ଢେଙ୍କାନାଳରେ ଅର୍ଥମନ୍ତ୍ରୀ: ‘ଚୋରା ମଦ ବିକ୍ରି ସମ୍ପୂର୍ଣ୍ଣ ନିଷେଧ କର’

ଢେଙ୍କାନାଳ ଅଫିସ, ୩୦।୧୧ – କଲିକତାରୁ ବିପୁଳ ପରିମାଣରେ ନକଲି ମଦ ଓଡ଼ିଶାକୁ ଆସୁଛି। ଚୋରା ମଦ ବ୍ୟବସାୟୀମାନେ ଏହାକୁ ବିଭିନ୍ନ ଅଞ୍ଚଳକୁ ପହଞ୍ଚାଉଛନ୍ତି। ଏହାକୁ ରୋକିବାକୁ ଅବକାରୀ ବିଭାଗ ସ୍ବତନ୍ତ୍ର ଦୃଷ୍ଟି ଦେବା ଜରୁରୀ। ଢେଙ୍କାନାଳରେ ଚୋରା ମଦ ପ୍ରସ୍ତୁତି ଏବଂ ବିକ୍ରିକୁ ସମ୍ପୂର୍ଣ୍ଣ ନିଷିଦ୍ଧ କରିବା ଦିଗରେ ବିଭାଗୀୟ ଅଧିକାରୀମାନେ ପଦକ୍ଷେପ ନେବାକୁ କଡ଼ା ନିର୍ଦ୍ଦେଶ ଦେଇଛନ୍ତି ରାଜ୍ୟ ଅର୍ଥ ଏବଂ ଅବକାରୀ ମନ୍ତ୍ରୀ ନିରଞ୍ଜନ ପୂଜାରୀ। ଶୁକ୍ରବାର ଦିନିକିଆ ଢେଙ୍କାନାଳ ଗସ୍ତରେ ଆସିଥିବାବେଳେ ସ୍ଥାନୀୟ ସର୍କିଟ ହାଉସ୍‌ରେ ଆୟୋଜିତ ସମୀକ୍ଷା ବୈଠକରେ ଯୋଗଦେଇ ମନ୍ତ୍ରୀ ଏହା କହିଥିଲେ।
ଏହି ଅବସରରେ ସେ ଫ୍ଲାଇଂ ସ୍କ୍ବାଡ୍‌ ଧରପଗଡ଼, ଗୋଇନ୍ଦା ସକ୍ରିୟତା, ବିଷାକ୍ତ ମଦ ଦ୍ୱାରା ଯେପରି ଜୀବନହାନି ନ ହୁଏ ସେଥିପ୍ରତି ଗୁରୁତ୍ୱାରୋପ କରିଥିଲେ। ଏଥିସହ ଜିଲାର ୮ ବ୍ଲକରେ ଥିବା ୧୬ଟି ଠିପି ବନ୍ଦ ବିଦେଶୀ ମଦ ଦୋକାନର ବିବରଣୀ ଦେବାକୁ ସେ ଅବକାରୀ ଅଧୀକ୍ଷକ ମନୋଜ କୁମାର ସେଠୀଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ଅବକାରୀ ଓ ପୋଲିସ ବିଭାଗ ମିଳିତ ଭାବେ କାର୍ଯ୍ୟକଲେ ପାନ ଓ ତେଜରାତି ଦୋକାନରେ ମଦ ବିକ୍ରି ବନ୍ଦ ହୋଇପାରିବ ବୋଲି ମନ୍ତ୍ରୀ ଦୃଢ଼ ଆଶାପୋଷଣ କରିଛନ୍ତି। ଭୁବନ ଅଞ୍ଚଳରେ ବିଦେଶୀ ବ୍ରାଣ୍ଡ୍‌ ନାମରେ ଅଧିକ ଚୋରା ବିଦେଶୀ ମଦ ବିକ୍ରି ହେଉଛି। କଫ୍‌ ସିରପ୍‌ ନିଶାରେ ଯୁବପିଢ଼ି କବଳିତ ହେଉଛନ୍ତି। ଏହାକୁ ରୋକିବା ଅତ୍ୟାବଶ୍ୟକ ହୋଇପଡ଼ିଛି। ସନ୍ଦିଗ୍ଧ ସ୍ଥାନଗୁଡ଼ିକରେ ଡ୍ରଗ୍‌ ଇନ୍ସପେକ୍ଟର ଏବଂ ପୋଲିସ ଅଧିକାରୀ ଚଢ଼ାଉ କରିବାକୁ ମନ୍ତ୍ରୀ ପରାମର୍ଶ ଦେଇଛନ୍ତି। ରାଜ୍ୟରେ ଗଞ୍ଜେଇ ଚାଷ ସମ୍ପୂର୍ଣ୍ଣ ବନ୍ଦ କରାଯିବ। ଏଥିପାଇଁ ବ୍ୟାପକ ଧରପଗଡ଼ ଆରମ୍ଭ ହୋଇଛି। ଏହି ଅବସରରେ ନୂତନ ଅବକାରୀ ଜିଲା କାର୍ଯ୍ୟାଳୟ ନିର୍ମାଣ କରିବାକୁ ମନ୍ତ୍ରୀ ପ୍ରସ୍ତାବ ଦେଇଥିଲେ। ଅବକାରୀ କମିଶନର ଅଞ୍ଜନ କୁମାର ମାଣିକ୍‌ ବିଭାଗୀୟ ସମସ୍ୟା, ସମାଧାନ ଏବଂ ଆଇନ ସମ୍ପର୍କିତ ବାଧା, ଅଭିଯୁକ୍ତଙ୍କ ଦଣ୍ଡବିଧାନ ବିଷୟରେ ଆଲୋକପାତ କରିଥିଲେ। ଏସ୍‌ପି ଅନୁପମା ଜେମ୍ସ ଉପସ୍ଥିତ ଥିଲେ।
ଦ୍ୱିତୀୟ ପର୍ଯ୍ୟାୟରେ ଜିଲାର ଅର୍ଥ ବିଭାଗର ସମୀକ୍ଷା କରାଯାଇଥିଲା। ଜିଏସ୍‌ଟିରେ ଅଧିକ ଉପଭୋକ୍ତାଙ୍କୁ ଅନ୍ତର୍ଭୁକ୍ତ କରିବା, ଏ ନେଇ ଆଇନଜୀବୀଙ୍କୁ ପ୍ରଶିକ୍ଷଣ, ଠିକାଦାରଙ୍କ କାର୍ଯ୍ୟ ଆକଳନ କରି ଜିଏସ୍‌ଟି ଆଦାୟ, ସେବା ପ୍ରଦାନକାରୀଙ୍କଠାରୁ ଟିକସ ଆଦାୟ, ନିୟମିତ ଯାନବାହନ ତନଖି, ଗୋଦାମ ଯାଞ୍ଚ କରି ଟିକସ ବୃଦ୍ଧି ପାଇଁ ମନ୍ତ୍ରୀ ଗୁରୁତ୍ୱ ପ୍ରଦାନ କରିଥିଲେ। ଜିଲାର ବିଭିନ୍ନ ସ୍ଥାନରେ ନକଲି ବିଲ୍‌ କରାଯାଇ ଟିକସ ଠକେଇ କରାଯାଉଛି। ସେସବୁ ସ୍ଥାନରେ ଯାଞ୍ଚ କଡ଼ାକଡ଼ି କରିବାକୁ ବିଧାୟକ ସୁଧୀର କୁମାର ସାମଲ ପରାମର୍ଶ ଦେଇଛନ୍ତି। କାର୍ଯ୍ୟକ୍ରମରେ ଜିଲା ଭୂମେଶ ଚନ୍ଦ୍ର ବେହେରା, ମନ୍ତ୍ରୀଙ୍କ ବ୍ୟକ୍ତିଗତ ସଚିବ ଅଞ୍ଜନ ଦାସ, ଡିଏଫ୍‌ଓ ବିମଳ ପ୍ରସନ୍ନ ଆଚାର୍ଯ୍ୟ, ସିଡିଏମ୍‌ଓ ଡା. ନିରଞ୍ଜନ ମିଶ୍ର, ଜିଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ ହେମନ୍ତ କୁମାର ନାୟକଙ୍କ ସମେତ ଜିଲା ବାଣିଜ୍ୟକର ବିଭାଗର ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ଥିଲେ। ଢେଙ୍କାନାଳ ସର୍କଲ ଡେପୁଟି କମିଶନର ଅଶୋକ କୁମାର ମହାନ୍ତି ସମସ୍ତ ତଥ୍ୟ ଉପସ୍ଥାପନ କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ମହୁଲ ଗୋଟାଉଥିବା ବେଳେ କଚାଡି ଦେଲା ଦନ୍ତା, ଆକ୍ରମଣରେ ୩….

ପରଜଙ୍ଗ୫।୪(ନିଗମାନନ୍ଦ ଦଳବେହେରା): ଢେଙ୍କାନାଳ ବନଖଣ୍ଡ ମହାବିରୋଡ ରେଞ୍ଜ ଡିହଡୋଳ ଫରେଷ୍ଟ ସେକ୍ସନ ଅଧିନ କନ୍ତୋର ଓ ବାରିହାପୁର ଗାଁରେ ଦନ୍ତା ଆତଙ୍କ ଦେଖିବାକୁ ମିଳିଛି। ରବିବାର ଭୋର୍…

ସହରରେ ବୁଲୁଛି ଦନ୍ତା, ଲୋକେ ଭୟଭୀତ

ଭୁବନ,୩ା୪(ବିପିନ ବିହାରୀ ସେଠୀ): ଢେଙ୍କାନାଳ ଜିଲା ଭୁବନ ଏନ୍‌ଏସିର ବିଭିନ୍ନ ସ୍ଥାନରେ ଦନ୍ତାହାତୀ ଜନଗହଳିରେ ଯାତାୟାତ କରୁଥିବା ଦେଖିବାକୁ ମିଳିଛି। ଦନ୍ତାହାତୀଟି ସୁକିନ୍ଦା ଅଞ୍ଚଳରୁ ଆସି ଭୁବନ…

ଫିଲ୍ମ ଷ୍ଟାଇଲ୍‌ରେ ଗୋରୁ ଗାଡ଼ିକୁ ୧୨ କିଲୋମିଟର ଗୋଡ଼ାଇ ଗୋଡ଼ାଇ ଶେଷରେ ପୋଲିସ…

ପରଜଙ୍ଗ,୨ା୪(ନିଗମାନନ୍ଦ ଦଳବେହେରା): ଢେଙ୍କାନାଳ ଜିଲା ପରଜଙ୍ଗ ଥାନା ସାଆନ୍ଦା ଫାଣ୍ଡି ପୋଲିସ ଫିଲ୍ମ ଷ୍ଟାଇଲରେ ପ୍ରାୟ ୧୨ କିଲୋମିଟର ରାସ୍ତା ଗୋଡ଼ାଇ ଗୋଡ଼ାଇ ଗୋରୁ ଗାଡ଼ି ଧରିବାରେ…

ବାଇକରେ ଯାଉଥିବାବେଳେ ହଠାତ୍‌ ସାମ୍ନାକୁ ଚାଲିଆସିଲା କୁକୁର, ଘଟଣାସ୍ଥଳରେ…

ପରଜଙ୍ଗ, ୩୧।୩(ନିଗମାନନ୍ଦ ଦଳବେହେରା) : ଢେଙ୍କାନାଳ ଜିଲା ପରଜଙ୍ଗ ଥାନା ସରାଙ୍ଗ ଫାଣ୍ଡି ଅଧୀନ ୫୩ ନଂ ଜାତୀୟ ରାଜପଥର ଦୁର୍ଗା ହୋଟେଲ ସମ୍ମୁଖରେ ମଙ୍ଗଳବାର ପୂର୍ବାହ୍ନରେ…

ଧାନମଣ୍ଡିରେ ବ୍ୟାପକ ଅନିୟମିତତା: ରାସ୍ତାରେ ଧାନ ରଖି ପ୍ରତିବାଦ କଲେ ଚାଷୀ

ପରଜଙ୍ଗ,୩୦ା୩(ନିଗମାନନ୍ଦ ଦଳବେହେରା): ଢେଙ୍କାନାଳ ଜିଲା ପରଜଙ୍ଗ ବ୍ଲକସ୍ଥିତ ସାଆନ୍ଦା କୃଷି ସମବାୟ ସମିତି କାର୍ଯ୍ୟାଳୟ ଅଧିନରେ ହେଉଥିବା ଧାନମଣ୍ଡିରେ ବ୍ୟାପକ ଅନିୟମିତତା ଅଭିଯୋଗ ହୋଇଛି। ଯେଉଁ ଚାଷୀମାନେ…

ସମାଜର ମୁଖ୍ୟସ୍ରୋତରେ ସାମିଲ ହେବେ ଦିବ୍ୟାଙ୍ଗ, ନିଜେ ଆତ୍ମନିର୍ଭରଶୀଳ ହୋଇ…

ପରଜଙ୍ଗ,୨୬ା୩(ନିଗମାନନ୍ଦ ଦଳବେହେରା): ଢେଙ୍କାନାଳ ଜିଲା ପରଜଙ୍ଗ ମହେଶ୍ଚନ୍ଦ୍ର ସୁବାହୁସିଂହ ନୋଡାଲ ବିଦ୍ୟାପୀଠ ପରିସରରେ ଗୁରୁବାର ଆୟୋଜକ ପରଜଙ୍ଗ ବ୍ଲକ ପ୍ରଶାସନ ଏବଂ ଜିଲା ସାମାଜିକ ସୁରକ୍ଷା ଓ…

 ପଡୋଶୀ ଘର ଅଳିଆ ଗଦାରୁ ବ୍ୟାପିଲା ନିଆଁ: ଜଳିଗଲା….

ପରଜଙ୍ଗ,୨୩।୩ ( ନିଗମାନନ୍ଦ ଦଳବେହେରା): ଢ଼େଙ୍କାନାଳ ଜିଲା  ପରଜଙ୍ଗ ବ୍ଲକ ପିତିରି ପଞ୍ଚାୟତ ପଡିିଆଭଙ୍ଗା ସାହିରେ ଭୟାବହ ଅଗ୍ନିକାଣ୍ଡ ଘଟିଛି। ଏଥିରେ ଗ୍ରାମର ରମେଶ ଜେନାଙ୍କ  ଦୁଇ…

ମା‘ ତାରିଣୀ ମନ୍ଦିରର ବାର୍ଷିକ ଉତ୍ସବ: ଚଳଚଞ୍ଚଳ ପରଜଙ୍ଗ ଗାଁ

ପରଜଙ୍ଗ,୨୨।୩ (ନିଗମାନନ୍ଦ ଦଳବେହେରା): ଢେଙ୍କାନାଳ ଜିଲା ପରଜଙ୍ଗ ବଜାର ମଧ୍ୟରେ ମା’ ତାରିଣୀଙ୍କ ମନ୍ଦିର ରହିଛି ।ଏହି ମନ୍ଦିରରେ ୩ ଦିନ ଧରି ହେବାକୁ ଥିବା ୧୨…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri