ୍ଝାକୁ ସାମ୍‌ନା କରିବାକୁ ସେ ସମସ୍ତ ଯୁବପିଢ଼ିଙ୍କୁ ଆହ୍ବାନ କରିଛନ୍ତି। ନିଜର ଜୀବନର ସଂଘର୍ଷକୁ ନିଜର ସାଥୀ କରିନେବା ପାଇଁ ସେ ଯୁବପିଢ଼ିଙ୍କୁ ପରାମର୍ଶ ଦେଇଛନ୍ତି। ଅନୀତାଙ୍କ ଏହି କାର୍ଯ୍ୟ ପାଇଁ ସବୁ ମାହୋଲରେ ପ୍ରଶଂସା କରାଯାଇଥିବା ବେଳେ ସେ ସମସ୍ତଙ୍କ ପାଇଁ ପ୍ରେରଣାଦାୟୀ ସାଜିଛନ୍ତି। ଏଥିସହ ବିଶ୍ୱର ସବୁଠାରୁ ବଡ଼ ସିକ୍ୟୁରିଟି କମ୍ପାନୀ ଏସ୍‌ଆଇଏସ୍‌ର ସେ ବ୍ରାଣ୍ଡ ଆମ୍ବାସାଡାର ଥିବା ଜଣାପଡ଼ିଛି।


Enter your email to get our daily news in your inbox.

All Right Reserved By Dharitri.Com

ଯୋଡ଼ାରେ ବାୟୁ ପ୍ରଦୂଷଣ ଗମ୍ଭୀର ସ୍ଥିତିରେ

ଯୋଡ଼ା,୬ା୧୨(ମାନସ ମହାନ୍ତି): କେନ୍ଦୁଝର ଜିଲା ଯୋଡ଼ା ଅଞ୍ଚଳରେ ବାୟୁ ପ୍ରଦୂଷଣର ଗମ୍ଭୀର ସ୍ଥିତିରେ ରହିଛି। ଯୋଡ଼ା, ଆଖପାଖ ଅଞ୍ଚଳରେ ସବୁଜିମା, ବନାଞ୍ଚଳ ଥାଇ ମଧ୍ୟ ବାୟୁ...

୨ ଡିଗ୍ରୀ ତଳେ ଶିମିଳିପାଳ: ବନ୍ୟପ୍ରାଣୀଙ୍କ ଉପରେ ପ୍ରଭାବ

ବାରିପଦା,୬ା୧୨(ନୀଳାଦ୍ରି ବିହାରୀ ଦଣ୍ଡପାଟ): ମୟୂରଭଞ୍ଜ ଜିଲାରେ ଶୀତର ଲହରୀ ବୃଦ୍ଧି ପାଉଛି। ଶିମିଳିପାଳରେ ପାରଦ ୨ ଡିଗ୍ରୀ ତଳକୁ ଖସିଆସିଛି। ତାପମାତ୍ରା ହ୍ରାସ ପାଇଥିବାରୁ ବନ୍ୟପ୍ରାଣୀଙ୍କ...

ଭୁବନେଶ୍ୱରରେ ପହଞ୍ଚିଲେ ହାର୍ଦ୍ଦିକ ପାଣ୍ଡ୍ୟା

ଭୁବନେଶ୍ୱର,୬ା୧୨: ଆସନ୍ତା ୯ ତାରିଖରେ କଟକର ବାରବାଟୀ ଷ୍ଟାଡିୟମରେ ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ପ୍ରଥମ ଟି୨୦ ମ୍ୟାଚ୍‌ ଖେଳାଯିବ। ଏନେଇ ଦୁଇ ଦଳର...

ଭାରତକୁ ୪୦,୦୦୦ ଏଲ୍‌ଏମ୍‌ଜି ଯୋଗାଇବ ଇସ୍ରାଏଲୀ କମ୍ପାନୀ

ଜେରୁଜେଲମ୍‌ ,୬ା୧୨: ଇସ୍ରାଏଲ୍‌ର ଏକ ପ୍ରମୁଖ ପ୍ରତିରକ୍ଷା କମ୍ପାନୀ ଭାରତକୁ ପ୍ରଥମ ପର୍ଯ୍ୟାୟରେ ୪୦ ହଜାର ହାଲୁକା ମେଶିନ୍‌ ଗନ୍‌ (ଏଲ୍‌ଏମ୍‌ଜି) ଯୋଗାଇବାକୁ ଯାଉଛି। ଆସନ୍ତାବର୍ଷ...

ଏୟାରବସ୍‌ ଏ-୩୨୦ରେ ଗୁଣବତ୍ତା ସମସ୍ୟା, ବିମାନ ଡେଲିଭରିରେ ବିଳମ୍ବ

ପ୍ୟାରିସ୍‌,୬ା୧୨: ଏୟାର ବସ୍‌ ଏ-୩୨୦ ବିମାନଗୁଡ଼ିକରେ ସଫ୍ଟଓ୍ବେର ସମସ୍ୟା ଦେଖାଦେବା ପରେ ଗତ ମାସରେ କମ୍ପାନୀ ସେଗୁଡ଼ିକର ସମାଧାନ କରିଥିଲା। ସଫ୍ଟଓ୍ବେର ଅପ୍‌ଡେଟ୍‌ ପାଇଁ ଅନେକ...

ପୁଣି ଜନନୀ ଯନ୍ତ୍ରଣା: ରାସ୍ତା ନ ଥିବାରୁ ଗାଁକୁ ଗଲାନି ଆମ୍ବୁଲାନ୍ସ, ଶେଷରେ…

ମୋହନା,୬ା୧୨(ମନ୍ମଥ ମିଶ୍ର): ଗଜପତି ଜିଲା ମୋହନା ବ୍ଲକର ଢେପାଗୁଡ଼ା ପଞ୍ଚାୟତରେ ଜନନୀ ଯନ୍ତ୍ରଣା ଥମିବାରେ ନାଁ ଧରୁନି । ରାସ୍ତା ନ ଥିବାରୁ କେଉଁଠି ଭାର...

ଦୁଇ ପୁଅ ଭାଜପାରେ ମିଶିବା ପରେ ପ୍ରତିକ୍ରିୟା ରଖିଲେ ପ୍ରଫୁଲ୍ଲ, କହିଲେ ରାଜନୀତିରେ..

ଭୁବନେଶ୍ୱର,୬।୧୨: ଦୁଇ ପୁଅ ଏବଂ ଭଉଣୀ ଭାଜପାରେ ମିଶିବା ପରେ ବିଜେଡି ନେତା ପ୍ରଫୁଲ୍ଲ ସାମଲ ପ୍ରଥମ ଥର ପାଇଁ ପ୍ରତିକ୍ରିୟା ରଖିଛନ୍ତି। ପ୍ରଫୁଲ୍ଲ ପ୍ରତିକ୍ରିୟାରେ...

ଗୋଟିଏ ଜୁଇରେ ଜଳିଲା ସ୍ବାମୀ-ସ୍ତ୍ରୀଙ୍କ ମୃତଦେହ, କାନ୍ଦ ବୋବାଳିରେ ଫାଟୁଛି ଗାଁ

ଦିଗପହଣ୍ଡି,୬ା୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି-ବ୍ରହ୍ମପୁର ୧୭ ନଂ ରାଜ୍ୟ ରାଜପଥର ଗଣିଆନାଳ ଛକ ମା ’ କୁରେଇଶୁଣି ମନ୍ଦିର ନିକଟରେ ଶୁକ୍ରବାର ଏକ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri