ତିନି ଭାଗରୁ ଭାଗେ

ପଞ୍ଚସଖାଙ୍କ କର୍ମପୀଠ ସତ୍ୟବାଦୀର ବକୁଳବନ ପରିସରରେ ଓଡ଼ିଆ ବିଶ୍ୱବିଦ୍ୟାଳୟ ପ୍ରତିଷ୍ଠା କରାଯିବା ଲାଗି ନିଷ୍ପତ୍ତି ନେଇଛନ୍ତି ରାଜ୍ୟ ସରକାର। ଏହା ପ୍ରତିଷ୍ଠା ହେଲେ ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତିର ପ୍ରଚାର ପ୍ରସାରରେ ପ୍ରମୁଖ ଭୂମିକା ଗ୍ରହଣ କରିବ। ପଞ୍ଚସଖା ଓଡ଼ିଆ ନବଜାଗରଣର ଯେଉଁ ସ୍ବପ୍ନ ଦେଖୁଥିଲେ ଏହି ବିଶ୍ୱବିଦ୍ୟାଳୟ ତାହାକୁ ଆଗକୁ ନେବ। ଏମିତି ପରିକଳ୍ପନା କରାଯାଇ ୨୦୧୮ ଅକ୍ଟୋବର ୯ରେ ଏହାର ଭିତ୍ତିପ୍ରସ୍ତର ସ୍ଥାପନ କରାଯାଇଛି। ବରିଷ୍ଠ ପ୍ରଶାସନିକ ଅଧିକାରୀ ଏବଂ ରାଜନେତାଙ୍କ ଗହଣରେ ମୁଖ୍ୟମନ୍ତ୍ରୀ ଏହାର ଶିଳାନ୍ୟାସ କରିଛନ୍ତି। ସମସ୍ତେ ତାଙ୍କ ଭାଷଣରେ ସତ୍ୟବାଦୀକୁ ଭୁରି ଭୁରି ପ୍ରଶଂସା କରିଥିଲେ। ସତ୍ୟବାଦୀ ଲୋକେ ମଧ୍ୟ ଏଭଳି ଯୋଜନାକୁ ନେଇ ବେଶ୍‌ ଖୁସି ହୋଇଯାଇଥିଲେ। ଖୁବ୍‌ଶୀଘ୍ର ପଞ୍ଚସଖାଙ୍କ କର୍ମପୀଠରେ ଓଡ଼ିଆ ବିଶ୍ୱବିଦ୍ୟାଳୟ ଦଣ୍ଡାୟମାନ ହେବ ଏବଂ ତାଙ୍କ ଅଞ୍ଚଳର ଖ୍ୟାତି ପ୍ରତିଭାତ ହେବ ବୋଲି ଆଶା କରିଥିଲେ। ହେଲେ ଦିନ ପରେ ଦିନ ଗଡ଼ିଲା, କିନ୍ତୁ ଓଡ଼ିଆ ବିଶ୍ୱବିଦ୍ୟାଳୟ ପାଇଁ ଇଟା ଖଣ୍ଡିଏ ଯୋଡେଇ ହୋଇପାରିଲା ନାହିଁ। ବରଂ ଜମି ବିବାଦରେ ଛନ୍ଦି ହୋଇଗଲା ଏହି ପ୍ରକଳ୍ପ। ସେତେବେଳେ ଘୋଷଣା ହୋଇଥିଲା ସତ୍ୟବାଦୀ ଗୋପୀନାଥ ଦେବଙ୍କ ଜମିରେ ଏହା ପ୍ରତିଷ୍ଠା ହେବ। ଏଥିପାଇଁ ସତ୍ୟବାଦୀ ତହସିଲ ଅନ୍ତର୍ଗତ ଫୁଲଅଳସା ମୌଜାର ୨୮ ଏକର ୭୪ ଡେସିମିଲ ଜମି ପ୍ରଥମରୁ ଚିହ୍ନଟ ହୋଇଥିଲା। ଜମିର ମାଲିକ ସତ୍ୟବାଦୀ ଗୋପୀନାଥ ଦେବ ହୋଇଥିବାରୁ ରାଜ୍ୟ ସରକାର ଏହି ଜମି କିଣିବାକୁ ଦେବୋତ୍ତର କମିଶନରଙ୍କୁ ଆବେଦନ କଲେ। ମାତ୍ର ସାକ୍ଷୀଗୋପାଳଙ୍କ ଗୁପ୍ତ ବୃନ୍ଦାବନ ଲୀଳାକ୍ଷେତ୍ର ତଥା ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ସେନାପଟା ଲାଗି ନୀତି ସହିତ ଜଡ଼ିତ ବକୁଳବନକୁ ସଂରକ୍ଷିତ ରଖିବାକୁ ସତ୍ୟବାଦୀର ଅଧିବାସୀମାନେ ଜିଲାପାଳଙ୍କୁ ଅନୁରୋଧ କରିଥିଲେ। ଜନସାଧାରଣଙ୍କ ଅନୁରୋଧକୁ ରକ୍ଷା କରି ଏଥିରୁ ବକୁଳବନକୁ ବାଦ୍‌ ଦେଇ ୯ ଏକର ୬୦ ଡେସିମିଲ ଜମି କିଣିଛନ୍ତି ସରକାର। ଏହି ଜମିରେ ବିଶ୍ୱବିଦ୍ୟାଳୟ ତିଆରି କରାଯିବା ଲାଗି ନିଷ୍ପତ୍ତି ହୋଇଛି। ତେବେ ଆରମ୍ଭରୁ ୨୮ଏକର ୭୪ ଡେସିମିଲ ଜମି ଚିହ୍ନଟ ହେବା ଏବଂ ଶିଳାନ୍ୟାସର ଠିକ୍‌ ବର୍ଷକ ପରେ ବିଶ୍ୱବିଦ୍ୟାଳୟ ପାଇଁ ୯ ଏକର ୬୦ ଡେସିମିଲ ଜମି କିଣାଯାଇଥିବାରୁ ଏହାର ଭବିଷ୍ୟତକୁ ନେଇ ଉଠିଛି ପ୍ରଶ୍ନ। ତିନିଭାଗରୁ ଭାଗେ ଜମିରେ କେବେ ବିଶ୍ୱବିଦ୍ୟାଳୟ ଠିଆ ହେବ ତାହାକୁ ଏବେ ଚାହିଁ ରହିଛନ୍ତି ଓଡ଼ିଆ ଭାଷାପ୍ରେମୀ।


Enter your email to get our daily news in your inbox.

All Right Reserved By Dharitri.Com

ଜାତୀୟ ରାଜପଥରେ ପଡି ରହିଛି ପୋଡ଼ା କାର୍‌: ନିଆଁ ଲଗାଇ ଦିଆଯାଇଥିବା ସନ୍ଦେହ

ଧୂଷୁରୀ,୧୭।୨(ଦୀପ୍ତି ରଞ୍ଜନ ନାୟକ): ଧୂଷୁରୀ ଥାନା ଆରଡି ଫାଣ୍ଡି ଅଧୀନ ସାଠିବାଙ୍କୁଡା ନିକଟରେ ୨୦ ନମ୍ବର ଜାତୀୟ ରାଜପଥ ପାଶର୍‌ବରେ ଏକ କାର୍‌ ପୋଡିଯାଇ ପଡି ରହିଥିବା…

ଜଙ୍ଗଲରେ ଚାଲିଥିଲା ବଡ଼ ଧରଣର ଜୁଆ ଆଡ୍ଡା: ଗୋଡ଼ାଇ ଗୋଡ଼ାଇ ୨୦ ଜୁଆଡ଼ିଙ୍କୁ ଗିରଫ କଲା ପୋଲିସ

ଖୋର୍ଦ୍ଧା,୧୭।୨(ପ୍ରଭାତ ): ଟାଙ୍ଗୀ ପୋଲିସ ମଙ୍ଗଳବାର ଏକ ବଡ଼ଧରଣର ଜୁଆ ଆଡ୍ଡା ଉପରେ ଚଢାଉ କରିଛି। ଚଢାଉ ବେଳେ ପୋଲିସ ଜୁଆ ଆଡ୍ଡାରୁ ୧୦ଲକ୍ଷ ୩୮ ହଜାର…

କାନାଡ଼ାକୁ ପରାସ୍ତ କରି ସୁପର ୮ରେ ପହଞ୍ଚିଲା ନ୍ୟୁଜିଲ୍ୟାଣ୍ଡ

ଚେନ୍ନାଇ,୧୭।୨: ଏମ୍‌ଏ ଚିଦାମ୍ବରମ ଷ୍ଟାଡିୟମରେ ମଙ୍ଗଳବାର ଖେଳାଯାଇଥିବା ଟି୨୦ ବିଶ୍ୱକପ ଏକ ମ୍ୟାଚ୍‌ରେ ନ୍ୟୁଜିଲ୍ୟାଣ୍ଡ କାନାଡାକୁ 8 ଉଇକେଟରେ ପରାସ୍ତ କରି ସୁପର-୮ରେ ସ୍ଥାନ ପକ୍କା କରିଛି।…

ପାକିସ୍ତାନ ସହ ତିକ୍ତତା ପରେ ବି ଇମ୍ରାନଙ୍କ ପାଇଁ ଚିଠି ଲେଖିଲେ ସୁନିଲ ଗାଭାସ୍କର, କପିଳ ଦେବଙ୍କ ସହ ୧୪ କ୍ୟାପଟେନ

ନୂଆଦିଲ୍ଲୀ,୧୭।୨: ଜେଲରେ ଥିବା ପୂର୍ବତନ ପାକିସ୍ତାନ ଅଧିନାୟକ ଏବଂ ପୂର୍ବତନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନଙ୍କ ସ୍ବାସ୍ଥ୍ୟାବସ୍ଥା ଖରାପ ହେବା ନେଇ ୧୪ଜଣ ପୂର୍ବତନ ଅଧିନାୟକ ପାକିସ୍ତାନ ସରକାରଙ୍କୁ…

ICUରେ ସଲିମ ଖାନ, ପିତାଙ୍କୁ ଦେଖିବାକୁ ହସ୍ପିଟାଲରେ ପହଞ୍ଚିଲେ ସଲମାନ

ମୁମ୍ବାଇ,୧୭।୨: ବରିଷ୍ଠ ସ୍କ୍ରିନ ରାଇଟର ଏବଂ ସୁପରଷ୍ଟାର ସଲମାନ ଖାନଙ୍କ ପିତା ସଲିମ ଖାନଙ୍କୁ ମୁମ୍ବାଇର ଲୀଳାବତୀ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ସଲିମ ଖାନଙ୍କ ସ୍ବାସ୍ଥ୍ୟାବସ୍ଥା ହଠାତ…

ଆଉ ୨ଦିନ କଲବଲ କରିବ କୁହୁଡ଼ି

ଭୁବନେଶ୍ୱର,୧୭।୨: ପାଣିପାଗ କେନ୍ଦ୍ର ପକ୍ଷରୁ ମଙ୍ଗଳବାର ଏକ ବଡ଼ ସୂଚନା ଜାରି କରାଯାଇଛି। ରାଜ୍ୟର ବିଭିନ୍ନ ଜିଲାରେ ଆଉ ୨ ଦିନ ପର୍ଯ୍ୟନ୍ତ ଘନ କୁହୁଡ଼ି ରହିବ…

ପାକିସ୍ତାନ କ୍ରିକେଟରଙ୍କ ଉପରେ ନିଜ ସନ୍ତାନଙ୍କୁ ହତ୍ୟା ଭଳି ଅଭିଯୋଗ ଆଣିଲେ ପୂର୍ବତନ ପତ୍ନୀ, ଦ୍ୱିତୀୟ ବିବାହ…

ଇସଲାମାବାଦ,୧୭।୨: ପାକିସ୍ତାନ କ୍ରିକେଟ ଦଳର ଅଲରାଉଣ୍ଡର ଇମାଦ ୱାସିମ ପୁଣିଥରେ ଖବରର ଶିରୋନାମାରେ ଅଛନ୍ତି, କିନ୍ତୁ ଏଥର କାରଣ ପଡ଼ିଆରେ ତାଙ୍କର ପ୍ରଦର୍ଶନ ନୁହେଁ, ବରଂ ତାଙ୍କ…

ଦଶମ ଶ୍ରେଣୀ ଦିବ୍ୟାଙ୍ଗ ଛାତ୍ରଙ୍କ ବୋର୍ଡ ପରୀକ୍ଷାକୁ ନେଇ ଅନିଶ୍ଚିତତା, କର୍ତ୍ତୃପକ୍ଷଙ୍କୁ ଦୃଷ୍ଟି ଦେବାକୁ ଦାବୀ           

ଦିଗପହଣ୍ଡି,୧୭।୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ଖଲିଙ୍ଗି ଗ୍ରାମ ସରକାରୀ ହାଇସ୍କୁଲର ୧୦ମ ଶ୍ରେଣୀ ଛାତ୍ର ଗୌତମ ମହାନ୍ତିଙ୍କ ମାଟ୍ରିକ ପରୀକ୍ଷାକୁ ନେଇ ଅନିଶ୍ଚିତତା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri