ଢାବାରେ ନାବାଳକଙ୍କ ସନ୍ଦେହଜନକ ମତ୍ୟୁ ଘଟଣା: ଅନ୍ତର୍ଜାତୀୟ ମାନବ ଅଧିକାର ପରିଷଦର ହସ୍ତକ୍ଷେପ

ବାଲେଶ୍ୱର ଅଫିସ,୧।୮- ବାଲେଶ୍ୱର ଜିଲା ବାଲିଆପାଳ ଥାନା ଇଡ଼କୋ ଛକ ସ୍ଥିତ ରାଜଧାନୀ ଢ଼ାବାରେ ଗତ ୨୬ ତାରିଖରେ ଜଣେ ନାବାଳକ କର୍ମଚାରୀଙ୍କ ମୃତ୍ୟୁକୁ ନେଇ ଅଞ୍ଚଳବାସୀ ଏବଂ ପୋଲିସ ମଧ୍ୟରେ ଘଟିଥିବା ଗଣ୍ଡଗୋଳ ନେଇ ଉଚ୍ଚସ୍ତରୀୟ ତଦନ୍ତ ଜାରି ରହିଛି। ଏହି ପରିପ୍ରେକ୍ଷୀରେ ବୁଧବାର ମଧ୍ୟାହ୍ନ ସମୟରେ ଅନ୍ତର୍ଜାତୀୟ ମାନବ ଅଧିକାର ପରିଷଦର ରାଜ୍ୟସଭାପତି ସସ୍ମିତା ଦାସ ଏକ ୪ଜଣିଆ ଟିମ୍‌ ସହିତ ବାଲେଶ୍ୱର ଆସି ଜିଲା ଆରକ୍ଷୀ ଅଧୀକ୍ଷକ ବି. ଯୁଗଳ କିଶୋର କୁମାରଙ୍କୁ ସାକ୍ଷାତ କରଛନ୍ତି। କାର୍ଯ୍ୟରତ ଅବସ୍ଥାରେ ପୋଲିସକୁ ଆକ୍ରମଣ କରି ଲୋକେ ଆଇନ୍‌କୁ ହାତକୁ ନେବା ଘଟଣାରେ ଅଭିଯୁକ୍ତଙ୍କୁ ଗିରଫ କରି ଦୃଷ୍ଟାନ୍ତମୂଳକ ପଦକ୍ଷେପ ନେବାକୁ ପରିଷଦ ପକ୍ଷରୁ ଏକ ଦାବିପତ୍ର ପ୍ରଦାନ କରାଯାଇଛି।
ଉଲ୍ଲେଖନୀୟ ଯେ, ରାଜଧାନୀ ଢ଼ାବାରେ ଗତ ୨୬ ତାରିଖରେ ନାବାଳକ କର୍ମଚାରୀ ଭୋଗରାଇ ବ୍ଲକ ଉଲୁଡ଼ା ଗ୍ରାମର ଦେବେନ୍ଦ୍ର ଦଳେଇଙ୍କ ପୁତ୍ର ବିଜୟ (୧୫)ଙ୍କ ଝୁଲନ୍ତା ଶବ ଉଦ୍ଧାର ପରେ ଏହା ଏକ ହତ୍ୟା ଘଟଣା ବୋଲି ଗ୍ରାମବାସୀ ଓ ନାବାଳକଙ୍କ ପରିବାର ଅଭିଯୋଗ କରିଥିଲେ। ପୋଲିସ ଏହା ଏକ ଆମତ୍ହତ୍ୟା ଘଟଣା ବୋଲି କହିବାରୁ ଲୋକେ ଉତ୍ତ୍ୟକ୍ତ ହୋଇ ଢ଼ାବାରେ ଭଙ୍ଗାରୁଜା କରି ନିଆଁ ଲଗାଇଦେବାକୁ ଉଦ୍ୟମ କରିଥିଲେ। ସେଠାରେ ଉପସ୍ଥିତ ବାଲିଆପାଳ ଥାନାଧିକାରୀ ପ୍ରଭୁ କଲ୍ୟାଣ ଆଚାର୍ଯ୍ୟ ପ୍ରତିବାଦ କରିବାରୁ ଲୋକେ ତାଙ୍କୁ ଗୋଡ଼ାଇ ମାଡ଼ ମାରିବା ପରେ ପୁଣି ରାସ୍ତାରୋକୋ କରିଥିଲେ। ପୋଲିସ ଫୋର୍ସ ସହ ଜିଲା ଆରକ୍ଷୀ ଅଧୀକ୍ଷକ ବି. ଯୁଗଳ କିଶୋର କୁମାର ପହଞ୍ଚତ୍ ଲୋକଙ୍କ ଦାବିକୁ ସ୍ବୀକାର କରିବାରୁ ୭ଘଣ୍ଟା ପରେ ରାସ୍ତାରୋକୋ ହଟିଥିଲା। ଏହାମଧ୍ୟରେ ଢ଼ାବା ମାଲିକଙ୍କ ଘରକୁ ମଧ୍ୟ ପୋଡ଼ି ଦିଆଯାଇଥିଲା। ମୃତ ବିଜୟଙ୍କ ମା’ ଶାନ୍ତିଲତା ଦଳାଇ ଢାବା ମାଲିକ ଓ ଅନ୍ୟ କର୍ମଚାରୀ ତାଙ୍କ ପୁଅ ବିଜୟଙ୍କୁ ମାରିଦେଇ ଆତ୍ମହତ୍ୟା ରୂପ ଦେଇଥିବା ବାଲିଆପାଳ ଥାନାରେ ଲିଖିତ ଅଭିଯୋଗ କରିବାରୁ ପୋଲିସ ଏକ ମାମଲା (ନଂ. ୧୪୭।୧୯) ରୁଜୁ କରିଥିଲା। ମୃତ ବିଜୟ ନାବାଳକ ହୋଇଥିବାରୁ ଜିଲା ଶିଶୁ ସୁରକ୍ଷା ଅଧିକାରୀ, ବାଲିଆପାଳ ଚାଇଲ୍ଡଲାଇନ ଅଧିକାରୀ ପହଞ୍ଚତ୍ ତଦନ୍ତ କାର୍ଯ୍ୟରେ ସହଯୋଗ କରିଥିଲେ। ପରେ ମୃତଦେହ ବ୍ୟବଚ୍ଛେଦକୁ ନେଇ ଅଡୁଆ ସ୍ଥିତି ସୃଷ୍ଟି ହୋଇଥିଲା। ପୋଲିସ ପରିବାର ଲୋକଙ୍କ ଅନୁପସ୍ଥିତିରେ ରାତିରେ ବ୍ୟବଚ୍ଛେଦ କରାଇବାରୁ ଗ୍ରାମବାସୀ ଏଡାକୁ ବିରୋଧ କରି ରାସ୍ତାରୋକୋ କରିବା ସହ ପୋଲିସ ଏବଂ ଆମ୍ବୁଲାନ୍ସକୁ ଅଟକାଇଥିଲେ। ଏହି ପରିପ୍ରେକ୍ଷୀରେ ଏଚ୍‌ଆର୍‌ପିସି, କଟକ ଘଟଣାର ତଦନ୍ତ କରିବ ବୋଲି ନିଷ୍ପତ୍ତି ହୋଇଥିଲା। ଡିଏସ୍‌ପି ରଣଜିତ୍‌ ନାୟକ ଏବଂ ଅତିରିକ୍ତ ଜିଲା ଆରକ୍ଷୀ ଅଧୀକ୍ଷକ ଏସ୍‌.ଏନ୍‌. ଦାସଙ୍କ ତତ୍ତ୍ୱାବଧାନରେ ଏଚ୍‌ଆର୍‌ପିସି ୫ଜଣିଆ ଟିମ୍‌ ଗତ ୨୮ ତାରିଖରେ ବାଲିଆପାଳରେ ପହଞ୍ଚତ୍ ତଦନ୍ତ ଆରମ୍ଭ କରିଥିଲେ। ସେମାନେ ୨୯ ତାରିଖ ସନ୍ଧ୍ୟାରେ ଜିଲା ମୁଖ୍ୟ ଚିକିତ୍ସାଳୟକୁ ଯାଇ ମୁଖ୍ୟ ଚିକିତ୍ସାଧିକାରୀ ଓ ଡାକ୍ତରଙ୍କ ସହ ଆଲୋଚନା କରିଥିଲେ। ତଦନ୍ତ ସରିବା ପରେ ଉଚିତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଅତିରିକ୍ତ ଜିଲା ଆରକ୍ଷୀ ଅଧୀକ୍ଷକ ସେତେବେଳେ ସୂଚନା ଦେଇଥିଲେ। ଥାନା ଆଇଆଇସି ଆଚାର୍ଯ୍ୟଙ୍କୁ ବାଲିଆପାଳରୁ ଅନ୍ୟତ୍ର ସ୍ଥାନାନ୍ତର କରାଯାଇଥିଲା। ଅନ୍ୟପକ୍ଷେ ପୋଲିସକୁ ଆଇନଗତ ସୁରକ୍ଷା ଦେବାକୁ ଦାବିକରି ସଂଘର ଜଣେ କର୍ମକର୍ତ୍ତାଙ୍କୁ ନିଲମ୍ବିତ ହେବାକୁ ପଡିଛି। ଏହି ପରିପ୍ରେକ୍ଷୀରେ ଅନ୍ତର୍ଜାତୀୟ ମାନବ ଅଧିକାର ପରିଷଦର ରାଜ୍ୟ ପ୍ରତିନିଧି ଦଳ ଜିଲା ଆରକ୍ଷୀ ଅଧୀକ୍ଷକଙ୍କୁ ଭେଟି ଦାବି ଉପସ୍ଥାପନ କରିବା ଚର୍ଚ୍ଚାର ବିୟେ ହୋଇଛି।


Enter your email to get our daily news in your inbox.

All Right Reserved By Dharitri.Com

ବିଳମ୍ବିତ ରାତିରେ କୋରାପୁଟରେ ଭୂକମ୍ପ ଝଟ୍‌କା: ଭୟଭୀତ ଅବସ୍ଥାରେ ଘରୁ ବାହାରି ଆସିଲେ ଲୋକେ

କୋରାପୁଟ/ପଟ୍ଟାଙ୍ଗି, ୪।୪(ଅମିତାଭ ବେହେରା/ ଶରତ କୁମାର ଧଳ): କୋରାପୁଟ ଜିଲା ପଟ୍ଟାଙ୍ଗି ବ୍ଲକ ସଦର ମହକୁମା ସମେତ ଆଖପାଖ ଅଞ୍ଚଳରେ ଶନିବାର ମୃଦୁ ଭୂକମ୍ପ ଅନୁଭୂତ ହୋଇଛି।…

ମହେନ୍ଦ୍ରଗିରିରେ ଭୟଙ୍କର ଦୁର୍ଘଟଣା: ଘାଟିରେ ଓଲଟିଲା ପାଣି ଟ୍ୟାଙ୍କର ଟ୍ରାକ୍ଟର, ଚାଲିଗଲା ହେଲ୍‌ପରଙ୍କ ଜୀବନ, ଚାଳକ…

ଗଜପତି, ୪ା୪(ଗିରିଧାରୀ ପରିଛା): ଗଜପତି ଜିଲା ଗାରାବନ୍ଧ ଥାନା ରାୟଗଡ଼ ବ୍ଲକ ଅନ୍ତର୍ଗତ ପ୍ରସିଦ୍ଧ ପର୍ଯ୍ୟଟନ ସ୍ଥଳୀ ମହେନ୍ଦ୍ରଗିରିରେ ଏକ ଅଭାବନୀୟ ଘଟଣା ଘଟିଯାଇଛି। ପାଣି ବୋଝେଇ…

ଛତ୍ରପୁରରେ ଜିଲାସ୍ତରୀୟ ପ୍ରବେଶ ଉତ୍ସବ: ଜିଲାପାଳ କଲେ ଖଡ଼ିଛୁଆଁ, ଶିକ୍ଷାବର୍ଷର ଶୁଭାରମ୍ଭ…

ଛତ୍ରପୁର, ୪।୪ (ଦିଲ୍ଲୀପ ସାମଲ): “ଆସରେ ଆସ ସ୍କୁଲ ଯିବା, ସାଙ୍ଗ ପିଲାଙ୍କ ସାଙ୍ଗେ ପାଠ ପଢ଼ିବା”ଏହି ନାରା ସହ ଗଞ୍ଜାମ ଜିଲ୍ଲାରେ ଆଜିଠାରୁ ନୂତନ ଶିକ୍ଷାବର୍ଷର…

ମଦ ପିଇ ବସ୍‌ ଚଳାଉଥିଲେ ଡ୍ରାଇଭର, ବ୍ରେଥ୍‌ ଆନାଲାଇଜର୍‌ରେ ଯାଞ୍ଚ କରି ଧରିଲା ପୋଲିସ, ଡିଏଲ୍‌ ସସ୍‌ପେଣ୍ଡ ସହ…

ଛତ୍ରପୁର, ୪।୪(ଦିଲୀପ ସାମଲ): ଯାତ୍ରୀଙ୍କ ଜୀବନ ସହ ଖେଳୁଥିବା ଜଣେ ଦାୟିତ୍ୱହୀନ ବସ୍‌ ଚାଳକଙ୍କୁ ଧରିଛି ପୋଲିସ। ନିଶାଶକ୍ତ ଅବସ୍ଥାରେ ବସ ଚଳାଇବା ଅଭିଯୋଗରେ ଗାଡ଼ି ଜବତ…

ଫାସଡ୍‌ ଶୁକତେଲ ନଦୀ ପୋଲତଳକୁ ଖସିଲା ସିମେଣ୍ଟ ବୋଝେଇ ଟ୍ରକ: ଚାଲିଗଲା ଡ୍ରାଇଭରଙ୍କ ଜୀବନ, ହେଲ୍‌ପର…

ବଲାଙ୍ଗୀର,୪।୪(ସୁନୀଲ କୁମାର ମହାନ୍ତି): ବଲାଙ୍ଗୀର ଜିଲାରେ ଏକ ଭୟଙ୍କର ସଡ଼କ ଦୁର୍ଘଟଣା ଘଟିଛି। ୨୬ ନମ୍ବର ଜାତୀୟ ରାଜପଥ ଲୋଇସିଂହା ଥାନା ଅନ୍ତର୍ଗତ ଫାସଡ୍‌ ଶୁକତେଲ ନଦୀ…

ଦଶମ ଶ୍ରେଣୀ ନାବାଳିକାଙ୍କୁ ଅପହରଣ କରି କରିଥିଲେ ବଳାତ୍କାର, ମୋବାଇଲ୍‌ ଟ୍ରାକିଂ କରି ଅଭିଯୁକ୍ତଙ୍କୁ ମାଡ଼ି ବସିଲା…

ଦିଗପହଣ୍ଡି, ୪।୪ (ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ପାଟପୁର ଥାନା ଅନ୍ତର୍ଗତ ଏକ ଗ୍ରାମର ଜଣେ ୧୫ ବର୍ଷୀୟା ନାବାଳିକା ଛାତ୍ରୀଙ୍କୁ ଅପହରଣ ଓ ବଳାତ୍କାର…

ଶ୍ରୀରାମ ନବମୀ ଶୋଭାଯାତ୍ରାରେ ଯୁବକଙ୍କୁ ବ୍ଲେଡ୍‌ରେ ଆକ୍ରମଣ ପରେ ହତ୍ୟା ଉଦ୍ୟମ, ୪ଜଣଙ୍କୁ ବାନ୍ଧି…

ଦିଗପହଣ୍ଡି, ୪।୪(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ଅନ୍ତର୍ଗତ କଇଠଖଣ୍ଡି ଗ୍ରାମରେ ଶ୍ରୀରାମ ନବମୀ ଯାତ୍ରା ଅବସରରେ ଏକ ଅଭାବନୀୟ ଘଟଣା ଘଟିଯାଇଛି। ଶୋଭାଯାତ୍ରା…

ବରଗଡ଼ରେ ଜିଲାସ୍ତରୀୟ ପ୍ରବେଶ ଉତ୍ସବ, ଖଡ଼ି ଛୁଆଁଇଲେ ଜିଲାପାଳ

ବରଗଡ଼,୪।୪(ପ୍ରେମାନନ୍ଦ ଖମାରୀ)- ଚଳିତ ଶିକ୍ଷାବର୍ଷରେ ନୂତନ ଛାତ୍ରୀଛାତ୍ରମାନଙ୍କ ନାମଲେଖା ଓ ଖଡ଼ିଛୁଆଁ ପାଇଁ ଶନିବାର ଜିଲାସ୍ତରୀୟ ପ୍ରବେଶ ଉତ୍ସବ ଓ ଖଡ଼ିଛୁଆଁ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇ ଯାଇଛି।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri