ତାଳଚେର ବିଧାୟକଙ୍କ ଗାଡ଼ି ପୋଡ଼ିଦେବା ଘଟଣା:ଉତ୍ତର କେନ୍ଦ୍ରାଞ୍ଚଳ ଡିଆଇଜି, ଏସ୍‌ପିଙ୍କ ତଦନ୍ତ

ତାଳଚେର, ୧୦ା୧୨(ନି.ପ୍ର.)

ତାଳଚେର ବିଧାୟକ ବ୍ରଜ କିଶୋର ପ୍ରଧାନଙ୍କ ଭରତପୁରସ୍ଥିତ କ୍ୟାମ୍ପ କାର୍ଯ୍ୟାଳୟରେ ଶନିବାର ରାତିରେ କେହି ଦୁର୍ବୃତ୍ତ ତାଙ୍କ କାର ପୋଡ଼ିଦେବା ଏବଂ ପୂର୍ବରୁ ତାଙ୍କ ପୈତୃକ ବାସଭବନରେ ନିଆଁ ଲଗାଇଦେବାକୁ ଉଦ୍ୟମ କରିବା ଘଟଣାରେ ସୋମବାର ପୋଲିସ ପକ୍ଷରୁ ତଦନ୍ତ କରାଯାଇଛି। ଉତ୍ତର କେନ୍ଦ୍ରାଞ୍ଚଳ ଡିଆଇଜି ନରସିଂହ ଭୋଳ, ଜିଲା ଆରକ୍ଷୀ ଅଧୀକ୍ଷକ ଜଗମୋହନ ମୀନା ପ୍ରମୁଖ ଘଟଣାସ୍ଥଳ ପରିଦର୍ଶନ କରିଛନ୍ତି। ଅଧିକାରୀମାନେ ବିଧାୟକଙ୍କ ଭରତପୁର କାର୍ଯ୍ୟାଳୟର କର୍ମଚାରୀଙ୍କଠାରୁ ଘଟଣା ସମ୍ପର୍କରେ ପଚାରି ବୁଝିଥିଲେ। ବିଧାୟକ ବ୍ୟବହାର କରୁଥିବା ଗାଡ଼ିକୁ ମଧ୍ୟ ଦେଖିଥିଲେ। ପରେ ଅଧିକାରୀମାନେ ବିଧାୟକଙ୍କ ହାଣ୍ଡିଧୂଆଁସ୍ଥିତ ପୈତୃକ ବାସଭବନରେ ପହଞ୍ଚି ସେଠାରେ ପୂର୍ବରୁ ଦୁର୍ବୃତ୍ତଙ୍କ ଦ୍ୱାରା ନିଆଁ ଲଗା ସ୍ଥାନକୁ ଅନୁଧ୍ୟାନ କରିଥିଲେ। ଏହି ସମୟରେ ତାଳଚେର ଏସ୍‌ଡିପିଓ ସିଦ୍ଧାର୍ଥ କାଟାରିଆ, ବିକ୍ରମପୁର ଆଇଆଇସି, କଲିୟରୀ ଆଇଆଇସି ଏବଂ ଅନ୍ୟ କର୍ମଚାରୀମାନେ ଉପସ୍ଥିତ ଥିଲେ। ଏ ସମ୍ପର୍କିତ ପ୍ରତ୍ୟେକ ଘଟଣାବଳୀର ଗୁରୁତ୍ୱକୁ ଉପଲବ୍ଧ କରି ବର୍ତ୍ତମାନର କେସ୍‌ ଏବଂ ପୁରୁଣା କେସ୍‌ଗୁଡ଼ିକର ଛାନଭିନ୍‌ ତ୍ୱରାନ୍ବିତ କରିବାକୁ ଡିଆଇଜି ଭୋଳ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଇଥିଲେ। ଏହି ଘଟଣାକୁ ପୋଲିସ ଗୁରୁତ୍ୱର ସହ ବିଚାର କରୁଥିବା ଏସ୍‌ପି ମୀନା ପ୍ରକାଶ କରିଥିଲେ। ବିଧାୟକଙ୍କ ଗାଡ଼ି ପୋଡ଼ା ଘଟଣା ନେଇ ବିକ୍ରମପୁର ଥାନାରେ ନଂ୧୪୨/୧୯ରେ ଏକ ମାମଲା ରୁଜୁ କରାଯାଇଛି। କଲିୟରୀ ଥାନା ଆଇଆଇସି ଏବଂ ବିକ୍ରମପୁର ଥାନା ଆଇଆଇସି, ତାଳଚେର ଏସ୍‌ଡିପିଓଙ୍କ ନେତୃତ୍ୱରେ ଏକ ଟିମ୍‌ ଏହି ମାମଲାର ତଦନ୍ତ କରୁଛନ୍ତି ବୋଲି ଏସ୍‌ପି ପ୍ରକାଶ କରିଥିଲେ। ଅପରପକ୍ଷେ ଯେଉଁମାନେ ଏହି ଘଟଣାରେ ସମ୍ପୃକ୍ତ ଅଛନ୍ତି ସେମାନଙ୍କୁ ଧରାଯିବା ସହ ଏପରି କାମ ପଛର କାରଣ ତୁରନ୍ତ ଖୋଜାଯିବା ଆବଶ୍ୟକ ବୋଲି ତାଳଚେର ବିଧାୟକ ବ୍ରଜ କିଶୋର ପ୍ରଧାନ ପ୍ରକାଶ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଥୁଆମୂଳ ରାମପୁର: PWD ରାସ୍ତାରେ ଝୁଲୁଛି ମୃତ୍ୟୁର ଖଣ୍ଡା! ଶୁଖିଲା ଗଛ ସାଜିଛି ମରଣଯନ୍ତା

ଥୁଆମୂଳ ରାମପୁର, ୧୦ା୫ (ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକର ଜୀବନରେଖା କୁହାଯାଉଥିବା ଥୁଆମୂଳ ରାମପୁର – କାଶୀପୁର ମୁଖ୍ୟ PWD ରାସ୍ତା ଏବେ…

ମାଙ୍କଡଡିଆଁ ଜଳପ୍ରପାତରେ ଅଘଟଣ, ପର୍ଯ୍ୟଟକଙ୍କ ମୃତଦେହ ଉଦ୍ଧାର

ମୋହନା,୧୦ା୫( ମନ୍ମଥ ମିଶ୍ର ): ମାଙ୍କଡଡିଆଁ ଜଳପ୍ରପାତରୁ ଯୁବକଙ୍କ ମୃତଦେହ ଉଦ୍ଧାର ହୋଇଛି । ମୃତ ବ୍ୟକ୍ତିଙ୍କର ନାମ ଅଭିଜିତ ଦାସ ହୋଇଥିବା ବେଳେ ସେ ଜଣେ…

ଜାତୀୟ ଓପନ ର଼୍ୟାଙ୍କିଙ୍ଗ୍‌ ଟୁର୍ନାମେଣ୍ଟ ଆରମ୍ଭ: ଭାଗ ନେଲେ ୧୪୦୦ ରେସଲର

ଗୋଣ୍ଡା,୧୦ା୫: ଜାତୀୟ ଓପନ ର଼୍ୟାଙ୍କିଙ୍ଗ୍‌ ଟୁର୍ନାମେଣ୍ଟ ରବିବାର ଆରମ୍ଭ ହୋଇଯାଇଛି। ଜାତୀୟ କ୍ୟାମ୍ପ୍ସ ଏବଂ ଭବିଷ୍ୟତରେ ହେବାକୁ ଥିବା ଅନ୍ତର୍ଜାତୀୟ ପ୍ରତିଯୋଗିତା ଚୟନ ପାଇଁ ଜାତୀୟ ଓପନ…

ଘୋର ଆର୍ଥିକ ସଙ୍କଟରେ ତୈଳ କମ୍ପାନୀ, ଦୈନିକ ୧୭୦୦ କୋଟିର କ୍ଷତି; ଶୀଘ୍ର ବଢ଼ିବ ପେଟ୍ରୋଲ-ଡିଜେଲ ଦାମ୍‌

ନୂଆଦିଲ୍ଲୀ,୧୦।୫: ଇରାନ ଯୁଦ୍ଧ ଏବଂ ହର୍ମୁଜ ପ୍ରଣାଳୀ (Strait of Hormuz) ଅବରୋଧ ଯୋଗୁ ବିଶ୍ୱ ବଜାରରେ ଅଶୋଧିତ ତୈଳ ଦର ବ୍ୟାରେଲ ପିଛା ୧୦୦ ଡଲାର…

ଗଞ୍ଜାମ ଚନ୍ଦନ ଯାତ୍ରା, ହରିହର ଭେଟ ଦେଖିବାକୁ ଲାଗିଲା ଶ୍ରଦ୍ଧାଳୁଙ୍କ ଭିଡ଼

ଗଞ୍ଜାମ,୧୦ା୫(ଅନାଥ ତରାଇ):  ଗଞ୍ଜାମ ସହରର ପାରମ୍ପରିକ ପ୍ରସିଦ୍ଧ ଚନ୍ଦନ ଯାତ୍ରା ଏବେ ଶେଷ ପର୍ଯ୍ୟାୟରେ ପହଞ୍ଚିଛି । ଗତ ମାସ ୨୦ ତାରିଖରୁ ଆରମ୍ଭ ହୋଇଥିବା ଏହି ଐତିହାସିକ…

ରୋଗରୁ ହୋଇଛି ଦନ୍ତାହାତୀର ମୃତ୍ୟୁ: ଅପପ୍ରଚାରକାରୀଙ୍କ ବିରୋଧରେ ହେବ ଦୃଢ଼ କାର୍ଯ୍ୟାନୁଷ୍ଠାନ

ଭଞ୍ଜନଗର,୧୦ା୫(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ଘୁମୁସର ଉତ୍ତର ବନଖଣ୍ଡ ତାରସିଂ ରେଞ୍ଜର ଗାୟଗଣ୍ଡା ନିକଟରେ ମୃତ୍ୟୁବରଣ କରିଥିବା ଦନ୍ତାହାତୀଟି ରୋଗରୁ ମୃତ୍ୟୁ ହୋଇଥିବା ମୃତଦେହ ବ୍ୟବଚ୍ଛେଦରୁ…

ବାଲିଅନ୍ତା ବର୍ବରତା; ରାଜ୍ୟ ସରକାରଙ୍କ କାର୍ଯ୍ୟାନୁଷ୍ଠାନ, ୪ ପୋଲିସ ସସ୍‌ପେଣ୍ଡ୍‌

ଭୁବନେଶ୍ବର,୧୦ା୫:  ବାଲିଅନ୍ତା ବର୍ବରତା ଘଟଣା କେବଳ ରାଜ୍ୟ ନୁହେଁ ଦେଶରେ ଚର୍ଚ୍ଚାର ବିଷୟ ପାଲଟିଛି । ଏହି ଘଟଣାରେ ବର୍ତ୍ତମାନ ରାଜ୍ୟ ସରକାର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛନ୍ତି…

LPG ନେଇ ବଡ଼ ଘୋଷଣା, ଏମାନଙ୍କୁ ମିଳିବନି ସବସିଡି

ନୂଆଦିଲ୍ଲୀ,୧୦ା୫: କେନ୍ଦ୍ର ସରକାର LPG ସବସିଡି ନିୟନ୍ତ୍ରଣ ନିୟମକୁ କଡ଼ାକଡ଼ି କରିଛନ୍ତି । ବର୍ତ୍ତମାନ ଗ୍ରାହକ କିମ୍ବା ସେମାନଙ୍କ ପରିବାର ସଦସ୍ୟଙ୍କ ଆୟ ପ୍ରତିବର୍ଷ ୧୦ ଲକ୍ଷରୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri