Posted inଫୁରସତ

ଡେକାନ୍‌ କୁଇନ୍‌ ୯୧ ବର୍ଷରେ ପାଦ ଦେଲା

ପୁଣେ,୧।୬: ମହାରାଷ୍ଟ୍ରର ପୁଣେଠାରୁ ମୁମ୍ବାଇ ଯାଉଥିବା ଡେକାନ୍‌ କୁଇନ୍‌ ରେଳଗାଡ଼ି ସୋମବାର ୯୧ ବର୍ଷରେ ପାଦଦେଇଛି। ୧୯୩୦ ଜୁନ୍‌ ୧ରେ ଏହା ଯାତ୍ରା ଆରମ୍ଭ କରିଥିଲା। ୯୦ ବର୍ଷର ଐତିହାସକ ଯାତ୍ରା ସମ୍ପନ୍ନ କରି ଏବେ ଏହା ୯୧ ବର୍ଷ ଛୁଇଁଛି। ଏହା ସେତେବେଳେର ସବୁଠାରୁ ବିଳାସପୂର୍ଣ୍ଣ ରେଳଗାଡ଼ିଥିଲା। ପ୍ରଥମେ ଏଥିରେ ୭ଟି କୋଚ୍‌କୁ ସାମିଲ୍‌ କରାଯାଇଥିଲା। ଏହାକୁ ଜିଆଇପି ରେଲଓ୍ବେର ମଣ୍ଟୁଗାଁ ଓ୍ବାର୍କଶପ୍‌ରେ ନିର୍ମାଣ କରାଯାଇଥିଲା। ପ୍ରଥମେ ଡେକାନ୍‌ କୁଇନ୍‌ରେ ପ୍ରଥମ ଓ ଦ୍ୱିତୀୟ ଶ୍ରେଣୀ ସୁବିଧା ଥିଲା। ପରେ ୧୯୪୯ ଜାନୁୟାରୀ ୧ରେ ପ୍ରଥମଶ୍ରେଣୀକୁ ବନ୍ଦ କରାଯାଇ ଏହାର ଦ୍ୱିତୀୟ ଶ୍ରେଣୀକୁ ରି ଡିଜାଇନିଂ କରାଯାଇଥିଲା। ୧୯୫୫ ଜୁନ୍‌ରେ ଏଥିରେ ତୃତୀୟ ଶ୍ରେଣୀକୁ ଅନ୍ତର୍ଭୁକ୍ତ କରାଯାଇଥିଲା। ୧୯୬୬ରେ ,ହାର କୋଚ୍‌କୁ ପୁଣିଥରେ ନିର୍ମାଣ କରାଯାଇଥିଲା। ୧୯୭୪ ଏପ୍ରିଲ୍‌ରେ ଏହାର ଦ୍ୱିତୀୟ ଶ୍ରେଣୀର ରିଡିଜାଇନିଂ ହୋଇଥିଲା। ପରବର୍ତ୍ତୀ ସମୟରେ ଡେକାନ୍‌ କୁଇନ୍‌ର କୋଚ୍‌ ସଂଖ୍ୟା ୧୭କୁ ବୃଦ୍ଧି କରାଯାଇଥିଲା। ୧୯୯୫ଠାରୁ ଏଥିରେ ୫ ଏସି ଚେୟାର ପ୍ରଥମ ଶ୍ରେଣୀ ସୁବିଧା, ୧୦ ଦ୍ୱିତୀୟ ଶ୍ରେଣୀ ଚେୟାରକୁ ସାମିଲ୍‌ କରାଯିବା ସହିତ ସିଟ୍‌ ସଂଖ୍ୟା ୧୪୧୭କୁ ବଢ଼ାଯାଇଥିଲା। ପୂର୍ବରୁ ଏହାର ସିଟ୍‌ ସଂଖ୍ୟା ୧୨୩୨ ଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ବଡ଼ ଧୂମଧାମରେ ପାଳିତ ହେଲା ବଡ଼ଦିନ: ପୁଣି ବର୍ଷେ ଅପେକ୍ଷା

ଦାରିଙ୍ଗବାଡି, ୨୫।୧୨ (ଅରୁଣ ସାହୁ): ଆସିଛି ଖୁସିର ମୁହୂର୍ତ୍ତ। ଯୀଶୁଖ୍ରୀଷ୍ଟଙ୍କ ଆଗମନକୁ ନେଇ ସବୁଠି ଖୁସି ଓ ଆନନ୍ଦର ମୁହୂର୍ତ୍ତ ଘରେ ଘରେ ଜମିଛି ମିଠା...

ବାଂଲାଦେଶରେ ଆଉ ଜଣେ ହିନ୍ଦୁ ଯୁବକଙ୍କୁ ପିଟିପିଟି ହତ୍ୟା: ପୋଲିସର ଚାଞ୍ଚଲ୍ୟକର ଖୁଲାସା

ଢାକା,୨୫।୧୨: ବାଂଲାଦେଶରେ ଆଉ ଜଣେ ହିନ୍ଦୁ ବ୍ୟକ୍ତିଙ୍କୁ ପିଟିପିଟି ହତ୍ୟା କରାଯାଇଛି। ମୃତକଙ୍କ ନାମ ଅମୃତ ମଣ୍ଡଳ ଓରଫ ସମ୍ରାଟ। ପୋଲିସ ଦାବି କରିଛି, ରାଜବାଡ଼ିର...

ଭଉଣୀଙ୍କୁ ଅସଦାଚରଣ କରିଥିଲେ ଭାଇ, ଅଭିଯୋଗ ହେବାପରେ ଘଟିଲା…

ଦିଗପହଣ୍ଡି, ୨୫।୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ବମକୋଇ ପଞ୍ଚାୟତ ସିନ୍ଧୁଖାଳି ଗ୍ରାମରେ ଭଉଣୀଙ୍କୁ ଅସଦାଚରଣ ସହ ମରଣାନ୍ତକ ଆକ୍ରମଣ କରିଥିବା ଅଭିଯୋଗରେ...

ସୋସିଆଲ ମିଡିଆ ନୀତିରେ ବଡ଼ ପରିବର୍ତ୍ତନ କଲା ଭାରତୀୟ ସେନା, ଏଣିକି ଦେଖିପାରିବେ ହେଲେ…

ନୂଆଦିଲ୍ଲୀ,୨୫।୧୨: ଭାରତୀୟ ସେନା ଏହାର ସୈନିକ ଏବଂ ଅଧିକାରୀମାନଙ୍କ ପାଇଁ ସୋସିଆଲ ମିଡିଆ ଆପ୍ ବ୍ୟବହାର ସମ୍ପର୍କରେ ନୂତନ ନିର୍ଦ୍ଦେଶାବଳୀ ଜାରି କରିଛି । ପ୍ରତିରକ୍ଷା ଅଧିକାରୀଙ୍କ...

ସରକାରୀ ପ୍ରତିଶ୍ରୁତି ପାଣିର ଗାର: ୬ ମାସ ହେଲା ବସୁଧା ପ୍ରକଳ୍ପ ଅଚଳ!

ଥୁଆମୂଳ ରାମପୁର,୨୫।୧୨(ଦୁର୍ଗା କୀର୍ତ୍ତି): ସରକାରଙ୍କ ‘ବସୁଧା’ ଯୋଜନାରେ ଘରକୁ ଘର ପାନୀୟ ଜଳ ଯୋଗାଇ ଦେବା ପ୍ରତିଶ୍ରୁତି ଏବେ କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକରେ...

ଦୁଇ ବାଇକ ମୁହାଁମୁହିଁ ଧକ୍କା: ଆଉ ତା’ପରେ ଘଟିଗଲା…

ଦିଗପହଣ୍ଡି, ୨୫।୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି- ଘୋଡାହାଡ ଡ଼୍ୟାମ ରାସ୍ତାର ଦ୍ବାର ଗାଁ ମୁଖ୍ୟରାସ୍ତା କ୍ରସର ନିକଟରେ ଗୁରୁବାର ମଧ୍ୟାହ୍ନରେ ଦୁଇ ବାଇକ...

ଗାଁରେ ପହଞ୍ଚିଲା ଦାଦନ ଶ୍ରମିକଙ୍କ ମୃତଦେହ: ସହାୟତା ଦାବି

ଦିଗପହଣ୍ଡି,୨୫।୧୨(ଅଶେଷ ନାଥ ମିଶ୍ର) ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ଟି.ଗୋବିନ୍ଦପୁର ପଞ୍ଚାୟତ ନୂଆଗାଁର ଦାଦନ ଶ୍ରମିକ ଅରକ୍ଷିତ ନାୟକ(୧୯) ତାମିଲନାଡୁର ତ୍ରିପୁର କାଙ୍ଗିଆମ ଠାରେ ଗତ...

ମତ୍ସ୍ୟ ଚାଷ ପ୍ରତି ବଢୁଛି ଆଗ୍ରହ: ଚାଷୀଙ୍କୁ ୪୦ ରୁ ୫୦ ପ୍ରତିଶତ ମିଳୁଛି ସବସିଡି

ଭଞ୍ଜନଗର,୨୫/୧୨(ବାବୁଲା ପ୍ରଧାନ): ଚିକେନ, ମଟନ ଅପେକ୍ଷା ମାଛ ସ୍ବାସ୍ଥ୍ୟ ପାଇଁ ହିତକର। ତେଣୁ ମାଛ ପ୍ରତି ଲୋକଙ୍କ ଆଗ୍ରହ ବଢୁଛି। କିନ୍ତୁ ଗଞ୍ଜାମ ଜିଲାରେ ଆବଶ୍ୟକତା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri