Posted inଖେଳ

ଣ୍ଡିଆନ ସୁପର ଲିଗ୍‌: ଓଡ଼ିଶା ଆଶା ଉଜ୍ଜୀବିତ

ଭୁବନେଶ୍ୱର,୧୫।୨(ସ୍ପୋଟର୍‌ସ ବ୍ୟୁରୋ)- ଚଳିତ ଇଣ୍ଡିଆନ ସୁପର ଲିଗ୍‌ (ଆଇଏସ୍‌ଏଲ୍‌)ରେ ଶୁକ୍ରବାର ଅନୁଷ୍ଠିତ ଏକ ସଂଘର୍ଷପୂର୍ଣ୍ଣ ମ୍ୟାଚ୍‌ରେ ଓଡ଼ିଶା ଏଫ୍‌ସି ଭ୍ରମଣକାରୀ ନର୍ଥ ଇଷ୍ଟ ୟୁନାଇଟେଡକୁ ପରାସ୍ତ କରିଛି। ସ୍ଥାନୀୟ କଳିଙ୍ଗ ଷ୍ଟାଡିୟମରେ ଖେଳାଯାଇଥିବା ଏହି ମ୍ୟାଚ୍‌ରେ ଓଡ଼ିଶା ୨-୧ ଗୋଲରେ ବିଜୟୀ ହେବା ସହ ତା’ର ପ୍ଲେ- ଅଫ୍‌ ଆଶା ଉଜ୍ଜୀବିତ ରଖିଛି।
ମ୍ୟାଚ୍‌ର ୨୪ତମ ମିନିଟ୍‌ରେ ନର୍ଥ ଇଷ୍ଟର ମାର୍ଟିନ ଚେଭ୍ସ ପ୍ରଥମ ଗୋଲ ଦେଇ ଦଳକୁ ଅଗ୍ରଣୀ କରାଇଥିଲେ। ତେବେ ଦ୍ୱିତୀୟାର୍ଦ୍ଧରେ ଓଡ଼ିଶା ଜବରଦସ୍ତ ପ୍ରତ୍ୟାବର୍ତ୍ତନ କରି ଦୁଇଟି ଗୋଲ ଦେଇଥିଲା। ଓଡ଼ିଶା ତରଫରୁ ୪୬ତମ ମିନିଟ୍‌ରେ ମାନୁଏଲ ଓନୁ ଓ ୭୨ତମ ମିନିଟ୍‌ରେ ମାର୍ଟିନ ପେରେଜ ଗୁଏଡ୍ସ ଗୋଲ ଦେଇ ଦଳକୁ ଜିତାଇଥିଲେ। ଓଡ଼ିଶା ଏପର୍ଯ୍ୟନ୍ତ ୧୭ଟି ମ୍ୟାଚ୍‌ ଖେଳି ୭ ବିଜୟ, ୩ ଡ୍ର ଓ ୭ ପରାଜୟ ସହ ମୋଟ୍‌ ୨୪ ପଏଣ୍ଟ ପାଇଁ ତାଲିକାର ପଞ୍ଚମ ସ୍ଥାନକୁ ଉଠିଛି। ଏହି ବିଜୟ ଓଡ଼ିଶା ପାଇଁ ଆଉ ଏକ ସୁଯୋଗ ସୃଷ୍ଟି କରିଛି। ଅନ୍ୟପଟେ ନର୍ଥ ଇଷ୍ଟର ଦୁର୍ବଳ ପ୍ରଦର୍ଶନ ଜାରି ରହିଛି। ନର୍ଥ ଇଷ୍ଟ ଏପର୍ଯ୍ୟନ୍ତ ୧୬ଟି ମ୍ୟାଚ୍‌ ଖେଳି ୨ ବିଜୟ, ୭ ଡ୍ର ଓ ୭ ପରାଜୟ ସହ ୧୩ ପଏଣ୍ଟ ପାଇ ତାଲିକାର ନବମ ସ୍ଥାନରେ ରହିଛି।
ଆରମ୍ଭରୁ ଓଡ଼ିଶା ଆକ୍ରମଣାତ୍ମକ ଖେଳ ପ୍ରଦର୍ଶନ କରିଥିଲା। ସାରା ମ୍ୟାଚ୍‌ରେ ଓଡ଼ିଶା ଗୋଲ କିପର ଅର୍ଶଦୀପ ସିଂ ଚମତ୍କାର ପ୍ରଦର୍ଶନ କରି ପ୍ରତିପକ୍ଷ ଦଳର ଏକାଧିକ ଆକ୍ରମଣକୁ ପଣ୍ଡ କରିଥିଲେ। ସ୍ଥାନୀୟ ଖେଳାଳି ଶୁଭମ ଷଡଙ୍ଗୀ ୨୮ତମ ମିନିଟ୍‌ରେ ମିଳିଥିବା ଗୋଟିଏ ସୁଯୋଗ ହାତଛଡ଼ା କରିଥିଲେ। ପ୍ରଥମାର୍ଦ୍ଧର ଠିକ୍‌ ପରେ ପରେ ସ୍ପେନ୍‌ ଫରଓ୍ବାର୍ଡ ମାନୁଏଲ ଗୋଲ ଦେଇ ମ୍ୟାଚ୍‌କୁ ୧-୧ ସମାନ ସ୍ତରକୁ ଆଣିଥିଲେ। ନର୍ଥ ଇଷ୍ଟ ବାରମ୍ବାର ଆକ୍ରମଣ କରିବାକୁ ପ୍ରୟାସ କରିଥିଲେ ମଧ୍ୟ ଗୋଲ ଦେବାରେ ସଫଳ ହୋଇ ନ ଥିଲା। ୮୩ତମ ମିନିଟ୍‌ରେ ଭ୍ରମଣକାରୀ ଦଳ ସୁଯୋଗ ପାଇଥିଲା। ତେବେ ଗୋଲ ଦେଇପାରି ନ ଥିଲା। ଏହି ବିଜୟ ସହ ଘରୋଇ ଦଳ ୩ ପଏଣ୍ଟ ହାସଲ କରିଥିଲା। ଓଡ଼ିଶା ତା’ର ଅନ୍ତିମ ଲିଗ୍‌ ମ୍ୟାଚ୍‌ ୨୩ ତାରିଖରେ ରବିବାର ଏଠାରେ ଶକ୍ତିଶାଳୀ କେରଳ ବ୍ଲାଷ୍ଟର୍ସକୁ ଭେଟିବ। ପ୍ଲେ-ଅଫ୍‌ରେ ସ୍ଥାନ ହାସଲ କରିବାକୁ ହେଲେ ଏହି ମ୍ୟାଚ୍‌ରେ ଓଡ଼ିଶା ବିଜୟୀ ହେବା ଅପରିହାର୍ଯ୍ୟ ହୋଇପଡିଛି। ମାନୁଏଲ ପ୍ଲେୟାର ଅଫ୍‌ ଦି ମ୍ୟାଚ୍‌ ଓ ଓ୍ବିନିଙ୍ଗ ପାସ୍‌ ଅଫ୍‌ ଦି ମ୍ୟାଚ୍‌ ଆଓ୍ବାର୍ଡ ପୁରସ୍କାର ହାସଲ କରିଛନ୍ତି। ନର୍ଥ ଇଷ୍ଟ ୟୁନାଇଟେଡର ନିମ୍‌ ଦୋର୍ଜି ତୋମାଙ୍ଗ ଇମର୍ଜିଂ ପ୍ଲେୟାର ଅଫ୍‌ ଦି ମ୍ୟାଚ୍‌ ବିବେଚିତ ହୋଇଥିଲେ। ସେହିପରି ଓଡ଼ିଶା ଏଫ୍‌ସିର ଜିସ୍କୋ ହେର୍ନାଣ୍ଡିଜ୍‌ ହିରୋ ଅଫ୍‌ ଦି ମ୍ୟାଚ୍‌ ବିବେଚିତ ହୋଇଥିଲେ।
୬, ୫୦୦ ଦର୍ଶକ ମ୍ୟାଚ୍‌ ଦେଖିଲେ
ଘରୋଇ ଦର୍ଶକ ଓଡ଼ିଶା ଏଫ୍‌ସିକୁ ମ୍ୟାଚ୍‌ରେ ଉତ୍ସାହିତ କରିଥିବା ଦେଖାଯାଇଥିଲା। ପାଖାପାଖି ୬,୫୦୦ ଦର୍ଶକ ଗ୍ୟାଲେରିରେ ଉପସ୍ଥିତ ରହି ଓଡ଼ିଶା ଦଳକୁ ଚିୟର କରିଥିଲେ। ଷ୍ଟାଣ୍ଡରେ କେତେଜଣ ମହିଳା କ୍ରୀଡ଼ାବିତ୍‌ଙ୍କ ସମେତ ଓଲିଉଡ ଅଭିନେତା ସବ୍ୟସାଚୀ ମିଶ୍ର ଉପସ୍ଥିତ ରହି ମ୍ୟାଚ୍‌ର ମଜା ନେଇଥିଲେ। ମହିଳା ଆଥଲେଟ ଜଉନା ମୁର୍ମୁ, ପୂର୍ଣ୍ଣମା ହେମ୍ବ୍ରମ, ପୂର୍ବତନ ମହିଳା ଫୁଟ୍‌ବଲର ଶ୍ରଦ୍ଧାଞ୍ଜଳି ସାମନ୍ତରାୟ, ଗୀତାଞ୍ଜଳି ସାମନ୍ତରାୟ ପ୍ରମୁଖ ଉପସ୍ଥିତ ଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

T20 ବିଶ୍ୱକପ୍‌ରୁ ବାଦ୍ ପଡ଼ିବ କି ଅଷ୍ଟ୍ରେଲିଆ? ଦମଦାର ବିଜୟ ସହ ସୁପର-୮ରେ ଶ୍ରୀଲଙ୍କା

ନୂଆଦିଲ୍ଲୀ,୧୬।୨: ଚଳିତ T20 ବିଶ୍ୱକପ୍ ୨୦୨୬ରେ ଦେଖିବାକୁ ମିଳିଛି ଏକ ବଡ଼ ବିପର୍ଯ୍ୟୟ। ଓପନର ପଥୁମ ନିସାଙ୍କାଙ୍କ ବିଧ୍ୱଂସକାରୀ ଶତକ ବଳରେ ଶ୍ରୀଲଙ୍କା ୮ ୱିକେଟ୍‌ରେ ଅଷ୍ଟ୍ରେଲିଆକୁ…

ପାଠ ଗଲା ଚୁଲିକୁ, କ୍ରିକେଟରୁ ମିଳୁଛି ଟଙ୍କା

ନୂଆଦିଲ୍ଲୀ,୧୬।୨: ଭାରତୀୟ କ୍ରିକେଟ ଜଗତରେ ଏବେ ଟଙ୍କାର ବର୍ଷା ହେଉଛି। ବହୁତ କମ୍ ବୟସରୁ ଉଦୟମାନ କ୍ରିକେଟର ମାନଙ୍କୁ କୋଟି କୋଟି ଟଙ୍କାରେ IPL ଟିମ୍ ସବୁ…

ୟୁଏଇକୁ ହରାଇ ଖାତା ଖୋଲିଲା ଆଫଗାନିସ୍ଥାନ

ନୂଆଦିଲ୍ଲୀ,୧୬ା୨: ଅଜ୍‌ମାତୁଲ୍ଲାଙ୍କ ଅଲ୍‌ରାଉଣ୍ଡ ପ୍ରଦର୍ଶନ ସହାୟତାରେ ଆଫଗାନିସ୍ତାନ ସୋମବାର ଖେଳାଯାଇଥିବା ୟୁଏଇ ବିପକ୍ଷ ଟି୨୦ ବିଶ୍ୱକପ ମ୍ୟାଚ୍‌ରେ ୫ ଉଇକେଟରେ ବିଜୟ ହୋଇଛି। ଓମାରଜାଇ ୪ ଉଇକେଟ…

ବିଶ୍ୱକପ ଜିତିବ ଇଣ୍ଡିଆ! ଜାଣନ୍ତୁ T20ର କେମେଷ୍ଟ୍ରି, ପ୍ଲାନିଂର ଗଣିତ, ବିଜୟର ସାଇନ୍ସ

ନୂଆଦିଲ୍ଲୀ,୧୬।୨: ରବିବାର ରାତିରେ କଲମ୍ବୋରେ ବର୍ଷା ହେବ ଏବଂ ୨୦୨୬ ଟି-୨୦ ବିଶ୍ୱକପରେ ଭାରତ-ପାକିସ୍ତାନ ମ୍ୟାଚ ଧୋଇ ହୋଇଯିବ ବୋଲି ଆଶଙ୍କା ଥିଲା, କିନ୍ତୁ ବିପରୀତ ଘଟିଥିଲା।…

ପୁଣିଥରେ ମୁହାଁମୁହିଁ ହେବେ ଭାରତ-ପାକିସ୍ତାନ! ବୁଝନ୍ତୁ ସମିକରଣ

ନୂଆଦିଲ୍ଲୀ,୧୬।୨: ଭାରତୀୟ ଦଳ ପୁଣିଥରେ ପାକିସ୍ତାନକୁ ପରାସ୍ତ କରିଛି। ଫେବୃଆରୀ ୧୫ରେ କଲମ୍ବୋର ପ୍ରେମଦାସା ଷ୍ଟାଡିୟମରେ ଖେଳାଯାଇଥିବା ଟି-୨୦ ବିଶ୍ୱକପ ୨୦୨୬ ମ୍ୟାଚରେ ଭାରତ ପାକିସ୍ତାନକୁ ୬୧…

ଇତିହାସ ରଚିଲେ ରସିଦ୍ ଖାନ୍: ବିଶ୍ୱର ପ୍ରଥମ ବୋଲର ଭାବେ କଲେ ଏମିତି ରେକର୍ଡ

ନୂଆଦିଲ୍ଲୀ,୧୬।୨: ଆଫଗାନିସ୍ତାନର ଅଧିନାୟକ ରଶିଦ ଖାନ୍ କ୍ରିକେଟ୍ ଜଗତରେ ଏକ ନୂତନ ମାଇଲଖୁଣ୍ଟ ସ୍ଥାପନ କରିଛନ୍ତି। ସୋମବାର ଦିଲ୍ଲୀର ଅରୁଣ ଜେଟଲୀ ଷ୍ଟାଡିୟମରେ ଅନୁଷ୍ଠିତ ଆଇସିସି ପୁରୁଷ…

ପରୀକ୍ଷା ଦେବେନାହିଁ ବୈଭବ ସୂର୍ଯ୍ୟବଂଶୀ, କାରଣ କହିଲେ ପିତା

ନୂଆଦିଲ୍ଲୀ,୧୬।୨: ଆଇସିସି ୧୯ ବର୍ଷରୁ କମ ବିଶ୍ୱକପ ୨୦୨୬ରେ ଟିମ ଇଣ୍ଡିଆର ବିଜୟରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥିବା ୧୪ ବର୍ଷୀୟ ବୈଭବ ସୂର୍ଯ୍ୟବଂଶୀଙ୍କ ସମ୍ପର୍କରେ ଏକ…

ଟିମ ଇଣ୍ଡିଆ ହାତରୁ ଖସିପାରେ ବିଶ୍ୱକପ୍‌ ଟ୍ରଫି: ପାକିସ୍ତାନ ବିପକ୍ଷ ବିଜୟ ଭଲ ସଙ୍କେତ ନୁହେଁ, ଡରାଉଛି ସଂଯୋଗ

ନୂଆଦିଲ୍ଲୀ,୧୬।୨: ଭାରତୀୟ ଦଳ ୨୦୨୬ ଟି୨୦ ବିଶ୍ୱକପ୍‌ର ଗ୍ରୁପ ପର୍ଯ୍ୟାୟରେ ପାକିସ୍ତାନକୁ ପରାସ୍ତ କରି ସୁପର ୮ରେ ପ୍ରବେଶ କରିଥିଲା। ଫଳାଫଳ କାହାକୁ ଆଶ୍ଚର୍ଯ୍ୟ କରି ନ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri