ତଥାପି ମଉଳିନି ଆଶା: କଠିନ ପରିଶ୍ରମ କରି ଆଗକୁ ବଢ଼ିବାକୁ ଲକ୍ଷ୍ୟ ରଖିଛନ୍ତି ଦୁଇବନ୍ଧୁ

ଭୋଗରାଇ, ୧୪।୬(ଡି.ଏନ.ଏ.)-ଚାକିରି ପଛରେ ନ ଧାଇଁ ଆମତ୍ନିର୍ଭରଶୀଳ ହେବାକୁ ସ୍ବପ୍ନ ଦେଖିଥିଲେ ବାଲେଶ୍ୱର ଜିଲା ଭୋଗରାଇ ବ୍ଲକ ହରିପୁର ଗ୍ରାମର ପ୍ରଶାନ୍ତ ତ୍ରିପାଠୀ ଓ ବାଟଗ୍ରାମ ଗ୍ରାମର ଆଲୋକ ସାହୁ। ସେମାନେ ଦୁଇ ବନ୍ଧୁ। ଭୋଗରାଇ ଗ୍ରାମ୍ୟ ଉଚ୍ଚଶିକ୍ଷା ପ୍ରତିଷ୍ଠାନରେ ସାଙ୍ଗ ହୋଇ ବିଏ ପଢୁଥିଲେ। ପାଠ ପଢିବା ବେଳରୁ ୨ଜଣ ସଫଳ ଚାଷୀ ହେବା ଲାଗି ମନୋବଳ ଦୃଢ଼ କରିଥିଲେ। ବିଏ ପାସ୍‌ କରିବା ପରେ ଉନ୍ନତ ପ୍ରଣାଳୀରେ ଅମୃତଭଣ୍ଡା ଚାଷ କରି ଆମତ୍ନିର୍ଭରଶୀଳ ହେବା ସହ ବାଲେଶ୍ୱର ଜିଲାରେ ଭଲ ଚାଷୀ ହେବାକୁ ଲକ୍ଷ୍ୟ ରଖିଥିଲେ। ସେହି ଅନୁସାରେ କାମ ମଧ୍ୟ ଆରମ୍ଭ କରିଥିଲେ। ହେଲେ ଅମ୍ପାନ ବାତ୍ୟା ସେମାନଙ୍କ ସବୁ ସ୍ବପ୍ନକୁ ଧୂଳିସାତ୍‌ କରିଦେଲା। ତଥାପି ଯୁବକଦ୍ୱୟ ଆଶା ଛାଡ଼ିନାହାନ୍ତି। ସେମାନେ କୁହନ୍ତି ବିକଳ୍ପ ଚାଷ କରିବୁ। କଠିନ ପରିଶ୍ରମ କରିବୁ। ଆଗକୁ ବଢ଼ିବୁ।
ପ୍ରଶାନ୍ତ ଓ ଆଲୋକ ପ୍ରଥମେ କୁକୁଡ଼ିଆ ଗ୍ରାମର ବଳରାମ କରଙ୍କ ବଗିଚାକୁ ବର୍ଷକୁ ୨୦ହଜାର ଟଙ୍କାରେ ଲିଜ୍‌ ସୂତ୍ରରେ ନେଇଥିଲେ। ଭୁବନେଶ୍ୱର ଏକ ନର୍ସରୀରୁ ଉନ୍ନତ କିସମର ଅମୃତଭଣ୍ଡା ଚାରା ଗୋଟାକୁ ୨୫ଟଙ୍କା ଦାମ୍‌ରେ କିଣି ୧ ଏକର ଚାଷ କରିଥିଲେ। ଗୋଟିଏ ଗଛରେ ଏକ କୁଇଣ୍ଟାଲ ଫଳ ଅମଳ ହେବାର ନର୍ସରୀ ବିଶେଷଜ୍ଞମାନେ ପ୍ରତିଶ୍ରୁତି ଦେବା ପରେ ଦୁଇବନ୍ଧୁଙ୍କ ଆଶା ଉଜ୍ଜୀବିତ ହୋଇଥିଲା। ୯ଶହ ଚାରାରୋପଣରେ ତାଙ୍କର ୧ଲକ୍ଷ ୩୫ହଜାରରୁ ଊର୍ଦ୍ଧ୍ୱ ଟଙ୍କା ଖର୍ଚ୍ଚ ହୋଇଥିଲା। ତିନିମାସରେ ଭଲ ଗଛ ହୋଇ ଫଳ ଧରିବା ଆରମ୍ଭ କରିଥିଲା। କିନ୍ତୁ ‘ଅମ୍ଫାନ’ ବାତ୍ୟା ଯୁବକଦ୍ୱୟଙ୍କ ଆଶାକୁ ଧୂଳିସାତ୍‌ କରିଦେଲା। ଅମୃତଭଣ୍ଡା ଗଛଗୁଡ଼ିକ ଭାଙ୍ଗିରୁଜି ଯାଇଥିବା ବେଳେ ହଠାତ୍‌ ପତ୍ରପୋଡ଼ାଜନିତ ରୋଗ ହୋଇ ଫଳନ୍ତି ଗଛଗୁଡ଼ିକ ଝାଉଁଳି ମରିଯାଉଛି। ସେମାନେ ନର୍ସରୀ ଓ ଉଦ୍ୟାନ ବିଭାଗର ପରାମର୍ଶ ଓ ପରୀକ୍ଷା ପାଇଁ ବାରମ୍ବାର ନିବେଦନ କରିଥିଲେ ମଧ୍ୟ କୌଣସି ସୁଫଳ ମିଳିନାହିଁ । ଭୋଗରାଇ ଉଦ୍ୟାନ କୃଷି ବିଭାଗକୁ ଦୁଇ ଯୁବକ ଦୌଡ଼ି ଦୌଡ଼ି ଖର୍ଚ୍ଚାନ୍ତ କରି ନୟାନ୍ତ ହୋଇପଡିଲେଣି। ଏହି ବିଭାଗ ନିଦାବିଷ୍ଣୁ ସାଜିଥିବା ଅଭିଯୋଗ ହୋଇଛି। ମୃତ୍ତିକା ପରୀକ୍ଷା କିମ୍ବା କେଉଁ ରୋଗ କାରଣରୁ ଏପରି ହେଉଛି ତାହା ସ୍ପଷ୍ଟ ଜାଣିବାକୁ ଚାହିଁବାରୁ ବିଭାଗୀୟ କର୍ମଚାରୀ କିଛି କହିପାରିବେନି ବୋଲି କହିଛନ୍ତି। ଏନେଇ ଦୁଇ ଯୁବକ କେନ୍ଦ୍ରମନ୍ତ୍ରୀ ପ୍ରତାପ ଚନ୍ଦ୍ର ଷଡ଼ଙ୍ଗୀ ଓ ବିଧାୟକ ଅନନ୍ତ ଦାସଙ୍କ ଦୃଷ୍ଟି ଆକର୍ଷଣ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

୪ ଦିନରେ ଗୋଟିଏ ପରିବାରର ଚାଲିଗଲା ୨ ଜଣଙ୍କ ଜୀବନ: କକାଙ୍କ ମୃତ୍ୟୁ ପରେ ପୁତୁରାଙ୍କ ମୃତ୍ୟୁ

ଅମରପାଲି,୧୫ା୧୨(ପୀତାମ୍ବର ସାହୁ): ସୁବର୍ଣ୍ଣପୁର ଜିଲା ବୀରମହାରାଜପୁର ଅଞ୍ଚଳରେ କିଡ୍‌ନୀ ରୋଗ ଏବେ ମହାମାରୀର ରୂପ ନେଇଛି। କିଛି ଦିନ ପୂର୍ବରୁ ବୀରମହାରାଜପୁର ଉପଖଣ୍ଡର ୪ ଜଣ...

ଏଇ ଭାରତରେ

ଦୃଢ଼ ଇଚ୍ଛାଶକ୍ତି ଥିବା ମଣିଷ ଲକ୍ଷ୍ୟ ହାସଲ ନ ହେବା ଯାଏ ଥକିଯାଏ ନାହିଁ। ସବୁ ବାଧା ଏପରିକି ସୁଯୋଗକୁ ମଧ୍ୟ ପଛକରି ସେଠାରେ ପହଞ୍ଚିଯାଆନ୍ତି...

ଡଙ୍ଗରୁଣୀର ବାଟରେ ପ୍ରାଥମିକ ଶିକ୍ଷା

ଆମ୍ବଗଛ ଭିତରୁ ଧୀରେ ଧୀରେ ଶୀତୁଆ ଖରା ପିଲାଙ୍କ ଉପରେ ଅଣେଇହୋଇ ଆସୁଥାଏ। ରାୟଗଡ଼ା ଜିଲା ବିଷମକଟକ ବ୍ଲକ୍‌ର ନିର୍ଗୁଣ୍ଡି ଗାଆଁ। ଗାଆଁ ଭିତରୁ ପବନ...

ଜିଜ୍ଞାସାର ମହାଯଜ୍ଞ

ସ୍ତକଟିଏ ପ୍ରକାଶ ପାଇଲେ ପୁସ୍ତକର ସ୍ରଷ୍ଟା ଚାହେଁ ତା’ର ବହୁଳ ପ୍ରସାରଣ। କାରଣ ବହି ଖାଲି ଲେଖିଦେଲେ ହେବନି, ତାହା ପଢ଼ାଯିବା ଦରକାର। ପଢ଼ିବା ପାଇଁଁ...

ଏଆଇରେ ଭାରତ ବିଶ୍ୱର ୩ୟ ସର୍ବାଧିକ ପ୍ରତିଦ୍ୱନ୍ଦ୍ୱୀ ରାଷ୍ଟ୍ର

ନ୍ୟୁୟର୍କ,୧୫।୧୨: କୃତ୍ରିମ ବୁଦ୍ଧମତ୍ତା ବା ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ (ଏଆଇ) କ୍ଷେତ୍ରରେ ଭାରତ ବିଶ୍ୱର ୩ୟ ସର୍ବାଧିକ ପ୍ରତିଦ୍ୱନ୍ଦ୍ୱୀ ରାଷ୍ଟ୍ର ବିବେଚିତ ହୋଇଛି। ଷ୍ଟାନ୍‌ଫୋର୍ଡ ବିଶ୍ୱବିଦ୍ୟଳୟ ପକ୍ଷରୁ...

‘ଭାଜପା ଡିଏନ୍‌ଏରେ ଭୋଟ୍‌ ଚୋରି’

ନୂଆଦିଲ୍ଲୀ,୧୫ା୧୨(ପି.ଟି.); ଭାଜପାର ଡିଏନ୍‌ଏରେ ‘ଭୋଟ ଚୋରି’ ପ୍ରବୃତ୍ତି ରହିଛି। କଂଗ୍ରେସ ସତ୍ୟ ସହ ଛିଡ଼ା ହୋଇଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ ରାଷ୍ଟ୍ରୀୟ ସ୍ବୟଂସେବକ ସଂଘ (ଆର୍‌ଏସ୍‌ଏସ୍‌)କୁ...

ହାତୀକୁ ଖାଦ୍ୟରେ ବିସ୍ଫୋରକ

ବାରିପଦା,୧୫ା୧୨(ନୀଳାଦ୍ରି ବିହାରୀ ଦଣ୍ଡପାଟ): ୮ ଦିନ ତଳେ ମୟୂରଭଞ୍ଜ ଜିଲା ବେତନଟୀ ରେଞ୍ଜ ଦେଇ ଏକ ୨୭ଟିକିଆ ହାତୀପଲ ବୁଢ଼ାବଳଙ୍ଗ ନଦୀ ପାର ହୋଇ ବାଲେଶ୍ୱର...

କ୍ରିକେଟ କପ୍‌: ବଡ଼ ଡୁଙ୍ଗୁରୀଗୁଡ଼ା ଚାମ୍ପିୟନ

କର୍ଲାମୁଣ୍ଡା:୧୪।୧୨(ପ୍ରଦୀପ କୁମାର ସାହୁ): କଳାହାଣ୍ଡି ଜିଲା କର୍ଲାମୁଣ୍ଡା ବ୍ଲକ ରେଗଡ଼ା ପଞ୍ଚାୟତରେ ଦ୍ୱିତୀୟ ଗଜାନନ କ୍ରିକେଟ କପ୍‌ ଭୋଇରମୁଣ୍ଡା ୨୦୨୫ ଅନୁଷ୍ଠିତ ହୋଇଯାଇଛି। ଭୋଇରମୁଣ୍ଡା ଗଜାନନ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri