ତମାଖୁ ସେବନରୁ ମୁକ୍ତି

”ତମାଖୁ ଜାତୀୟ ନିଶା ସେବନ ଦ୍ୱାରା ଏଥିରେ ଥିବା ନିକୋଟିନ ମସ୍ତିଷ୍କରେ ଡୋପାମିନ ନାମକ ଜୈବିକ ପଦାର୍ଥର ମାତ୍ରା ବୃଦ୍ଧି ପାଇଥାଏ। ଏହାଦ୍ୱାରା ବ୍ୟକ୍ତିକୁ ସାମୟିକ ଭାବରେ ଖୁସି ଓ ଉତ୍‌ଫୁଲ୍ଲ ଲାଗିଥାଏ। ଫଳରେ ବ୍ୟକ୍ତି ଏହାକୁ ବାରମ୍ବାର ନେବାକୁ ଇଚ୍ଛା ପ୍ରକାଶ କରିଥାଏ । ଏହାଦ୍ୱାରା ବ୍ୟକ୍ତି ତମାଖୁ ଉପରେ ନିର୍ଭରଶୀଳ ହୋଇଯାଏ । ଅନ୍ୟ ତମାଖୁ ଜାତୀୟ ପଦାର୍ଥ ଅପେକ୍ଷା ସିଗାରେଟ୍‌ ସେବନ ଦ୍ୱାରା ନିକୋଟିନ ଖୁବ୍‌ଶୀଘ୍ର (୧୫ସେକେଣ୍ଡ) ବ୍ୟକ୍ତିର ରକ୍ତରେ ପ୍ରବେଶକରି ମସ୍ତିଷ୍କ ଉପରେ ପ୍ରଭାବ ପକାଇଥାଏ।“

ଆମ ଦେଶରେ ଯେତେ ପ୍ରକାର ନିଶାଦ୍ରବ୍ୟ ବ୍ୟବହାର କରାଯାଇଥାଏ, ଏଥି ମଧ୍ୟରୁ ତମାଖୁ ନିଶା ସର୍ବାଧିକ । ମାତ୍ର ଅନ୍ୟ ନିଶାଦ୍ରବ୍ୟ ପରି ଏହା ଉପରେ ବେଶି ଗୁରୁତ୍ୱ ଦିଆଯାଇ ନ ଥାଏ। ଦୁର୍ଭାଗ୍ୟବଶତଃ ଅନ୍ୟ ନିଶା ଅପେକ୍ଷା ତମାଖୁ ସେବନର ଭୟାବହତା ଅଧିକ । ପ୍ରତି ବର୍ଷ ତମାଖୁ ସେବନ ଯୋଗୁ ସାରା ବିଶ୍ୱର ପ୍ରାୟ ୫୦ଲକ୍ଷ ଲୋକ ମୃତ୍ୟୁବରଣ କରିଥାନ୍ତି। ଭାରତରେ ଏହି ସଂଖ୍ୟା ବଢ଼ି ପାଖାପାଖି ୯ ଲକ୍ଷ । ବିଶ୍ୱ ସ୍ବାସ୍ଥ୍ୟ ସଂଗଠନର ଆକଳନରୁ ଜଣାପଡ଼ିଛି ଯେ ଭାରତରେ ୨୦୨୦ ମସିହା ସୁଦ୍ଧା ଏହି ସଂଖ୍ୟା ବଢ଼ି ୧୫ ଲକ୍ଷ ହୋଇଯିବ। ତମାଖୁକୁ ଲୋକମାନେ ବିିଭିନ୍ନ ଉପାୟରେ ସେବନ କରିଥାନ୍ତି । ଏଗୁଡ଼ିକ ହେଲା ଧୂମଯୁକ୍ତ ତମାଖୁ ( ସିଗାରେଟ୍‌, ବିଡ଼ି), ଧୂମ ବିହୀନ ତମାଖୁ (ଗୁଟ୍‌ଖା, ଖଇନି, ଗୁଡ଼ାଖୁ) ଆଦି । ଭାରତରେ କେବଳ ୧୫ରୁ ୩୦ ପ୍ରତିଶତ ଲୋକ କେବଳ ସିଗାରେଟ ଉପରେ ନିର୍ଭରଶୀଳ । ସମସ୍ତ ପ୍ରକାର ତମାଖୁ ଜାତୀୟ ନିଶାଦ୍ରବ୍ୟରେ ମୁଖ୍ୟ ହାନିକରକ ପଦାର୍ଥ ହେଲା ନିକୋଟିନା ତମାଖୁ ଏପରି ଏକ ନିଶା ଯାହାର ସେବନକୁ ଅଭ୍ୟାସରେ ପରିଣତ କଲେ ପରୋକ୍ଷରେ ମୃତ୍ୟୁକୁ ଆହ୍ବାନ ଦେବା ସହ ସମାନ ।
ସେବନ କରୁଥିବା ଲୋକଙ୍କ ମଧ୍ୟରୁ ଦୁଇତୃତୀୟାଂଶ ଲୋକ କିଶୋରାବସ୍ଥାରୁ ହିଁ ଏହାର ସେବନ ଆରମ୍ଭ କରିଥାନ୍ତି। ଗବେଷଣାରୁ ଜଣାପଡ଼ିଛି ଯେଉଁମାନେ ଜୀବନରେ ଥରେ ମାତ୍ର ସିଗାରେଟ୍‌ ସେବନ କରିଛନ୍ତି, ସେମାନଙ୍କ ମଧ୍ୟରୁ ଏକତୃତୀୟାଂଶ ଲୋକ ତମାଖୁ ନିଶା ଉପରେ ନିର୍ଭରଶୀଳ ହୋଇଯିବାର ଆଶଙ୍କା ଥାଏ। ମଦ ଓ ଗଞ୍ଜେଇକୁ ନିଶା କରୁଥିବା ବ୍ୟକ୍ତିମାନେ ତମାଖୁ ନିଶା ସେବନ କରିବା ଅଧିକ ସମ୍ଭାବନା ଥାଏ ।
ଲୋକେ କାହିଁକି କରିଥାନ୍ତି ତମାଖୁ ସେବନ : ଲୋକେ ବିଭିନ୍ନ କାରଣରୁ ତମାଖୁ ସେବନ କରିଥାନ୍ତି । ଏଥିନିମନ୍ତେ ଜିନ୍‌ଗତ କାରଣ ପ୍ରମୁଖ। ଏହାଛଡ଼ା ଯେଉଁ ବ୍ୟକ୍ତିମାନଙ୍କର ପରିବାରରେ କେହି ତମାଖୁ ସେବନ କରିଥାନ୍ତି ସେମାନଙ୍କ ଠାରେ ଏହା ସେବନ କରିବାର ଅଧିକ ସମ୍ଭାବନା ଥାଏ । କେତେଜଣ ମାନସିକ ରୋଗରେ ଆକ୍ରାନ୍ତ ବ୍ୟକ୍ତି ଅନ୍ୟମାନଙ୍କ ଅପେକ୍ଷା ତମାଖୁ ଜାତୀୟ ନିଶା ସେବନର ଅଧିକ ସମ୍ଭାବନା ଥାଏ । ଏହି ରୋଗଗୁଡ଼ିକ ହେଲା ଡିପ୍ରେସନ, ଏଙ୍ଗ୍‌ଜାଇଟି ରୋଗ ସ୍କିଜୋଫ୍ରେନିଆ ଆଦି ।
ତମାଖୁ ଜାତୀୟ ନିଶା ସେବନ ଦ୍ୱାରା ଏଥିରେ ଥିବା ନିକୋଟିନ ମସ୍ତିଷ୍କରେ ଡୋପାମିନ ନାମକ ଜୈବିକ ପଦାର୍ଥର ମାତ୍ରା ବୃଦ୍ଧି ପାଇଥାଏ। ଏହାଦ୍ୱାରା ବ୍ୟକ୍ତିକୁ ସାମୟିକ ଭାବରେ ଖୁସି ଓ ଉତ୍‌ଫୁଲ୍ଲ ଲାଗିଥାଏ। ଫଳରେ ବ୍ୟକ୍ତି ଏହାକୁ ବାରମ୍ବାର ନେବାକୁ ଇଚ୍ଛା ପ୍ରକାଶ କରିଥାଏ । ଏହାଦ୍ୱାରା ବ୍ୟକ୍ତି ତମାଖୁ ଉପରେ ନିର୍ଭରଶୀଳ ହୋଇଯାଏ । ଅନ୍ୟ ତମାଖୁ ଜାତୀୟ ପଦାର୍ଥ ଅପେକ୍ଷା ସିଗାରେଟ୍‌ ସେବନ ଦ୍ୱାରା ନିକୋଟିନ ଖୁବ୍‌ଶୀଘ୍ର (୧୫ସେକେଣ୍ଡ) ବ୍ୟକ୍ତିର ରକ୍ତରେ ପ୍ରବେଶକରି ମସ୍ତିଷ୍କ ଉପରେ ପ୍ରଭାବ ପକାଇଥାଏ।
ତମାଖୁର ସ୍ବାସ୍ଥ୍ୟ ଉପରେ କୁପ୍ରଭାବ : ବିଗତ କିଛି ବର୍ଷ ମଧ୍ୟରେ ତମାଖୁ ନିଶା ସେବନର ସ୍ବାସ୍ଥ୍ୟ ଉପରେ ଥିବା କୁପ୍ରଭାବ ଏବଂ ଏହାର ଚିକିତ୍ସା ସମ୍ବନ୍ଧରେ ସଚେତନତା ବୃଦ୍ଧି ଧୂମଯୁକ୍ତ ତମାଖୁରେ ନିକୋଟିନ ଛଡ଼ା ଅନେକ ରାସାୟନିକ ପଦାର୍ଥ ଅଛି ଯାହା ମନୁଷ୍ୟ ଶରୀର ପ୍ରତି ଅତ୍ୟନ୍ତ ହାନିକରକ। ତମାଖୁ ଯୋଗୁ ବିଭିନ୍ନ କର୍କଟ ରୋଗ ଯଥା ଫୁସ୍‌ଫୁସ୍‌ କର୍କଟ, ମୁଖଗହ୍ବର କର୍କଟ, ଗଳାକର୍କଟ, ପାନକ୍ରିଆଜ, ବୃକ୍‌କ ଓ ୟୁରିନାରି ବ୍ଲାଡର କର୍କଟ, ସ୍ତନ କର୍କଟ ହେବା ଆଶଙ୍କା ଥାଏ। ସିଗାରେଟ୍‌ ଓ ବିଡ଼ି ସେବନ ଦ୍ୱାରା ଶ୍ୱାସନଳୀ ଓ ଫୁସ୍‌ଫୁସ୍‌ ସମ୍ବନ୍ଧୀୟ ରୋଗ ହୋଇଥାଏ। ଆଜ୍‌ମା ରୋଗର ଲକ୍ଷଣ ବଢ଼ିଯାଇଥାଏ। ହୃତ୍‌ପିଣ୍ଡଜନିତ ରୋଗ ଓ ଉଚ୍ଚ ରକ୍ତଚାପ ଦେଖାଦେଇଥାଏ। ଡାଇବେଟିସ ରୋଗୀ ତମାଖୁ ସେବନକଲେ ସେମାନଙ୍କଠାରେ ବୃକ୍‌କ ଓ ଆଖିର ସମସ୍ୟା ବୃଦ୍ଧି ପାଇଥାଏ। ଧୂମଯୁକ୍ତ ତମାଖୁ ସେବନ ଦ୍ୱାରା କେତେଜଣଙ୍କଠାରେ ଯୌନ ସମସ୍ୟା ଓ ପ୍ରଜନନ ଜନିତ ସମସ୍ୟା ଦେଖାଯାଇଥାଏ। ଯେଉଁ ଛୋଟ ପିଲାଙ୍କର ପରିବାରରେ କୌଣସି ସଦସ୍ୟ ସିଗାରେଟ୍‌ କିମ୍ବା ବିଡ଼ି ସେବନ କରୁଥାନ୍ତି ସେମାନଙ୍କଠାରେ ବାରମ୍ବାର ଶ୍ୱାସ ଓ ଫୁସ୍‌ଫୁସ୍‌ ସଂକ୍ରମଣ ଦେଖାଦେଇଥାଏ।
ଦୀର୍ଘଦିନ ପର୍ଯ୍ୟନ୍ତ ତମାଖୁଜନିତ ନିଶାଦ୍ରବ୍ୟ ସେବନ କରିଥାନ୍ତି, ସେମାନେ ଶାରୀରିକ ଓ ମାନସିକ ସ୍ତରରେ ତମାଖୁ ଉପରେ ନିର୍ଭରଶୀଳ ହୋଇଯାଆନ୍ତି। ଯଦି ସେମାନେ ବିନା ଚିକିତ୍ସାରେ ତମାଖୁ ବନ୍ଦ କରିଦିଅନ୍ତି ତେବେ ସେମାନଙ୍କଠାରେ ଅନେକ ଲକ୍ଷଣ ଦେଖାଯାଇଥାଏ। ଏଗୁଡ଼ିକ ହେଲା ତମାଖୁ ସେବନ ପାଇଁ ମନରେ ଆସକ୍ତି ଭାବ ସୃଷ୍ଟି ହେବା, ଅସ୍ତବ୍ୟସ୍ତ ଲାଗିବା, ଚିଡ଼ିଚିଡ଼ା ଓ ଛାନିଆ ଭାବ ସୃଷ୍ଟି ହେବା, ନିଦ ନ ହେବା,କାମରେ ମନ ନ ଲାଗିବା, ମନ ଉଦାସ ରହିବା, ଭୋକ ବଢ଼ିଯିବା, ଛାତି ଜୋରସେ ଧଡ଼ଧଡ଼ ହେବା ଆଦି। ଏସବୁ ଲକ୍ଷଣ ତମାଖୁ ବନ୍ଦ କରିବାର ୨୪ ଘଣ୍ଟା ମଧ୍ୟରେ ହୋଇଯାଏ ଓ ସାଧାରଣତଃ ୨-୩ ସପ୍ତାହ ପର୍ଯ୍ୟନ୍ତ ଲାଗି ରହେ। ଯେଉଁମାନେ ଅଧିକ ମାତ୍ରାରେ ଓ ଦୀର୍ଘଦିନ ପର୍ଯ୍ୟନ୍ତ ତମାଖୁ ଜାତୀୟ ନିଶା ସେବନ କରିଥାନ୍ତି, ସେମାନଙ୍କଠାରେ ଏସବୁ ଲକ୍ଷଣ ଅଧିକ ଦେଖାଦେଇଥାଏ। ଯେଉଁମାନେ ତମାଖୁ ଜାତୀୟ ନିଶା ସେବନ କରିଥାନ୍ତି, ସେମାନେ ଭବିଷ୍ୟତରେ ଅନ୍ୟ ନିଶା ମଦ, ଗଞ୍ଜେଇ ଓ ଭାଙ୍ଗ ସେବନ କରିବାର ଅଧିକ ସମ୍ଭାବନା ଥାଏ।
ତମାଖୁ ଛାଡ଼ିବେ କିପରି : ତମାଖୁ ଜାତୀୟ ସମସ୍ତ ନିଶା ସେବନରେ ଚିକିତ୍ସା ସମ୍ପୂର୍ଣ୍ଣ ସମ୍ଭବ। ଏଥି ନିମନ୍ତେ ମାନସିକ ରୋଗ ବିଶେଷଜ୍ଞଙ୍କୁ ପରାମର୍ଶ କରିବା ଉଚିତ। ଅନେକ ଲୋକ ଏହାକୁ ଛାଡ଼ିବାକୁ ଚାହାନ୍ତି। ଏହାର ବିଭିନ୍ନ କାରଣ ଅଛି। ସେମାନେ ଭାବିଥାନ୍ତି ଅନ୍ୟ ନିଶା ପରି ତମାଖୁ ଶରୀର ପ୍ରତି ସେତେ ମାରାମତ୍କ ନୁହେଁ। ଅନେକ ଲୋକ ଭାବିଥାନ୍ତି ସିଗାରେଟ୍‌ ଓ ଗୁଟ୍‌ଖା ନିଶା କରିବା ଆମ ସମାଜରେ ଏକ ଗ୍ରହଣୀୟ ବ୍ୟବହାର ବା ଏକ ଷ୍ଟାଇଲ । ଅନେକ ଲୋକ ତମାଖୁ ଛାଡ଼ିବା ପରେ ଯେଉଁ ଯନ୍ତ୍ରଣା ହୋଇଥାଏ ତାହାକୁ ସହ୍ୟକରିପାରି ନ ଥାନ୍ତି। ଫଳରେ ଡରରେ ସେମାନେ ତମାଖୁ ଛାଡ଼ିପାରନ୍ତି ନାହିଁ।
ଚିକିତ୍ସା ପାଇଁ ପ୍ରଥମତଃ ରୋଗୀର ନିଶା ଛାଡ଼ିବାର ଦୃଢ଼ ଇଚ୍ଛାଶକ୍ତି ଜରୁରୀ । ରୋଗୀର ବିନା ଇଚ୍ଛାଶକ୍ତିରେ ଯେତେ ଚିକିତ୍ସା କରାଇଲେ ମଧ୍ୟ ଏହା ସଫଳ ହୋଇ ନ ଥାଏ। ତମାଖୁ ନିଶା ଛାଡ଼ିବା ପାଇଁ ଔଷଧ, ମନସ୍ତାତ୍ତ୍ୱିକ ଚିକିତ୍ସା ଓ ବ୍ୟବହାରିକ ଚିକିତ୍ସା ଦରକାର ପଡ଼ିଥାଏ। ତମାଖୁ ଛାଡ଼ିଲେ ଯେଉଁ କଷ୍ଟଦାୟକ ଲକ୍ଷଣମାନ ଦେଖାଦେଇଥାଏ ସେଗୁଡ଼ିକୁ ରୋକିବା ପାଇଁ କେତେକ ନିର୍ଦ୍ଦିଷ୍ଟ ଔଷଧ ବ୍ୟବହାର କରାଯାଇଥାଏ। ଏହା ସହିତ ତମାଖୁ ନେବା ପାଇଁ ଇଚ୍ଛା ନ ହେବା ପାଇଁ ଅନ୍ୟ କେତେକ ଔଷଧ ରହିଛି ଯାହା ଅତ୍ୟନ୍ତ ଆବଶ୍ୟକ ।
ଔଷଧ ସହ ରୋଗୀକୁ ମନସ୍ତତ୍ତ୍ୱିକ ଚିକିତ୍ସା ବା କାଉନ୍‌ସେଲିଂ ଦରକାର ପଡ଼ିଥାଏ। ଚିକିତ୍ସା ପରେ ପୁଣି ତମାଖୁ ସେବନ ପାଇଁ ଇଚ୍ଛା ହେଲେ ରୋଗୀ କିପରି ନିଜ ମନକୁ ନିୟନ୍ତ୍ରଣ କରିବ ସେ ନେଇ ରୋଗୀକୁ କାଉନ୍‌ସେଲିଂ କରାଯାଏ। ଏହା ସହ ରୋଗୀକୁ ସୁସ୍ଥ ଜୀବନଶୈଳୀ ଅବଲମ୍ବନ କରିବାକୁ ପଡ଼ିଥାଏ। ଉପଯୁକ୍ତ ନିଦ୍ରା, ସୁଷମ ଖାଦ୍ୟ, ମାନସିକ ଚାପରୁ ଦୂରେଇରହିବା, ନିଜ ମନକୁ ଦୃଢ଼ ଓ ଶାନ୍ତ ରଖିବା, ଶାରୀରିକ ବ୍ୟୟାମ ଓ ଯୋଗ ଅଭ୍ୟାସ ଆଦି ତମାଖୁ ନିଶାଠାରୁ ଦୂରେଇ ରହିବାରେ ସହାୟକ ହୋଇଥାଏ।

ଡା. ସତ୍ୟକାମ ମହାପାତ୍ର

-ମାନସିକ ରୋଗ ବିଶେଷଜ୍ଞ, କଟକ, ମୋ: ୮୮୯୫୨୯୩୯୯୭


Enter your email to get our daily news in your inbox.

All Right Reserved By Dharitri.Com

ଭୁତପ୍ରେତ ଭୟରେ ମାରୀଗୁଡା ଗ୍ରାମବାସୀ: ରାତିରେ ଶୁଭୁଛି ବିକଟାଳ ଶବ୍ଦ, ଲୋକଙ୍କ ଘରେ ଚୁଲି ଜଳୁନି

ରାୟଗଡା, ୧୮।୨(ଆଶିଷ ରଞ୍ଜନ ପଣ୍ଡା)- ଦକ୍ଷିଣ ଓଡିଶାର ଉପାନ୍ତ ରାୟଗଡା ଜିଲ୍ଲାର ଗ୍ରାମାଞ୍ଚଳରେ ଏବେ ବି ଭରି ରହିଛି ଅନ୍ଧବିଶ୍ବାସ । ଭୂତପ୍ରେତକୁ ନେଇ ଆଜି ମଧ୍ୟ…

ଗ୍ଲୋକାଲ ବାଇପାସ ନିକଟରେ ଦୁର୍ଘଟଣା, ଘଟଣାସ୍ଥଳରେ ଚାଲିଗଲା ଜଣଙ୍କର ଜୀବନ

ଜୟପୁର,୧୮।୨(ପବନ ପାଣିଗ୍ରାହୀ): ଜୟପୁର ଗ୍ଲୋକାଲ ହସପିଟାଲ ବାଇପାସ ରୋଡ ନିକଟରେ ଏକ ବାଇକ ଧକ୍କାରେ ଘଟଣାସ୍ଥଳରେ ଜଣେ ଯୁବକଙ୍କର ମୃତ୍ୟୁ ହୋଇଛି । ଅନ୍ୟଜଣେ ଗୁରୁତର ଅବସ୍ଥାରେ…

ଜନସେବା କ୍ଷେତ୍ରରେ କଳାହାଣ୍ଡି ପ୍ରଶାସନର ବଡ଼ ପଦକ୍ଷେପ, ଲୋକାର୍ପିତ ହେଲା ଏଆଇ ଚାଟବଟ୍ ‘ଆମର ସହାୟକ’

ଭବାନୀପାଟଣା,୧୮।୨(ଉତ୍ତମ କୁମାର ଦାଶ): ଡିଜିଟାଲ୍ ଶାସନ ଏବଂ ଜନକୈନ୍ଦ୍ରିକ ପ୍ରଶାସନ ଦିଗରେ ଏକ ବଡ଼ ପଦକ୍ଷେପ ସ୍ୱରୂପ କଳାହାଣ୍ଡି ଜିଲା ପ୍ରଶାସନ ପକ୍ଷରୁ ବୁଧବାର ଅତ୍ୟାଧୁନିକ ଏଆଇ…

ଦୋଷୀ ସାବ୍ୟସ୍ତ ହେଲେ ପାଷ୍ଟିକୁଡ଼ି ପିଇଓ, ୩ ବର୍ଷ କାରାଦଣ୍ଡ ସହ ୫୦ ହଜାର ଜରିମାନା…

କେସିଙ୍ଗା,୧୮।୨(ତୁମେଶ୍ୱର ସାହୁ): କଳାହାଣ୍ଡି ଜିଲା କେସିଙ୍ଗା ବ୍ଲକ ପାଷ୍ଟିକୁଡି ଗ୍ରାମ ପଞ୍ଚାୟତରେ  କାର୍ଯ୍ୟରତ  ପିଇଓ କ୍ଷମା ପ୍ରସାଦ ଦୁରିଆଙ୍କୁ  ମଙ୍ଗଳବାର ଭବାନୀପାଟଣା ଭିଜିଲାନ୍ସର ସ୍ବତନ୍ତ୍ର ବିଚାରପତି ୩…

କଳିଯୁଗର ସାବିତ୍ରୀ… ସ୍ବାମୀ ପାଇଁ ଭାଲୁ ସହ ଲଢ଼ି ବଞ୍ଚାଇଲେ ଜୀବନ

କରଞ୍ଜିଆ,୧୮।୨(କବିତା ମହାନ୍ତ): ମୟୂରଭଞ୍ଜ ଜିଲା କରଞ୍ଜିଆ ବନଖଣ୍ଡ ଅଧୀନ ହାତୀସାଲବେଡ଼ା ଜଙ୍ଗଲରେ ଭାଲୁ ଆକ୍ରମଣରେ ଜଣେ ଯୁବକ ଗୁରୁତର ହୋଇଛନ୍ତି । ସେ ହେଲେ ମାଲଦେ ସୋରେନ(୪୫)।…

ଶାନଦାର ବିଜୟ ସହ ସୁପର-୮ରେ ପାକିସ୍ତାନ, ପୁଣି ଭାରତ ସହ…

ନୂଆଦିଲ୍ଲୀ,୧୮।୨: କର ବା ମର ମୁକାବିଲାରେ ନାମ୍ବିୟାକୁ ୧୦୨ ରନ୍‌ର ବିଶାଳ ବ୍ୟବଧାନରେ ପରାସ୍ତ କରି ପାକିସ୍ତାନ ସୁପର-୮ରେ ନିଜର ସ୍ଥାନ ପକ୍କା କରିଛି। ଏହି ବିଜୟ…

କଟକରେ ଫୁଟିଲା ଗୁଳି, ସାଙ୍ଗର ଗୁଳିମାଡ଼ରେ ସାଙ୍ଗର ମୃତ୍ୟୁ

କଟକ,୧୮।୨(କାର୍ତ୍ତିକ ସାହୁ): ଭୋଜି ଚାଲିଥିଲା ବେଳେ ଗୁଳିମାଡ଼ । ସାଙ୍ଗର ଗୁଳିମାଡ଼ରେ ସାଙ୍ଗର ମୃତ୍ୟୁ । କଟକ ମଧୁପାଟଣା ଥାନା ନୂଆପଡ଼ା ପ୍ରେସ୍‌ କଲୋନୀରେ ଫାୟାରିଂ ହୋଇଥିବା…

ପୁଟୁପଡ଼ାରେ ବ୍ୟବସାୟୀଙ୍କ ଘରୁ ଚୋରି ଘଟଣା, ୪ ଜଣଙ୍କୁ ଗିରଫ କରି ପୋଲିସର କୋର୍ଟ ଚାଲାଣ

ଖଡ଼ିଆଳ,୧୮।୨(ସୁଜିତ କୁମାର ପ୍ରଧାନ): ନୂଆପଡ଼ା ଜିଲା ଖଡିଆଳ ପୁଟୁପଡା ୱାର୍ଡ ନଂ ୧୧ ନିବାସୀ ପ୍ରବୀଣ ଅଗ୍ରୱାଲ ଘରୁ ଚୋରି ହୋଇଥିବା ଫେବୃଆରୀ ୧୬ ତାରିଖରେ ଖଡ଼ିଆଳ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri