ଡେବିଟ୍‌ କାର୍ଡ ଦେୟ ବଢ଼ିଛି ୨୭%

ନୂଆଦିଲ୍ଲୀ,୨୦-୫: ଦେଶରେ କିଣାକିଣି କରିବା ଲାଗି ଲୋକେ ଡେବିଟ୍‌ କାର୍ଡ ବ୍ୟବହାରରେ ବେଶ୍‌ ଉତ୍ସାହ ପ୍ରଦର୍ଶନ କରୁଛନ୍ତି। ଭାରତୀୟ ରିଜର୍ଭ ବ୍ୟାଙ୍କ(ଆର୍‌ବିଆଇ) ଦ୍ୱାରା ଜାରି ତଥ୍ୟ ଅନୁଯାୟୀ, ମାର୍ଚ୍ଚରେ ପଏଣ୍ଟ ଅଫ୍‌ ସେଲ୍‌ ମେଶିନ(ପିଓଏସ୍‌) ଜରିଆରେ ଡେବିଟ୍‌ କାର୍ଡ ଦ୍ୱାରା ଦେୟ ପ୍ରଦାନ ବର୍ଷକୁ ବର୍ଷ ହାରରେ ୨୭ ପ୍ରତିଶତ ବୃଦ୍ଧି ହୋଇଛି। ଅନ୍ୟପକ୍ଷରେ ଆଲୋଚ୍ୟ ଅବଧିରେ ଏଟିଏମ୍‌ରୁ ଉଠାଣ ବୃଦ୍ଧି ହାର ଏହାଠାରୁ କମ୍‌ ମାତ୍ର ୧୫ ପ୍ରତିଶତ ହୋଇଛି। ମାର୍ଚ୍ଚରେ ଡେବିଟ୍‌ କାର୍ଡ ଜରିଆରେ ୪୦.୭ କୋଟି ଟ୍ରାଞ୍ଜାକସନ ହୋଇଛି, ଯାହା କି ୮୯.୧ କୋଟି ଟଙ୍କାର ଏଟିଏମ୍‌ ଉଠାଣରୁ ପ୍ରାୟ ଅଧା। ତେବେ ୨୦୧୬ରୁ ୨୦୧୯ମାର୍ଚ୍ଚ ମଧ୍ୟରେ ମର୍ଚ୍ଚାଣ୍ଟ ଡେବିଟ କାର୍ଡ ଦ୍ୱାରା ଦେୟ ପ୍ରଦାନରେ ୨୫୦ ପ୍ରତିଶତରୁ ଅଧିକ ବୃଦ୍ଧି ଦେଖାଯାଇଛି। ଏହା ବିପରୀତରେ, ଗତ ୨/୩ ବର୍ଷରେ ମୋଟ ଏଟିଏମ୍‌ ଉଠାଣ ସଂଖ୍ୟା ପ୍ରତି ମାସରେ ୮୦ କୋଟି ଆଖପାଖରେ ରହିଛି। କେନ୍ଦ୍ର ସରକାର ୨୦୧୬ ନଭେମ୍ବର ୮ରେ ବିମୁଦ୍ରୀକରଣ ଘୋଷଣା କରିବା ପରେ ଡେବିଟ କାର୍ଡ ଟ୍ରାଞ୍ଜାକସନକୁ ସବୁଠୁ ବଡ଼ ପ୍ରୋତ୍ସାହନ ମିଳିଥିଲା। ଚଳିତ ବର୍ଷ ମାର୍ଚ୍ଚରେ ବର୍ଷକୁ ବର୍ଷ ଆଧାରରେ କ୍ରେଡିଟ କାର୍ଡ ଜରିଆରେ ପିଓଏସ୍‌ ମେଶିନରୁ ଟ୍ରାଞ୍ଜାକସନ ବୃଦ୍ଧି ହାର ୨୨ ପ୍ରତିଶତ ରହିଥିଲା। ଚଳିତ ବର୍ଷ ମାର୍ଚ୍ଚରେ ପିଓଏସ୍‌ ଟ୍ରାଞ୍ଜାକସନ୧୬.୨ କୋଟି ରହିଛି, ଯାହା କି ଗତବର୍ଷ ମାର୍ଚ୍ଚରେ ୧୨.୭ ପ୍ରତିଶତ ରହିଥିଲା। ନିଜର ନାମ ଗୋପନ ରଖିବା ସର୍ତ୍ତରେ ଜଣେ ପେମେଣ୍ଟ କମ୍ପାନୀ ଅଧିକାରୀ କହିଛନ୍ତି ଯେ, ପିଓଏସ୍‌ ଟର୍ମିନାଲ କମ୍‌ ହେବା ସତ୍ତ୍ୱେ କାର୍ଡ ଜରିଆରେ ଟ୍ରାଞ୍ଜାକସନରେ ଭାରି ବୃଦ୍ଧି ଦର୍ଶାଉଛି ଯେ, ଦୋକାନୀମାନେ ଏକ୍ଷେତ୍ରରେ ମୁଖ୍ୟ ଭୂମିକା ନିର୍ବାହ କରିପାରିଛନ୍ତି। ତାଛଡ଼ା ଯେଉଁଠି ପିଓଏସ୍‌ ମେଶିନ ଲଗାଯାଇଛି, ସେଠାରେ ଭାରି ମାତ୍ରାରେ ଟ୍ରାଞ୍ଜାକସନ ହେଉଥିବାରୁ ଦେଖାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଗୋଟିଏ ଦିନରେ ରେକର୍ଡ ଭାଙ୍ଗିଲା ସୁନା-ରୁପା ଦର! କିଣିବା ପୂର୍ବରୁ ମୁଣ୍ଡରେ ହାତ ଦେଲେଣି ଗ୍ରାହକ,ବିଶେଷଜ୍ଞ ଚକିତ… 

ନୂଆଦିଲ୍ଲୀ,୮।୪: ପୁଣି ବଢ଼ିଲା ସୁନା-ରୁପା ଦର। ବୁଧବାର ବଜାରରେ ଏକ ବଡ଼ ପରିବର୍ତ୍ତନ ଦେଖିବାକୁ ମିଳିଛି, ଯାହା ବିଶେଷଜ୍ଞଙ୍କୁ ମଧ୍ୟ ଆଶ୍ଚର୍ଯ୍ୟ କରିଦେଇଛି। ରୁପା ଦରରେ ଗୋଟିଏ…

ନାଗାବଳି ନଦୀରେ ବୁଡି ଯୁବକ ମୃତ, ସ୍ନାନ ପାଇଁ ଯାଇଥିଲେ…

କଲ୍ୟାଣସିଂହପୁର,୮।୪ ( ଦୀପକ କୁମାର ପରିଡା ): ରାୟଗଡା ଜିଲା କଲ୍ୟାଣସିଂହପୁର ଅଞ୍ଚଳରେ ଘଟିଛି ଏକ ଦୁଃଖଦ ଘଟଣା। ନାଗାବଳି ନଦୀରେ ବୁଡି ଜଣେ ୩୬ ବର୍ଷୀୟ…

ଜଙ୍ଗଲରେ ଚାଲିଥିଲା ଜୁଆ ଖେଳ, ମାଡ଼ି ବସିଲା ବରପାଲି ପୋଲିସ: ୧୬ ଗିରଫ ସହ ଲକ୍ଷାଧିକ …

ବରପାଲି, ୮ ।୪(ଚିତ୍ତରଞ୍ଜନ ସାହୁ): ବରଗଡ଼ ଜିଲା ବରପାଲି ଥାନା ଅନ୍ତର୍ଗତ ବରମକେଲା ଗ୍ରୀଣ୍ଡୋଲା ଜଙ୍ଗଲରେ ଚାଲିଥିବା ଏକ ବଡ଼ ଧରଣର ଜୁଆ ଆଡ୍ଡା ଉପରେ ପୋଲିସ…

ଦିଗପହଣ୍ଡିରେ ଆଇନ ମନ୍ତ୍ରୀଙ୍କୁ ସମ୍ବର୍ଦ୍ଧନା, ଉନ୍ନତିକରଣ କାର୍ଯ୍ୟ…

ଦିଗପହଣ୍ଡି,୮।୪(ଅଶେଷ ନାଥ ମିଶ୍ର): ଦିଗପହଣ୍ଡି ଗସ୍ତରେ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ । ଗଞ୍ଜାମ ଜିଲା ଦିଗପହଣ୍ଡି ଠାରେ ବୁଧବାର ରାଜ୍ୟ ଆଇନ, ପୂର୍ତ୍ତ ଓ ଅବକାରୀ ମନ୍ତ୍ରୀ…

ବଚସା ହେଲା କାଳ….ଏୟାର ଗନ୍ ବ୍ୟବହାର କରି ବ୍ୟକ୍ତିଙ୍କ ଗୁପ୍ତାଙ୍ଗରେ ଭରିଦେଲେ ପବନ, ତାପରେ….

ଚଣ୍ଡିଗଡ଼,୮ା୪: ହରିୟାଣାର ଗୁରୁଗ୍ରାମରେ ଏକ ଆଶ୍ଚର୍ଯ୍ୟଜନକ ଘଟଣା ସାମ୍ନାକୁ ଆସିଛି । ଏୟାର ଗନ୍ ବ୍ୟବହାର କରି ଜଣେ ବ୍ୟକ୍ତିଙ୍କ ଗୁପ୍ତାଙ୍ଗରେ ବାୟୁ ପ୍ରବେଶ କରିବାରୁ ତାଙ୍କର…

ଗ୍ୟାସ କଳାବଜାର ନେଇ ଅସୁରାଳିରେ ଚଢ଼ାଉ, ୧୭ ସିଲିଣ୍ଡର ଜବତ

ଧାମନଗର,୮।୪( ସନ୍ତୋଷ କୁମାର ମହାପାତ୍ର): ବେଆଇନ ଗ୍ୟାସ ସିଲିଣ୍ଡର କଳାବଜାରୀ ବିରୋଧରେ ବ୍ଲକ ପ୍ରଶାସନ ପକ୍ଷରୁ ଚଡାଉ କରି ୧୭ ଟି ଗ୍ୟାସ ସିଲିଣ୍ଡର ଜବତ କରାଯାଇଛି…

ବନ୍ତରେ କାଳବୈଶାଖୀର ତାଣ୍ଡବ; ଉଜୁଡ଼ିଲା ଫସଲ, ମୁଣ୍ଡରେ ହାତଦେଲେ ଚାଷୀ

ବନ୍ତ,୮।୪(କିଶୋର କୁମାର ସେଠୀ ): ଗତ ମଙ୍ଗଳବାର ଦିନ କାଳବୈଶାଖୀ ପ୍ରଭାବରେରେ ଭଦ୍ରକ ଜିଲା ବନ୍ତ ବ୍ଲକର ବିଭିନ୍ନ ପଞ୍ଚାୟତରେ ବ୍ୟାପକ ପନି ପରିବା ଏବଂ ଡାଲି…

ଇରାନକୁ ଅସ୍ତ୍ରଶସ୍ତ୍ର ଯୋଗାଉଥିବା ଦେଶ ଉପରେ ଲାଗିବ ୫୦% ଟାରିଫ, ଯୁଦ୍ଧବିରତି ପରେ ଟ୍ରମ୍ପଙ୍କ ଘୋଷଣା

ଓ୍ବାଶିଂଟନ୍‌,୮।୪:  ଯୁଦ୍ଧବିରତି ପରେ, ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଏକ ଗୁରୁତ୍ୱପୂର୍ଣ୍ଣ ବିବୃତ୍ତି ଜାରି କରିଛନ୍ତି । ସେ ଦୃଢ଼ତାର ସହିତ କହିଛନ୍ତି ଯେ ଇରାନରେ ନେତୃତ୍ୱର ଏକ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri