ତିବ୍ବତୀୟଙ୍କୁ ଦୀର୍ଘ ମିଆଦୀ ଜମି ଲିଜ୍‌ଦେଲେ ଆନ୍ଦୋଳନ

ଚନ୍ଦ୍ରଗିରି,୨୬ା୯(ଡି.ଏନ.ଏ.)-ଗଜପତି ଜିଲା ମୋହନା ଓ ଆର.ଉଦୟଗିରି ତହସିଲ ଅନ୍ତର୍ଗତ ପାଞ୍ଚଟି ପଞ୍ଚାୟତର ବିଭିନ୍ନ ସ୍ଥାନରେ ୬୦ବର୍ଷରୁ ଉର୍ଦ୍ଧ୍ୱ ହେଲା ତିବ୍ବତୀୟମାନେ ଶରଣାର୍ଥୀଭାବେ ରହୁଛନ୍ତି। ସରକାରଙ୍କ ନିୟମ ଅନୁଯାୟୀ ଏହି ଜମିକୁ ୫ବର୍ଷୀୟା ଲିଜ୍‌ରେ ଦିଆଯାଉଛି। ଅବଧି ପୂରଣ ପରେ ପୁଣି ନବୀକରଣ କରାଯାଇଥାଏ ଓ ଏନେଇ ସ୍ଥାନୀୟ ଜନସାଧାରଣଙ୍କ ମତ ନିଆଯାଏ। ୨୦୧୮ରେ ତିବ୍ବତୀୟମାନଙ୍କୁ ଦିଆଯାଇଥିବା ଜମିର ଲିଜ ସମୟ ସରିଛି। ଏବେ ସରକାର ଦୀର୍ଘମିଆଦୀ ଭାବେ ଏହାକୁ ଲିଜ ଦେବାକୁ ନିଷ୍ପତ୍ତି ନେଇଛନ୍ତି। ଏହାକୁ ସ୍ଥାନୀୟ ଆଦିବାସୀମାନେ ବିରୋଧ କରିବା ସହ ଏନେଇ ସର୍ବସାଧାରଣଙ୍କ ପାଇଁ ତହସିଲଦାରଙ୍କ ତରଫରୁ ଦିଆଯାଇଥିବା ବିଜ୍ଞାପନ ସମ୍ପର୍କରେ ଜାଣି ପାରି ନ ଥିବା କହିଛନ୍ତି। ସରକାର ଆଦିବାସୀଙ୍କ ପ୍ରତି ଅନ୍ୟାୟ କରୁଛନ୍ତି ଓ ଆଗାମୀ ଦିନରେ ଏନେଇ ଆନ୍ଦୋଳନ କରାଯିବବୋଲି ରାଜ୍ୟ ଆଦିବାସୀ ନେତା ଦଣ୍ଡପାଣି ରଇତ କହିଛନ୍ତି।
ପ୍ରକାଶ ଯେ, ମୋହନା ତହସିଲ କାର୍ଯ୍ୟାଳୟ ତରଫରୁ ଜିରାଙ୍ଗ ଓ ଲବାରସିଙ୍ଗ ପଞ୍ଚାୟତର ସର୍ବସାଧାରଣଙ୍କ ପାଇଁ ଏକ ନୋଟିସ ଜାରି କରାଯାଇଥିଲା। ଏଥିରେ ତିବ୍ବତୀୟ ଶରଣାର୍ଥୀଙ୍କୁ ଦୀର୍ଘମିଆଦୀ ସୂତ୍ରରେ ଜମି ଲିଜ୍‌ ଦିଆଯିବ ବୋଲି ଉଲ୍ଲେଖ ରହିଛି। ମାତ୍ର ତିବ୍ବତୀୟ ପୁନର୍ବାସ ନୀତି-୨୦୧୪ ଏବଂ ଓଡିଶା ସରକାରଙ୍କ ରାଜସ୍ବ ତଥା ବିପର୍ଯ୍ୟୟ ପରିଚାଳନା ବିଭାଗୀୟ କମିଶନରଙ୍କ ପତ୍ରସଂଖ୍ୟା-୩୫୩୮୭ ପ୍ରକାରେ ଏହି ଜମି ଦିଆଯାଉଛି। ତଦନୁଯାୟୀ ଜିଲାପାଳ ଗଜପତି ଏବଂ ତିବ୍ବତୀୟ ଶରଣାର୍ଥୀଙ୍କ ତରଫରୁ କେନ୍ଦ୍ରୀୟ ତିବ୍ବତୀୟ ରିଲିଫ କମିଟିର (ସିଟିଆରସି)ର ପ୍ରତିନିଧି ଚୋନର ସାମ ଦୁପଙ୍କ ମଧ୍ୟରେ ଲିଜ ଚୁକ୍ତିନାମା ସ୍ବାକ୍ଷରିତ ହେବ। ଏଥିରେ ଯଦି କାହାର କିଛି ଆପତ୍ତି/ ଅଭିଯୋଗ ଥାଏ ତେବେ ବିଜ୍ଞାପନ ଜାରି ହେବାର ୩୦ଦିନ ମଧ୍ୟରେ ମୋହନା ତହସିଲ କାର୍ଯ୍ୟାଳୟରେ ଅଭିଯୋଗ ଦାଖଲକଲେ ତାହା ବିଚାରକୁ ନିଆଯିବ। ଏହାର ନକଲ ଜିରାଙ୍ଗ ଓ ଲବାରସିଙ୍ଗ ସରପଞ୍ଚଙ୍କୁ ପଠାଯାଇଥିଲା। କିନ୍ତୁ ଅଭିଯୋଗକାରୀଙ୍କ କହିବା ପ୍ରକାରେ କୌଣସି ଲିଜ ସମ୍ବନ୍ଧୀୟ ସୂଚନା ସେମାନେ ପାଇ ନାହଁାନ୍ତି। ଏନେଇ ସେମାନେ ବିଳମ୍ବରେ ଖବର ଜାଣିବା ବେଳକୁ ବିଜ୍ଞାପନ ପ୍ରକାଶନର ୩ମାସ କୋଡିଏ ଦିନ ବିତିଯାଇଥିଲା। ତେଣୁ ସେମାନେ ନିର୍ଦ୍ଧାରିତ ସମୟ ମଧ୍ୟରେ ଅଭିଯୋଗ କରିପାରିନଥିଲେ। ଗତ ୧୦ ତାରିଖରେ ମୋହନା ତହସିଲଦାର କଲ୍ୟାଣୀ ସଙ୍ଘମିତ୍ରା ଦେବୀଙ୍କୁ ଭେଟି ତିବ୍ବତୀୟ ମାନଙ୍କୁ ଦୀର୍ଘ ମିଆଦୀ ଜମି ଲିଜ ନଦେବାକୁ ଅନୁରୋଧ କରିଛନ୍ତି। ଆଦିବାସୀଙ୍କ କହିବା ପ୍ରକାରେ, ଗଜପତି ଜିଲାପାଳ ବାସୁଦେବ ବାହିନୀପତିଙ୍କ ସମୟରେ ଅଞ୍ଚଳବାସୀଙ୍କୁ ୭୦୫ ଖଣ୍ଡ ଜମି ପଟ୍ଟା ବଣ୍ଟନ କରାଯାଇଥିଲା। କିନ୍ତୁ ଆଜିପର୍ଯ୍ୟନ୍ତ ଜମି ଚିହ୍ନଟ କରାଯାଉନି। ତିବ୍ବତୀୟମାନଙ୍କୁ ସରକାର କେଉଁ ଜମି ଦେବାକୁ ସ୍ଥିର କରିଛନ୍ତି, ତାହାର ତଥ୍ୟ ଶୁକ୍ରବାର ଦିଆନଗଲେ ଆମେ ଏହାକୁ ବିରୋଧ କରିବୁ। ଏହାସତ୍ତ୍ୱେ ଦୀର୍ଘ ମିଆଦୀ ଜମି ଲିଜ୍‌ ଦେଲେ ରାଜରାସ୍ତାକୁ ଓହ୍ଲାଇବୁ ବୋଲି ଓଡିଶା ରାଜ୍ୟ ଆଦିବାସୀ ମଞ୍ଚର ସଭାପତି ରଇତଙ୍କ ସମେତ ଦାମୋଦର ରଇତ, ଖମ୍ବେଶ୍ୱର ଦଳାଇ, ବାଙ୍କ ନାୟକ ପ୍ରମୁଖ ୧୨ ଖଣ୍ଡ ରାଜସ୍ବ ଗ୍ରାମର ଲୋକେ ମଙ୍ଗଳବାର ଚନ୍ଦ୍ରଗିରି ଆର୍‌ଆଇ କାର୍ଯ୍ୟାଳୟ ଆସି ଅସନ୍ତୋଷ ବ୍ୟକ୍ତ କରିଥିଲେ। ଏନେଇ ଚନ୍ଦ୍ରଗିରି ଆରଆଇଙ୍କୁ ପଚାରିବାରୁ, ତଫସିଲ ସମ୍ବନ୍ଧୀୟ କପି ତହସିଲଦାରଙ୍କ ଠାରୁ ଆଣି ଶୁକ୍ରବାର ପ୍ରଦାନ କରିବି ବୋଲି କହିଥିଲେ।
ଏ ନେଇ ତହସିଲଦାର କଲ୍ୟାଣୀ ସଙ୍ଘମିତ୍ରା ଦେବୀ କହିଛନ୍ତି, ତିବ୍ବତୀୟମାନଙ୍କୁ ଦୀର୍ଘ ମିଆଦୀ ଜମିଲିଜ ଦେବା କେନ୍ଦ୍ର ସରକାରଙ୍କ ନିଷ୍ପତ୍ତି। ଦୀର୍ଘମିଆଦି ମାନେ କେବଳ ୨୦ ବର୍ଷ। ଆଗରୁ ୫ ବର୍ଷକୁ ଥରେ ନବୀକରଣ ହେଉଥିଲା ଏବେ ତାହା ୨୦ ବର୍ଷରେ ହେବ। ସର୍ବସାଧାରଣ ଏହାକୁ ବୁଝିବା ଜରୁରୀ। ପୂର୍ବରୁ ଯେତିକି ଜମି ଲିଜ୍‌ ଆକାରରେ ଦିଆଯାଇଛି ସେତିକିର ହିଁ ଲିଜ୍‌ ନବୀକରଣ କରାଯିବ। ତାଠାରୁ ଗୋଟିଏ ଇଞ୍ଚ ବି ଅଧିକ ଦିଆଯିବ ନାହିଁ। ଲୋକଙ୍କୁ ଜଣାଇବାରେ ସମ୍ପୃକ୍ତ ପଞ୍ଚାୟତର ସରପଞ୍ଚ ବିଳମ୍ବ କରିଛନ୍ତି। ତଥାପି ସେମାନଙ୍କ ଅଭିଯୋଗ ଗ୍ରହଣ କରିଛୁ ଓ ଏହାକୁ ସରକାରଙ୍କ ପାଖରେ ପହଞ୍ଚାଯିବ।


Enter your email to get our daily news in your inbox.

All Right Reserved By Dharitri.Com

ଚା’ ପିଇ କଲେଜକୁ ଫେରୁଥିଲେ, ଧକ୍କା ଦେଲା ସ୍ପିଡ ବାଇକ୍‌; ଡାକ୍ତରୀ ଛାତ୍ରୀ ଗୁରୁତର

ବଲାଙ୍ଗୀର,୧୪।୨ -( ସୁନିଲ କୁମାର ମହାନ୍ତି) ବଲାଙ୍ଗୀର ସହର ଭିଆଇପି ରାସ୍ତା ତଥା ଭାଗିରଥି ଛକରୁ ସର୍କିଟ ହାଉସ୍ ରାସ୍ତାରେ ଜଣେ ସ୍ପିଡ ବାଇକ ଆରୋହୀଙ୍କ ଧକ୍କାରେ…

ପ୍ରେମ ବିବାହ କରିଥିବା ଯୁବକଙ୍କୁ ଅପହରଣ, ବାପାଙ୍କ ନାଁରେ ଥାନାରେ ଏତଲା ଦେଲେ ଝିଅ

ତୁମୁଡିବନ୍ଧ,୧୪ା୨(ଦୀପକ କୁମାର ପରାସେଠ)- ଭଲପାଇ ପ୍ରେମ ବିବାହ କରିଥିବା ଜଣେ ଯୁବକଙ୍କୁ ଅପହରଣ କରାଯାଇଛି। କନ୍ଧମାଳ ଜିଲାର ଏହି ଯୁବକ ପୁରୀ ଜିଲାର ଏକ ଗ୍ରାମରେ ଡାକ…

୩ ଦିନ ବ୍ୟବଧାନରେ ପୁଣି ବୁଲିଲା ଖଣ୍ଡା, ଫୁଟିଲା ଗୁଳି; ବୈଶିଙ୍ଗାରେ ବଢୁଛି ଅସମାଜିକ ବ୍ୟକ୍ତିଙ୍କ ଦୌରାତ୍ମ୍ୟ 

ବୈଶିଙ୍ଗା,୧୦।୨(ରତନ ଦାଶ): ମୟୂରଭଞ୍ଜ ଜିଲ୍ଲାର ବୈଶିଙ୍ଗା ଥାନା ଅଞ୍ଚଳ ଅଶାନ୍ତ ହୋଇଉଠିଛି। ଶୁକ୍ରବାର ୮  ଜଣ କୁଖ୍ୟାତ ଆନ୍ତଃରାଜ୍ୟ ଡ଼କାୟତଙ୍କୁ ବିଭିନ୍ନ ମାରଣାସ୍ତ୍ର ସହ ଧରି କୋର୍ଟ…

ବୁଲାଣି ରାସ୍ତାରେ ଅଘଟଣ: ଓଭରଟେକ୍‌ କରିବା ବେଳେ ଓଲଟି ପଡ଼ିଲା ବସ୍‌, ୧୪ ଯାତ୍ରୀ…

ଗଜପତି/ମୋହନା,୧୪।୨(ଗିରିଧାରୀ ପରିଚ୍ଛା/ମନ୍ମଥ ମିଶ୍ର )): ଗଜପତି ଜିଲା ଚାନ୍ଦିପୁଟ କଲେଜ ନିକଟରେ ଥିବା ବୁଲାଣି ରାସ୍ତାରେ ଶନିବାର ବଡ଼ ଦୁର୍ଘଟଣା ଘଟିଛି। ରାସ୍ତାକଡ଼ରେ ଥିବା ମାଟି ଅତଡ଼ାରେ…

ଟ୍ରାକ୍‌ରୁ ଖସିଲା ଟ୍ରେନ୍‌, ଯୁଦ୍ଧକାଳୀନ ଭିତ୍ତିରେ ଚାଲିଛି…

କୋରାପୁଟ,୧୪ା୨(ଅମିତାଭ ବେହେରା): କୋରାପୁଟ ନିକଟରେ ଏକ ମାଲବାହୀ ଟ୍ରେନର ଗୋଟିଏ ଓ୍ବାଗନ ଲାଇନଚ୍ୟୁତ ହୋଇଥିବା ଜଣାଯାଇଛି। କେ କେ ଲାଇନର ଦୟାନିଧିଗୁଡ଼ା-ମାନବାର ମଧ୍ୟରେ ଏହି ଓ୍ବାଗନ ଲାଇନଚ୍ୟୁତ…

ପ୍ରେମ ସପ୍ତାହରେ ପଢ଼ାଉଥିଲେ ପ୍ରେମପାଠ, ଛାତ୍ରୀଙ୍କୁ ଗୁଲଗୁଲା-ସିଙ୍ଗଡ଼ା ଡାକି ବନ୍ଧାହେଲେ ବିଜ୍ଞାନ ଶିକ୍ଷକ

ଦେବଗଡ଼,୧୪ା୨(ଶଶାଙ୍କ ଶେଖର ଝାଙ୍କର): ପ୍ରେମ ସପ୍ତାହରେ ବିଜ୍ଞାନ ଶିକ୍ଷକ ସ୍କୁଲ ଛାତ୍ରୀଙ୍କୁ ପ୍ରେମର ପାଠ ପଢ଼ାଉଥିବା ଘଟଣାରେ ଶନିବାର ଗିରଫ ହେଇଥିବା ଜଣାପଡ଼ିଛି। ଖବର ମୁତାବକ କୁଣ୍ଢେଇଗୋଳା…

ବିଧାୟକଙ୍କ ବଡ଼ ବୟାନ: ଏଣିକି ତଡ଼ିପାର୍‌ ହେବେ ସହରର…

ବରଗଡ଼,୧୪ା୨(ପ୍ରେମାନନ୍ଦ ଖମାରୀ): ବରଗଡ଼ ସହର ବିକାଶ ଆଡ଼କୁ ମୁହାଁଉଛି। ମାତ୍ର ଏଠାରେ ଆଇନଶୃଙ୍ଖଳା ତଥା ସୁରକ୍ଷା ବ୍ୟବସ୍ଥା ହୁଗୁଳା ହୋଇପଡ଼ିଛି। ସ୍ଥାନୀୟ ଯୁବପିଢ଼ି ନିଶାଖୋର୍‌ ହୋଇ ପଥଭ୍ରଷ୍ଟ…

ଜୀବିତ ବୃଦ୍ଧାଙ୍କୁ ମୃତ ସଜାଇ ୪ ବର୍ଷ ହେଲା ମୁହଁରୁ ଦାନା ଛଡ଼ାଇ ନେଇଛନ୍ତି, ଏଯାଏ ମିଳିନି ଆବାସ କି…

ଥୁଆମୂଳ ରାମପୁର,୧୪ା୨(ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକର ଅଡ୍ରି ପଞ୍ଚାୟତସ୍ଥିତ ଦୋଲଗୁଡ଼ା (ଟଟା ପଡ଼ା) ଗ୍ରାମରେ ଯେଉଁ ଦୃଶ୍ୟ ଦେଖିବାକୁ ମିଳିଛି, ତାହା ବିକାଶର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri