ତିନିରଥର ଶୋଭା ବଢାଏ ୯୬ ପିତ୍ତଳ ସାମଗ୍ରୀ

ପୁରୀ ଅଫିସ,୨।୭: ଶ୍ରୀମନ୍ଦିର ସ୍ବତ୍ତ୍ବଲିପି ଅନୁଯାୟୀ ମହାପ୍ରଭୁଙ୍କ ସେବାରେ ୧୧୯ ପ୍ରକାର ସେବକ ଅଛନ୍ତି। ହେଲେ ଏଥିମଧ୍ୟରୁ ଅନେକ ସେବା ପ୍ରାୟ ବନ୍ଦ ହୋଇଯାଇଛି। କିନ୍ତୁ ଏମିତି ଏକ ପରିବାର ଅଛି, ସେମାନେ ଶ୍ରୀମନ୍ଦିରର ସେବକ ନ ହେଲେ ବି ମହାପ୍ରଭୁଙ୍କ ସେବା କରିବାର ସୁଯୋଗ ପାଇଛନ୍ତି। ରଥଯାତ୍ରା ଆସିଲେ ଏହି ପରିବାରକୁ ଖୋଜାପଡ଼େ। ସିଦ୍ଧ ମହାବୀର ଅଞ୍ଚଳ ଯାଗେଶ୍ୱରୀ ଲେନ୍‌ର ସାଗର ସାହୁଙ୍କ ପରିବାର ବର୍ଷକୁ ମାତ୍ର ୧୫ଦିନ ଦାରୁବିଗ୍ରହଙ୍କ ସେବାରେ ନିଜକୁ ସମର୍ପି ଦିଅନ୍ତି। ତିନିରଥର ଶୋଭାବର୍ଦ୍ଧନ କରୁଥିବା ପିତ୍ତଳ ସାମଗ୍ରୀକୁ ମାଜି ଚକ୍‌ ଚକ୍‌ କରନ୍ତି। ଦୀର୍ଘବର୍ଷ ହେଲା ଏହି ସେବା କରିଆସୁଛନ୍ତି ସାଗରଙ୍କ ପରିବାର। ପୂର୍ବରୁ ତାଙ୍କ ବାପା ଏହି କାର୍ଯ୍ୟ କରୁଥିଲେ। ଏବେ ସେ ଦାୟିତ୍ୱ ସମ୍ଭାଳୁଥିବାବେଳେ ପ୍ରଥମକରି ଚଳିତବର୍ଷ ପୁଅ ଦେବାଶିଷ(୨୦)ଙ୍କୁ ଏଥିରେ ସାମିଲ କରିଛନ୍ତି। ବଡଦାଣ୍ଡରେ ରଥ ଗଡୁଥିବାବେଳେ ଶ୍ରଦ୍ଧାଳୁଙ୍କ ନଜର ପଡ଼େ ରଥକନା ଉପରେ ଲାଗିଥିବା ମାଛ, ଯୋଡ଼ିହଂସ, ମଗରମୁଣ୍ଡ, ସଖୀ, କଦଳୀ ଗଛ ଓ ରାହୁମୁଣ୍ଡ ଉପରେ। ଏସବୁ କାରୁକାର୍ଯ୍ୟ ସାମଗ୍ରୀ ପିତ୍ତଳରେ ନିର୍ମିତ। ଏଗୁଡ଼ିକୁ ସାଗରଙ୍କ ପରିବାର ସଫା ଓ ମରାମତି କରିଥାନ୍ତି।
ଏ ସମ୍ପର୍କରେ ସାଗର କୁହନ୍ତି, ବୃତ୍ତିରେ ଆମେ କଂସାରୀ। ରଥରେ ଲାଗୁଥିବା ପିତ୍ତଳ ସାମଗ୍ରୀକୁ ପ୍ରତିବର୍ଷ ସଫା ଓ ଆବଶ୍ୟକ ମରାମତି କରିବାର ଆମକୁ ସୁଯୋଗ ମିଳିଛି। ନେତ୍ରୋତ୍ସବ ଦିନ କନା ଉପରେ ପିତ୍ତଳ କାରୁକାର୍ଯ୍ୟପୂର୍ଣ୍ଣ ନିର୍ମିତ ମାଛ, ମଗରମୁଣ୍ଡ, ସଖୀ, ଯୋଡ଼ିହଂସ, ରାହୁମୁଣ୍ଡ ଓ କଦଳୀ ଗଛ ଲାଗିଥାଏ। ତିନିରଥରେ ମାଛ ଓ କଦଳୀଗଛ ୨୪ଟି ଲେଖାଏ ଏବଂ ଅନ୍ୟସବୁ ସାମଗ୍ରୀ ୧୨ଟି ଲେଖାଏ ଏହିପରି ମୋଟ ୯୬ଟି ଲାଗିଥାଏ। ସ୍ନାନଯାତ୍ରା ପରଦିନ ଶ୍ରୀମନ୍ଦିର ପ୍ରଶାସନ ଏହି ସାମଗ୍ରୀ ଦେଇଥାନ୍ତି। ଏସବୁକୁ ମେଶିନ ଓ ହାତରେ ସଫା କରାଯାଏ। ମରାମତି ଆବଶ୍ୟକ ହେଲେ ତାହା ମଧ୍ୟ କରିଥାଉ। ସଫା କରିବା ଲାଗି ବିଭିନ୍ନ ପ୍ରକାର ରାସାୟନିକ ପଦାର୍ଥ, ତେନ୍ତୁଳିମଣ୍ଡ ବ୍ୟବହାର କରାଯାଏ। ନେତ୍ରୋତ୍ସବ ଦିନ ଏସବୁକୁ ନେଇ ଶ୍ରୀମନ୍ଦିର ପ୍ରଶାସନ ଜିମା ଦେଇଥାଏ। ସେହି ଅନୁସାରେ ମଙ୍ଗଳବାର ଏହି ସାମଗ୍ରୀ ମନ୍ଦିର ପ୍ରଶାସନକୁ ଦିଆଯିବ।
ସାଗର କହିଛନ୍ତି, ଅନେକ ଲୋକ ଅଛନ୍ତି ମହାପ୍ରଭୁଙ୍କ ସେବା କରିବାକୁ ଚାହୁଁଥିଲେ ମଧ୍ୟ ସୁଯୋଗ ପାଆନ୍ତି ନାହିଁ। ଆମ ପରିବାରକୁ ଠାକୁରଙ୍କ ସେବା କରିବାର ସୁଯୋଗ ମିଳିଥିବାରୁ ବହୁତ ଖୁସି। ମହାପ୍ରଭୁ ଆମକୁ ଭଲରେ ରଖିଛନ୍ତି। ସେମିତି କିଛି ଅସୁବିଧା ନାହିଁ। ମୁଁ ବାପାଙ୍କଠାରୁ ସଫା ଓ ମରାମତି କାମ ଶିଖିଥିଲି। ଏ ବର୍ଷ ପୁଅକୁ ଏହି କାମରେ ନିୟୋଜିତ କରିଛି। ସେ ବି ଆଗ୍ରହ ରଖି ମୋତେ ସହଯୋଗ କରିଛି। ଆମ ପରିବାରକୁ ଏମିତି ସେବା କରିବାର ସୁଯୋଗ ମିଳୁଥାଉ, ଏତିକି ହିଁ ମହାପ୍ରଭୁଙ୍କ ନିକଟରେ କାମନା କରୁଛି ବୋଲି ସାଗର ପ୍ରକାଶ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ପୁଅ ହେବ ତ ଏମିତି… ପାଲିଙ୍କିରେ ମାତା-ପିତାଙ୍କୁ ବସାଇ ୧୫ କିମି ପଦଯାତ୍ରା, ଝୁମରନାଥ ଧାମ ଦର୍ଶନ କରାଇଲେ

ଲକ୍ଷ୍ନୌ,୫।୮: ଉତ୍ତର ପ୍ରଦେଶର ଲଲିତପୁର ଜିଲାରୁ ସାମ୍ନାକୁ ଆସିଛି ଭକ୍ତି, ସେବା ଓ ସଂସ୍କାରର ଏକ ପ୍ରେରଣାଦାୟକ ଚିତ୍ର । ବାର କସ୍ବାର ମୋତିଖେଡ଼ା ଗ୍ରାମର ବାସିନ୍ଦା…

୨୦୨୭ ODI ବିଶ୍ୱକପକୁ ନେଇ ଆସିଲା ବଡ଼ ଅପଡେଟ: କାର୍ଯ୍ୟସୂଚୀ ଘୋଷଣା କଲା ICC

ନୂଆଦିଲ୍ଲୀ,୫।୮: 2027 ODI ବିଶ୍ୱକପର କାର୍ଯ୍ୟସୂଚୀକୁ ନେଇ ଏକ ବଡ଼ ଅପଡେଟ ପ୍ରକାଶ ପାଇଛି। ଅନ୍ତର୍ଜାତୀୟ କ୍ରିକେଟ ପରିଷଦ (ICC) ଟୁର୍ଣ୍ଣାମେଣ୍ଟର ଯୋଗ୍ୟତା ପର୍ଯ୍ୟାୟ ପାଇଁ ତାରିଖ…

ବିଭିନ୍ନ ସରକାରୀ ଅନୁଷ୍ଠାନକୁ ଅଚାନକ ଗସ୍ତ କଲେ ଜିଲାପାଳ, କାର୍ଯ୍ୟପ୍ରଣାଳୀ ଅନୁଧ୍ୟାନ କରି…

ନବରଙ୍ଗପୁର,୫ା୮(ସଦାଶିବ ପ୍ରହରାଜ): ନବରଙ୍ଗପୁର ଜିଲାପାଳ ଡ. ମହେଶ୍ୱର ସ୍ବାଇଁ ବୁଧବାର ନନ୍ଦାହାଣ୍ଡି ବ୍ଲକ ଅନ୍ତର୍ଗତ ନନ୍ଦାହାଣ୍ଡି ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର (CHC), ନିସ୍ନାହାଣ୍ଡି ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ଏବଂ…

ବେକରେ ଓଢ଼ଣୀ ବାନ୍ଧି ଝୁଲିପଡ଼ିଲେ ଦଶମ ଶ୍ରେଣୀ ଛାତ୍ରୀ, ପଢ଼ା ଖାତା ଜବତ କରି ପୋଲିସ…

ଝରିଗାଁ,୫ା୮(କିଶୋର ଚନ୍ଦ୍ର ମଣ୍ଡଳ): ବେକରେ ଓଢ଼ଣୀ ଦେଇ ଝୁଲି ପଡ଼ିଛନ୍ତି ଜଣେ ଦଶମ ଶ୍ରେଣୀ ଛାତ୍ରୀ। ନବରଙ୍ଗପୁର ଜିଲା ଝରିଗାଁ ବ୍ଲକ ଚଚା ପଞ୍ଚାୟତ ଅନ୍ତର୍ଗତ ଗବାଗୁଡ଼ା…

ସୁପ୍ରିମକୋର୍ଟ ଛାତ୍ରମାନଙ୍କ ବିରୁଦ୍ଧରେ କଠୋର କାର୍ଯ୍ୟାନୁଷ୍ଠାନ ସପକ୍ଷରେ ନାହାନ୍ତି

ନୂଆଦିଲ୍ଲୀ,୫।୮: ଜଣେ ଆବେଦନକାରୀ କୌଣସି ରାଜନୈତିକ ସମାଧାନ ଆଧାରରେ ଛାତ୍ର ପ୍ରତିବାଦ ସମୟରେ ବିଶୃଙ୍ଖଳା ସମ୍ବନ୍ଧୀୟ ମାମଲା ପ୍ରତ୍ୟାହାର କରିବାକୁ ବିରୋଧ କରିଛନ୍ତି। ଆବେଦନରେ ଆୟୋଜକଙ୍କ ଉପରେ…

ଫିଲ୍ମ ନା ଆଉ କିଛି…କେଉଁଥିରୁ ଏତେଟଙ୍କା କମାନ୍ତି ଉଦୟନିଧି ଷ୍ଟାଲିନ୍‌? ଜାଣନ୍ତୁ ନେଟଓ଼୍ବର୍ଥ

ନୂଆଦିଲ୍ଲୀ,୫।୮: ତାମିଲନାଡୁ ରାଜନୀତିରେ ଆଜିକାଲି ପ୍ରବଳ ହଲଚଲ ଦେଖିବାକୁ ମିଳୁଛି। ତାଞ୍ଜାଭୁରରେ ଆୟୋଜିତ ଏକ ଜନସଭା ସମୟରେ ଅଭିନେତ୍ରୀ ତ୍ରିଷା କୃଷ୍ଣନଙ୍କୁ ନେଇ ଦିଆଯାଇଥିବା ବିବାଦୀୟ ବକ୍ତବ୍ୟ…

ପ୍ରଥମ ଶ୍ରେଣୀ ସାହିତ୍ୟ ବହିରେ ପୁଣି ତ୍ରୁଟି; ‘ଅ’ ‘ଆ’ ବଦଳରେ ‘ଚ’ ରୁ ଆରମ୍ଭ ବର୍ଣ୍ଣମାଳା, ସରକାର କହିଲେ…

ଭୁବନେଶ୍ବର,୫।୮: ପ୍ରଥମ ଶ୍ରେଣୀ ସାହିତ୍ୟ ବହିରେ ତ୍ରୁଟି ସାମ୍ନାକୁ ଆସିଛି । ସଂଶୋଧନ ପରେ ତ୍ରୁଟିକୁ ନେଇ ପୁଣିଥରେ ଚର୍ଚ୍ଚା ଆରମ୍ଭ ହୋଇଛି । ଅ ଆ…

‘ମୁଁ ଏମକେ ଷ୍ଟାଲିନଙ୍କ ପୁଅ…,’କାହିଁକି ଏମିତି କହିଲେ ଉଦୟନିଧି? ଏବେ ବିଜୟଙ୍କୁ କଲେଣି ଟାର୍ଗେଟ

ଚେନ୍ନାଇ,୫।୮: ଅଭିନେତ୍ରୀ ତ୍ରିଶାଙ୍କ ବିଷୟରେ ଦୁଇ-ଆକ୍ଷେପ ମନ୍ତବ୍ୟ ଦେବା ଅଭିଯୋଗରେ ଗିରଫ ହେବାର କିଛି ଘଣ୍ଟା ପରେ ଉଦୟନିଧି ଷ୍ଟାଲିନଙ୍କୁ କୋର୍ଟରୁ ଆଶ୍ୱସ୍ତି ମିଳିଥିଲା। ମୁକ୍ତି ପରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri