Posted inଖେଳ

ଡେଭିସ୍‌ କପ୍‌: ପାକିସ୍ତାନ ବିପକ୍ଷ ମ୍ୟାଚ ପାଇଁ ଭାରତୀୟ ଦଳ ଘୋଷିତ

ନୂଆଦିଲ୍ଲୀ, ୫ା୮(ପି.ଟି.)-ପାକିସ୍ତାନ ବିପକ୍ଷ ଡେଭିସ କପ୍‌ ମ୍ୟାଚ ପାଇଁ ସୋମବାର ପ୍ରଜନେଶ ଗୁଣେଶ୍ୱରନଙ୍କ ନେତୃତ୍ୱରେ ଭାରତୀୟ ଟେନିସ ଦଳ ଘୋଷଣା କରାଯାଇଛି। ସୁମିତ ନାଗପାଲଙ୍କ ବ୍ୟତୀତ ଅନ୍ୟ ସମସ୍ତ ଟପ୍‌ ଖେଳାଳି ଉପଲବ୍ଧ ଥିବା ସର୍ବଭାରତୀୟ ଟେନିସ ଆସୋସିଏଶନ (ଏଆଇଏଟିଏ) ସିଲେକ୍ସନ କମିଟି ଚେୟାରମ୍ୟାନ ରୋହିତ ରାଜପାଲ ପ୍ରକାଶ କରିଛନ୍ତି। ଗ୍ରାସ୍‌କୋର୍ଟରେ ହେବାକୁଥିବା ଏହି ମୁକାବିଲାରେ ଗୁଣେଶ୍ୱରନ ଏବଂ ରାମକୁମାର ରମାନାଥନ ସିଙ୍ଗଲ୍ସ ଚ୍ୟାଲେଞ୍ଜ ସମ୍ଭାଳବେ। ରୋହନ ବୋପାନ୍ନା ଏବଂ ଡିଭିଜ ଶରଣ ଡବଲ୍ସ ଯୋଡ଼ି ଭାବେ ଖେଳିବେ। ମ୍ୟାଚ ସେପ୍ଟେମ୍ବର ୧୪-୧୫ରେ ଇସ୍‌ଲାମାବାଦ୍‌ଠାରେ ଖେଳାଯିବ। ଆହତଜନିତ ସମସ୍ୟା ଯୋଗୁ ନାଗାଲ ଉପଲବ୍ଧ ହେଉ ନ ଥିବାରୁ ୫ଜଣିଆ ସିଲେକ୍ସନ କମିଟି ଦଳରେ ସାକେତ ମାଇନେନିଙ୍କୁ ରଖିଛନ୍ତି, ଯଏକି ର଼୍ୟାଙ୍କିଙ୍ଗ ତାଲିକାରେ ପରବର୍ତ୍ତୀ ଶ୍ରେଷ୍ଠ ଖେଳାଳି। ସେ ଉଭୟ ସିଙ୍ଗଲ୍ସ ଏବଂ ଡବଲ୍ସ ଖେଳିପାରିବେ। ଯୁବ ପ୍ରତିଭା ଶଶି କୁମାର ମୁକୁନ୍ଦଙ୍କୁ ରିଜର୍ଭ ଖେଳାଳି ଭାବେ ନିଆଯାଇଛି। ବୈଠକରେ ରାଜପାଲ ଓ ବଳରାମ ସିଂ ଉପସ୍ଥିତ ଥିବାବେଳେ ଜିଶାନ ଅଲୀ, ନନ୍ଦନ ବଳ ଓ ଅଙ୍କିତା ଭାମ୍ବ୍ରୀ ଟେଲିକନଫରେନ୍ସ ଜରିଆରେ ଦଳ ଚୟନ ପ୍ରକ୍ରିୟାରେ ଭାଗ ନେଇଥିଲେ। ପାକିସ୍ତାନ ବିପକ୍ଷରେ ଭାରତ ୬ଥର ଡେଭିସ କପ୍‌ ମ୍ୟାଚ ଖେଲିଛି। ଭାରତ ସମସ୍ତ ମ୍ୟାଚରେ ବିଜୟ ହାସଲ କରିଛି। ପାକିସ୍ତାନର ଜଣେ ହେଲେ ସିଙ୍ଗଲ୍ସ ଖେଳାଳି ଏଟିପି ର଼୍ୟାଙ୍କିଙ୍ଗ ତାଲିକାରେ ନାହାନ୍ତି। ଭାରତର ପ୍ରଜନେଶ ବିଶ୍ୱ ର଼୍ୟାଙ୍କିଙ୍ଗରେ ୯୦ ତମ ସ୍ଥାନରେ ରହିଥିବା ବେଳେ ରାମକୁମାର ୧୮୪ ଏବଂ ମାଇନେନି ୨୭୧ତମ ସ୍ଥାନରେ ରହିଛନ୍ତି। ପାକିସ୍ତାନର ଆଇଜାମ ଉଲ୍‌ ହକ୍‌ କୁରେଶି ହେଉଛନ୍ତି ବିଶ୍ୱର ୫୫ ନମ୍ବର ମାନ୍ୟତାପ୍ରାପ୍ତ ଡବଲ୍ସ ଖେଳାଳି। ବୋପାନ୍ନା ଓ ଆଇଜାମ ଏକ ଡବଲ୍ସ ଯୋଡ଼ି ହୋଇ ଖେଳୁଥିଲେ। ଉଭୟେ ଗଣମାଧ୍ୟମରେ ଇଣ୍ଡୋ-ପାକ୍‌ ଏକ୍ସପ୍ରେସ୍‌ ଭାବେ ପରିଚିତ ଥିଲେ। ଏହି ଯୋଡ଼ି ୨୦୧୦ରେ ୟୁଏସ ଓପନ୍‌ ଫାଇନାଲରେ ପ୍ରବେଶ କରିଥିଲେ। କିମ୍ବଦନ୍ତୀ ବ୍ରାଏନ୍ସ ଯୋଡ଼ିଙ୍କଠାରୁ ହାରି ରନର୍ସଅପ୍‌ ହୋଇଥିଲେ।

ଏସିଆ/ଓସିଆନା ଗ୍ରୁପ୍‌-୧ ମୁକାବିଲାର ବିଜେତା ଆସନ୍ତାବର୍ଷ ଖେଳାଯିବାକୁଥିବା ଓ୍ବାଲର୍‌ଡ ଗ୍ରୁପ୍‌ କ୍ୱାଲିଫାୟର୍ସକୁ ଯୋଗ୍ୟତା ଅର୍ଜନ କରିବ।
ଭାରତୀୟ ଦଳ: ପ୍ରଜନେଶ ଗୁଶେଶ୍ୱରନ, ରାମକୁମାର ରମାନାଥନ, ସାକେତ ମାଇନେନି, ରୋହନ ବୋପାନ୍ନା ଓଡିଭିଜ ଶରନ। ଅଧିନାୟକ: ମହେଶ ଭୂପତି, କୋଚ୍‌: ଜିଶାନ ଅଲି।


Enter your email to get our daily news in your inbox.

All Right Reserved By Dharitri.Com

ଗୋ-ହତ୍ୟା ଅଭିଯୋଗକୁ ନେଇ ବିଷମ କଟକ ଥାନାରେ ଉତ୍ତେଜନା, ମାଂସ ଧରି ଥାନା ସମ୍ମୁଖରେ ଧାରଣା…

ବିଷମକଟକ,୨୦।୨(ପ୍ରସନ୍ନ କୁମାର ପଣ୍ଡା):ରାୟଗଡ଼ା ଜିଲା ବିଷମ କଟକ ଥାନା ଅଞ୍ଚଳରେ ଗୋ-ହତ୍ୟା ଅଭିଯୋଗକୁ କେନ୍ଦ୍ର କରି ପ୍ରବଳ ଉତ୍ତେଜନା ପ୍ରକାଶ ପାଇଛି। ଦୁର୍ଗୀ ଅଞ୍ଚଳରେ ଗୋ-ମାଂସ ଚାଲାଣ…

ସାଇକେଲରେ ଭାରତ ଭ୍ରମଣ କରୁଛନ୍ତି ଅମିତ

ମୋରଡ଼ା,୨୦ା୨(ସ୍ମାରକ ମାଜୀ): ମୟୂରଭଞ୍ଜ ଜିଲା ମୋରଡ଼ା ବ୍ଲକ ଅଧୀନ ଚଢ଼େଇଗଁା ଗ୍ରାମର ଅମିତ କୁମାର ଦାସ(୧୭) ସମାଜ ପରିବର୍ତ୍ତନର ସଂକଳ୍ପ ନେଇ ସାଇକେଲରେ ଭାରତ ଭ୍ରମଣ କରୁଛନ୍ତି।…

ଘୋଡାହାଡ଼ ନଦୀ ଗଣ୍ଡରୁ ମିଳିଲା ନିଖୋଜ ବୃଦ୍ଧାଙ୍କ ମୃତଦେହ 

ଦିଗପହଣ୍ଡି,୨୦|୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ କଇଠଖଣ୍ଡି ଗ୍ରାମ ଦେଇ ପ୍ରବାହିତ ଘୋଡ଼ାହାଡ଼ ନଦୀର ଗଣ୍ଡରେ ବୁଡ଼ିଯାଇ ଜଣେ ବୃଦ୍ଧା ମୃତ୍ୟୁବରଣ କରିଛନ୍ତି। ବୃଦ୍ଧା…

ତପ୍ତପାଣି ଘାଟିରେ ଓଲଟିଲା ମକା ବୋଝେଇ ଟ୍ରକ

ଦିଗପହଣ୍ଡି,୨୦|୨(ଅଶେଷ ନାଥ ମିଶ୍ର) ଗଞ୍ଜାମ – ଗଜପତି ସୀମାନ୍ତ ତପ୍ତପାଣି ଘାଟି ରାସ୍ତାର ପାଳୁଖଳା ଗ୍ରାମ ନିକଟ ଘାଟି ରାସ୍ତାରେ ଏକ ମକା ବୋଝେଇ ଟ୍ରକ୍ (ନଂ.…

ମୋହନାରେ ନୂତନ ଥାନା ଅଧିକାରୀ

ମୋହନା,୨୦ା୨(ମନ୍ମଥ ମିଶ୍ର): ଗଜପତି ଜିଲା ମୋହନା ଥାନାରେ ନୂତନ ଥାନା ଅଧିକାରୀ ଭାବେ ଓମ ନାରାୟଣ ପାତ୍ର ଦାୟିତ୍ୱ ଗ୍ରହଣ କରିଛନ୍ତି। ପୂର୍ବରୁ ରହିଥିବା ଥାନା ଅଧିକାରୀ…

କିଡ୍‌ନୀ, ହାର୍ଟ ଦାନକରି ଅମର ହେଲେ ଶୁଭମ୍‌

ବଞ୍ଚୋ/ବଉଳା/ଛେନାପଦି,୨୦ା୨(ପ୍ରଦୋଷ କୁମାର ବିଶ୍ୱାଳ/ଦୁର୍ଗା ପ୍ରସାଦ ଆୟଚ/ ନିରାକାର ପରିଡା): କେନ୍ଦୁଝର ଜିଲା ହାଟଡ଼ିହୀ ବ୍ଲକ୍‌ ଜମ୍ଭିରା ଗ୍ରାମର ଉପେନ୍ଦ୍ର ଆୟଚଙ୍କ ପୁତ୍ର ଶୁଭମ୍‌ ଆୟଚ(୧୨) ଦୁର୍ଘଟଣାରେ ମୃତ୍ୟୁ…

୨୧୮ ଛାତ୍ରୀଛାତ୍ରଙ୍କ ଚକ୍ଷୁ ପରୀକ୍ଷା

ଦିଗପହଣ୍ଡି/ପାଟପୁର,୨୦ା୨(ଅଶେଷ ନାଥ ମିଶ୍ର/ସିମାଞ୍ଚଳ ସାହୁ): ଗଞ୍ଜାମ ଜିଲା ସମଗ୍ର ଶିକ୍ଷା ଅଭିଯାନ ଓ ଜିଲା ଦୃଷ୍ଟି ବାଧିତ ନିୟନ୍ତ୍ରଣ କାର୍ଯ୍ୟାଳୟ ଆନୁକୂଲ୍ୟରେ ରାଜ୍ୟ ସରକାରଙ୍କ ସୁରେନ୍ଦ୍ର ସାଏ…

ଏଣିକି ନିଜ ଲଢ଼େଇ ନିଜର

ଦିଗପହଣ୍ଡି,୨୦ା୨(ଅଶେଷ ନାଥ ମିଶ୍ର): ଦିଗପହଣ୍ଡି ସ୍ଥିତ ଖେମୁଣ୍ଡି କଲେଜରେ ଛାତ୍ରୀ ଆତ୍ମ ସୁରକ୍ଷା ପ୍ରଶିକ୍ଷଣ ଶିବିର ଉଦଘାଟିତ ହୋଇଛି। ଅଧ୍ୟାପିକା ଅଞ୍ଜଳୀ ମଣ୍ଡଳଙ୍କ ସଂଯୋଜନାରେ ଅନୁଷ୍ଠିତ ଉଦଘାଟନୀ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri