Posted inଜାତୀୟ

ତିନି ତଲାକ୍‌ ବିଲ୍‌କୁ ଲୋକ ସଭାର ମଞ୍ଜୁରୀ

ନୂଆଦିଲ୍ଲୀ,୨୬।୭:ତତ୍କାଳ ତିନି ତଲାକ୍‌କୁ ବେଆଇନ ଏବଂ ଦଣ୍ଡନୀୟ ଅପରାଧରେ ପରିଣତ କରିବା ଲାଗି ସରକାର ଆଣିଥିବା ବିଲ୍‌ ଗୁରୁବାର ଲୋକ ସଭାରେ ଗୃହୀତ ହୋଇଯାଇଛି। ବିଲ୍‌ ସପକ୍ଷରେ ୩୦୩ ଭୋଟ ପଡିଥିବାବେଳେ ବିପକ୍ଷରେ ୮୨ ଏମ୍‌ପି ଭୋଟ ଦେଇଥିଲେ। ବିରୋଧୀମାନେ ଆଣିଥିବା ଏକାଧିକ ସଂଶୋଧନ ପ୍ରସ୍ତାବ କାଟ୍‌ ଖାଇଯାଇଥିଲା। ତିନି ତଲାକ୍‌ ଦେଉଥିବା ସ୍ବାମୀଙ୍କୁ ୩ ବର୍ଷ ପର୍ଯ୍ୟନ୍ତ ଜେଲ୍‌ଦଣ୍ଡ ଦେବାର ବ୍ୟବସ୍ଥା ବିଲ୍‌ରେ ରହିଛି। ଉକ୍ତ ପ୍ରସ୍ତାବ ସପକ୍ଷରେ ୩୦୨ ଭୋଟ ମିଳିଥିବାବେଳେ ବିରୋଧରେ ୭୮ ଭୋଟ ଯାଇଥିଲା। ବିଲ୍‌କୁ ବିରୋଧ କରି ଜେଡିୟୁ, ଟିଏମ୍‌ସି ଏବଂ କଂଗ୍ରେସ ଏମ୍‌ପିମାନେ କକ୍ଷତ୍ୟାଗ କରିଥିଲେ। ମୁସଲମାନ ମହିଳା (ବିବାହ ଅଧିକାର ସୁରକ୍ଷା)ବିଲ୍‌, ୨୦୧୯ ବା ତିନି ତଲାକ ବିଲ୍‌ ଏବେ ରାଜ୍ୟ ସଭାର ଅନୁମୋଦନ ପାଇଁ ପଠାଯିବ।
ଏବେ ଅଧ୍ୟାଦେଶ ମାଧ୍ୟମରେ ତିନି ତଲାକକୁ ନିଷିଦ୍ଧ କରାଯାଇଛି। ଆଇନ ମନ୍ତ୍ରୀ ରବିଶଙ୍କର ପ୍ରସାଦ ବିଲ୍‌ ଉପରେ ଆଲୋଚନା ଆରମ୍ଭ କରି ଏଭଳି ଆଇନ ଜରୁରୀ ବୋଲି କହିଥିଲେ। ସୁପ୍ରିମକୋର୍ଟ ତିନି ତଲାକକୁ ବେଆଇନ କହିବା ସହିତ ଏଥିପାଇଁ ଆଇନ ଆଣିବା ଲାଗି ନିର୍ଦ୍ଦେଶ ଦେଇଥିଲେ। ୨୦୧୭ ଜାନୁୟାରୀରୁ ଇତିମଧ୍ୟରେ ୫୭୪ଟି ତିନି ତଲାକ ଘଟଣା ଘଟିଲାଣି। ଲିଙ୍ଗଗତ ସମାନତା ଏବଂ ନ୍ୟାୟ ପାଇଁ ଆଇନର ଆବଶ୍ୟକତା ରହିଛି, ଏହାକୁ ସଙ୍କୀର୍ଣ୍ଣ ଧର୍ମୀୟ ଦୃଷ୍ଟିକୋଣରେ ଦେଖାଯିବା ଉଚିତ ନୁହେଁ ବୋଲି ରବିଶଙ୍କର କହିଥିଲେ। ଆଇନର ସମ୍ଭାବ୍ୟ ଅପବ୍ୟବହାରକୁ ରୋକିବା ଲାଗି ବିଚାର ପୂର୍ବରୁ ଅଭିଯୁକ୍ତଙ୍କୁ ଜାମିନ ପ୍ରଦାନର ବ୍ୟବସ୍ଥା ନୂଆ ବିଲ୍‌ରେ ରହିଛି। ସ୍ତ୍ରୀଙ୍କ ଅଭିଯୋଗ ଶୁଣିବା ପରେ ମାଜିଷ୍ଟ୍ରେଟ ଜାମିନ ପ୍ରଦାନ କରିପାରିବେ।
ଦେଶର ମୁସଲମାନ ସମ୍ପ୍ରଦାୟକୁ ଟାର୍ଗେଟରେ ରଖି ସରକାର ବିଲ୍‌ ଆଣିଥିବା ଅଭିଯୋଗ କରି କଂଗ୍ରେସ ଏହାର ସମୀକ୍ଷା ପାଇଁ ଷ୍ଟାଣ୍ଡିଂ କମିଟିକୁ ପଠାଇବା ନିମନ୍ତେ ଦାବି କରିଥିଲା। ଏନ୍‌ଡିଏର ଅନ୍ୟତମ ସହଯୋଗୀ ଦଳ ଜେଡିୟୁ ବିଲ୍‌କୁ ବିରୋଧ କରି କକ୍ଷତ୍ୟାଗ କରିଥିଲା। ଏଭଳି ଆଇନ ସମାଜରେ ଅବିଶ୍ୱାସ ସୃଷ୍ଟି କରିବ। ତେଣୁ ତାଙ୍କ ଦଳ ତିନି ତଲାକ୍‌ ବିଲ୍‌କୁ ସମର୍ଥନ ଦେବ ନାହିଁ ବୋଲି ଜେଡିୟୁ ଏମ୍‌ପି ରାଜୀବ ରଞ୍ଜନ ସିଂ କହିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଫିଫା ବିଶ୍ୱକପ୍‌ରେ ୨୫ ବର୍ଷୀୟ ଭାରତୀୟ ବଂଶୋଦ୍ଭବ ଖେଳାଳିଙ୍କ ପଦାର୍ପଣ

ମଣ୍ଟେରି,୧୫ା୬: ଭାରତୀୟ ବଂଶୋଦ୍ଭବ ଖେଳାଳି ନିଶାନ ଭେଲୁପିଲେ ଅଷ୍ଟ୍ରେଲିଆ ପାଇଁ ଫିଫା ବିଶ୍ୱକପ୍‌ରେ ପଦାର୍ପଣ କରିଛନ୍ତି। ତାଙ୍କ ପ୍ରତିନିଧିତ୍ୱରେ ଅଷ୍ଟ୍ରେଲିଆ ଗ୍ରୁପ୍‌-ଡି’ ମ୍ୟାଚ୍‌ରେ ଶକ୍ତିଶାଳୀ ତୁର୍କୀକୁ ୨-୦…

ଅନ୍ତିମ ମିନିଟ୍‌ରେ ମ୍ୟାଚ ଜିତିଲା ଆଇଭରି କୋଷ୍ଟ

ଫିଲାଡେଲଫିଆ,୧୫ା୬: ୧୨ ବର୍ଷରେ ପ୍ରଥମ ଥର ପାଇଁ ବିଶ୍ୱକପ୍‌ରେ ଖେଳୁଥିବା ଆଇଭରି କୋଷ୍ଟ ବିଜୟ ସହ ଅଭିଯାନ ଆରମ୍ଭ କରିଛି। ୬୮,୨୭୪ ଦର୍ଶକଙ୍କ ଉପସ୍ଥିତିରେ ଲିଙ୍କନ ଫାଇନାନ୍‌ସିଆଲ…

ଦେବଦେବୀଙ୍କୁ ନିଉତା ଦେଲେ ନୃସିଂହ ଠାକୁର

ସମ୍ବଲପୁର,୧୫ା୬(ବି.ଶଙ୍କର): ନନ୍ଦପଡା ଶ୍ରୀଶ୍ରୀ ବମ ବରାଡ ବାଲୁଙ୍କେଶ୍ୱର ବାବାଙ୍କ ବିବାହର ନିଆରା ପରମ୍ପରା ନୃସିଂହ ନିଉତା (ନିମନ୍ତ୍ରଣ) ସୋମବାର ରାତିରେ ସମ୍ପନ୍ନ ହୋଇଛି। ଜ୍ୟେଷ୍ଠ ମଳମାସର ଅମାବାସ୍ୟା…

ଟ୍ରମ୍ପଙ୍କ କଥା ଶୁଣିଲେନି ନେତାନ୍ୟାହୁ! ଆମେରିକା-ଇରାନ ଚୁକ୍ତିକୁ ଫୁ’ କରି ଲେବାନନ୍ ଉପରେ ଇସ୍ରାଏଲର ଭୟଙ୍କର ଆକ୍ରମଣ

ଓ୍ବାଶିଂଟନ,୧୫।୬: ଇରାନ-ଆମେରିକା ଚୁକ୍ତିନାମା ସମ୍ପର୍କରେ ଉତ୍ସବ ପାଳନ କରୁଥିବା ବେଳେ ଇସ୍ରାଏଲ ଦକ୍ଷିଣ ଲେବାନନରେ ଡ୍ରୋନ ଆକ୍ରମଣ କରିଛି । ରିପୋର୍ଟ ଅନୁଯାୟୀ, ଇସ୍ରାଏଲୀ ସେନା ଦକ୍ଷିଣ ଲେବାନନରେ…

ଦିଗପହଣ୍ଡି ବ୍ଲକରେ ବେନିୟମ ବିବାହ ପଞ୍ଜିକରଣ ଅଭିଯୋଗ, ମାତିଛନ୍ତି ଦଲାଲ

ଦିଗପହଣ୍ଡି,୧୫|୬(ଅଶେଷ ନାଥ ମିଶ୍ର) : ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ କାର୍ଯ୍ୟାଳୟରେ ବେନିୟମ ଭାବେ ବିବାହ ପଞ୍ଜିକରଣ କରାଯାଉଥିବା ବେଳେ ପଞ୍ଜିକରଣ ପାଇଁ ଦଲାଲଗିରି ବହୁ ମାତ୍ରାରେ…

ରାସ୍ତା ପାର୍‌ ହେଉଥିବା ବେଳେ ଦ୍ରୁତଗତିରେ ମାଡ଼ି ଆସି ଭାଲୁକୁ ଧକ୍କା ଦେଲା ଗାଡ଼ି, ଆଉ ତା’ପରେ…

କୋକସରା,୧୫।୬(ଦୁଷ୍ମନ୍ତ କୁମାର ପାଟ୍ଟଯୋଷୀ): କଳାହାଣ୍ଡି ଜିଲା କୋକସରା ବ୍ଲକ ବିଜୁ ଏକ୍ସପ୍ରେସ ୱେ ସାନ ପୋଡାଗୁଡ଼ା-ରାଜୀବ କଲୋନୀ ମଝିରେ ଅଜଣା ଗାଡ଼ି ଧକ୍କାରେ ଏକ ଭାଲୁର ମୃତ୍ୟୁ…

ସୈନିକ ସ୍କୁଲ ରାସ୍ତାରେ ଭୟଙ୍କର ସିରିଜ ଦୁର୍ଘଟଣା, ୪ଜଣଙ୍କ ଉପରେ ମାଡ଼ିଗଲା କାର

ଭୁବନେଶ୍ୱର,୧୫।୬: ରାଜଧାନୀ ଭୁବନେଶ୍ୱରସ୍ଥିତ ସୈନିକ ସ୍କୁଲ ରାସ୍ତାରେ ଏକ ଭୟଙ୍କର ସିରିଜ୍‌ ଦୁର୍ଘଟଣା ଘଟିଛି। ସୋମବାର ରାତିରେ ଏକ କାର ଦ୍ରୁତଗତିରେ ମାଡ଼ି ଆସି ଚା’ ପିଉଥିବା…

କାନୀଗୁମା ନିକଟରେ ଦୁଇ ବାଇକ୍‌ ମୁହାଁମୁହିଁ ଧକ୍କା, ଭବାନୀପାଟଣାର ଯୁବକଙ୍କ ମୃତ୍ୟୁ

ଥୁଆମୂଳ ରାମପୁର,୧୫।୬(ଦୁର୍ଗା କୀର୍ତ୍ତି): ଥୁଆମୂଳ ରାମପୁର ଥାନା କାନୀଗୁମା କଫି ନର୍ସରୀ ନିକଟସ୍ଥ ବାଙ୍କ ବୁଲାଣି ରାସ୍ତାରେ ଦୁଇଟି ମୋଟରସାଇକେଲ ମଧ୍ୟରେ ମୁହାଁମୁହିଁ ଧକ୍କା ହୋଇଛି ।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri