Posted inଜାତୀୟ

ତିନି ତଲାକ୍‌ ବିଲ୍‌କୁ ଲୋକ ସଭାର ମଞ୍ଜୁରୀ

ନୂଆଦିଲ୍ଲୀ,୨୬।୭:ତତ୍କାଳ ତିନି ତଲାକ୍‌କୁ ବେଆଇନ ଏବଂ ଦଣ୍ଡନୀୟ ଅପରାଧରେ ପରିଣତ କରିବା ଲାଗି ସରକାର ଆଣିଥିବା ବିଲ୍‌ ଗୁରୁବାର ଲୋକ ସଭାରେ ଗୃହୀତ ହୋଇଯାଇଛି। ବିଲ୍‌ ସପକ୍ଷରେ ୩୦୩ ଭୋଟ ପଡିଥିବାବେଳେ ବିପକ୍ଷରେ ୮୨ ଏମ୍‌ପି ଭୋଟ ଦେଇଥିଲେ। ବିରୋଧୀମାନେ ଆଣିଥିବା ଏକାଧିକ ସଂଶୋଧନ ପ୍ରସ୍ତାବ କାଟ୍‌ ଖାଇଯାଇଥିଲା। ତିନି ତଲାକ୍‌ ଦେଉଥିବା ସ୍ବାମୀଙ୍କୁ ୩ ବର୍ଷ ପର୍ଯ୍ୟନ୍ତ ଜେଲ୍‌ଦଣ୍ଡ ଦେବାର ବ୍ୟବସ୍ଥା ବିଲ୍‌ରେ ରହିଛି। ଉକ୍ତ ପ୍ରସ୍ତାବ ସପକ୍ଷରେ ୩୦୨ ଭୋଟ ମିଳିଥିବାବେଳେ ବିରୋଧରେ ୭୮ ଭୋଟ ଯାଇଥିଲା। ବିଲ୍‌କୁ ବିରୋଧ କରି ଜେଡିୟୁ, ଟିଏମ୍‌ସି ଏବଂ କଂଗ୍ରେସ ଏମ୍‌ପିମାନେ କକ୍ଷତ୍ୟାଗ କରିଥିଲେ। ମୁସଲମାନ ମହିଳା (ବିବାହ ଅଧିକାର ସୁରକ୍ଷା)ବିଲ୍‌, ୨୦୧୯ ବା ତିନି ତଲାକ ବିଲ୍‌ ଏବେ ରାଜ୍ୟ ସଭାର ଅନୁମୋଦନ ପାଇଁ ପଠାଯିବ।
ଏବେ ଅଧ୍ୟାଦେଶ ମାଧ୍ୟମରେ ତିନି ତଲାକକୁ ନିଷିଦ୍ଧ କରାଯାଇଛି। ଆଇନ ମନ୍ତ୍ରୀ ରବିଶଙ୍କର ପ୍ରସାଦ ବିଲ୍‌ ଉପରେ ଆଲୋଚନା ଆରମ୍ଭ କରି ଏଭଳି ଆଇନ ଜରୁରୀ ବୋଲି କହିଥିଲେ। ସୁପ୍ରିମକୋର୍ଟ ତିନି ତଲାକକୁ ବେଆଇନ କହିବା ସହିତ ଏଥିପାଇଁ ଆଇନ ଆଣିବା ଲାଗି ନିର୍ଦ୍ଦେଶ ଦେଇଥିଲେ। ୨୦୧୭ ଜାନୁୟାରୀରୁ ଇତିମଧ୍ୟରେ ୫୭୪ଟି ତିନି ତଲାକ ଘଟଣା ଘଟିଲାଣି। ଲିଙ୍ଗଗତ ସମାନତା ଏବଂ ନ୍ୟାୟ ପାଇଁ ଆଇନର ଆବଶ୍ୟକତା ରହିଛି, ଏହାକୁ ସଙ୍କୀର୍ଣ୍ଣ ଧର୍ମୀୟ ଦୃଷ୍ଟିକୋଣରେ ଦେଖାଯିବା ଉଚିତ ନୁହେଁ ବୋଲି ରବିଶଙ୍କର କହିଥିଲେ। ଆଇନର ସମ୍ଭାବ୍ୟ ଅପବ୍ୟବହାରକୁ ରୋକିବା ଲାଗି ବିଚାର ପୂର୍ବରୁ ଅଭିଯୁକ୍ତଙ୍କୁ ଜାମିନ ପ୍ରଦାନର ବ୍ୟବସ୍ଥା ନୂଆ ବିଲ୍‌ରେ ରହିଛି। ସ୍ତ୍ରୀଙ୍କ ଅଭିଯୋଗ ଶୁଣିବା ପରେ ମାଜିଷ୍ଟ୍ରେଟ ଜାମିନ ପ୍ରଦାନ କରିପାରିବେ।
ଦେଶର ମୁସଲମାନ ସମ୍ପ୍ରଦାୟକୁ ଟାର୍ଗେଟରେ ରଖି ସରକାର ବିଲ୍‌ ଆଣିଥିବା ଅଭିଯୋଗ କରି କଂଗ୍ରେସ ଏହାର ସମୀକ୍ଷା ପାଇଁ ଷ୍ଟାଣ୍ଡିଂ କମିଟିକୁ ପଠାଇବା ନିମନ୍ତେ ଦାବି କରିଥିଲା। ଏନ୍‌ଡିଏର ଅନ୍ୟତମ ସହଯୋଗୀ ଦଳ ଜେଡିୟୁ ବିଲ୍‌କୁ ବିରୋଧ କରି କକ୍ଷତ୍ୟାଗ କରିଥିଲା। ଏଭଳି ଆଇନ ସମାଜରେ ଅବିଶ୍ୱାସ ସୃଷ୍ଟି କରିବ। ତେଣୁ ତାଙ୍କ ଦଳ ତିନି ତଲାକ୍‌ ବିଲ୍‌କୁ ସମର୍ଥନ ଦେବ ନାହିଁ ବୋଲି ଜେଡିୟୁ ଏମ୍‌ପି ରାଜୀବ ରଞ୍ଜନ ସିଂ କହିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ମୋଦିଙ୍କୁ ନେଇ ଏମିତି କହିଦେଲେ ଟ୍ରମ୍ପ: ବିଶ୍ୱରେ ପଡ଼ିଗଲା ଚହଳ

ଓ୍ବାଶିଂଟନ୍‌,୧୭।୧୨: ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ପ୍ରଶଂସା କରିଛନ୍ତି। ସେ ପ୍ରଧାନମନ୍ତ୍ରୀ ମୋଦିଙ୍କୁ ତାଙ୍କର ‘ମହାନ ବନ୍ଧୁ’ ଭାବରେ ବର୍ଣ୍ଣନା କରିଛନ୍ତି।...

ଗାଁ ମଝିରେ ଛିଡ଼ିଲା ବିଦ୍ୟୁତ ତାର: ଅଳ୍ପକେ ବର୍ତ୍ତିଲେ ଜେଜେ ମା’-ନାତି

ଗଞ୍ଜାମ,୧୭।୧୨(ବିଦ୍ୟାଧର ସାହୁ): ଗଞ୍ଜାମ ବ୍ଲକ ଅନ୍ତର୍ଗତ ପାଳିବନ୍ଧ ପଞ୍ଚାୟତ ଲକ୍ଷ୍ମୀପୁର ଗାଁରେ ବୁଧବାର ସକାଳେ ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଥିଲା। ଗାଁ ମଝିରେ ରାସ୍ତା...

ଓଡ଼ିଶାରେ ୨ ଦିନ ପାଇଁ ୟେଲୋ ଓ୍ବାର୍ନିଂ: ହୋଇଯାନ୍ତୁ ସତର୍କ

ଭୁବନେଶ୍ୱର,୧୭।୧୨(ଅନୁରାଧା ମହାରଣା):ରାଜ୍ୟରେ ଗତ କିଛିଦିନ ଧରି ଶୀତ ଲହରୀ ଜାରି ରହିଛି। ଆଭ୍ୟନ୍ତରୀଣ ଓଡ଼ିଶାର ସୁନ୍ଦରଗଡ଼, କୋରାପୁଟ ଏବଂ କନ୍ଧମାଳର ଗୋଟିଏ କିମ୍ବା ଦୁଇଟି ସ୍ଥାନରେ...

ଆଜି ଦେଶବ୍ୟାପୀ ବିକ୍ଷୋଭ: ମହାତ୍ମା ଗାନ୍ଧୀଙ୍କ ଫଟୋ ଧରି…

ନୂଆଦିଲ୍ଲୀ,୧୭ା୧୨(ପି.ଟି.):ଏମ୍‌ଜିଏନ୍‌ଆର୍‌ଇଜିଏ ନାଁ ବଦଳାଇବା ପାଇଁ କେନ୍ଦ୍ର ସରକାର ଆଣିଥିବା ଭିବି-ଜି ରାମ ଜି ବିଲ୍‌ ବିରୋଧରେ କଂଗ୍ରେସ ବୁଧବାର ଦେଶବ୍ୟାପୀ ବିକ୍ଷୋଭ କରିବାକୁ ଘୋଷଣା କରିଛି।...

ସ୍ବିଫ୍ଟ କାର୍‌ରେ ପାର୍ଟନର୍‌ଙ୍କୁ ବସାଇ ଜଙ୍ଗଲକୁ ନେଲେ ବୟଫ୍ରେଣ୍ଡ: ଆଉ ତା’ପରେ କଲେ ଏମିତି କାଣ୍ଡ

ଲକ୍ଷ୍ନୌ,୧୭ା୧୨:ଉତ୍ତରପ୍ରଦେଶରେ ଏକ ବୀଭତ୍ସ ହତ୍ୟା ଘଟଣା ଘଟିଛି। ଜଣେ ଟ୍ୟାକ୍ସି ଡ୍ରାଇଭର ତାଙ୍କ ସ୍ତ୍ରୀ ଉମା(୩୦)ଙ୍କୁ ହତ୍ୟା କରିବା ପରେ ମୃତଦେହକୁ ଜଙ୍ଗଲ ମଧ୍ୟରେ ଫିଙ୍ଗିଦେଇଥିଲେ।...

କମ୍ୟୁନିଟି ସେଣ୍ଟର ସ୍ଥାନାନ୍ତର ଉଦ୍ୟମକୁ ବିରୋଧ: ବିରୋଧ କଲା ଜିଲା ଆଦିବାସୀ କଲ୍ୟାଣ ସଂଘ

ଅମରପାଲି,୧୭/୧୨(ପୀତାମ୍ବର ସାହୁ): ସୁବର୍ଣ୍ଣପୁର ଜିଲା ବୀରମହାରାଜପୁର ବ୍ଲକ ଅନ୍ତର୍ଗତ ବହଲପଦର ପଞ୍ଚାୟତର ହୋତାପାଲି ( ସୁରଧାପାଲି) ଠାରେ ନିର୍ମାଣ ହେବାକୁ ଥିବା ଏକ କମ୍ୟୁନିଟି ସେଣ୍ଟର...

୧୨ ଘଣ୍ଟିଆ ଦେବଗଡ଼ ବନ୍ଦ: ଆନ୍ଦୋଳନକାରୀଙ୍କୁ ଉଠାଇନେଲା ପୋଲିସ…

ଦେବଗଡ,୧୭।୧୨(ଶଶାଙ୍କ ଶେଖର ଝାଙ୍କର): ଦେବଗଡ଼ ପୁରୁଣା ଡାକ୍ତରଖାନାରେ ୨୪ ଘଣ୍ଟିଆ ସ୍ବାସ୍ଥ୍ୟସେବା ଦାବିରେ ବନ୍ଦ ଡାକରା ଦେଇଛି ଜିଲା ମହିଳା ଏକତା ମଞ୍ଚ। ସକାଳ ୬ରୁ...

୮ ଦିନ ମଧ୍ୟରେ କିଡନୀ ରୋଗରେ ୩ ଜଣଙ୍କ ମୃତ୍ୟୁ ଘଟଣା: ରକ୍ତ, ପାନୀୟ ଜଳ ନମୁନା ସଂଗ୍ରହ

ଅମରପାଲି,୧୭ା୧୨(ପୀତାମ୍ବର ସାହୁ):ସୁବର୍ଣ୍ଣପୁର ଜିଲଶ ବୀରମହାରାଜପୁର ବ୍ଲକର ଉପାନ୍ତ ଅଞ୍ଚଳରେ କିଡ଼ନୀ ରୋଗରେ ୮ ଦିନ ମଧ୍ୟରେ ୩ ଜଣଙ୍କ ମୃତ୍ୟୁ ଘଟିଥିଲା। ଏନେଇ ଧରିତ୍ରୀରେ ଖବର...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri