Posted inଫୁରସତ

ଶୋଇପଡ଼ିଲେ ଡ୍ରାଇଭର, ୧୫୦କିଲୋମିଟର ଗାଡ଼ି ଚଳାଇ ଘରେ ପହଞ୍ଚିଲେ ମହିଳା

ପୁଣେ: ମହାରାଷ୍ଟ୍ରର ଜଣେ ମହିଳା ପୁଣେରୁ ପ୍ରାୟ ୧୫୦ କିମି ଦୂର ମୁମ୍ବାଇ ଯିବା ପାଇଁ ଉବର ବୁକ୍‌ କରିଥିଲେ। କିନ୍ତୁ ରାସ୍ତାରେ ଡ୍ରାଇଭରଙ୍କୁ ନିଦ ଆସିଯିବାରୁ ବାଧ୍ୟ ହୋଇ ସେ ଷ୍ଟିୟରିଂ ସମ୍ଭାଳି ମୁମ୍ବାଇରେ ପହଞ୍ଚିଥିଲେ। ଏହି ଘଟଣା ୨୪ ଫେବୃୟାରୀରେ ଘଟିଥିଲା। ମାତ୍ର ଏବେ ସାମ୍ନାକୁ ଆସିଛି। ୨୮ ବର୍ଷୀୟ ତେଜସ୍ବିନୀ ଦିବ୍ୟା ଏହାର ଫଟୋ ସୋସିିଆଲ ମିଡିଆରେ ଶେୟାର କରିବାରୁ ଏହା ଜଣାପଡ଼ିଛି। ଫଟୋ ଜରିଆରେ ଜେଜସ୍ବିନୀ ଉବର କମ୍ପାନୀ ଡ୍ରାଇଭରଙ୍କ ନାମରେ ଅଭିଯୋଗ ମଧ୍ୟ କରିଛନ୍ତି।
ଦିବ୍ୟା କୁହନ୍ତି, ପୁଣେରୁ ଅନ୍ଧାରୀ(ମୁମ୍ବାଇ) ପାଇଁ ସେ ଉବର ବୁକ୍‌ କରିଥିଲେ। ଆରମ୍ଭରୁ ଡ୍ରାଇଭର ଲଗାତର ଫୋନ୍‌ରେ କଥା ହେବା ସହ ବାଟ ସାରା ଗାଡ଼ି ଅଟକାଉଥିଲେ। ସେ ଡ୍ରାଇଭରଙ୍କୁ ଫୋନ୍‌ରେ ନ ହେବାକୁ ଅନୁରୋଧ କରିଥିଲେ। ଏହା ପରେ ଡ୍ରାଇଭର ଫୋନ୍‌ ରଖି ଦେଇଥିଲେ ସତ ମାତ୍ର ଶୋଇ ପଡ଼ିଥିଲେ। ଏପରିକି ଏକ ବଡ଼ ଦୁର୍ଘଟଣାରୁ ମଧ୍ୟ ବର୍ତ୍ତିଥିଲେ। ଦିବ୍ୟା ବାଧ୍ୟ ହୋଇ ଡ୍ରାଇଭରଙ୍କୁ କହିଥିଲେ ଶୋଇବାର ଅଛି ତ କିଛି ବାଟ ମୁଁ ଗାଡ଼ି ଚଳାଇ ନେଇଯିବି। ପ୍ରଥମେ ସେ ମନା କରୁଥିଲେ। ମାତ୍ର ପରେ ରାଜି ହେବାରୁ ଦିବ୍ୟା ଷ୍ଟିୟରିଂ ସମ୍ଭାଳିଥିଲେ।
ଅନ୍ୟପକ୍ଷରେ ଅଭିଯୋଗ ପରେ ଡ୍ରାଇଭରଙ୍କୁ କମ୍ପାନୀ କର୍ତ୍ତୃପକ୍ଷ ନିଲମ୍ବନ କରିଛନ୍ତି। ତେଜସ୍ବିନୀ ଜଣେ ଲେଖିକା ଏବଂ ଫିଲ୍ମ ପାଇଁ ସେ କାହାଣୀ ମଧ୍ୟ ଲେଖନ୍ତି।।


Enter your email to get our daily news in your inbox.

All Right Reserved By Dharitri.Com

୩୯ ବର୍ଷୀୟ କ୍ରିକେଟର୍‌ କଲେ ବଡ଼ କାରନାମା: ଭାଙ୍ଗିଲା ରୋହିତ ଶର୍ମାଙ୍କ ରେକର୍ଡ

ନୂଆଦିଲ୍ଲୀ,୨୦।୨: ଜିମ୍ବାୱେ ୨୦୨୬ ଟି୨୦ ବିଶ୍ୱକପରେ ଆଉ ଏକ ବଡ଼ ବିପର୍ଯ୍ୟୟ ଘଟାଇବାରେ ସଫଳ ହୋଇଛି। ଜିମ୍ବାୱେ ତା’ର ଶେଷ ଗ୍ରୁପ ପର୍ଯ୍ୟାୟ ମ୍ୟାଚ୍‌ରେ ଶ୍ରୀଲଙ୍କାକୁ ୬…

ପ୍ରମାଣ ଅଭାବରୁ ୨ ଗଞ୍ଜେଇ ଚାଲାଣକାରୀ ନିର୍ଦ୍ଦୋଷରେ ଖଲାସ

ଭଞ୍ଜନଗର,୨୦।୨(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ଏଡିଜେ ଶେଖ ମହମଦ କୁଏସ ଏକ ଗଞ୍ଜେଇ ଚାଲାଣ ମାମଲାର ବିଚାର କରି ପ୍ରମାଣ ଅଭାବରୁ ଦୁଇଜଣ ଅଭିଯୁକ୍ତଙ୍କୁ ଖଲାସ…

ଶଟର ପକାଇ ଜଗି ରହୁଛନ୍ତି ବାଉନ୍‌ସର, ଭିତରେ ବାର୍‌ ଡ୍ୟାନ୍ସରଙ୍କ ଉପରେ ଉଡୁଛି ଟଙ୍କା

ଭୁବନେଶ୍ୱର,୨୦ା୨(ତ୍ରିନାଥ ମହାନ୍ତି): ସବୁ ନିୟମ ଓ କଟକଣାକୁ ଫୁ’ କରିଦେଉଛନ୍ତି ବାର୍‌ ମାଲିକ। ପୋଲିସ ଓ ଅବକାରୀ ଚଢ଼ାଉକୁ ଖାତିର ନ କରି ଚଳାଉଛନ୍ତି ବେଆଇନ ବେପାର।…

ମଟନ-ଚିକେନ ଖାଇବା ଛାଡ଼ିଦେଲେ ବୈଭବ ସୂର୍ଯ୍ୟବଂଶୀ: ଜାଣନ୍ତୁ କାହିଁକି

ନୂଆଦିଲ୍ଲୀ,୨୦।୨: ଆଇସିସି ୧୯ ବର୍ଷରୁ କମ ବିଶ୍ୱକପ ୨୦୨୬ରେ ଟିମ ଇଣ୍ଡିଆକୁ ଟାଇଟଲ ଦେବା ପରେ ଜିମ୍ବାୱେ ଏବଂ ନାମ୍ବିଆରୁ ଫେରିଥିବା ବୈଭବ ସୂର୍ଯ୍ୟବଂଶୀ ବର୍ତ୍ତମାନ ରାଜସ୍ଥାନ…

ବାଘଛୁଆର ମୃତଦେହ ବ୍ୟବଚ୍ଛେଦ କଲେ ୪ଜଣିଆ ଟିମ୍‌

ଭଞ୍ଜନଗର,୨୦ା୨(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ଘୁମୁସର ଉତ୍ତର ବନଖଣ୍ଡ ମୁଜାଗଡ ରେଞ୍ଜ ବଜ୍ରକୋଟ ଗ୍ରାମ ନିକଟରୁ ବୁଧବାର ବନ ବିଭାଗ ଜବତ କରିଥିବା କଲରାପତରିଆ ବାଘ…

ସବୁଠି ନ୍ୟାୟକୁ ସମର୍ଥନ

ସାରା ବିଶ୍ୱରେ ଆର୍ଥିକ ଅଭିବୃଦ୍ଧି ସର୍ବଦା ସମାନ ସୁଯୋଗ କିମ୍ବା ସହଭାଗୀ ସମୃଦ୍ଧିରେ ପରିଣତ ହୋଇନାହିଁ। ଗଠନମୂଳକ ଅସମାନତା ଜାରି ରହିଛି, ଯାହା ଉତ୍ତମ କାର୍ଯ୍ୟ, ସାମାଜିକ…

ଅନ୍ୟନାମରେ ଆକାଉଣ୍ଟ ଖୋଲି ଠକେଇ: ୭ଦିନରେ ଧରାପଡ଼ିଲେଣି ୯ ଅଭିଯୁକ୍ତ

ବରଗଡ଼,୨୦।୨(ପ୍ରେମାନନ୍ଦ ଖମାରୀ): ରାଜ୍ୟରେ ଗତ ୧୩ ତାରିଖରୁ ପୋଲିସ ମହାନିର୍ଦ୍ଦେଶକଙ୍କ ନିର୍ଦ୍ଦେଶକ୍ରମେ ସାଇବର କବଚ ଅଭିଯାନ ଚାଲିଛି। ତେବେ ଏହି ଅଭିଯାନକୁ ବରଗଡ଼ ଜିଲା ପୋଲିସ୍‌ ଜୋରଦାର୍‌…

ବିଚ୍‌ ରାସ୍ତାରେ ପଡ଼ିଛି ନବଜାତ ଶିଶୁର ମୃତଦେହ, ଜନ୍ମ ପରେ…

ରାୟଗଡ଼ା,୨୦ା୨(ଆଶିଷ ରଞ୍ଜନ ପଣ୍ଡା): ରାୟଗଡ଼ାରେ ପୁଣି ଦେଖିବାକୁ ମିଳିଛି ଏକ ହୃଦୟ ବିଦାରକ ଦୃଶ୍ୟ। ସହରର ଗୋଦାବରୀଶ ନଗର ତଥା ରାୟଗଡ଼ା କଲେଜ ପଛ ପାର୍ଶ୍ୱ ବିଚ୍‌…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri