ଡିଜେ ପେସାରେ ଯାଜପୁର ଜିଲାର ଝିଅ କେଟି

କ୍ଷୀରାବ୍ଧି ତନୟା ଜେନାଙ୍କୁ ସମସ୍ତେ ଜାଣନ୍ତି ଡିଜେ କେଟି ଭାବେ। ବର୍ତ୍ତମାନ କେଟି ଭୁବନେଶ୍ୱରର ଏକ ବଡ଼ ହୋଟେଲରେ ରେସିଡେନ୍ସ ଇନ୍‌ହାଉସ୍‌ ଡିଜେ ଅଛନ୍ତି। ଏହି ପୁରୁଷ ପ୍ରାଧାନ୍ୟ ବୃତ୍ତିରେ ତିଷ୍ଠି ରହିବା ପାଇଁ ତାଙ୍କୁ ବହୁତ ପରିଶ୍ରମ କରିବାକୁ ପଡ଼ିଥିଲା। ନା ଘର ଲୋକ, ନା ସାଙ୍ଗସାଥୀ, କେହି ବି ସହଯୋଗ କରି ନ ଥିଲେ। ଯେତେବେଳେ ଏ ପ୍ରଫେଶନ୍‌ରେ ପାଦ ଥାପି ଧୀରେ ଧୀରେ ଉପରକୁ ଉଠିଥିଲେ, ସେତେବେଳେ ତାଙ୍କୁ ଅନେକେ ତାଚ୍ଛଲ୍ୟ ଶୁଣିବାକୁ ମିଳିଥିଲା। ସେଥିରେ ସେ ଭାଙ୍ଗି ପଡ଼ି ନ ଥିଲେ। ନିଜ ଇଚ୍ଛାଶକ୍ତି ବଳରେ ସେ ଏବେ କେବଳ ଓଡ଼ିଶା ନୁହେଁ, ଦେଶର ବିଭିନ୍ନ କୋଣରେ ନିଜର ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିପାରିଛନ୍ତି।

ଯାଜପୁର ଜିଲା ବରୀ ଅଞ୍ଚଳର ଝିଅ କ୍ଷୀରାବ୍ଧି ୨୦୧୭ରେ ଇଞ୍ଜିନିୟରିଂ ପାଠ୍ୟକ୍ରମ ଶେଷ କରି ବେଙ୍ଗାଲୁରୁରେ ଏକ କମ୍ପାନୀରେ ଚାକିରି କରିଥିଲେ। ତାଙ୍କର ମ୍ୟୁଜିକ୍‌ ଶୁଣିବା ଓ ପାର୍ଟି ଯିବାକୁ ବହୁତ ପସନ୍ଦ ଥିଲା। କ୍ଳବ୍‌ ଗଲେ ସେ ସବୁବେଳେ ଭାବନ୍ତି ନିଜେ କିପରି ଗୀତ ପ୍ଲେ କରିବେ। ଏଥିପ୍ରତି ତାଙ୍କର ଏତେ ଆଗ୍ରହ ବଢ଼ିଲା ଯେ, ସେ ଚାକିରି ଛାଡ଼ିବାକୁ ନିଷ୍ପତ୍ତି ନେଇଥିଲେ। ଏହାପରେ ସେ ବାଙ୍ଗାଲୋରରେ ଡିଜେଇଂ(DJing) କରିଲେ। ପ୍ରଥମେ ସେ ବାଙ୍ଗାଲୋରର ଏକ କ୍ଲବ୍‌ରେ ପ୍ଲେ କରିଥିଲେ। କିନ୍ତୁ ସେ ସମୟରେ ସେ ବହୁତ ନର୍ଭସ ଥିଲେ। ସେଠାରେ ଲୋକଙ୍କ ଡିମାଣ୍ଡ ଯେଉଁଭଳି ଥିଲା ସେ ସେଭଳି କରିପାରି ନ ଥିଲେ। କିନ୍ତୁ ଧୀରେ ଧୀରେ ନିଜକୁ ସଜାଡ଼ିଥିଲେ। ଆଉ ଗତବର୍ଷ ସେ ଭୁବନେଶ୍ୱରକୁ ପଳାଇଆସିଲେ। କେଟିଙ୍କୁ ପସନ୍ଦ ଥିଲା ଇଡିଏମ୍‌, ଟେକ୍ନୋ। କିନ୍ତୁ ଭୁବନେଶ୍ୱରବାସୀଙ୍କୁ ବଲିଉଡ୍‌ ବହୁତ ପସନ୍ଦ। ତେଣୁ ସେ ବଲିଉଡ୍‌ ଶିଖିବା ପାଇଁ ଚେଷ୍ଟା କରିଲେ। ଏହାପରେ ସେ ବିଭିନ୍ନ ଶୋ’ରେ ନିଜର ପାରଦର୍ଶିତା ଦେଖାଇଲେ।

କେଟି କୁହନ୍ତି, ଚାକିରି ଛାଡ଼ି ଏ ପ୍ରଫେଶନରେ କାମ କରିବା ପାଇଁ ଯେତେବେଳେ ଚାହିଁଲି ଘରଲୋକ ସପୋର୍ଟ କରୁ ନ ଥିଲେ। ଯେହେତୁ ଘରେ କେହି ପୁଅ ନାହାନ୍ତି, ତେଣୁ ମୁଁ ଚାକିରି କରିବାକୁ ସେମାନେ ପସନ୍ଦ କରୁଥିଲେ। ଏମିତି କି କହୁଥିଲେ ଯେ, ଏଇଟା ପୁଅମାନଙ୍କ କାମ। ତୁ ଝିଅଟେ ହୋଇ କେମିତି କରିବୁ ଓ ଏଥିରେ ଭବିଷ୍ୟତ କିପରି ଗଢ଼ିବୁ। ଆଜିର ଯୁବପିଢ଼ି ଡିଜେ ଅର୍ଥ ଜାଣିଛନ୍ତି। କିନ୍ତୁ ଗାଁ ଲୋକମାନେ ଜାଣନ୍ତିନି। ସେମାନେ କେବଳ ଭାବନ୍ତି ଯେ, ଡିଜେମାନେ ବାହାଘରରେ ବରଯାତ୍ରୀ ନାଚିବା। ମୋ ବାପା ଏବେ ବି ଡିଜେର ଅର୍ଥ ବୁଝିପାରନ୍ତି ନାହିଁ। ମା’ ଏବେ ଟିକେ ଟିକେ ବୁଝିପାରୁଛନ୍ତି। ତେବେ ମୋ ମା’ ସବୁ ସମୟରେ ମୋତେ ମାନସିକ ସ୍ତରରେ ସହଯୋଗ କରନ୍ତି। ମୋର ଯେଉଁଥିରେ ଇଚ୍ଛା ସେ ଦିଗରେ କାମ କରିବାକୁ ସେ କୁହନ୍ତି। ତାଙ୍କ ପାଇଁ ମୁଁ ଆଗକୁ ବଢ଼ିପାରିଛି। ଚାକିରି ଛାଡ଼ି ଯେତେବେଳେ ଏ ପ୍ରଫେଶନ୍‌କୁ ଆସିଲି, ବହୁତ ଖୁସି ଲାଗିଲା। ନିଜକୁ ଆତ୍ମତୃପ୍ତି ମିଳିଲା। ବିଭିନ୍ନ ଜାଗାରେ ଶୋ’ କରିବା ପରେ ନିଜକୁ ଜଣେ ସେଲିବ୍ରିଟି ଭଳି ଅନୁଭବ ହେଲା। ଗୋଟେ ଝିଅ ଯେତେବେଳେ ଉପରକୁ ଉଠିବାକୁ ଚାହେଁ, ସେତେବେଳେ ତାକୁ ବହୁତ ତଳୁ ଭିଡ଼ିବାକୁ ଥାଆନ୍ତି। ଏମିତି ପରିସ୍ଥିତି ମୋ ସହିତ ମଧ୍ୟ ହୋଇଛି। ଏହି ପ୍ରଫେଶନ୍‌ରେ ଯେତେବେଳେ ମୁଁ ଏଣ୍ଟ୍ରି କରିଲି, କେତେଜଣ ଭାବନ୍ତି ଝିଅଟେ ବୋଲି ମୋତେ ଅଫର ମିଳିଯାଉଛି। କେହି ମୋ ଟ୍ୟାଲେଣ୍ଟକୁ ଦେଖନ୍ତିନି। ସେମିତି କିଛି କ୍ୱାଲିଟି ଅଛି ବୋଲି ଲୋକ ମୋତେ ପସନ୍ଦ କରୁଛନ୍ତି ଏବଂ ମୋତେ ବିଭିନ୍ନ ଜାଗାରେ ଶୋ’ ପାଇଁ ଅଫର ଆସୁଛି।
– ରିପୋର୍ଟ: ଅସମାପିକା ସାହୁ, ଭୁବନେଶ୍ୱର


Enter your email to get our daily news in your inbox.

All Right Reserved By Dharitri.Com

ପୋଖରୀରେ ବୁଡ଼ି ୩ ନାବାଳିକା ମୃତ, ସ୍କୁଲରୁ ଫେରି ଗାଧୋଇବାକୁ ଯାଇଥିଲେ

ଉମରକୋଟ,୯।୪(ସନ୍ତୋଷ ଶତପଥୀ): ନବରଙ୍ଗପୁର ଜିଲା ଉମରକୋଟ ଥାନା କୁର୍ସୀ ଗ୍ରାମର ଉପରପାରାରେ ଦୁଃଖଦ ଘଟଣା ଦେଖିବାକୁ ମିଳିଛି । ଗୋଟିଏ ଗ୍ରାମର ଦୁଇ ପରିବାରର ତିନି ଜଣଙ୍କ…

ଶିକ୍ଷାବିଭାଗର ବିକଳ ଚିତ୍ର; ଗୋଟିଏ ଶ୍ରେଣୀ ଗୃହରେ ଚାଲିଛି ୬କ୍ଲାସ, ଫାଟକରେ ତାଲା ପକାଇ ଖରାରେ ଆନ୍ଦୋଳନ…

ଦିଗପହଣ୍ଡି,୯।୪(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ଚଷାନିମଖଣ୍ଡି ପଞ୍ଚାୟତରେ ଶିକ୍ଷା ବିଭାଗର ବିକଳ ଚିତ୍ର ଦେଖିବାକୁ ମିଳିଛି । ପଞ୍ଚାୟତ ଅଧିନ ଶ୍ୟାମସୁନ୍ଦର ପଲ୍ଲୀ…

ଷ୍ଟେଶନରୁ ଶିଶୁପୁତ୍ର ଚୋରି ଘଟଣାର ପର୍ଦ୍ଦାଫାଶ: ବାପା ରଚିଥିଲେ ନାଟକ, ଶାଳୀଙ୍କଠାରୁ ଛୁଆ ଆଣି…

ନିରାକାରପୁର, ୯।୪(ମାନସ ଚନ୍ଦ୍ର ପଟ୍ଟନାୟକ): ନିରାକାରପୁର ରେଳବାଇ ଷ୍ଟେଶନରୁ ୪ ମାସର ଶିଶୁପୁତ୍ର ଚୋରି ଘଟଣାରେ ପର୍ଦ୍ଦାଫାଶ କରିଛି ନିରାକାରପୁର ରେଳବାଇ ଫାଣ୍ଡି ପୋଲିସ। ଯେଉଁ ବାପା…

ପଲିଥିନ୍‌ ବାଣ୍ଟିବାକୁ ନେଉଥିଲେ ଘଟଗାଁ ଅତିରିକ୍ତ ତହସିଲଦାର, ଅଟକାଇଲେ ଲୋକେ

ପାଟଣା,୯ା୪(ବୀରକିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ବ୍ଲକ ମୂଷାଖରି ପଞ୍ଚାୟତ ମୂଷାଖରି-ମଲ୍ଲୀପୋଷି ରାସ୍ତାର ଆହାର ବନ୍ଧ ନିକଟରେ ପଲିଥିନ୍‌ ବୋଝେଇ ଗାଡ଼ି ଅଟକ ରଖିଛନ୍ତି ଉତ୍ତ୍ୟକ୍ତ ଲୋକେ।…

କୋଟିଏ ଟଙ୍କାର ଗଞ୍ଜେଇ ଜବତ କଲା ପାଡୁଆ ପୋଲିସ, ଜଙ୍ଗଲରେ ଲୁଚାଇ ରଖିଥିଲେ ମାଫିଆ

ନନ୍ଦପୁର/ପାଡୁଆ, ୯।୪(ତୁଷାର କାନ୍ତ ମହାନ୍ତି/ଶଙ୍କର ପୂଜାରୀ): କୋରାପୁଟ ଜିଲା ନନ୍ଦପୁର ପୋଲିସ ଉପଖଣ୍ଡ ଅଧିନ ପାଡୁଆ ପୋଲିସକୁ ଗଞ୍ଜେଇ ଧରପଗଡ ମାମଲାରେ ଏକ ବଡ ସଫଳତା ମିଳିଛି…

ଲକ୍ଷ୍ୟଠାରୁ ଦୂରରେ ଏଜୁକେଶନ କମ୍ପ୍ଲେକ୍ସ, ଧରିତ୍ରୀରେ ଖବର ପ୍ରକାଶ ପରେ ପ୍ରଶାସନ ତତ୍ପର

ଗୁଣପୁର,୯।୪(ସଂକେତ ପାତ୍ର): ଦୁର୍ଗମ ଆଦିବାସୀ ଅଞ୍ଚଳରେ ଶିକ୍ଷାର ଉନ୍ନତି ଲକ୍ଷ୍ୟରେ ପ୍ରାୟ ୫ କୋଟି ଟଙ୍କା ବ୍ୟୟରେ ଗୁଣପୁର ବ୍ଲକ୍‌ ଅନ୍ତର୍ଗତ ଲାଞ୍ଜିଆ ସୌରା ଅଞ୍ଚଳର ଆବଡ଼ାରେ…

ସୁନା-ରୂପା ମୂଲ୍ୟରେ ବଡ଼ ହ୍ରାସ,୩୩୦୦ଟଙ୍କା କମିଲା ଦାମ୍

ନୂଆଦିଲ୍ଲୀ,୯।୪:  ଘରୋଇ ଫ୍ୟୁଚର୍ସ ବଜାରରେ ଗୁରୁବାର ସୁନା ଏବଂ ରୂପାର ମୂଲ୍ୟ ହ୍ରାସ ପାଇଛି । ବାଣିଜ୍ୟ ଆରମ୍ଭ ହେବା ସମୟରେ, ସୁନା ଏବଂ ରୂପା ଉଭୟର…

କାମ ନ କଲେ, ମିଳୁଛି ଛଟେଇ ଧମକ: ବିଧାୟକ କଳିକେଶଙ୍କୁ ଭେଟି ଅଭିଯୋଗ କଲେ ସଫେଇ କର୍ମଚାରୀ, ଏଭଳି ପ୍ରତିଶ୍ରୁତି ଦେଲେ…

ବଲାଙ୍ଗୀର,୯।୪ ( ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ଭୀମଭୋଇ ମେଡିକାଲ କଲେଜ ହସ୍ପିଟାଲର ସଫେଇ କର୍ମଚାରୀଙ୍କୁ ସେମାନଙ୍କ କାମ ବାହାରେ ଅତିରିକ୍ତ କାର୍ଯ୍ୟ କରିବାକୁ ବାଧ୍ୟ କରାଯାଉଥିବା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri