ତିତ୍‌ଲିରେ ହୋଇଥିଲା ଧ୍ୱଂସ : ପୁରିଆ ସାହି କ୍ଷୁଦ୍ର ସେଚ ପ୍ରକଳ୍ପ ଡ୍ୟାମ୍‌ ପୁନଃ ନିର୍ମାଣ

ବ୍ରହ୍ମପୁର ଅଫିସ,୧୫ା୫-ଗଞ୍ଜାମ ଜିଲା ପାତ୍ରପୁର ବ୍ଲକ ଅନ୍ତର୍ଗତ ଉପାନ୍ତ ଅଞ୍ଚଳ ପୂରିଆ ସାହିରେ ପୁନଃ ନିର୍ମାଣ କରାଯାଉଛି ପୂରିଆ ସାହି କ୍ଷୁଦ୍ର ଜଳସେଚନ ଯୋଜନା। ଏହାର ମୁଖ୍ୟବନ୍ଧ (ହେଡୱାକ୍ସ) ନିର୍ମାଣ ଓ କେନାଲ ପୁନରୁଦ୍ଧାର ବାବଦରେ ପ୍ରଥମ ପର୍ଯ୍ୟାୟରେ ୨.୬୦ କୋଟି ଟଙ୍କା ବ୍ୟୟ ଅଟକଳ କରାଯାଇଛି ।

ସୂଚନାଯୋଗ୍ୟ, ମରୁଡ଼ି ପ୍ରପୀଡ଼ିତ ପାତ୍ରପୁର ବ୍ଲକରେ ଚାଷୀଙ୍କୁ ନିୟମିତ ସେଚ ବ୍ୟବସ୍ଥା ଯୋଗାଇବା ପାଇଁ ୧୯୮୦ ଦଶକରେ ଏହି ପ୍ରକଳ୍ପ ନିର୍ମାଣ କରାଯାଇଥିଲା। ଗଜପତି ଜିଲା ମହେନ୍ଦ୍ରଗିରି ପର୍ବତରୁ ନିର୍ଗତ ଏକ ଚିରସ୍ରୋତା ଝରଣା ପାଣିକୁ ଅଟକାଇବାକୁ ପୂରିଆ ସାହି ଡ୍ୟାମ କରାଯାଇଥିଲା। ୧୯୮୨ରେ ପ୍ରକଳ୍ପ ଉଦ୍‌ଘାଟନ ହୋଇଥିଲା ।  ଜରଡ଼ା ସମେତ ଆଖପାଖ ୨୫ରୁ ୩୦ ଖଣ୍ଡ ଗ୍ରାମର ୮ ଶହରୁ ଊର୍ଦ୍ଧ୍ୱ ହେକ୍ଟର ଚାଷ ଜମିକୁ ସୁବିଧାରେ ସେଚ ବ୍ୟବସ୍ଥା ହୋଇଥିଲା।

୨୦୧୮ ଅକ୍ଟୋବର ୧୧ ତାରିଖ ରାତିରେ ସାମୁଦ୍ରିକ ବାତ୍ୟା ତିତ୍‌ଲି ଆନ୍ଧ୍ରପ୍ରଦେଶ  ପଲାସା ନିକଟରେ ଲ୍ୟାଣ୍ଡଫଲ୍‌ କରିଥିଲା। ବାତ୍ୟା ସାଙ୍ଗକୁ ପ୍ରବଳ ବର୍ଷା ବିପତ୍ାତ ମଧ୍ୟ ହୋଇଥିଲା। ସୀମାନ୍ତ ଅଞ୍ଚଳ ହୋଇଥିବାରୁ ତିତ୍‌ଲି ପ୍ରଭାବରେ ପୂରିଆ ସାହି ପ୍ରକଳ୍ପ ସମ୍ପୂର୍ଣ୍ଣ ଧ୍ୱଂସ ହୋଇଗଲା। କେବଳ ସେତିକି ନୁହେଁ ସେହି ପ୍ରକଳ୍ପ ପାଖରେ ଥିବା ପୁରାଣ ବର୍ଣ୍ଣିତ ପର୍ଶୁରାମ କୁଣ୍ଡ ଓ ପର୍ଶୁରାମଙ୍କ ମୂର୍ତ୍ତି ଧୋଇ ହୋଇଯାଇଥିଲା । ପ୍ରାଚୀନ କିମ୍ବଦନ୍ତୀ ଅନୁସାରେ ପର୍ଶୁରାମ ସେହି କୁଣ୍ଡ ପାଖରେ ତପସ୍ୟା କରିଥିବାରୁ ନାମ ପର୍ଶୁରାମ କୁଣ୍ଡ ଦିଆଯାଇଥିଲା। ତିତ୍‌ଲି ତାଣ୍ଡବର ୬ ମାସ ପୂରିଛି ଏବଂ ପ୍ରକଳ୍ପର ପୁନଃ ନିର୍ମାଣ କାର୍ଯ୍ୟ ଆରମ୍ଭ କରାଯାଇଛି ।

କ୍ଷୁଦ୍ର ଜଳସେଚନ ବିଭାଗ ଗଞ୍ଜାମ ନଂ ୧ ଡିଭିଜନର ନିର୍ବାହୀ ଯନ୍ତ୍ରୀ ଗୋପାଳ ଦାସ କହିଛନ୍ତି, ପୂରିଆ ସାହି ଡ୍ୟାମ ପୁନଃ ନିର୍ମାଣ କାର୍ଯ୍ୟ  ଫେବୃୟାରୀରୁ ଆରମ୍ଭ ହୋଇଛି ଏବଂ ପ୍ରାକ୍‌ ବ୍ୟୟ ଅଟକଳ ମଞ୍ଜୁର ହୋଇଛି। ଯୁଦ୍ଧକାଳୀନ ଭିତ୍ତିରେ ନିର୍ମାଣ କାର୍ଯ୍ୟ ଚାଲିଥିବାରୁ ଚଳିତ ବର୍ଷର ଖରିଫ ଧାନ ଫସଲ ନିମନ୍ତେ ଚାଷୀଙ୍କୁ ଜଳସେଚନର ସୁବିଧା ଯୋଗାଇବା ଲକ୍ଷ୍ୟ ରଖାଯାଇଛି। ତିତଲି ମାଡ଼ରେ ଯୋଜନାର କେନାଲର ମଧ୍ୟ କେତେକାଂଶ ନଷ୍ଟ ହୋଇଥିବାରୁ ତାହାର ପୁନରୁଦ୍ଧାର କରାଯିବ। ନିର୍ଦ୍ଧାରିତ ସମୟ ମଧ୍ୟରେ ପୁନଃ ନିର୍ମାଣ କାର୍ଯ୍ୟ ସମ୍ପୂର୍ଣ୍ଣ ହେବାର ନିର୍ବାହୀ ଯନ୍ତ୍ରୀ ଗଭୀର ଆଶାପ୍ରକଟ ମଧ୍ୟ କରିଛନ୍ତି ।

ସୂଚନାଯୋଗ୍ୟ, ପୂରିଆ ସାହି ଯୋଜନା ଚିକିଟି ନିର୍ବାଚନ ମଣ୍ଡଳୀ ଅନ୍ତର୍ଭୁକ୍ତ । ବିଧାନସଭାର ପ୍ରାକ୍ତନ ବାଚସ୍ପତି ଚିନ୍ତାମଣି ଦ୍ୟାନ ସାମନ୍ତରା ପ୍ରଥମେ ୧୯୮୦ ନିର୍ବାଚନରେ ଚିକିଟି ସେଗମେଣ୍ଟରୁ ବିଧାୟକ ହୋଇଥିଲେ। ଲଗାତର ମରୁଡ଼ି ଦାଉରୁ ପାତ୍ରପୁର ବ୍ଲକର ଚାଷୀଙ୍କୁ ରକ୍ଷା କରିବା ପାଇଁ ତତ୍କାଳୀନ ସରକାରଙ୍କ ଉପରେ ପ୍ରବଳ ଚାପ ପକାଇ ଯୋଜନା ଅନୁମୋଦନ କରାଇଥିଲେ । ୧୯୮୫ରୁ ୧୯୯୦ ପର୍ଯ୍ୟନ୍ତ ଉପବାଚସ୍ପତି ଏବଂ ୧୯୯୫ ରୁ ୨୦୦୦ ଯାଏ ସେ ବାଚସ୍ପତି ହେବାରୁ ପ୍ରଥମ ଓ ଦ୍ୱିତୀୟ ପର୍ଯ୍ୟାୟ କେନାଲ ନିର୍ମାଣ କରାଇଥିଲେ । ତିତ୍‌ଲି ତାଣ୍ଡବ ପରେ ପୂରିଆ ସାହି ଯୋଜନାର ତୁରନ୍ତ ପୁନଃ ନିର୍ମାଣ ପାଇଁ ସେ ଦାବି କରିବା ସହ ମୁଖ୍ୟମନ୍ତ୍ରୀଙ୍କୁ ମଧ୍ୟ ଚିଠି ଲେଖିଥିଲେ ।


Enter your email to get our daily news in your inbox.

All Right Reserved By Dharitri.Com

ମା’ ବାଙ୍କେଶ୍ୱରୀଙ୍କ ଦୋଳଯାତ୍ରା ପାଇଁ ପ୍ରସ୍ତୁତି: ଲକ୍ଷାଧିକ ଶ୍ରଦ୍ଧାଳୁଙ୍କ ହେବ ସମାଗମ

ଦିଗପହଣ୍ଡି,୧୮।୨(ଅଶେଷ ନାଥ ମିଶ୍ର) ସମଗ୍ର ଦକ୍ଷିଣ ଓଡ଼ିଶାର ପ୍ରସିଦ୍ଧ ମା’ ବାଙ୍କେଶ୍ୱରୀଙ୍କ ଦୋଳ ଯାତ୍ରା ନିମନ୍ତେ ପ୍ରସ୍ତୁତି ସଭା ଅନୁଷ୍ଠିତ ହୋଇଯାଇଛି। ଦିଗପହଣ୍ଡି ବ୍ଲକ ବଡ଼ଡୁମ୍ବୁଳା ଗ୍ରାମ…

ରେଳ ଧାରଣାରୁ ମହିଳା ମେଡିକାଲ ଆଟେଣ୍ଡାଣ୍ଟ୍‌ଙ୍କ ମୃତଦେହ ଜବତ: ହତ୍ୟା ଅଭିଯୋଗ ଆଣିଲେ ପରିବାର

ବ୍ରହ୍ମପୁର,୧୮/୨(ସୁବାସ ଚନ୍ଦ୍ର ପାଢ଼ୀ): ସରକାରୀ ରେଳବାଇ ପୋଲିସ (ଜିଆରପି) ବୁଧବାର ବଢି ଭୋର ଜଣେ ମହିଳାଙ୍କ ମୃତଦେହ ରେଳଧାରଣା କରୁ ଜବତ କରିଛି। ମୃତକଙ୍କ ପରିଚୟ ପ୍ରଥମେ…

ଠାକୁରାଣୀ ଯାତ୍ରା ପାଇଁ ଜୋରଦାର ପ୍ରସ୍ତୁତି: ବିଧାୟକ,ଉପଜିଲାପାଳଙ୍କ ନୂଆ ହେବ ଅନୁଭୂତି

ଭଞ୍ଜନଗର,୧୮।୨(ବାବୁଲା ପ୍ରଧାନ)-ଗଞ୍ଜାମ ଜିଲା ଭଞ୍ଜନଗର ଐତିହାସିକ ଠାକୁରାଣୀ ଯାତ୍ରାର ପ୍ରସ୍ତୁତି ବୈଠକ ଆଜି ସନ୍ଧ୍ୟାରେ ସ୍ଥାନୀୟ ରଘୁନାଥ ମନ୍ଦିର ପରିସରରେ ଅନୁଷ୍ଠିତ ହେବ। ଏନେଇ ସମସ୍ତ ବିଭାଗ…

ବରିଷ୍ଠ ନାଗରିକଙ୍କ ସ୍ବାସ୍ଥ୍ୟ ପରୀକ୍ଷା: ଯୋଗାଇ ଦିଆଯାଉଛି ଔଷଧ

ଭଞ୍ଜନଗର,୧୮/୨(ବାବୁଲା ପ୍ରଧାନ): ବର୍ତ୍ତମାନ ବରିଷ୍ଠ ନାଗରିକ ସପ୍ତାହ ଚାଲିଛି। ଏଥିପାଇଁ ବରିଷ୍ଠ ନାଗରିକମାନଙ୍କୁ ନେଇ ବିଭିନ୍ନ କାର୍ଯ୍ୟକ୍ରମ ହେଉଛି। ପୂର୍ବରୁ ଭଞ୍ଜନଗର ଉପଖଣ୍ଡ ପ୍ରଶାସନ ପକ୍ଷରୁ କବିତା…

କଡ଼ା ସୁରକ୍ଷା ମଧ୍ୟରେ ଆରମ୍ଭ ହେଲା ଯୁକ୍ତ ୨ ପରୀକ୍ଷା

ଭଞ୍ଜନଗର,୧୮ା୨(ବାବୁଲା ପ୍ରଧାନ): ବୁଧବାରଠାରୁ ରାଜ୍ୟରେ +୨ କଳା, ବାଣିଜ୍ୟ, ବିଜ୍ଞାନ ଓ ଧନ୍ଦାମୂଳକ ବାର୍ଷିକ ପରୀକ୍ଷା ଆରମ୍ଭ ହୋଇଛି। ପ୍ରଥମ ଦିନ ମାତୃଭାଷା ଓଡ଼ିଆ ପରୀକ୍ଷା ଦେଉଛନ୍ତି…

ହବ୍‌ରୁ ପରୀକ୍ଷା କେନ୍ଦ୍ରକୁ ଗଲା ପ୍ରଶ୍ନପତ୍ର, କଡ଼ା ସୁରକ୍ଷା ମଧ୍ୟରେ ଆରମ୍ଭ ହେବ ପରୀକ୍ଷା

ଭଞ୍ଜନଗର,୧୮ା୨((ବାବୁଲା ପ୍ରଧାନ): ବୁଧବାରଠାରୁ ରାଜ୍ୟରେ +୨ କଳା, ବାଣିଜ୍ୟ, ବିଜ୍ଞାନ ଓ ଧନ୍ଦାମୂଳକ ବାର୍ଷିକ ପରୀକ୍ଷା ଆରମ୍ଭ ହୋଇଛି। ପ୍ରଥମ ଦିନ ବିଜ୍ଞାନ ଛାତ୍ରୀଛାତ୍ରଙ୍କ ମାତୃଭାଷା ଓଡ଼ିଆ…

ଲାଭ ନେଇଗଲା କଂଗ୍ରେସ

ଭୁବନେଶ୍ୱର,୧୮।୨(ସୁନିତ୍‌ ମିଶ୍ର): ୧୭ଶ ବିଧାନସଭାର ୬ଷ୍ଠ ଅଧିବେଶନ ମଙ୍ଗଳବାର ଆରମ୍ଭ ହୋଇଛି। ରାଜ୍ୟପାଳ ହରିବାବୁ କମ୍ଭମପାଟିଙ୍କ ଅଭିଭାଷଣରୁ ଗୃହକାର୍ଯ୍ୟ ଆରମ୍ଭ ହୋଇଛି। ପ୍ରଥମ ଦିନ ଥିବାରୁ ଗୃହରେ…

ଝିଅ ବାହାଘର ପାଇଁ ଗୁଆ ନିମନ୍ତ୍ରଣ ଦେବାକୁ ଯାଉଥିଲେ, ସାମ୍ନାରୁ ପିଟିଲା ବାଇକ୍‌; ଚାଲିଗଲା…

ଦିଗପହଣ୍ଡି,୧୭|୨(ଅଶେଷ ନାଥ ମିଶ୍ର) ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ସିଙ୍ଗପୁର ଗ୍ରାମ ସମବାୟ କାର୍ଯ୍ୟାଳୟ ନିକଟରେ ମଙ୍ଗଳବାର ସନ୍ଧ୍ୟା ପ୍ରାୟ ସାଢ଼େ ୭ ଟାରେ ରେ ୨…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri