ତାତିଲେ ମହିଳା, ଭାଙ୍ଗିଲେ ମଦ ଦୋକାନ

ସଜନାଗଡ଼,୧।୮ (ଡି.ଏନ.ଏ.)- ବାଲେଶ୍ୱର ଜିଲା ନୀଳଗିରି ଥାନା ଅଧୀନ ମିତ୍ରପୁର କାଠପାଳ ଅଞ୍ଚଳରେ ଚୋରା ମଦ କାରବାର ବିରୋଧରେ ମହିଳାମାନଙ୍କ ଆନ୍ଦୋଳନ ତେଜିବାରେ ଲାଗିଛି। ଚୋରାମଦ କାରବାର ବୃଦ୍ଧି ଯୋଗୁ ନାନା ବିଶୃଙ୍ଖଳା ଓ ଗଣ୍ଡଗୋଳ ଘଟୁଥିବା ମହିଳାମାନେ ଅଭିଯୋଗ କରି ମଦ ବିରୋଧୀ ଅଭିଯାନ ଆରମ୍ଭ କରିଥିଲେ ମଧ୍ୟ ଅବକାରୀ ଓ ପୋଲିସ ବିଭାଗ କୌଣସି ପଦକ୍ଷେପ ନେଉ ନାହିଁ ା କାଠପାଳ ଇଟାଭାଟି ଛକରେ ଜଣେ ବ୍ୟକ୍ତି ଚୋରା ମଦ ବେପାର କରୁଥିବାରୁ ଗରିବ ଖଟିଖିଆ ଲୋକେ ସେଠାରୁ ମଦ ପିଇ ଘରେ ସ୍ତ୍ରୀ ପିଲାଛୁଆମାନଙ୍କୁ ମାଡ଼ ମାରୁଥିବା ଏବଂ ଏଭଳି ହିଂସା ଘଟଣାକୁ ନେଇ ଆଦିବାସୀ ଶ୍ରମିକ ଓ ଗରିବ ଲୋକଙ୍କ ଘରେ ଚୁଲି ଜଳୁ ନ ଥିବା ପଦାକୁ ଆସିବା ପରେ ବୁଧବାର ସକାଳେ ଶତାଧିକ ମହିଳା ହାତରେ ଝାଡୁ ଓ ଠେଙ୍ଗା ଧରି ସେଠାକାର ମଦ ଦୋକାନକୁ ଭାଙ୍ଗିଦେବା ସହ ବହୁ ମଦକୁ ଫିଙ୍ଗି ନଷ୍ଟ କରିଦେଇଛନ୍ତି। ଦୀର୍ଘ ସମୟ ଧରି ମହିଳା ଗୋଷ୍ଠୀ ସେଠାରେ ଭଙ୍ଗାରୁଜା କରିବା ସହ ବିଭିନ୍ନ ସ୍ଲୋଗାନ ଦେଇ ମଦ ବିରୋଧୀ ଅଭିଯାନ ଚଳାଇଥିଲେ। ସେମାନେ ମଧ୍ୟ ନୀଳଗିରି ଥାନାକୁ ଯାଇ ବିକ୍ଷୋଭ ପ୍ରଦର୍ଶନ କରିଥିଲେ।
ଆନ୍ଦୋଳନକାରୀ ମହିଳା ଦର୍ଶାଇଛନ୍ତି ଯେ, ଘଟଣାସ୍ଥଳରୁ ମାତ୍ର ୩ କି.ମି. ଦୂରରେ ଅଯୋଧ୍ୟା ଫାଣ୍ଡି ଥିବା ସତ୍ତ୍ୱେ ପୋଲିସ ଘଟଣାସ୍ଥଳକୁ ଆସି ନ ଥିଲା। ଏ ନେଇ ଉତ୍ତ୍ୟକ୍ତ ମହିଳା ନୀଳଗିରି ଥାନାକୁ ଯାଇ ଚୋରା ମଦ ବେପାର ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ସହିତ କାଠପାଳ ଅଞ୍ଚଳକୁ ଚୋରା ମଦମୁକ୍ତ କରିବା ଲାଗି ଲିଖିତ ଅଭିଯୋଗ କରିଥିଲେ। ରୁକ୍ମିଣୀ ମହାଳିକ, ସୁକାନ୍ତି ମହାଳିକ, ପ୍ରମିଳା ଚୌଧୁରୀ, ଶାନ୍ତିଲତା ଚୌଧୁରୀ, ଗୌରୀମଣି ଚୌଧୁରୀ, ଶକୁନ୍ତଳା ଦଣ୍ଡପାଟ, ଯମୁନା ପାତ୍ର, ଗୀତାଞ୍ଜଳି ମହାଳିକ, ଶୁଭଲକ୍ଷ୍ମୀ ମହାଳିକ, ସୀମା ମହାଳିକ, ଜୟନ୍ତୀ ମହାଳିକ ପ୍ରମୁଖ ଥାନା ଆଗରେ ବିକ୍ଷୋଭ କରି ଦାବି ଜଣାଇଥିଲେ। ଅନ୍ୟମାନଙ୍କ ମଧ୍ୟରେ ନିର୍ମଳା ଦଣ୍ଡପାଟ, ମଞ୍ଜୁଲତା ଦଣ୍ଡପାଟ, ସୁମତୀ ଦାସ, ନିନି ଦଳେଇ, ସସ୍ମିତା ନାୟକ, ରଞ୍ଜିତା ବେହେରା, ଭାନୁମତି ଖଣ୍ଡେଇ ସମେତ ବହୁ ମହିଳା ଉପସ୍ଥିତ ଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଘରେ ମରାମତି କରୁଥିବା ବେଳେ ଅଘଟଣ: ପୁଅଙ୍କୁ ବିଦ୍ୟୁତ୍‌ ଆଘାତରୁ ବଞ୍ଚାଇବାକୁ ଯାଇ ବାପା ମୃତ, ମା’ ଗୁରୁତର

ଯାଜପୁର,୫।୫(ହର୍ଷବର୍ଦ୍ଧନ ବେହେରା): ଯାଜପୁର ରୋଡ଼ ଥାନା ବେଙ୍ଗପାଟିଆ ଗ୍ରାମରେ ରବିବାର ଅଘଟଣ ଘଟିଛି। ବିଦ୍ୟୁତ୍‌ ଆଘାତରେ ବାପ ଓ ପୁଅଙ୍କ ମୃତ୍ୟୁ ହୋଇଥିବା ବେଳେ ମା’...

ପାଣ୍ଡିଆନଙ୍କ ବ୍ରହ୍ମପୁର ସମ୍ପର୍କ, କହିଲେ ଝିଅ ପାଇଛି ଏହିଠୁ…

ଭୁବନେଶ୍ୱର,୫।୫: ଶନିବାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସହ ବିଜେଡି ନେତା ଭିକେ ପାଣ୍ଡିଆନ ୪ଟି ଜିଲାର ୩ ଲୋକ ସଭା ଆସନରେ ମାରାଥନ ପ୍ରଚାର କରିଛନ୍ତି।...

ହାତ ମିଶାଇଲେ ସୌମ୍ୟ-ଅନୁଭବ, ଖଣ୍ଡପଡ଼ାରେ ହେବ ବଡ଼ ଲଢେଇ

ବ୍ରହ୍ମପୁର,୫।୫: ଖଣ୍ଡପଡ଼ାରେ ରୋଚକ ହେଉଛି ବିଧାନସଭା ଲଢେଇ। ହାତ ମିଶାଇଛନ୍ତି ବିଜେଡିରୁ ନିଲମ୍ବିତ ଖଣ୍ଡପଡା ବିଧାୟକ ସୌମ୍ୟରଞ୍ଜନ ପଟ୍ଟନାୟକ ଏବଂ ପୂର୍ବତନ ବିଧାୟକ ଅନୁଭବ ପଟ୍ଟନାୟକ।...

କୁକୁଡ଼ାଫାର୍ମ ଗନ୍ଧରେ ଅତିଷ୍ଠ ବସ୍ତିବାସିନ୍ଦା

ରାଉରକେଲା,୫ା୫(ବିପ୍ଲବ ରଞ୍ଜନ ଦାଶ)ରାଉରକେଲା ମହାନଗର ନିଗମ ଓ୍ବାର୍ଡ ନଂ. ୪ରେ ଥିବା ପ୍ରଧାନପାଲି ବସ୍ତି ନିକଟରେ କୁକୁଡ଼ାଫାର୍ମ ରହିଛି। ଫଳରେ ବସ୍ତି ପରିବେଶ ପ୍ରଦୂଷିତ ହେଉଥିବା...

୯୨୮ ଅଙ୍ଗନୱାଡି କେନ୍ଦ୍ରର ନାହିଁ ନିଜସ୍ବ ଗୃହ

ଭଦ୍ରକ,୫।୫ (ସନାତନ ରାଉତ)ଭଦ୍ରକ ଜିଲାରେ ୯୨୮ ଅଙ୍ଗନୱାଡି କେନ୍ଦ୍ରର ନିଜସ୍ବ ଗୃହ ନିର୍ମାଣ ହୋଇପାରି ନାହିଁ। ଫଳରେ ନିକଟସ୍ଥ ସ୍କୁଲ, କମ୍ୟୁନିଟି ସେଣ୍ଟର ଓ ଅଙ୍ଗନୱାଡି...

ଗଞ୍ଜାମରେ ଆଖୁ ଚାଷ ନିରାଶାଜନକ

ବ୍ରହ୍ମପୁର,୫।୫(ଅଶୋକ କୁମାର ସାହୁ):ଗଞ୍ଜାମ ଜିଲାରେ ଆଖୁ ଚାଷ ଚଳିତବର୍ଷ ନିରାଶାଜନକ ହୋଇଛି। ୨୦୨୩-୨୪ରେ ଜିଲାରେ ୮୦୧ ହେକ୍ଟର ଆଖୁଚାଷ କରିବାକୁ ଲକ୍ଷ୍ୟ ଧାର୍ଯ୍ୟ ଥିବାବେଳେ ୬୮୦...

ଭଲ ଲୋକଙ୍କୁ ଭୋଟ ଦିଅନ୍ତୁ: ମୁଖ୍ୟମନ୍ତ୍ରୀ

ପାରଳାଖେମୁଣ୍ଡି, ୫।୫ (ଗିରିଧାରୀ ପରିଛା):ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏବଂ ବିଜେଡିର ବରିଷ୍ଠ ନେତା କାର୍ତ୍ତିକ ପାଣ୍ଡିଆନ ଶନିବାର ଗଜପତି ଜିଲା ପାରଳାଖେମୁଣ୍ଡିଠାରେ ନିର୍ବାଚନ ପ୍ରଚାର କରିଛନ୍ତି।...

ବଢ଼ୁଛି ହାତୀ ଜନିତ କ୍ଷୟକ୍ଷତି

ବଇଣ୍ଡା,୫।୫(ପରିକ୍ଷିତ ସାହୁ)ଅନୁଗୋଳ ଜିଲା ଆଠମଲ୍ଲିକ ବ୍ଲକ ଧଣ୍ଡାତୋପା ରେଞ୍ଜରେ କିଛିଦିନ ହେବ ହାତୀ ଉପଦ୍ରବ ଲାଗି ରହିଛି। ନିକଟସ୍ଥ ଜଙ୍ଗଲରୁ ଚାଲି ଆସୁଥିବା ହାତୀ ଜମି...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri