ତାଲିକା ଧରି କୋଲକାତା ଗଲା ଏସ୍‌ଟିଏଫ୍‌ ଟିମ୍‌

ଭୁବନେଶ୍ୱର,୧।୨(ବ୍ୟୁରୋ): ବାଂଲାଦେଶୀ ଯୁବତୀଙ୍କୁ ଓଡ଼ିଶା ଚାଲାଣ କରି ଦେହ ବ୍ୟବସାୟରେ ଲଗାଇବା ମାମଲାରେ କ୍ରାଇମବ୍ରାଞ୍ଚ ଏସ୍‌ଟିଏଫ୍‌ ହାତରେ ଏବେ ଆଉ ଏକ ବଡ଼ ସୁରାକ ଲାଗିଛି। ଏହି ର଼୍ୟାକେଟର କିଙ୍ଗ୍‌ପିନ୍‌ ଅଞ୍ଜଳି ଦିଦି ଓ ତାଙ୍କ ସ୍ବାମୀ ଇବ୍ରାହିମ୍‌ଙ୍କୁ ଶୁକ୍ରବାର ରିମାଣ୍ଡରେ ଆଣି ଦିନତମାମା ମାରାଥନ ଜେରା କରିଛି ଏସ୍‌ଟିଏଫ୍‌। ତଦନ୍ତ ଓ ପଚରାଉଚରାବେଳେ ମିଳିଥିବା ତଥ୍ୟ ଅନୁସାରେ ବାଂଲାଦେଶରୁ ଯୁବତୀ ଚାଲାଣ ରୁଟ୍‌ ସହ ସମ୍ପୃକ୍ତ ମାଷ୍ଟରମାଇଣ୍ଡ୍‌ ଓ ଦଲାଲଙ୍କ ତାଲିକା ପ୍ରସ୍ତୁତ କରାଯାଇଛି। ସେହି ତାଲିକା ଧରି ଏସ୍‌ଟିଏଫ୍‌ ଟିମ୍‌ ଅଧିକ ଖୋଳତାଡ଼ ପାଇଁ ଶୁକ୍ରବାର କୋଲକତା ଯାତ୍ରା କରିଛି। ତେବେ ଆବଶ୍ୟକ ପଡ଼ିଲେ ଏହି ଟିମ୍‌ ବାଂଲାଦେଶ ଯାଇପାରେ ବୋଲି ସୂଚନା ମିଳିଛି।
ମିଳିଥିବା ସୂଚନାନୁସାରେ, ସମ୍ପୃକ୍ତ ଦଲାଲମାନେ ବାଂଲାଦେଶ ସୀମା ନିକଟରୁ ଯୁବତୀଙ୍କୁ ଆଣି କୋଲକତା ସହରରେ ଥିବା ଏକ ହୋଟେଲରେ ରଖୁଥିଲେ। ପରେ ଅଞ୍ଜଳିଙ୍କ ସହ ଯୋଗାଯୋଗ କରାଯାଇ ଅନ୍ୟ କେତେଜଣ ଦଲାଙ୍କ ସହ ଓଡ଼ିଶା ପଠାଯାଇ ସେକ୍ସ ର଼୍ୟାକେଟରେ ନିୟୋଜିତ କରାଯାଉଥିଲା। ଦଲାଲଙ୍କୁ ଧରି ଅଧିକ ତଥ୍ୟ ପାଇବାକୁ ଆଶା ରଖିଛି ଏସ୍‌ଟିଏଫ୍‌। ଏପରି କି କୋଲକତା ପୋଲିସ ଓ ବିଏସ୍‌ଏଫ୍‌ ମୁଖ୍ୟଙ୍କ ସହ ଆଲୋଚନା କରାଯିବ। ବାଂଲାଦେଶୀ ଯୁବତୀଙ୍କ ବେଆଇନ ପ୍ରବେଶ ରୋକାଯିବା ସହ ଏଥିରେ ସମ୍ପୃକ୍ତ ପୋଲିସ ଅଧିକାରୀ ଓ କର୍ମଚାରୀଙ୍କ ସଂକ୍ରାନ୍ତରେ ସେମାନଙ୍କୁ ଅବଗତ କରାଇ ପଦକ୍ଷେପ ଗ୍ରହଣ କରିବାକୁ ଏସ୍‌ଟିଏଫ୍‌ ଯୋଜନା କରିଛି।
ଅନ୍ୟପକ୍ଷରେ, ଡିଆଇଜି ର଼୍ୟାଙ୍କ୍‌ର ଜଣେ ଅଧିକାରୀ ଅଞ୍ଜଳି ଓ ଇବ୍ରାହିମଙ୍କୁ ପଚରାଉଚରାବେଳେ ଯୁବତୀ ଚାଲାଣ ର଼୍ୟାକେଟର ବହୁ ତଥ୍ୟ ମିଳିଥିବା କୁହାଯାଉଛି। ଏହାସହ ଲକ୍ଷ୍ମୀସାଗର ଥାନା ପୋଲିସ ଗିରଫ କରିଥିବା ୩ ଦଲାଲ, ପୁରୁଣା ଭୁବନେଶ୍ୱର ଅଞ୍ଚଳରୁ ଧରାପଡ଼ିଥିବା ୬ଜଣ ରୂପଜୀବୀଙ୍କ ସହ ଅଞ୍ଜଳି ଓ ଇବ୍ରାହିମ୍‌ଙ୍କୁ ଶନିବାର ମୁହାଁମୁହିଁ ଜେରା କରାଯିବ। ଜାଲ୍‌ ଆଧାରକାର୍ଡ ଓ କାଗଜପତ୍ର ତିଆରି କରୁଥିବା ସମ୍ବିତ୍‌ଙ୍କ ବିଷୟରେ ମଧ୍ୟ ପଚରାଉଚରା କରାଯିବ। ପ୍ରମାଣ ମିଳିଲେ ଏସ୍‌ଟିଏଫ୍‌ ସମ୍ବିତକୁ ଗିରଫ କରିପାରେ ବୋଲି କୁହାଯାଉଛି।


Enter your email to get our daily news in your inbox.

All Right Reserved By Dharitri.Com

ଆନ୍ତଃ ବାଟାଲିୟନ କମାଣ୍ଡୋ ପ୍ରତିଯୋଗିତା: ଭଞ୍ଜନଗର ଆଇଆରବି ବାଟାଲିୟନ ରନର୍ସ ଅପ୍‌

ଭଞ୍ଜନଗର, ୨ ୮।୧୨(ବାବୁଲା ପ୍ରଧାନ): ସ୍ପେଶାଲ ଅପରେଶନ ଗ୍ରୁପ (ଏସଓଜି) ଚନ୍ଦକା ଠାରେ ୮ମ ରାଜ୍ୟ ପୋଲିସ ଆନ୍ତଃ ବାଟାଲିୟନ କମାଣ୍ଡୋ ପ୍ରତିଯୋଗିତା ଉଦ୍‌ଯାପିତ ହୋଇଯାଇଛି...

ମ୍ଭାରୀଗୁଡା ରାସ୍ତାପଟେ ବୃଦ୍ଧା ଯାଉଥିବା ବେଳେ ହଠାତ୍‌ ଆସିଲା ଭାଲୁ : ପରେ…

ନୂଆପଡ଼ା/ସିନାପାଲି,୨୮ା୧୨ (ମକାରୁ ବେମାଲ/ମନଫୁଲ ମେହେର): ନୂଆପଡ଼ା ଜିଲା ସିନାପାଲି ଥାନା ଗଣ୍ଡାବାହାଲି ଗାଁରେ ଶୁକ୍ରବାର ଭାଲୁ ଆକ୍ରମଣରେ ଜଣେ ବୃଦ୍ଧାଙ୍କ ମୁତ୍ୟୁ ଘଟିଛି। ସେ ହେଲେ...

ସର୍ୱୋତ୍ତମ ପ୍ରତିନିଧିତ୍ୱ ବ୍ୟବସ୍ଥା

କ୍ଷତା, ଯୋଗ୍ୟତା ଓ ଲୋକପ୍ରିୟତା ନିର୍ୱିଶେଷରେ ହାତୀ ସୁନାକଳସ ଢାଳିଲା ପରି ଆମ ଲୋକପ୍ରତିନିଧିମାନେ ସଦନକୁ ନିର୍ୱାଚିତ ହୋଇଯାଉଛନ୍ତି। ନିର୍ୱାଚନର ନୀତି ନିୟମ ଅନୁଯାୟୀ ଜଣେ...

ସଙ୍କଟରେ ପକ୍ଷୀକୁଳ

ବତ୍ତର୍ର୍ନର ସ୍ତରକୁ ଲକ୍ଷ୍ୟ କଲେ ଜଣାଯାଏ ମଣିଷ ଆଗମନର ଢେର ଆଗରୁ ସୃଷ୍ଟି ହୋଇଥିଲେ ଉଦ୍ଭିଦମାନେ ଆଉ କ୍ରମେ ଉଦ୍ଭବ ହୋଇଥିଲେ ବିବିଧ ପ୍ରାଣୀ। ମଣିଷ...

ଉଦ୍ଦେଶ୍ୟ ଓ ଉଦାସୀନତା

ଭାରତୀୟ ଜନତା ପାର୍ଟି (ଭାଜପା) ଏହାର ବିଚାରଧାରାକୁ କାର୍ଯ୍ୟକାରୀ କରିବା ପାଇଁ ଦୃଢ଼ ସଂକଳ୍ପ ନେଇଛି ଏବଂ ଏହା ତାହାର ମୂଳ ଉଦ୍ଦେଶ୍ୟ। ଦଳ କ୍ଷମତାରେ...

କାଠଗଡ଼ାକୁ ଯିବେ ରହମାନ୍‌ ଡକୈତ

ମୁମ୍ୱାଇ,୨୮ା୧୨: ‘ଧୁରନ୍ଧର’ ଫିଲ୍ମର ସୁପରହିଟ୍‌ ସଫଳତା ପରେ ଅଭିନେତା ଅକ୍ଷୟ ଖାନ୍ନାଙ୍କ ଡିମାଣ୍ଡ ରାତାରାତି ବଢ଼ିଯାଇଛି। ସେ ନିଜ ସାଲାରି ୩ ଗୁଣା ବଢ଼ାଇଦେଇଛନ୍ତି। ଏପରି...

ପୁରୀ, ଭୁବନେଶ୍ୱରରେ ରେଳ ଚଳାଚଳ ଦୁଇଗୁଣା ବଢ଼ିବ

ଭୁବନେଶ୍ୱର,୨୮ା୧୨(ଅନୁରାଧା ମହାରଣା): ଆସନ୍ତା ୫ ବର୍ଷରେ ଅର୍ଥାତ୍‌ ୨୦୩୦ ସୁଦ୍ଧା ଭୁବନେଶ୍ୱର, ପୁରୀ ଏବଂ ବିଶାଖାପାଟଣାରେ ରେଳ ଚଳାଚଳ କ୍ଷମତା ଦ୍ୱିଗୁଣା କରାଯିବ। ଏଥିପାଇଁ ପ୍ରମୁଖ...

ପ୍ରତିଷ୍ଠା ଦିବସର ଦିନକ ପରେ ବଡ଼ ଘୋଷଣା କଲା ବିଜେଡି

ଭୁବନେଶ୍ୱର,୨୮ା୧୨(ସୁନିତ୍‌ ମିଶ୍ର): ବିଜେଡି ପ୍ରତିଷ୍ଠା ଦିବସ ପାଳନର ଦିନକ ପରେ ୧୧ ସାଙ୍ଗଠନିକ ଜିଲା ପାଇଁ ଦଳ ସଭାପତି ନବୀନ ପଟ୍ଟନାୟକ ଶନିବାର ତାଲିକା ପ୍ରକାଶ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri