କୋଲାବନଗର,୩୦।୪(ଡି.ଏନ୍.ଏ.): କୋରାପୁଟ ସଦର ବ୍ଲକ ଅନ୍ତର୍ଗତ ବଡ଼କେରେଙ୍ଗା ପଞ୍ଚାୟତରେ ଡ୍ରେନ୍ ଅଭାବରୁ ଅସୁବିଧା ଭୋଗୁଛନ୍ତି ମାଦଳାସାହୀ ଗ୍ରାମବାସୀ। ପ୍ରଧାନମନ୍ତ୍ରୀ ସଡ଼କ ଯୋଜନାରେ ସ୍ଥାନୀୟ ହନୁମାନ ମନ୍ଦିରରୁ କେରେଙ୍ଗା ପଞ୍ଚାୟତ ଗଞ୍ଜେଇପଦର ପର୍ଯ୍ୟନ୍ତ ୮ କି.ମି. ରାସ୍ତା ୧୦ ବର୍ଷ ତଳୁ ନିର୍ମାଣ କରାଯାଇଥିଲା। ଉକ୍ତ ରାସ୍ତା ମାଦଳାସାହି ଦେଇ ଯାଇଛି। ତେବେ ରାସ୍ତାପାର୍ଶ୍ୱରେ ଡ୍ରେନ୍ ନିର୍ମାଣ ହୋଇ ନ ପାରିବାରୁ ଗାଁର ମଇଳା ଆବର୍ଜନା, ଜଳ ଓ ନଳକୂପର ଜଳ ରାସ୍ତାରେ ଭାସୁଛି। ଏହା ପରିମଳ ବିପର୍ଯ୍ୟସ୍ତ କରିବା ସହ ସର୍ବସାଧାରଣ ଚଳପ୍ରଚଳ ବେଳେ ବିରକ୍ତି ସୃଷ୍ଟି କରୁଛି। ୩ ବର୍ଷ ହେଲା ଏନେଇ ପ୍ରଶାସନର ଦୃଷ୍ଟି ଆକର୍ଷଣ କରାଯାଇଥିଲେ ମଧ୍ୟ କିଛି ସୁଫଳ ମିଳୁନାହିଁ। ୨୦୧୮ ଅଗଷ୍ଟରେ ଉକ୍ତ ଗ୍ରାମକୁ ମନ୍ତ୍ରୀ, କୋରାପୁଟ ଜିଲାପାଳ, କୋରାପୁଟ ବିଡିଓ ଆସିଥିଲେ । ସେମାନଙ୍କ ପାଖରେ ଗ୍ରାମବାସୀ ଡ୍ରେନ୍ ନିର୍ମାଣ ପାଇଁ ଅଭିଯୋଗ ମଧ୍ୟ କରିଥିଲେ । ବିଡିଓ ୩ ଦିନ ମଧ୍ୟରେ ଡ୍ରେନ୍ କାମ କରିଦେବାକୁ ପ୍ରତିଶ୍ରୁତି ଦେଇଥିଲେ । କିନ୍ତୁ ଏଯାବତ୍ ତାହା କାର୍ଯ୍ୟକାରୀ ହେଲାନାହିଁ। ଉକ୍ତ ରାସ୍ତାରେ ଜିଲା ପ୍ରଶାସନର କର୍ମଚାରୀ ସବୁଦିନ ଲମତାପୁଟ ବ୍ଲକ ଯାତାୟାତ କରୁଛନ୍ତି। କିନ୍ତୁ ଆନ୍ତରିକତା ଅଭାବରୁ ୩ଶହ ମିଟର ଡ୍ରେନ୍ ନିର୍ମାଣ ହୋଇପାରୁ ନାହିଁ । ଗ୍ରାମବାସୀ ବର୍ତ୍ତମାନ ତାତିଲେଣି, ଆଗକୁ ଏହି ରାସ୍ତା ବନ୍ଦ କରିବେ ବୋଲି ଗ୍ରାମବାସୀ ଚେତାବନୀ ଦେଇଛନ୍ତି।
ନୂତନ ସରପଞ୍ଚ ଭାବେ ଦାୟିତ୍ୱ ନେଲେ ବନିତା ଶବର, ପଞ୍ଚାୟତର ଉନ୍ନତି ନିମନ୍ତେ…..
ଗୁଡାରି,୧୮।୨(ପ୍ରମୋଦ କୁମାର ପତି): ରାୟଗଡ଼ା ଜିଲା ଗୁଡାରି ବ୍ଲକର ଏମକେରାଇ ଗ୍ରାମପଞ୍ଚାୟତର ନୂତନ ସରପଞ୍ଚ ଭାବେ ବୁଧବାର ଦାୟିତ୍ୱ ଗ୍ରହଣ କଲେ ବନିତା ଶବର । ଗ୍ରାମପଞ୍ଚାୟତର…
ସମ୍ପୂର୍ଣ୍ଣ କାର୍ଯ୍ୟକ୍ଷମ ହୋଇପାରିନାହିଁ ଖାରିକୁଟି ପ୍ରକଳ୍ପ, ପୁନରୁଦ୍ଧାର ଅପେକ୍ଷାରେ…
ଗୁଡ଼ାରି,୧୮।୨ (ପ୍ରମୋଦ କୁମାର ପତି): ରାୟଗଡ଼ା ଜିଲା ଗୁଡ଼ାରି ବ୍ଲକ୍ର ଚାଷୀଙ୍କୁ ଜଳସେଚନ ସୁବିଧା ଯୋଗାଇଦେବାକୁ ଶିରିଗୁଡ଼ା ଗ୍ରାମପଞ୍ଚାୟତରେ ଗତ ୨୦ ବର୍ଷ ପୂର୍ବେ ଖାରିକୁଟି କ୍ଷୁଦ୍ର…
ବିଭିନ୍ନ ସମସ୍ୟାର ସମାଧାନ କରିବାକୁ ଜିଲାପାଳଙ୍କୁ ଭେଟିଲେ ଗ୍ରାମବାସୀ, ପ୍ରତିଶ୍ରୁତି ଦେଇ କହିଲେ…
ରାୟଗଡ଼ା/କଲ୍ୟାଣସିଂହପୁର,୧୮।୨(ଆଶିଷ ରଞ୍ଜନ ପଣ୍ଡା/ଦୀପକ କୁମାର ପରିଡ଼ା): ରାୟଗଡ଼ା ଜିଲା ନିୟମଗିରି ଅଞ୍ଚଳରେ ମୌଳିକ ସୁବିଧା ପହଞ୍ଚୁ ନ ଥିବା ଅଭିଯୋଗ ହୋଇଆସୁଥିଲା। ବିଶେଷକରି କଲ୍ୟାଣସିଂହପୁର ବ୍ଲକ ଅନ୍ତର୍ଗତ…
ମୌଳିକ ସୁବିଧାରୁ ବଞ୍ଚିତ ଡଙ୍ଗରିଆ କନ୍ଧ, ଟଙ୍କିକିଆ ଚାଉଳ ପାଇଁ ଯିବାକୁ ପଡ଼ୁଛି ୧୫ କି.ମି.
ରାୟଗଡ଼ା/କଲ୍ୟାଣସିଂହପୁର,୧୮।୨(ଆଶିଷ ରଞ୍ଜନ ପଣ୍ଡା/ଦୀପକ କୁମାର ପରିଡ଼ା): ଦେଶ ସ୍ବାଧୀନତାର ୭୮ବର୍ଷ ପୂରିଥିଲେ ମଧ୍ୟ ଏବେ ସୁଦ୍ଧା ରାୟଗଡ଼ା ଜିଲା ନିୟମଗିରି ଅଞ୍ଚଳରେ ପହଞ୍ଚିପାରିନାହିଁ ମୌଳିକ ସୁବିଧା। ବିଶେଷକରି…
ଦୁଇ ଦିନ ପରେ ଦେଇଥାନ୍ତେ ମାଟ୍ରିକ୍ ପରୀକ୍ଷା, ବାଇକ୍ ସହ ଦୁର୍ଘଟଣା ପରେ ଟ୍ରାକ୍ଟର ଚାପି ଦେବାରୁ ଚାଲିଗଲା ଛାତ୍ରଙ୍କ ଜୀବନ
ରାୟଗଡ଼ା,୧୭।୨(ଆଶିଷ ରଞ୍ଜନ ପଣ୍ଡା)- ରାୟଗଡ଼ା ସହରରେ ଚିନ୍ତାଜନକ ହୋଇପଡ଼ିଛି ଟ୍ରାଫିକ ସମସ୍ୟା । ସହର ଦେଇ ଯାଇଥିବା ୩୨୬ନଂ ଜାତୀୟ ରାଜପଥ କଡ଼ରେ ବେଆଇନ ପାର୍କିଂ ଯୋଗୁ…
ନକଲି ମାଓବାଦୀ ଆତ୍ମସମର୍ପଣ ଯୋଜନା ପଣ୍ଡ: ଖବରଦାତାଙ୍କ ସହ ୪ ଗିରଫ
ରାୟଗଡ଼ା,୧୬।୨(ଆଶିଷ ରଞ୍ଜନ ପଣ୍ଡା) ମାଓବାଦୀଙ୍କ ନାଁରେ ପୋଷ୍ଟର ମାରିବା ଏବଂ ନକଲି ମାଓବାଦୀଙ୍କୁ ଆତ୍ମସମର୍ପଣ କରାଇ ସରକାରୀ ଅର୍ଥ ଲୁଟ ପାଇଁ ଉଦ୍ୟମ କରିବା ଘଟଣାରେ ରାୟଗଡ଼ା…
ପ୍ରେମ ପାଇଁ ନିଆରା ପ୍ରୟାସ, ପ୍ରେମିକା ପାଇଁ ୪ କି.ମି ରାସ୍ତାରେ ଗଡ଼ିଗଡ଼ି ମନ୍ଦିର ଗଲେ ପ୍ରେମିକ
ମୁନିଗୁଡା,୧୬।୨(ନନ୍ଦ କିଶୋର ପଟ୍ଟନାୟକ): ରାୟଗଡା ଜିଲା ମୁନିଗୁଡା ବ୍ଲକ ଅନ୍ତର୍ଗତ ଅମ୍ବାଦଳାର ଅମ୍ଳାଭଟା ଅଞ୍ଚଳରେ ଜାଗର ଦିନ ଏକ ଅନନ୍ୟ ଦୃଶ୍ୟ ଦେଖିବାକୁ ମିଳିଛି । ଜଣେ…
ଚାଷ ଜମିରୁ ମିଳିଲା ଯୁବକଙ୍କ ମୃତଦେହ: ହତ୍ୟା ସନ୍ଦେହ
ରାୟଗଡ଼ା,୧୬/୨(ଆଶିଷ ରଞ୍ଜନ ପଣ୍ଡା)-ରାୟଗଡା ଜିଲା ଶେଷଖାଲ ଥାନା ଅନ୍ତର୍ଗତ ବାଇସିଂ ଗ୍ରାମ ନିକଟରେ ଜଣେ ଯୁବକର ମୃତଦେହ ଠାବ କରାଯାଇଛି। ମୃତ ଯୁବକ ଜଣକ ହେଲେ ବାଇସିଂ…
Archives

