ଡେବିଟ କାର୍ଡ କମିଛି, କ୍ରେଡିଟ କାର୍ଡ ସଂଖ୍ୟା ବଢ଼ିଛି

ନୂଆଦିଲ୍ଲୀ,୧୪-୭: ଡେବିଟ କାର୍ଡ ବ୍ୟବହାର ମାର୍ଚ୍ଚରୁ ମେ’ ମଧ୍ୟରେ ୧୦ ପ୍ରତିଶତ ଅର୍ଥାତ ୧୦ କୋଟି ହ୍ରାସ ପାଇଥିବା ଦେଖାଯାଇଛି। ଏବେ ଏହି କାର୍ଡ ସଂଖ୍ୟା ୯୨.୪ କୋଟିରୁ ହ୍ରାସ ପାଇ ୮୨.୪ କୋଟିରେ ପହଞ୍ଚତ୍ଛି। ଅଧିକାଂଶ ବ୍ୟାଙ୍କ ମ୍ୟାଗ୍ନେଟିକ ଷ୍ଟ୍ରିପ୍‌ କାର୍ଡ ବଦଳରେ ଚିପ୍‌ ଲାଗିଥିବା କାର୍ଡ ବ୍ୟବହାର କରିବା ଆରମ୍ଭ କରିଦେବା ଏହାର ମୁଖ୍ୟ କାରଣ କୁହାଯାଉଛି। ତେବେ ଆଲୋଚ୍ୟ ସମୟରେ ଡେବିଟ କାର୍ଡର ଠିକ୍‌ ଓଲଟା କ୍ରେଡିଟ କାର୍ଡ ସଂଖ୍ୟା ବୃଦ୍ଧି ପାଇଥିବା ଦେଖାଯାଇଛି। ଉକ୍ତ ଅବଧିରେ କ୍ରେଡିଟ କାର୍ଡ ସଂଖ୍ୟା ୧୦ ଲକ୍ଷ ବୃଦ୍ଧି ପାଇ ୫ କୋଟିରେ ପହଞ୍ଚତ୍ୟାଇଛି। ବର୍ଷକୁ ବର୍ଷ ଆଧାରରେ ମେ’ରେ କ୍ରେଡିଟ କାର୍ଡ ସଂଖ୍ୟା ୩.୮୬ କୋଟିରୁ ବୃଦ୍ଧି ପାଇ ୪.୮୯ କୋଟିରେ ପହଞ୍ଚତ୍ୟାଇଛି। ଆର୍‌ବିଆଇ ତଥ୍ୟ ଅନୁଯାୟୀ, ଏଚ୍‌ଡିଏଫ୍‌ସି ବ୍ୟାଙ୍କ ପକ୍ଷରୁ ସର୍ବାଧିକ ୧.୨୬ କ୍ରେଡିଟ କାର୍ଡ ଜାରି କରାଯାଇଛି। ଏହାପରେ ଏସ୍‌ବିଆଇ ୮୭ ଲକ୍ଷ, ଆକ୍ସିସ୍‌ ବ୍ୟାଙ୍କ ପକ୍ଷରୁ ୬୨ ଲକ୍ଷ କ୍ରେଡିଟ କାର୍ଡ ଜାରି କରାଯାଇଛି। ଡେବିଟ କାର୍ଡ ହ୍ରାସ ଦୃଷ୍ଟିରୁ ଦେଖିଲେ ପଞ୍ଜାବ ନ୍ୟାଶନାଲ ବ୍ୟାଙ୍କ ସର୍ବାଧିକ କ୍ଷତିଗ୍ରସ୍ତ ହୋଇଛି। ଏହାର ୫.୨ କୋଟି କାର୍ଡ ହ୍ରାସ ପାଇଛି। ଏହା ପଛକୁ ରହିଛି ବ୍ୟାଙ୍କ ଅଫ୍‌ ଇଣ୍ଡିଆ ଓ ଏସ୍‌ବିଆଇ, ଯାହାଙ୍କ ଡେବିଟ କାର୍ଡ ସଂଖ୍ୟା ଯଥାକ୍ରମେ ୨.୨ କୋଟି ଏବଂ ୧.୯ କୋଟି ହ୍ରାସ ପାଇଛି।


Enter your email to get our daily news in your inbox.

All Right Reserved By Dharitri.Com

Dharitri Business Eminence Award 2026: ଶିକ୍ଷା ବ୍ୟବସାୟ ନୁହେଁ, ଭବିଷ୍ୟତ ଗଢ଼ିବାର ମାଧ୍ୟମ

ଶିକ୍ଷା ଶିଳ୍ପରେ ଜଣେ ଆଗଧାଡ଼ିର ଉଦ୍ୟୋଗୀ ଭାବେ ସୋମଦତ୍ତ ବେହୁରା ନିଜର ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିଛନ୍ତି। ଭୁବନେଶ୍ୱରସ୍ଥିତ କେ.ଟି. ଗ୍ଲୋବାଲ୍‌ ସ୍କୁଲର ପ୍ରତିଷ୍ଠାତା ସୋମଦତ୍ତ ବେହୁରା…

ସାଧାରଣ ଲୋକଙ୍କ ପାଇଁ ଜରୁରୀ ଖବର, ୧୦ହଜାରରୁ ଅଧିକ ପେମେଣ୍ଟ କଲେ ହୋଇଯିବ ହୋଲ୍ଡ…

ନୂଆଦିଲ୍ଲୀ,୧୦।୪: ଡିଜିଟାଲ୍ ଯୁଗରେ ପେମେଣ୍ଟ ସହଜ ହୋଇଥିବା ହେତୁ, ଅନଲାଇନ୍ ଠକେଇ ମାମଲା ମଧ୍ୟ ଦ୍ରୁତ ଗତିରେ ବୃଦ୍ଧି ପାଇଛି। ଠକମାନଙ୍କଠାରୁ ଆପଣଙ୍କ କଠିନ ଅର୍ଜିତ ଟଙ୍କାକୁ…

କୃଷି ଜମି ବିକ୍ରୟ କଲେ ଦେବାକୁ ପଡିବ କି ଟ୍ୟାକ୍ସ? ଜାଣନ୍ତୁ କଣ ରହିଛି ନିୟମ

ନୂଆଦିଲ୍ଲୀ,୧୦।୪: ଲୋକମାନେ ପ୍ରାୟତଃ ବିବାହ ପାଇଁ ପାଣ୍ଠି ଯୋଗାଡିବା, ଘର ନିର୍ମାଣ କରିବା କିମ୍ବା ଜରୁରୀକାଳୀନ ପରିସ୍ଥିତିର ସମାଧାନ କରିବା ପାଇଁ ନିଜର କୃଷି ଜମି ବିକ୍ରି…

ଅନନ୍ତ ଅମ୍ବାନୀଙ୍କ ଜନ୍ମଦିନରେ ବଡ଼ ଘୋଷଣା: କିସ୍‌ ଶିକ୍ଷାନୁଷ୍ଠାନର ଛାତ୍ରୀଛାତ୍ରଙ୍କ ପାଇଁ ରିଲାଏନ୍ସର ଚାକିରି ସୁଯୋଗ

ଭୁବନେଶ୍ୱର,୧୦।୪(ଅନୁରାଧା ମହାରଣା): ଅନନ୍ତ ଅମ୍ବାନୀଙ୍କ ଜନ୍ମଦିନ ଅବସରରେ ଭୁବନେଶ୍ୱରସ୍ଥିତ କିସ୍‌ ଶିକ୍ଷାନୁଷ୍ଠାନର ଛାତ୍ରୀଛାତ୍ରଙ୍କ ପାଇଁ ରିଲାଏନ୍ସର ଚାକିରି ସୁଯୋଗ, ଚଳିତ ଶିକ୍ଷାବର୍ଷରେ କିସ୍‌ ଛାତ୍ରୀଛାତ୍ରଙ୍କ ପାଇଁ ଛାତ୍ରବୃତ୍ତି,…

ଅପେକ୍ଷାର ଅନ୍ତ! ରୟାଲ ଏନ୍‌ଫିଲ୍ଡ ଲଞ୍ଚ କଲା ପ୍ରଥମ ଇଲେକ୍ଟ୍ରିକ୍‌ ବାଇକ୍‌, ଜବରଦସ୍ତ ଫିଚର ସହ ମୂଲ୍ୟ…

ନୂଆଦିଲ୍ଲୀ,୯।୪: ଅପେକ୍ଷାର ଅନ୍ତ ଘଟିଛି। ଭାରତୀୟ ବଜାରରେ ରୟାଲ ଏନଫିଲ୍ଡ (Royal Enfield) ନିଜର ପ୍ରଥମ ଇଲେକ୍ଟ୍ରିକ ମୋଟରସାଇକେଲ ’ଫ୍ଲାଇଙ୍ଗ ଫ୍ଲି ସି୬’ (Flying Flea C୬)କୁ…

ସୁନା-ରୂପା ମୂଲ୍ୟରେ ବଡ଼ ହ୍ରାସ,୩୩୦୦ଟଙ୍କା କମିଲା ଦାମ୍

ନୂଆଦିଲ୍ଲୀ,୯।୪:  ଘରୋଇ ଫ୍ୟୁଚର୍ସ ବଜାରରେ ଗୁରୁବାର ସୁନା ଏବଂ ରୂପାର ମୂଲ୍ୟ ହ୍ରାସ ପାଇଛି । ବାଣିଜ୍ୟ ଆରମ୍ଭ ହେବା ସମୟରେ, ସୁନା ଏବଂ ରୂପା ଉଭୟର…

ବ୍ୟାଙ୍କରେ ଆକାଉଣ୍ଟ ନ ଥିଲେ ମଧ୍ୟ ନେଇପାରିବେ ଲୋନ୍‌, ଜାଣନ୍ତୁ ପୂରା ବିବରଣୀ

ପ୍ରତ୍ୟେକ ବ୍ୟକ୍ତି ନିଜର ଦୈନନ୍ଦିନ ଆବଶ୍ୟକତା ପୂରଣ କରିବା ପାଇଁ ଲୋନ୍‌ ବା ଋଣ ନିଅନ୍ତି। କେତେବେଳେ ଗାଡ଼ି ପାଇଁ ତ କେତେବେଳେ ଘର ପାଇଁ। ଆଉ…

ଉତ୍ପାଦର ଗୁଣବତ୍ତା ସହ ବୁଝାମଣା କରନ୍ତୁ ନାହିଁ: ଇଂ. ସମ୍ୱିତ ରଞ୍ଜନ ସାହୁ

ପ୍ର- ଅର୍ଗାନିକ୍‌ ମା’ ପ୍ରତିଷ୍ଠା ଚିନ୍ତାଧାରା କିପରି ମନକୁ ଆସିଥିଲା ଏବଂ ବର୍ତ୍ତମାନ ପର୍ଯ୍ୟନ୍ତ ଯାତ୍ରା କିପରି ରହିଛି? ଉ- ବ୍ୟକ୍ତି ଜୀବନର କିଛି ଘଟଣାକୁ ନେଇ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri