ଢେଙ୍କାନାଳ ଜିଲାରେ ବିପର୍ଯ୍ୟସ୍ତ ଶିକ୍ଷା : ୧୦୮ ହାଇସ୍କୁଲରେ ନାହାନ୍ତି ପ୍ରଧାନ ଶିକ୍ଷକ

ଢେଙ୍କାନାଳ ଅଫିସ, ୬।୭ – ଢେଙ୍କାନାଳ ଜିଲାରେ ଶିକ୍ଷା ବ୍ୟବସ୍ଥା ରସାତଳଗାମୀ ହେବାରେ ଲାଗିଛି। ଭିତ୍ତିଭୂମି ଥିବା ସତ୍ତ୍ୱେ ଶିକ୍ଷକ ଅଭାବ ଏବେ ଶିକ୍ଷା ପ୍ରଗତିରେ ସାଜିଛି ଅନ୍ତରାୟ। ଜିଲାର ୧୩୩ ହାଇସ୍କୁଲ ମଧ୍ୟରୁ ୧୦୮ଟିରେ ପ୍ରଧାନ ଶିକ୍ଷକ ନାହାନ୍ତି। ସେହିପରି ଅଧିକାଂଶ ଗୁରୁତ୍ୱପୂର୍ଣ୍ଣ ବିଷୟରେ ଶିକ୍ଷକ ପଦବୀ ଖାଲିପଡ଼ିଛି। ଅତିଥି ଶିକ୍ଷକ ନିଯୁକ୍ତି କରି ଶିକ୍ଷା ବିଭାଗ ଚୁପ୍‌ ବସିଥିବାବେଳେ ଛାତ୍ରୀଛାତ୍ରଙ୍କ ଭବିଷ୍ୟତ ଅନ୍ଧକାର ଆଡ଼କୁ ଠେଲି ହୋଇଯାଉଛି।
ଏକଦା ଶିକ୍ଷା କ୍ଷେତ୍ରରେ ସୁନାମ ଅର୍ଜନ କରିଥିଲା ଢେଙ୍କାନାଳ। ବିଶେଷ କରି ସରକାରୀ ସ୍କୁଲଗୁଡ଼ିକରେ ମାଟ୍ରିକ୍‌ ରେଜଲ୍ଟ ଭଲ ହେଉଥିଲା। ରାଜ୍ୟସ୍ତରୀୟ ମେଧା ତାଲିକାରେ ଜିଲାର ଛାତ୍ରୀଛାତ୍ରଙ୍କ ନାମ ତାଲିକାଭୁକ୍ତ ହେଉଥିଲା। ହେଲେ ଗତ କିଛିବର୍ଷ ହେଲା ଏହା ନିମ୍ନଗାମୀ ହେବାରେ ଲାଗିଛି। ଏହାର ପ୍ରମୁଖ କାରଣ ଶିକ୍ଷକ ଅଭାବ ବୋଲି କୁହାଯାଉଛି। ଶିକ୍ଷା ବିଭାଗ ପକ୍ଷରୁ ମିଳିଥିବା ସୂଚନା ଅନୁଯାୟୀ, ଜିଲାରେ ଚାଲିଥିବା ୧୩୩ ସରକାରୀ ହାଇସ୍କୁଲ ମଧ୍ୟରୁ ମାତ୍ର ୨୫ଟିରେ ସ୍ଥାୟୀ ପ୍ରଧାନ ଶିକ୍ଷକ ଅଛନ୍ତି। ଅନ୍ୟ ୧୦୮ ସ୍କୁଲରେ ପ୍ରଧାନ ଶିକ୍ଷକ ପଦବୀ ଖାଲି ପଡ଼ିଛି। ଅଧିକାଂଶ ସ୍ଥାନରେ ସହକାରୀ ଶିକ୍ଷକ ଦାୟିତ୍ୱ ସମ୍ଭାଳୁଛନ୍ତି। କେବଳ ପ୍ରଧାନ ଶିକ୍ଷକ ନୁହନ୍ତି, ଅନ୍ୟ ଗୁରୁତ୍ୱପୂର୍ଣ୍ଣ ବିଷୟରେ ପାଠ ପଢ଼ାଇବାକୁ ଶିକ୍ଷକ ଖୋଜା ପଡୁଛନ୍ତି। ଗଣିତରେ ୧୬୩ ଶିକ୍ଷକ ପଦବୀ ମଧ୍ୟରୁ ୧୯, ବିଜ୍ଞାନରେ ୧୫୧ରୁ ୧୩, ସଂସ୍କୃତରେ ୧୪୨ରୁ ୪୨, ହିନ୍ଦୀରେ ୧୩୬ରୁ ୬୬, କଳାରେ ୩୧୧ରୁ ୧୧୧ ଶିକ୍ଷକ ପଦବୀ ଖାଲିପଡ଼ିଛି। ସେହିପରି ୧୩୮ କ୍ରୀଡ଼ା ଶିକ୍ଷକଙ୍କ ମଧ୍ୟରୁ ୪୩ ପଦବୀରେ କେହିନାହାନ୍ତି। ଏହାର ସ୍ଥାୟୀ ପ୍ରତିକାର କରିବାରେ ଶିକ୍ଷା ବିଭାଗ ବିଫଳ ହୋଇଛି। ସମସ୍ୟା ସମାଧାନ କରିବାକୁ ଯାଇ ଅତିଥି ଶିକ୍ଷକଙ୍କ ଉପରେ ଭରସା କରିଛି ଶିକ୍ଷା ବିଭାଗ। ବିଭାଗ ପକ୍ଷରୁ ୯୩ଜଣ ଅବସରପ୍ରାପ୍ତ ଶିକ୍ଷକଙ୍କୁ ମାସିକ ୧୨ ହଜାର ଟଙ୍କା ପାରିଶ୍ରମିକରେ ନିଯୁକ୍ତି ଦିଆଯାଇଛି। ଜିଲାରେ କାର୍ଯ୍ୟକ୍ଷମ ୧୧ଟି ଅପ୍‌ଗ୍ରେଡେଡ୍‌ ବିଦ୍ୟାଳୟ ମଧ୍ୟ ହାତଗଣତି ଶିକ୍ଷକଙ୍କ ଦ୍ୱାରା ଚାଲିଛି, ଯାହା ଅଭିଭାବକଙ୍କ ଚିନ୍ତା ବଢ଼ାଇଛି।
୨୦୧୬ ଏପ୍ରିଲ୍‌ ୫ରେ ଶେଷଥର ପାଇଁ ଶିକ୍ଷକ ନିଯୁକ୍ତି କରାଯାଇଥିଲା। ଏହାପରଠାରୁ ନୂତନ ନିଯୁକ୍ତି ହୋଇନାହିଁ। ଏହି କାରଣରୁ ଶିକ୍ଷାଦାନ ବ୍ୟବସ୍ଥା ସାଂଘାତିକ ସ୍ଥିତିକୁ ଆସିଯାଇଛି। ଘରୋଇ ସ୍କୁଲ, ବ୍ଲକଗ୍ରାଣ୍ଟ, ଅନୁଦାନପ୍ରାପ୍ତ ବିଦ୍ୟାଳୟରେ ପରୀକ୍ଷାଫଳ ଭଲ ହେଉଥିବାବେଳେ ସରକାରୀ ହାଇସ୍କୁଲରେ ପାସ୍‌ ହାର ଚିନ୍ତାଜନକ ହୋଇଛି। ଜିଲା ପରିଷଦ ବୈଠକରେ ଶିକ୍ଷା ବ୍ୟବସ୍ଥା ଉପରେ ଫୋକସ୍‌ କରିବାକୁ ସ୍ବର ଉଠାଇଥିଲେ ଜନପ୍ରତିନିଧି। ଏ ନେଇ ତୁରନ୍ତ ପଦକ୍ଷେପ ଗ୍ରହଣ କରିବାକୁ ଦାବି ଉପସ୍ଥାପନ କରିଥିଲେ। ହେଲେ ଶିକ୍ଷା ବିଭାଗ ପକ୍ଷରୁ ଏ ଦିଗରେ ସନ୍ତୋଷମୂଳକ ପଦକ୍ଷେପ ନିଆଯାଇନାହିଁ। ଏପଟେ ଗଣଶିକ୍ଷା ବିଭାଗର ନୂତନ ନିୟମ ଅନୁଯାୟୀ ଆବଶ୍ୟକତାଠାରୁ କମ୍‌ ଛାତ୍ରୀଛାତ୍ର ଥିବା ୨୭ ବିଦ୍ୟାଳୟକୁ ବନ୍ଦ କରିବାକୁ ନିଷ୍ପତ୍ତି ନିଆଯାଇଛି।
ଏ ନେଇ ଜିଲା ଶିକ୍ଷାଧିକାରୀ ସୁଧାନନ୍ଦ ପରିଡ଼ା କୁହନ୍ତି, ଖାଲି ପଡ଼ିଥିବା ଶିକ୍ଷକ ପଦବୀ ସମ୍ପର୍କରେ ସରକାରଙ୍କୁ ଲିଖିତ ଭାବେ ଜଣାଯାଇଛି। ଜିଲାର କେତେକ ସ୍କୁଲରେ ଅବସରପ୍ରାପ୍ତ ଶିକ୍ଷକଙ୍କୁ ମାସିକ ୧୨ ହଜାର ଟଙ୍କା ପାରିଶ୍ରମିକରେ ଅତିଥି ଶିକ୍ଷକ ଭାବେ ନିଯୁକ୍ତି ଦିଆଯାଇଛି। ସରକାରୀ ନିର୍ଦ୍ଦେଶନାମା ଆସିବା ପରେ ଶିକ୍ଷକ ପଦବୀ ପୂରଣ ହେବ ବୋଲି ସେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

୩ରେ ପ୍ରାର୍ଥତ୍ପତ୍ର ଦାଖଲ କରିବେ ଭାଜପା ପ୍ରାର୍ଥୀ ରୁଦ୍ର ପାଣି

ଢେଙ୍କାନାଳ,୧ା୫(ରତନ ନାୟାର): ଭାରତୀୟ ଜନତା ପାର୍ଟିର ଢେଙ୍କାନାଳ ଲୋକ ସଭା ପ୍ରାର୍ଥୀ ରୁଦ୍ର ନାରାୟଣ ପାଣି ଆସନ୍ତା ୩ ତାରିଖରେ ପ୍ରାର୍ଥତ୍ପତ୍ର ଦାଖଲ କରିବେ। ଏଥିପାଇଁ...

ଭାଜପା କର୍ମୀ ସମ୍ମିଳନୀ, ମିଶ୍ରଣ ପର୍ବ

କାମାକ୍ଷାନଗର,୩୦।୪(ସୁଧୀର ପରିଡ଼ା): ଢେଙ୍କାନାଳ ଜିଲା କଙ୍କଡାହାଡ଼ ବ୍ଲକ ଦଶୀପୁର, କଣ୍ଟାପାଳ ଓ ବିରିବୋଲେଇ ପଞ୍ଚାୟତରେ ଭାଜପାର କର୍ମୀ ସମ୍ମିଳନୀ ଓ ମିଶ୍ରଣ ପର୍ବ ଅନୁଷ୍ଠିତ ହୋଇଯାଇଛି।...

ବିଜେଡିରେ ମିଶିଲେ ଜିଲା ଯୁବ କଂଗ୍ରେସ ପୂର୍ବତନ ସଭାପତି

ଢେଙ୍କାନାଳ,୩୦ା୪(ରତନ ନାୟାର): ଢେଙ୍କାନାଳ ସହର ଗଣେଶ ମଣ୍ଡପଠାରେ ରବିବାର ବିଜେଡି ପକ୍ଷରୁ ଏକ ମିଶ୍ରଣପର୍ବ ଅନୁଷ୍ଠିତ ହୋଇଯାଇଛି। ଏଥିରେ ଜିଲା ଯୁବ କଂଗ୍ରେସର ପୂର୍ବତନ ସଭାପତି...

ରୋଚକ ସ୍ଥିତିରେ ହିନ୍ଦୋଳ ଲଢ଼େଇ

ଢେଙ୍କାନାଳ,୨୯ା୪(ରତନ ନାୟାର):ଢେଙ୍କାନାଳ ଜିଲାର ହିନ୍ଦୋଳ ସଂରକ୍ଷିତ ବିଧାନସଭା ନିର୍ବାଚନମଣ୍ଡଳୀରେ ବିଜେଡି, ଭାଜପା ଓ କଂଗ୍ରେସ ପକ୍ଷରୁ ପ୍ରାର୍ଥୀ ଘୋଷଣା କରାଯିବା ପରେ ରାଜନୈତିକ ବାତାବରଣ ସରଗରମ...

ଏନ୍‌କାଉଣ୍ଟରରେ କୁଖ୍ୟାତ ଅପରାଧୀ ସୁବାସ ଆହତ

କାମାକ୍ଷାନଗର,୨୯ା୪(ସୁଧୀର କୁମାର ପରିଡ଼ା): ଢେଙ୍କାନାଳ ଜିଲା କାମାକ୍ଷାନଗର ପୋଲିସ କୁଖ୍ୟାତ ଅପରାଧୀ ସୁବାସ ଖୁଣ୍ଟିଆଙ୍କୁ ଏନ୍‌କାଉଣ୍ଟର କରିଛି। ଫଳରେ ସେ ଆହତ ହୋଇଛନ୍ତି। ତାଙ୍କ ଡାହାଣ...

ହିନ୍ଦୋଳରୁ ଲଢ଼ିବେ ସୀମାରାଣୀ

ଢେଙ୍କାନାଳ,୨୮ା୪(ରତନ ନାୟାର)ଢେଙ୍କାନାଳ ଜିଲା ହିନ୍ଦୋଳ ବିଧାନସଭା କ୍ଷେତ୍ରରୁ ତୃତୀୟ ଥର ପାଇଁ ନିର୍ବାଚନ ଲଢ଼ିବେ ବିଧାୟିକା ସୀମାରାଣୀ ନାୟକ। ଶନିବାର ଭାଜପା ପକ୍ଷରୁ ତାଙ୍କୁ ପ୍ରାର୍ଥୀ...

୨୦ ଦିନ ହେଲା କଳାକୃତି ଗ୍ରାମରେ ବିଦ୍ୟୁତ୍‌ ଠପ୍‌

ଢେଙ୍କାନାଳ,୨୮ା୪(ରତନ ନାୟାର)ଢେଙ୍କାନାଳ ଜିଲା ସଦର ବ୍ଲକର ସବୁଜିମାମୟ ସପ୍ତଶଯ୍ୟା ରାଜ୍ୟ ଏବଂ ଜିଲାର ଏକ ପ୍ରସିଦ୍ଧ ପର୍ଯ୍ୟଟନ ସ୍ଥଳୀ। ସପ୍ତଶଯ୍ୟା ପଞ୍ଚାୟତର ନବଜୀବନପୁର ସଦେଇବେରେଣୀ ଗ୍ରାମ...

କାଠଫାଳିଆରେ ମା’ଙ୍କୁ ପିଟିପିଟି ମାରିଦେଲେ ଝିଅ

ଭୁବନ,୨୭ା୪(ବିପିନ ବିହାରୀ ସେଠୀ): ଢେଙ୍କାନାଳ ଜିଲା ଭୁବନ ଥାନା ମଝିପାଳ ଗ୍ରାମରେ ଏକ ଅଭାବନୀୟ କାଣ୍ଡ ଘଟିଛି। ଝିଅର କାଠଫାଳିଆ ମାଡ଼ରେ ମାଆଙ୍କ ମୃତ୍ୟୁ ଘଟିଛି।...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri