ତିନ୍‌ ତଲାକ୍‌ ଜାଲରେ ଫଶିଥିଲେ ‘ଟ୍ରାଜେଡି କୁଇନ୍‌’

ବଲିଉଡର ଟ୍ରାଜେଡି କୁଇନ୍‌ ମୀନା କୁମାରୀଙ୍କ ଆଜି ୮୬ତମ ଜନ୍ମଦିନ। ସାହେବ ବିବି ଔର ଗୁଲାମର ଛୋଟି ବହୁ ଚରିତ୍ର, ପାକିଜାର ମାହଜବିନ ବା ମେରେ ଅପନେ ଫିଲ୍ମର ଆନନ୍ଦୀ ଦେବୀ ଭୂମିକାରେ ତାଙ୍କ ଅଭିନୟ ଏବେ ବି ଫ୍ୟାନଙ୍କ ହୃଦୟରେ ବସା ବାନ୍ଧିଛି। ନାୟକମାନେ ତାଙ୍କ ସହିତ ଅଭିନୟ କରିବାକୁ ଚାତକ ପରି ଚାହିଁ ରହୁଥିଲେ। ହିନ୍ଦୀ ସିନେମାରେ ଗୁରୁଦତ୍ତ, ରାଜକୁମାର ଓ ଦେବାନନ୍ଦଙ୍କ ସହ ଯୋଡି ମୀନା କୁମାରୀଙ୍କର ଜମିଥିଲା । ସାହେବ ବିବି ଔର ଗୁଲାମ, ପରିଣିତା, କାଜଲ ପାଇଁ ମୀନା କୁମାରୀଙ୍କୁ ଫିଲ୍ମ ଫେୟାର ସର୍ବଶ୍ରେଷ୍ଠ ଅଭିନେତ୍ରୀର ପୁରସ୍କାର ମିଳିଥିଲା। ବୈଜୁ ବାବରା, ଏକ ହି ରିସ୍ତା, ଶାରଦା, ଶରାରତ, ଦିଲ ଅପନା, ପ୍ରୀତ ପରାଇ, ଆଜାଦ, କୋହିନୁର, ଫୁଲ ଔର ପଥର, ଦିଲ ଏକ ମନ୍ଦିର ଭଳି ହିଟ ଫିଲ୍ମ ସେ ବଲିଉଡକୁ ଉପହାର ଦେଇଛନ୍ତି। ୧୯୭୨ରେ ରିଲିଜ ହୋଇଥିବା ଫିଲ୍ମ ‘ପାକିଜା’ ତାଙ୍କ ଅଭିନୀତ ଶେଷ ଫିଲ୍ମ ଥିଲା। ମାତ୍ର ୩୮ ବର୍ଷ ବୟସରେ ୧୯୭୨ରେ ତାଙ୍କର ପରଲୋକ ଘଟିଥିଲା। ଏହି ସ୍ପଳ୍ପ ସମୟ ମଧ୍ୟରେ ୯୦ରୁ ଅଧିକ ଫିଲ୍ମରେ ଅଭିନୟ କରିଛନ୍ତି ମୀନା କୁମାରୀ।

ତାଙ୍କ ଅଭିନୀତ ଫିଲ୍ମର ଚରିତ୍ର ଭଳି ତାଙ୍କ ଅସଲ ଜୀବନ ବି କୌଣସି ଟ୍ରାଜେଡି ଠାରୁ କମ ନ ଥିଲା। ସେ ତିନି ତଲାକ୍‌ର ଶିକାର ହୋଇଥିଲେ। ଦିନେ ପାରିବାରିକ କଳହ କାରଣରୁ ସ୍ବାମୀ କମଲ ଅମରୋହୀ ମୀନାଙ୍କୁ ରାଗବଶତଃ ତିନି ଥର ତଲାକ କହିଦେଇଥିଲେ। ଫଳରେ ତାଙ୍କ ବୈବାହିକ ଜୀବନ ଭାଙ୍ଗି ପଡିଥିଲା। ଏହି ଦୁଃଖରେ ମୀନା କୁମାରୀ ମଦ୍ୟାପାନ କରିବାକୁ ଆରମ୍ଭ କରିଥିଲେ। ମାତ୍ର ପରବର୍ତ୍ତୀ ସମୟରେ କମଲ ନିଜ ଭୁଲ ବୁଝି ପାରିଥିଲେ ଏବଂ ମୀନାଙ୍କୁ ଫେରାଇ ଆଣିବାକୁ ଚାହିଁଥିଲେ। ଇସଲାମ ଆଇନ ଅନୁସାରେ ମୀନାଙ୍କୁ ହଲାଲା ଅର୍ଥାତ୍‌ ମୀନା ଅନ୍ୟ ଜଣେ ପୁରୁଷଙ୍କୁ ବିବାହ କରିବା ପରେ ତାଙ୍କଠାରୁ ତଲାକ ନେଇ କମାଲଙ୍କୁ ପୁଣି ଥରେ ବିବାହ କରିପାରିବେ ବୋଲି ନିୟମ ରହିଛି। ମୀନା ବାଧ୍ୟ ହୋଇ କମଲଙ୍କ ଘନିଷ୍ଠ ବନ୍ଧୁ ଭମାନ ଉଲା ଖାନଙ୍କୁ ବିବାହ କରିଥିଲେ। ଭମାନଙ୍କଠାରୁ ତଲାକ ନେଇ ମୀନା କମଲଙ୍କୁ ପୁଣି ଥରେ ବିବାହ କରିଥିଲେ। ମାତ୍ର ଶେଷରେ ରୋଗାକ୍ରାନ୍ତ ହୋଇ ମାତ୍ର ୩୯ ବର୍ଷ ବୟସରେ ମୀନା କୁମାରୀ ସବୁଦିନ ପାଇଁ ଆଖି ବୁଜିଦେଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଖେଳୁ ଖେଳୁ ହଠାତ୍ ପଡ଼ିଆ ମଝିରେ ନାଚିଲେ ହିଟମ୍ୟାନ, ଭିଡିଓ ଦେଖିଲେ….

ଗୁଆହାଟୀ,୩୦ା୯: ୱେଷ୍ଟଇଣ୍ଡିଜ ବିପକ୍ଷ ଦ୍ୱିତୀୟ ଦିନିକିଆରେ ‘ହିଟମ୍ୟାନ୍’ ରୋହିତ ଶର୍ମାଙ୍କ ବ୍ୟାଟ୍‌ରୁ ଦେଖିବାକୁ ମିଳିଛି ଧମାକାଦାର ଶତକ । ୪୦୬ ରନ୍‌ର ବିଶାଳ ଲକ୍ଷ୍ୟ ପିଛା କରୁଥିବା…

ଶିକ୍ଷା ବିଭାଗର ସମନ୍ୱୟ ଅଭାବ: ଷାଣ୍ମାସିକ ପରୀକ୍ଷା ବେଳେ ଜିଲାସ୍ତରୀୟ କ୍ରୀଡ଼ା, ପରୀକ୍ଷାରୁ ବଞ୍ଚିତ ହେଲେ ଛାତ୍ରଛାତ୍ରୀ

ଅମରପାଲି, ୩୦ା୯(ପୀତାମ୍ବର ସାହୁ): ସରକାର ଶିକ୍ଷାକୁ ସାର୍ବଜନୀନ ଓ ବାଧ୍ୟତାମୂଳକ କରିଥିବା ବେଳେ ଶିକ୍ଷା ବିଭାଗରେ ସମନ୍ୱୟର ଅଭାବକୁ ନେଇ ସୁବର୍ଣ୍ଣପୁର ଜିଲା ବୀରମହାରାଜପୁର ବ୍ଲକରେ ଗମ୍ଭୀର…

ବିମାନକୁ କ୍ରାଶ କରିବାକୁ….ବଡ଼ ବୟାନ ଦେଲେ ପ୍ରଧାନମନ୍ତ୍ରୀ, ବିଶ୍ବରେ ହଇଚଇ!

ଦୁବାଇରୁ ଇସ୍ରାଏଲ ଯାଉଥିବା ଏକ ଫ୍ଲାଇଦୁବାଇ ବିମାନରେ ହୋଇଥିବା ଅଘଟଣକୁ ନେଇ ପ୍ରତିକ୍ରିୟା ଦେଇଛନ୍ତି ଇସ୍ରାଏଲ ପ୍ରଧାନମନ୍ତ୍ରୀ ବେଞ୍ଜାମିନ ନେତନ୍ୟାହୁ । ବିମାନ ଇସ୍ରାଏଲ ନିକଟରେ ପହଞ୍ଚିବା…

କାଗଜପତ୍ରରେ ବଦଳିଲା, ନାମଫଳକରେ ନାହିଁ: ବରଗଡ଼ର ଇଂରାଜୀ ବନାନକୁ ନେଇ ଦ୍ୱନ୍ଦ୍ୱରେ ଜିଲାବାସୀ

ବରଗଡ଼, ୩୦ା୯(ପ୍ରେମାନନ୍ଦ ଖମାରୀ): ରାଜ୍ୟର ବିଭିନ୍ନ ଜିଲା, ଉପଖଣ୍ଡ, ତହସିଲ, ବ୍ଲକ ଏବଂ ସହରାଞ୍ଚଳଗୁଡ଼ିକର ଅଶୁଦ୍ଧ ତଥା ଅପଭ୍ରଂଶ ଇଂରାଜୀ ବନାନକୁ ସଂଶୋଧନ କରି ଓଡ଼ିଶାର ଭାଷାଗତ…

ବିଶ୍ୱ ରେକର୍ଡ ଭାଙ୍ଗିଲେ ଗିଲ୍, ଏହି ଖେଳାଳିଙ୍କୁ ପଛରେ ପକାଇ କଲେ…

ଗୁଆହାଟୀ,୩୦ା୯: ୱେଷ୍ଟଇଣ୍ଡିଜ ବିପକ୍ଷ ଦ୍ୱିତୀୟ ଦିନିକିଆରେ ଭାରତୀୟ ଅଧିନାୟକ ଶୁବମନ ଗିଲ୍ ନିଜ ନାମରେ ଆଉ ଏକ ବଡ଼ ବିଶ୍ୱ ରେକର୍ଡ ଯୋଡ଼ିଛନ୍ତି । ଗୁଆହାଟୀର ବାରସାପାରା…

ମହାସଂଯୋଗ! ଅକ୍ଟୋବର ଆରମ୍ଭରୁ ଚମକିବ ୫ଟି ରାଶିର ଭାଗ୍ୟ! ବୁଧ-ଅରୁଣଙ୍କ କୃପାରୁ ହେବେ ମାଲାମାଲ୍ !

ଜ୍ୟୋତିଷ ଶାସ୍ତ୍ରରେ ଗ୍ରହମାନଙ୍କର ଗୋଚର ଓ ବିଶେଷ ସଂଯୋଗର ଏକ ବଡ଼ ଗୁରୁତ୍ୱ ରହିଛି । ୩୦ ସେପ୍ଟେମ୍ବର ୨୦୨୬ ସକାଳ ୮ଟା ୫୬ ମିନିଟ୍‌ରେ ବୁଧ…

ବିଜୟଙ୍କ ବଡ଼ ବୟାନ: ରାଜା ହେବାକୁ ନୁହେଁ, ରାଜନୀତିକୁ ଆସିଛି….

ଚେନ୍ନାଇ,୩୦।୯: ତାମିଲନାଡୁର ଧାରାପୁରମରେ ଏକ ନିର୍ବାଚନୀ ସଭାରେ ମୁଖ୍ୟମନ୍ତ୍ରୀ ସି. ଜୋସେଫ ବିଜୟ ନିଜ ଦଳ TVKର ରାଜନୈତିକ ଆଭିମୁଖ୍ୟ ନେଇ ବଡ଼ ବୟାନ ଦେଇଛନ୍ତି। ସେ…

ବଦଳିଗଲା ନିୟମ! ରାସନ୍ ନେବା ପାଇଁ ଆଉ ଦରକାର ନାହିଁ ଫିଙ୍ଗରପ୍ରିଣ୍ଟ, ଅକ୍ଟୋବର ୧ ରୁ କରିବାକୁ ପଡ଼ିବ…

ନୂଆଦିଲ୍ଲୀ,୩୦ା୯: ୧୭ଶ ଆଧାର ଦିବସ (୨୯ ସେପ୍ଟେମ୍ବର ୨୦୨୬) ଅବସରରେ ଦେଶର କୋଟି କୋଟି ରାଶନ୍ କାର୍ଡଧାରୀଙ୍କ ପାଇଁ ଏକ ପ୍ରମୁଖ ସୁବିଧାର ଘୋଷଣା କରାଯାଇଛି ।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?