ମୁମ୍ବାଇ: ବଲିଉଡ୍ ଅଭିନେତ୍ରୀ ତନୁଶ୍ରୀ ଦତ୍ତ ଗୁରୁବାର ୩୬ ବର୍ଷରେ ପଦାର୍ପଣ କରିଛନ୍ତି। ସେ ୧୯୮୪ ମାର୍ଚ୍ଚ ୧୯ରେ ଜାମ୍ସେଦ୍ପୁରଠାରେ ଜନ୍ମଗ୍ରହଣ କରିଥିଲେ। ଅଭିନେତା ଇମରାନ୍ ହାସମୀଙ୍କ ସହିତ ଫିଲ୍ମ ‘ଆସିକି ବନାୟା ଆପନେ’ରେ ଲିପ୍ଲକ୍ ସହିତ ଅନ୍ତରଙ୍ଗ ସିନ୍ ଦେଇ ବଲିଉଡ୍ରେ ସେ ଚର୍ଚ୍ଚା ପରିସରକୁ ଆସିଥିଲେ। ଏହାପରେ ତନୁଶ୍ରୀଙ୍କ ପଛରେ ଫିଲ୍ମ ନିର୍ମାତାଙ୍କ ଲାଇନ୍ ଲାଗିଯାଇଥିଲା। ନାନା ପାଟେକରଙ୍କ ବିରୋଧରେ ଯୌନଶୋଷଣ ଅଭିଯୋଗ ପରେ ତାଙ୍କୁ ନେଇ ପୁଣି ଥରେ ଚର୍ଚ୍ଚା ଆରମ୍ଭ ହୋଇଥିଲା।


