ତିନିଫୁଟିଆ ମହାରାଜା ଦୋସା

ସମ୍ବଲପୁର ଜିଲା ରେଙ୍ଗାଲି ବାଇପାସ ଛକ ନିକଟରେ ହଟ୍‌ସ୍ପାଇସ ରେସ୍ତୋରାଁ ରହିଛି। ୧୦ ନମ୍ବର ରାଜପଥ (ବିଜୁ ଏକ୍ସପ୍ରେସ) ପାର୍ଶ୍ୱରେ ଏହା ରହିଥିବାରୁ ରାଜ୍ୟର ବିଭିନ୍ନ ଅଞ୍ଚଳରୁ ଗ୍ରାହକମାନେ ଏଠାକୁ ଆସିଥାନ୍ତି। ଗ୍ରାହକମାନଙ୍କ ରୁଚି ଅନୁସାରେ ଏଠାରେ ଡିଶ୍‌ ପ୍ରସ୍ତୁତ ହୋଇଥାଏ। ଏହି କ୍ରମରେ ତିନିଫୁଟିଆ ମହାରାଜା ଦୋସା ରେସ୍ତୋରାଁର ପ୍ରମୁଖ ଡିଶ୍‌ ମଧ୍ୟରେ ଅନ୍ୟତମ। ଏହାର ଲମ୍ବ ୩ ଫୁଟ ଥିବାବେଳେ ମୂଲ୍ୟ ରହିଛି ୯୯ ଟଙ୍କା। ଏହାକୁ ୨ଜଣ ଗ୍ରାହକ ଖାଇଥାନ୍ତି। ଯଦି ଜଣେ ଗ୍ରାହକ ଏହାକୁ ଜଳଖିଆ ଓ ସନ୍ଧ୍ୟାରେ ଖାଇବେ ତେବେ ତାଙ୍କୁ ମଧ୍ୟାହ୍ନ କିମ୍ବା ରାତ୍ରି ଭୋଜନର ଆବଶ୍ୟକତା କ୍ବଚିତ ହୋଇଥାଏ ବୋଲି କହନ୍ତି ରେସ୍ତୋରାଁର ସେଫ୍‌ ଜ୍ଞାନରଞ୍ଜନ ପଣ୍ଡା।

ଆବଶ୍ୟକ ସାମଗ୍ରୀ:

ବିରି: ୨୦ ଗ୍ରାମ
ଚାଉଳ: ୬୦ ଗ୍ରାମ
ମେଥିଦାନା: ୨ ଗ୍ରାମ
ବୁଟ ଡାଲି: ୫ ଗ୍ରାମ
ଲୁଣ: ସ୍ବାଦ ଅନୁସାରେ
ଚିନି: ସ୍ବାଦ ଅନୁସାରେ
ହରଡ ଡାଲି: ୨୦ ଗ୍ରାମ
କୋଳଥ ଡାଲି: ୧୦ ଗ୍ରାମ
ବାଇଗଣ: ୨୦ ଗ୍ରାମ
ଟମୋଟା: ୫୦ ଗ୍ରାମ
ଚଣାଡାଲି: ୨୦ ଗ୍ରାମ
ବାଦାମ: ୨୦ ଗ୍ରାମ
ନଡିଆ: ୫୦ ଗ୍ରାମ
ଦହି: ୨୦ ଗ୍ରାମ
କଞ୍ଚା ଓ ଶୁଖିଲା ଲଙ୍କା: ୫ ଗ୍ରାମ
ଆମ୍ବଅଦା ଓ ଅଦା: ୨୦ ଗ୍ରାମ
ପଞ୍ଚଫୁଟଣ: ୫ ଗ୍ରାମ
ଆଳୁ: ୧୦୦ ଗ୍ରାମ
ପିଆଜ: ୧୦ ଗ୍ରାମ
ଗ୍ରୀନ ମଟର: ୨୦ ଗ୍ରାମ
ପନିର: ୨୦ ଗ୍ରାମ
ରସୁଣ: ୪ ଗ୍ରାମ

ପ୍ରସ୍ତୁତି ପ୍ରଣାଳୀ:

ପ୍ରଥମେ ବିରି, ଚାଉଳ, କୋଳଥଡାଲି ପାଣିରେ ଧୁଆ ଯାଇ ଗୁଣ୍ଡ କରାଯାଏ। ଗୁଣ୍ଡ ପରେ ଅଳ୍ପ ପାଣି ଦେଇ ତାକୁ ବହଲିଆ କରାଯାଇ ସ୍ବଚ୍ଛ ପାତ୍ରରେ ଢାଙ୍କୁଣି ଘୋଡ଼ାଇ ୪ଘଣ୍ଟା ପର୍ଯ୍ୟନ୍ତ ଫୋମ୍‌ ଫର୍ମେଶନ ହେବା ପର୍ଯ୍ୟନ୍ତ ରଖାଯାଇଥାଏ। ଏହାପରେ ଅଳ୍ପ ଆଞ୍ଚରେ ତାଓ୍ବା ଗରମ ହେବା ପରେ ପୂର୍ବରୁ ବିରି, ଚାଉଳ ଓ କୋଳଥ ଡାଲିରେ ପ୍ରସ୍ତୁତ ହୋଇଥିବା ପିଠଉକୁ ଅଣ୍ଡାକୃତି ଆକାରରେ ୩ ଫୁଟ ଲମ୍ବା କରାଯାଇଥାଏ। ପରେ ଆଞ୍ଚକୁ ସାମାନ୍ୟ ଅଧିକ କରାଯାଏ। ତା ଉପରେ ଡାଲି, ବୁଟଡାଲି, କୋଳଥଡାଲି, ପଞ୍ଚଫୁଟଣ, ଲଙ୍କା ୨ଟା, କଟା ହୋଇଥିବା ପିଆଜ, ଆଳୁୁ, ବାଦାମ, ପନିର ମିଶ୍ରଣରେ ପ୍ରସ୍ତୁତ ହୋଇଥିବା ଆଳୁ ମସଲା ଦିଆଯାଏ। ୨ ମିନିଟ୍‌ ପରେ ଦୋସା ପ୍ରସ୍ତୁତ ହୋଇଥାଏ। ଏକ ପ୍ଲେଟରେ୍‌ ରଖାଯାଇଥିବା କଦଳୀ ପତ୍ର ଉପରେ ଦୋସାକୁ ରଖାଯାଏ। ଦୋସା ଚତୁଃପାର୍ଶ୍ୱରେ ହରଡ, କୋଳଥଡାଲି, ବାଇଗଣ, ମୁନଗା, ପିଆଜ, ଭୁର୍ସୁଙ୍ଗପତ୍ର, ଶୁଖିଲା ଲଙ୍କା, ସୋରିଷ, ଟମାଟୋ, ଜିରାଗୁଣ୍ଡ, ଧନିଆପତ୍ରରେ ପ୍ରସ୍ତୁତ ହୋଇଥିବା ସାମ୍ବର ଏବଂ ରସୁଣ, ଅଦା, ଟମାଟୋ, ଶୁଖିଲା ଲଙ୍କାରେ ତିଆରି ହୋଇଥିବା ରସୁଣ ଚଟଣି ଓ ଚଣାଡାଲି, ବାଦାମ, ନଡିଆ, ଦହି, ଆମ୍ବଅଦା, ଚିନି, ପଞ୍ଚଫୁଟଣରେ ପ୍ରସ୍ତୁତ ହୋଇଥିବା ନଡିଆ ଚଟଣିକୁ ତିନୋଟି ପାତ୍ରରେ ରଖି ଗାନିସିଂ କରାଯାଇ ଗ୍ରାହକମାନଙ୍କୁ ପରଷା ଯାଇଥାଏ।


Enter your email to get our daily news in your inbox.

All Right Reserved By Dharitri.Com

ରାତିରେ କାଠଗଦାରେ ଚାଲୁଥିଲା ୧୨ ଫୁଟର କିଂ କୋବ୍ରା: ହଠାତ ପଡିଲା ଲୋକଙ୍କ ନଜରରେ…

ଦିଗପହଣ୍ଡି,୭।୪(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ କଇଠଖଣ୍ଡି ପଞ୍ଚାୟତ ପେଣ୍ଡୁରାବାଡ଼ି ଗାଁରୁ ୧୨ ଫୁଟ ଲମ୍ବର ଏକ ଅହିରାଜ (କିଙ୍ଗକୋବ୍ରା) ସାପକୁ ବନବିଭାଗ କର୍ମଚାରୀ…

ଜବରଦସ୍ତ Family Pack, କରିବାକୁ ପଡିବନି ଅଲଗା ଅଲଗା ରିଚାର୍ଜ! ଗୋଟିଏ ପ୍ଲାନରେ ସବୁ ଫ୍ରି….

ଆପଣ କ’ଣ ଆପଣଙ୍କ ପରିବାରର ଚାରି ଜଣ ସଦସ୍ୟଙ୍କ ପାଇଁ ପୃଥକ ପୃଥକ ରିଚାର୍ଜ କରୁଛନ୍ତି? ପ୍ରତି ମାସରେ ୧୫୦୦ରୁ ୨୦୦୦ ଟଙ୍କା ଖର୍ଚ୍ଚ କରୁଛନ୍ତି? ପ୍ରତ୍ୟେକ…

ଡେଡଲାଇନ୍‌ ପୂର୍ବରୁ ଇରାନର ଖାର୍ଗ ଦ୍ବୀପ ଉପରେ ଆକ୍ରମଣ କଲା ଆମେରିକା: ଆକାଶଛୁଆଁ ହେବ କି ପେଟ୍ରୋଲ ଡିଜେଲ…

ତେହରାନ,୭।୪: ଡେଡଲାଇନ୍‌ ପୂର୍ବରୁ ଇରାନର ଖାର୍ଗ ଦ୍ବୀପ ଉପରେ ଆମେରିକା ଆକ୍ରମଣ କରିଛି। ଏହାରି ମଧ୍ୟରେ କାସନରେ ଏକ ବଡ଼ ରେଲୱେ ବ୍ରିଜକୁ ଉଡ଼ାଇ ଦେଇଛି ଇସ୍ରାଏଲ।…

ପୁଣି ଦୁର୍ଘଟଣା ଘଟାଇଲା ଆମବସ୍‌: ଯାତ୍ରୀଙ୍କ ଉପରେ ଭାଙ୍ଗି ପଡ଼ିଲା କାଚ

ଭୁବନେଶ୍ୱର,୭।୪: ପୁଣି ଦୁର୍ଘଟଣା ଘଟାଇଲା ଆମ ବସ୍‌। ହାଇଓ୍ବାକୁ ପିଟିଲା ପଛରୁ ଅଳ୍ପକେ ବର୍ତ୍ତିଲେ ଯାତ୍ରୀ। ଏଭଳି ଘଟଣା ଘଟିଛି ବାରଙ୍ଗ ଥାନା ପଦ୍ମନାଭ ନଗର ଛକ…

ହର୍ମୁଜରେ ଘନେଇଲା ପୁଣି ବଡ଼ ବିପଦ, ଭାରତୀୟ ଜାହାଜକୁ…

ନୂଆଦିଳ୍ଲୀ,୭।୪: ମଧ୍ୟପ୍ରାଚ୍ୟରେ ଚାଲିଥିବା ଉତ୍ତେଜନାର ପ୍ରଭାବ ଏବେ ସାମୁଦ୍ରିକ ବାଣିଜ୍ୟରେ ମଧ୍ୟ ଦୃଶ୍ୟମାନ ହେଉଛି। ଅନେକ ଅଞ୍ଚଳରେ, ଜାହାଜ ପାଇଁ ବୀମା ପାଇବା ମହଙ୍ଗା ହୋଇଯାଇଛି। ସମ୍ୱନ୍ଧିତ…

ବେଶି ଦିନ ତିଷ୍ଠିଲାନି ପ୍ରେମ ବିବାହ: ସ୍ତ୍ରୀଙ୍କୁ ହତ୍ୟା କଲା ପରେ ଝୁଲିପଡିଲେ ସ୍ବାମୀ, ଅଞ୍ଚଳରେ ଚାଞ୍ଚଲ୍ୟ…

ଭଞ୍ଜନଗର,୭।୪(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ବେଲଗୁଣ୍ଠା ଥାନା ଅନ୍ତର୍ଗତ ସରନୂଆଁପଲ୍ଲୀ ଗ୍ରାମରେ ସୋମବାର ରାତିରେ ଏକ ଅଭାବନୀୟ ଘଟଣା ଘଟିଛି। ପ୍ରେମ ବିବାହ କରିଥିବା ସ୍ତ୍ରୀଙ୍କୁ ହତ୍ୟା…

ସୀମାରେ ସାପ-କୁମ୍ଭୀର ଛାଡିବ ଭାରତ! ଶୁଣିକି ଛାନିଆ ହେଲା ପାକ୍‌-ବାଂଲାଦେଶ

ନୂଆଦିଲ୍ଲୀ,୭।୪: ଭାରତ-ବାଂଲାଦେଶ ସୀମାରେ ଅବୈଧ ଅନୁପ୍ରବେଶକୁ ରୋକିବା ପାଇଁ ବିଏସଏଫ ଏକ ଅଭିନବ ପଦ୍ଧତି ପ୍ରସ୍ତୁତ କରିଛି। ସୋମବାର ଅଧିକାରୀମାନେ ପ୍ରକାଶ କରିଛନ୍ତି ଯେ ସୀମା ସୁରକ୍ଷା…

ଭାଜପାର ମହାଅଭିଯାନ: ନୂତନ ଭାରତ ଗଠନ କରିବାକୁ ପ୍ରୟାସ

ବନ୍ତ,୭।୪(କିଶୋର କୁମାର ସେଠୀ): ଭଦ୍ରକ ଜିଲା ବନ୍ତ ସରସ୍ବତୀ ବିଦ୍ୟାମନ୍ଦିରଠାରେ ପଣ୍ଡିତ ଦିନଦୟାଲ ଉପାଧ୍ୟାୟଙ୍କ ନୀତି ଆଦର୍ଶକୁ ପାଥେୟ କରି ଭାଜପା ତରଫରୁ ଏକ ପ୍ରଶିକ୍ଷଣ ଶିବିର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri