ତହସିଲ, ବ୍ଲକ ଅଫିସରେ ଭିଜିଲାନ୍ସ: ଚାଲିଛି ରେକର୍ଡପତ୍ର ଯାଞ୍ଚ

ଖଇରା, ୧୩।୧୦(ଡି.ଏନ.ଏ.)-ବାଲେଶ୍ୱର ଭିଜିଲାନ୍ସ ବିଭାଗର ଏକ ଟିମ୍‌ ଶୁକ୍ରବାର ଖଇରା ବ୍ଲକ ଓ ତହସିଲ କାର୍ଯ୍ୟାଳୟରେ ପହଞ୍ଚତ୍ କାଗଜପତ୍ର ଯାଞ୍ଚ କରିଛନ୍ତି। ଭିଜିଲାନ୍ସ ଏସ୍‌ପି ସୁନୀଲ କୁମାର ସେନାପତିଙ୍କ ନିର୍ଦ୍ଦେଶକ୍ରମେ ଭିଜିଲାନ୍ସ ଡିଏସ୍‌ପି ସନ୍ତୋଷ କୁମାର ସାମନ୍ତରାଏଙ୍କ ନେତୃତ୍ୱରେ ଇନ୍ସପେକ୍ଟର ଅନିରୁଦ୍ଧ ନାୟକ ଓ ଅଜୟ ନାୟକ ଯାଞ୍ଚ କରିଛନ୍ତି।
ସୁଣ୍ଢିରା ଗ୍ରାମର ବନ୍ଦନା ନାୟକ ଓ ସ୍ବାମୀ କୈଳାସ ନାୟକ ଉତ୍ତରାଧିକାରୀ ପ୍ରମାଣପତ୍ର ପାଇଁ ଖଇରା ତହସିଲରେ ଆବେଦନ କରିଥିଲେ। ହେଲେ ତାଙ୍କୁ ନ ମିଳିବାରୁ ସେ ଉଚ୍ଚ ନ୍ୟାୟାଳୟରେ ଆବେଦନ ପରେ ଏ ସଂକ୍ରାନ୍ତରେ ଏକ ମାମଲା (ନଂ. ୩୮/୧୯) ରୁଜୁ କରାଯାଇଥିଲା। ଏହି ମାମଲାକୁ ଆଧାର କରି ଉଚ୍ଚନ୍ୟାୟାଳୟଙ୍କ ନିର୍ଦ୍ଦେଶରେ ଭିଜିଲାନ୍ସ ବିଭାଗ ଦ୍ୱାରା ଖଇରା ତହସିଲରେ ରେକର୍ଡ଼ପତ୍ର ଯାଞ୍ଚ କରାଯାଇ ତହସିଲ କାର୍ଯ୍ୟାଳୟରୁ ୬୬୨।୧୮ ଓ ୬୬୩।୧୮ ଦୁଇଟି ରେକର୍ଡ଼କୁ ଜବତ କରାଯାଇଛି। ସେହିଭଳି ଏହି ଟିମ୍‌ ଖଇରା ବ୍ଲକରେ ମଧ୍ୟ କାଗଜପତ୍ର ଯାଞ୍ଚ କରିଥିଲେ। ସୂଚନାଯୋଗ୍ୟ ଭିଜିଲାନ୍ସ ପକ୍ଷରୁ ଗତ ୪ତାରିଖରେ ଏକ ୩ଜଣିଆ ଟିମ୍‌ ଖଇରା ବ୍ଲକରେ ପ୍ରଥମଥର ଚଢ଼ାଉ ଆରମ୍ଭ କରିଥିଲେ। ସେହି ଅଭିଯୋଗକୁ ଆଧାର କରି ବାଲେଶ୍ୱର ଭିଜିଲାନ୍ସ ବିଭାଗର ଏହି ଟିମ୍‌ ବ୍ଲକ ପରିସରରେ ଯାଞ୍ଚ ପ୍ରକ୍ରିୟା ଆରମ୍ଭ କରିଥିଲେ। ଖଇରା ବ୍ଲକର କିଛି ବର୍ଷ ଧରି ପ୍ରଧାନମନ୍ତ୍ରୀ ଆବାସ ଓ ଭତ୍ତା ବଣ୍ଟନରେ ଅନିୟମିତତାର ଅଭିଯୋଗ ହୋଇଆସୁଥିଲା। ଅଡ଼ିଟ ରିପୋର୍ଟକୁ ଆଧାର କରି କିଛି ପଞ୍ଚାୟତ ନେଇଥିବା ଭତ୍ତା ଟଙ୍କାକୁ ଫେରାଇ ନ ଥିବା ଏବଂ ଅଡ଼ିଟରୁ ୩୦ଲକ୍ଷରୁ ଅଧିକ ଟଙ୍କାର ହିସାବ ନ ଥିବା ସୂଚନା ଦେଇଥିଲେ। ଚଢ଼ାଉରେ ବ୍ଲକ ପରିସରରେ ରେକର୍ଡ଼ପତ୍ର ଯାଞ୍ଚ କରାଯାଇଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ଘରୁ ବଡ଼ ଧରଣର ଲୁଟ୍, ଶୋଇଥିବା ବେଳେ ଲୁଟିନେଲେ ୨୦ଲକ୍ଷ….

ଖଇରା,୨୩।୭(ଉତ୍କଳବନ୍ଧୁ ପଣ୍ଡା): ବାଲେଶ୍ୱର ଜିଲା ଖଇରା ଥାନା ଅନ୍ତର୍ଗତ କୁରୁଣ୍ଟା ପଞ୍ଚାୟତ ଅଧୀନ ବାରିଙ୍ଗିଆ ଗ୍ରାମରେ ବଡ଼ ଧରଣର ଲୁଟ ହୋଇଥିବା ନେଇ ଅଭିଯୋଗ ହୋଇଛି ।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri