ତଲାବିରା ଖଣି ବିବାଦ: ସମାଧାନ ପାଇଁ ତ୍ରିପାକ୍ଷିକ ବୈଠକ

ସମ୍ବଲପୁର,୮ା୬(ବ୍ୟୁରୋ): ସମ୍ବଲପୁର ରେଙ୍ଗାଲି ତଲାବିରା କୋଇଲାଖଣି ୧ ଓ ୨ରେ ଲାଗି ରହିଥିବା ବିବାଦର ସମାଧାନର ବାଟ ଫିଟୁନାହିଁ । କମ୍ପାନୀ କୋଇଲା ଉତ୍ତୋଳନ କାମ ଆରମ୍ଭ କରିଥିବା ବେଳେ ବିସ୍ଥାପିତ ଓ ଅଞ୍ଚଳବାସୀ ଏହାକୁ ବିରୋଧ ଜାରି ରଖିଛନ୍ତି। ଏହି ସମସ୍ୟାର ସମାଧାନ ପାଇଁ ସୋମବାର ଉପଜିଲାପାଳଙ୍କ ଅଫିସ ପରିସରରେ ଉପଜିଲାପାଳ ଅନିରୁଦ୍ଧ ପ୍ରଧାନଙ୍କ ଅଧ୍ୟକ୍ଷତାରେ ତ୍ରିପାକ୍ଷିକ ବୈଠକ ଅନୁଷ୍ଠିତ ହୋଇଥିଲା। ଏହି ବୈଠକରେ ରେଙ୍ଗାଲି ବିଧାୟକ ନାଉରୀ ନାଏକ, ଏନଏଲସି ଓ ଆଦାନୀ କମ୍ପାନୀ ଅଧିକାରୀମାନେ ଉପସ୍ଥିତ ରହି ନିଯୁକ୍ତି, କ୍ଷତିପୂରଣ, ସିଏସ୍‌ଆର ଅନୁଦାନ ଉପରେ ଆଲୋଚନା କରିଥିଲେ । ଆଲୋଚନା ପରେ କମ୍ପାନୀ ପକ୍ଷରୁ କୁହାଯାଇଥିଲା ଯେ, କୋଇଲା ଉତ୍ତୋଳନ ଅନୁସାରେ ଧୀରେ ଧୀରେ ନିଯୁକ୍ତି ବଢିବ । କ୍ଷତିଗ୍ରସ୍ତ ଓ ପ୍ରଭାବିତ ଅଞ୍ଚଲରେ ସିଏସ୍‌ଆର ଅନୁଦାନ ଖର୍ଚ୍ଚ କରାଯିବ। ସ୍ଥାନୀୟ ଜନ ପ୍ରତିନିଧି ଓ ପ୍ରଶାସନର ଅନୁମୋଦନ କ୍ରମେ ପ୍ରକଳ୍ପ ହାତକୁ ନିଆଯିବ। ସରକାରୀ ନିୟମ ଅନୁସାରେ ଜମି ଓ ଘର କ୍ଷତିପୂରଣ ପ୍ରଦାନ କରାଯିବ ବୋଲି ବୈଠକରେ ସ୍ଥିର ହୋଇଥିଲା। ଏହି ସମସ୍ତ କାର୍ଯ୍ୟ ତଦାରଖ ଓ ପରିଚାଳନା କରିବା ପାଇଁ ଏକ କୋର୍‌ କମିଟି ଗଠନ କରାଯାଇଥିଲା। ସେଥିରେ ଉପଜିଲାପାଳ, ତହସିଲଦାର, ସ୍ଥାନୀୟ ବିଧାୟକ ଓ ସରପଞ୍ଚ ସଦସ୍ୟ ରହିବେ। ସେମାନେ ବିଭିନ୍ନ ସମସ୍ୟା ଓ ଅଞ୍ଚଳର ବିକାଶ ଉପରେ ଆଲୋଚନା ପାଇଁ ପ୍ରତି ମାସର ଦ୍ୱିତୀୟ ମଙ୍ଗଳବାର ଉପଜିଲାପାଳଙ୍କ ଅଫିସ ପରିସରରେ ବୈଠକ କରିବେ ବୋଲି ସ୍ଥିର ହୋଇଥିଲା। କମ୍ପାନୀ ପକ୍ଷରୁ ଦକ୍ଷତା ବିକାଶ ଓ ଡ୍ରାଇଭିଙ୍ଗ ଟ୍ରେନିଂ ସେଣ୍ଟର ଖୋଲିବ । ତାଲିମ ଦେଇ ଶିକ୍ଷାଗତ ଯୋଗ୍ୟତା ଅନୁସାରେ କମ୍ପାନୀ ଚାକିରୀ ଓ ରୋଜଗାର ଯୋଗାଇ ଦେବ ବୋଲି ବୈଠକରେ ପ୍ରସ୍ତାବ ଗୃହୀତ ହୋଇଥିଲା । ଅନ୍ୟମାନଙ୍କ ମଧ୍ୟରେ ଡେପୁଟି କଲେକ୍ଟର ବିନୋଦ ବିହାରୀ ଦାସ, ରେଙ୍ଗାଲି ତହସିଲଦାର ସୁନୀଲ ମେହେର, ଖିଣ୍ଡା ସରପଞ୍ଚ ନୀଳବତୀ ଓରାମ, ଠେଲକୋଲି ଥାନାଧିକାରୀ ସୁରୁବାବୁ ଛତ୍ରିଆ, ଦୀପକ ପାଣ୍ଡେ, ପିତାମ୍ବର ବିଶ୍ୱାଳ ପ୍ରମୁଖ ଉପସ୍ଥିତ ଥିଲେ ।


Enter your email to get our daily news in your inbox.

All Right Reserved By Dharitri.Com

୫କେଜି LPG ସିଲିଣ୍ଡରକୁ ନେଇ ସରକାରଙ୍କ ବଡ଼ ଘୋଷଣା, ଲକ୍ଷ ଲକ୍ଷ ଲୋକଙ୍କୁ…

ନୂଆଦିଲ୍ଲୀ,୭।୪: ଇରାନରେ ଜାରି ରହିଥିବା ଯୁଦ୍ଧ କାରଣରୁ ସାରା ବିଶ୍ୱରେ LPG ଯୋଗାଣ ପ୍ରଭାବିତ ହୋଇଛି। ଏହାର ପ୍ରଭାବ ଭାରତର ପ୍ରବାସୀ ଶ୍ରମିକ ଓ ଦୁର୍ବଳ ଶ୍ରେଣୀର…

ଯେଉଁଠି ଅଛନ୍ତି ସେଇଠି ଥାନ୍ତୁ, ୪୮ ଘଣ୍ଟା ଯାଏ ଘରୁ ବାହାରନ୍ତୁ ନାହିଁ; ଭାରତୀୟଙ୍କ ପାଇଁ Advisory ଜାରି କଲା…

ତେହେରାନ,୭।୪: ପଶ୍ଚିମ ଏସିଆରେ ଯୁଦ୍ଧ ପରିସ୍ଥିତି ଭୟଙ୍କର ରୂପ ନେବାରେ ଲାଗିଛି। ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ବିନାଶକାରୀ ଧମକ ଏବଂ ଇସ୍ରାଏଲର ଆକ୍ରମଣ ମଧ୍ୟରେ ଇରାନରେ…

ଭଡ଼ାଘରେ ଚଲାଇଥିଲେ ଦେହ ବ୍ୟବସାୟ, ଦମ୍ପତିଙ୍କୁ ବାନ୍ଧିଲା ଟାଉନ ଥାନା ପୋଲିସ, ମିଳିଲା ଆପତ୍ତିଜନକ…

ବରଗଡ଼,୭।୪(ପ୍ରେମାନନ୍ଦ ଖମାରୀ)-ବରଗଡ଼ ସହର ଉପକଣ୍ଠ ଶ୍ରୀଧାମ ସୋସାଇଟି ନିକଟ ଏକ ଭଡ଼ାଘରେ ଦେହ ବ୍ୟବସାୟ ଚଲାଉଥିବା ଅଭିଯୋଗରେ ସ୍ଥାନୀୟ ଟାଉନ ଥାନା ପୋଲିସ ଜଣେ ଦମ୍ପତିଙ୍କୁ ଗିରଫ…

ଫସିଗଲେ ଡେଭିଡ୍‌ ଓ୍ବାର୍ନର, ମଦ ପିଇ ଗାଡ଼ି ଚଳାଇବା ଅଭିଯୋଗରେ ସିଡନୀରେ ଗିରଫ

ସିଡନୀ,୭।୪: ଅଷ୍ଟ୍ରେଲିଆର ବିସ୍ଫୋରକ ବ୍ୟାଟ୍ସମ୍ୟାନ ଡେଭିଡ ୱାର୍ନରଙ୍କ ପାଇଁ ଅଡୁଆ ବଢ଼ିଛି। ମଦ୍ୟପାନ କରି ଗାଡ଼ି ଚଲାଉଥିବା ବେଳେ (Drink-driving) ସିଡନୀ ପୋଲିସ ତାଙ୍କୁ ଗିରଫ କରିଛି।…

ସାମିଆପଲ୍ଲୀରୁ ବିପୁଳ ପରିମାଣରେ ଶାଗୁଆନ କାଠ ଜବତ

ଛତ୍ରପୁର,୭।୪ (ଦିଲ୍ଲୀପ ସାମଲ): ଗଞ୍ଜାମ ଜିଲା ଛତ୍ରପୁର ନିକଟ ସାମିଆପଲ୍ଲୀ ଗ୍ରାମ ନିକଟରୁ ଭିଜିଲାନ୍ସ, ବନବିଭାଗ ମୋବାଇଲ ଟିମ, ଛତ୍ରପୁର ବନ ବିଭାଗ ବିପୁଳ ପରିମାଣର ଶାଗୁଆନ…

ରାଜ୍ୟସଭା କ୍ରସ୍‌ ଭୋଟିଂ ପରେ ପ୍ରଥମ ଥର ମୋହନା ଆସିଲେ ବିଧାୟକ

ମୋହନା, ୭ା୪(ମନ୍ମଥ ମିଶ୍ର): ରାଜ୍ୟସଭା ନିର୍ବାଚନ ପରେ ଗଜପତି ଜିଲା କଂଗ୍ରେସରେ ହଟଚମଟ ଦେଖିବାକୁ ମିଳିଥିଲା। ମୋହନା ବିଧାୟକ ଦାଶରଥି ଗମାଙ୍ଗ ନିଜ ଦଳର କଥା ଅବମାନନା…

ଆମେରିକା ରେଡ୍‌ ଲାଇନ୍‌ ପାର କଲେ, ଆମର କ୍ଷେପଣାସ୍ତ୍ର ଟ୍ରମ୍ପଙ୍କୁ ଭୟଙ୍କର ଜବାବ ଦେବ; ଇରାନ ଦେଲା ପାଲଟା ଚେତାବନୀ

ତେହେରାନ,୭।୪: ମଧ୍ୟପ୍ରାଚ୍ୟରେ ଉତ୍ତେଜନା ଚରମ ସୀମାରେ ପହଞ୍ଚିଛି। ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ଦ୍ୱାରା ଦିଆଯାଇଥିବା ଡେଡ୍‌ଲାଇନ୍‌ ଶେଷ ହେବା ପୂର୍ବରୁ ଇରାନର ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ‘ଖାର୍ଗ…

ଏକା ବେଳେ ଜଳିଲା ଗୋଟିଏ ପରିବାରର ୪ ଜୁଇ: କାନ୍ଦ ବୋବାଳିରେ ଫାଟି ପଡ଼ୁଛି ଗାଁ  

କୋରାପୁଟ,୭।୪(ଅମିତାଭ ବେହେରା):ଏକା ବେଳକେ ଜଳିଲା ଗୋଟିଏ ପରିବାରର ୪ ଜୁଇ। ଦୁର୍ଘଟଣାରେ ଗୋଟିଏ ପରିବାରର ୪ ଜଣଙ୍କ  ଘଟିଲା ମୃତ୍ୟୁ। କୋରପୁଟ ଶ୍ମଶାନରେ ଜଳିଲା ଜୁଇ। ନବରଙ୍ଗପୁର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri