ଡିଜିଟାଲ ପେମେଣ୍ଟରେ ଧମାକା କରିବ ଜିଓର ପିଓଏସ୍‌

ମୁମ୍ବାଇ,୨୮-୫: ରିଲାଏନ୍ସ ଜିଓ ଇନ୍‌ଫୋକମ୍‌ର ପଏଣ୍ଟ ଅଫ୍‌ ସେଲ୍‌(ପିଓଏସ୍‌) ମେଶିନ ଲଞ୍ଚତ୍ଙ୍ଗ୍‌ରୁ ପେମେଣ୍ଟ କମ୍ପାନୀଙ୍କ ମଧ୍ୟରେ କିରାନା ଷ୍ଟୋର୍‌ସକୁ ନେଇ ଲଢ଼େଇ ହେବ। ଏହାଦ୍ୱାରା ଡିଜିଟାଲ ପେମେଣ୍ଟ କ୍ଷେତ୍ରରେ ରିଲାଏନ୍ସ ଜିଓ ଦ୍ୱାରା ଏକ ଧମାକା ହେବାକୁ ଯାଉଛି। ପିଓଏସ୍‌ ଅଥବା କାର୍ଡ ସ୍ବାଇପ୍‌ ଟର୍ମିନାଲ, ରିଲାଏନ୍ସ ଜିଓ ଇନ୍‌ଫୋକମ୍‌ର ଛୋଟ ଦୋକାନୀଙ୍କ ମଧ୍ୟରେ ଇକୋସିଷ୍ଟମ ତିଆରି କରିବାର ଏକ ଯୋଜନାର ଅଂଶବିଶେଷ ହୋଇଛି।
ପେଟିଏମ୍‌, ଫୋନ୍‌ପେ ଏବଂ ଗୁଗଲ ପେ ଟର୍ମିନାଲ୍ସ ଜରିଆରେ ଓ୍ବେବ୍‌ ସର୍ଭିସେସ୍‌(ପେମେଣ୍ଟସ, ସପ୍ଲାଇ ଚେନ୍‌ ଏବଂ ଓ୍ବର୍କିଂ କ୍ୟାପିଟାଲ ଫାଇନାନ୍ସିଂ) ବୃଦ୍ଧି କରିବାର ପ୍ରୟାସ କରାଯିବ। ନଗଦ ଆଧାରିତ କିରାନା ଦୋକାନଗୁଡ଼ିକୁ ଡିଜିଟାଲ ଦୋକାନରେ ପରିବର୍ତ୍ତନ କରିବା ଡିଜିଟାଲ ପେମେଣ୍ଟ କମ୍ପାନୀଙ୍କ ଲାଗି କେନ୍ଦ୍ରବିନ୍ଦୁ ହୋଇଛି। ପ୍ରଥମେ କ୍ୟୁଆର୍‌ କୋଡ୍‌କୁ ଛୋଟ ବ୍ୟବସାୟୀଙ୍କ ଲାଗି ଉପଯୁକ୍ତ ସମାଧାନ ମନେ କରାଯାଉଥିଲା, କିନ୍ତୁ ଏହା ସଫଳ ହୋଇପାରିନାହିଁ। ଏସ୍‌ବିଆଇ କ୍ୟାପ୍‌ ସିକ୍ୟୁରିଟିଜ୍‌ ପକ୍ଷରୁ ନିକଟରେ ଜାରି କରାଯାଇଥିବା ଏକ ରିପୋର୍ଟରେ କୁହାଯାଇଛି ଯେ, ଭାରତୀୟ ଖୁଚୁରା ବଜାର ପ୍ରାୟ ୭୧୦ ନିୟୁତ ଡଲାରରେ ପହଞ୍ଚତ୍ଛି। ତେବେ ୯୦% କିରାନା ଦୋକାନ ଅସଂଗଠିତ କ୍ଷେତ୍ରରେ କାର୍ଯ୍ୟକରୁଛି। ଏଥିରେ ୧.୫ କୋଟି କିରାନା ଦୋକାନୀଙ୍କ ପ୍ରଭୁତ୍ୱ ରହିଛି। ବର୍ତ୍ତମାନ ଏହି ୧.୫ କୋଟି କିରାନା ଦୋକାନୀଙ୍କ ମଧ୍ୟରୁ କେବଳ ୧୫% ପିଓଏସ୍‌ ଖର୍ଚ୍ଚ ବହନ କରିପାରୁଛନ୍ତି। ପିଓଏସ୍‌ ମାର୍କେଟ ଏବେ ବିକ୍ଷୀପ୍ତ ଅବସ୍ଥାରେ ଅଛି। ଏ କ୍ଷେତ୍ରରେ ୨/୩ଟି ବଡ଼ କମ୍ପାନୀ ସହ ଶହ ଶହ ସଂଖ୍ୟାରେ କ୍ଷୁଦ୍ର କମ୍ପାନୀ କାର୍ଯ୍ୟ କରୁଛନ୍ତି। ରିଲାଏନ୍ସ ଜିଓ ପିଓଏସ୍‌ ମେଶିନ ଲାଗୁ କରିବା ପରେ କିରାନା ଦୋକାନରେ ଡିଜିଟାଲ ପେମେଣ୍ଟରେ କିଭଳି ପ୍ରଭାବ ପଡ଼ିବ ସେ ସମ୍ପର୍କରେ ଏବେ କିଛି କହିବା ଅସମ୍ଭବ। ତେବେ କମ୍ପାନୀ ପକ୍ଷରୁ ଦୁଇଟି ପ୍ରଡକ୍ଟ ଜିଓ ପିଓଏସ୍‌ ଏବଂ ମାଇଜିଓକୁ ଏବେ ଦୋକାନୀଙ୍କୁ ବଣ୍ଟା ଯାଉଛି। ଜିଓ ନିକଟରେ ଏବେ ୩୦ କୋଟି ଗ୍ରାହକ ରହିଛନ୍ତି। ମାଇଜିଓ ଆପ୍‌ ଜରିଆରେ ଅଫର୍ସ ଏବଂ ପ୍ରମୋଶନ୍ସ ଦେଇ ଗ୍ରାହକଙ୍କୁ ପିଓଏସ୍‌ ଥିବା କିରାନା ଦୋକାନକୁ ଆଣିବାର ପ୍ରୟାସ କରାଯିବ। ଉପଭୋକ୍ତାଙ୍କ ସହ ଯୋଗାଣକାରୀଙ୍କୁ ମଧ୍ୟ କମ୍ପାନୀ ଟାର୍ଗେଟ କରିବ। ଗ୍ରାହକଙ୍କ ନିକଟରେ ସାମଗ୍ରୀ ପହଞ୍ଚାଇବା ପୂର୍ବରୁ ଦୋକାନୀଙ୍କୁ ହୋଲ୍‌ସେଲ୍‌ କେନ୍ଦ୍ରକୁ ଯିବାକୁ ପଡେ। ବ୍ୟବସାୟର ଡିଜିଟାଲିକରଣର ଏହା ପ୍ରକୃଷ୍ଟ ମାଧ୍ୟମ ହେବ। ଏହାକୁ ଦୃଷ୍ଟିରେ ରଖି ହୋଲସେଲ୍‌ କମ୍ପାନୀ ରିଲାଏନ୍ସ ମାର୍କେଟକୁ କିରାନା ସହ ଯୋଡାଯିବ। ଏହାଦ୍ୱାରା ବ୍ୟବସାୟୀ ପିଓଏସ୍‌ର ବ୍ୟବହାର କରି ଅର୍ଡର ଦେଇପାରିବେ। ରିଲାଏନ୍ସ ଇଣ୍ଡଷ୍ଟ୍ରିଜ ଭାରି ସବ୍‌ସିଡି ଜରିଆରେ ଅତ୍ୟନ୍ତ ଶସ୍ତା(ବାସ୍ତବିକ ଖର୍ଚ୍ଚ ୧୧ ହଜାର ଟଙ୍କା) ରେ ଏମ୍‌ପିଓଏସ୍‌ ଟର୍ମିନାଲ୍ସ ସହିତ ଏ କ୍ଷେତ୍ରରେ ଏଣ୍ଟ୍ରି କରିଛି। ଅପରପକ୍ଷରେ ଡିଜିଟାଲ ପେମେଣ୍ଟ କମ୍ପାନୀ ଫୋନ୍‌ ପେ ଏବଂ ଗୁଗଲ୍‌ ପେ ନିଜ ଗ୍ରାହକଙ୍କୁ ହାଇପରଲୋକାଲ କମର୍ସ ଅନୁଭବ ଦେବାକୁ ପ୍ରସ୍ତୁତି ଚଳାଇଛି। ସ୍ଥାନୀୟ ଦୋକାନୀଙ୍କୁ ଯୋଡିବା ପରେ ଆକର୍ଷଣୀୟ ଅଫର୍ସ ଦେଇ ଦୋକାନରେ ଗ୍ରାହକଙ୍କ ସଂଖ୍ୟା ବଢ଼ାଇବାରେ ଲାଗିଛନ୍ତି ଏବଂ ନିଜକୁ ପେମେଣ୍ଟ ମୋଡ୍‌ ରୂପରେ ଆଗକୁ ବଢ଼ାଉଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଯୁଦ୍ଧବିରତି ଭିତରେ ବଦଳିଲା ଗ୍ୟାସ ସିଲିଣ୍ଡର ଦର, ଜାଣନ୍ତୁ ବଢିଲା ନା କମିଲା…

ନୂଆଦିଲ୍ଲୀ,୮।୪: ବିଶ୍ୱ ଉତ୍ତେଜନା ମଧ୍ୟରେ, ସାଧାରଣ ଲୋକଙ୍କ ପାଇଁ ଏକ ଆଶ୍ୱସ୍ତିକର ଖବର ଆସିଛି। ଆମେରିକା ଏବଂ ଇରାନ ମଧ୍ୟରେ ଯୁଦ୍ଧବିରତି ଘୋଷଣା ପରେ, ଅନ୍ତର୍ଜାତୀୟ ବଜାରରେ…

ଆମେରିକା-ଇରାନ ଯୁଦ୍ଧବିରତି ଭିତରେ ଭାରତର ବଲ୍ଲେବଲ୍ଲେ, ମିଳିଲା ବଡ଼ ଅଫର୍‌

ନୂଆଦିଲ୍ଲୀ,୮।୪: ଗତ କିଛି ସପ୍ତାହ ଧରି, ଆମେରିକା ଏବଂ ଇରାନ ମଧ୍ୟରେ ବୃଦ୍ଧି ପାଉଥିବା ଉତ୍ତେଜନା ସମଗ୍ର ବିଶ୍ୱକୁ ଏବଂ ଭାରତୀୟ ବଜାରକୁ ନିଶ୍ୱାସ ନେବାରେ ବାଧ୍ୟ…

ଯୁଦ୍ଧବିରତି ଭିତରେ ହଠାତ୍‌ ଖସିଲା ତେଲଦର, ଜାଣନ୍ତୁ ନୂଆ ପେଟ୍ରୋଲ ରେଟ୍‌

ନୂଆଦିଲ୍ଲୀ,୮ା୪: ଆମେରିକା ଏବଂ ଇରାନ ମଧ୍ୟରେ ଦୁଇ ସପ୍ତାହ ପାଇଁ ଯୁଦ୍ଧବିରତି ଘୋଷଣା ପରେ ବୁଧବାର (୮ ଏପ୍ରିଲ) ସେୟାର ମାର୍କେଟ୍‌ରେ ବଡ଼ ବୃଦ୍ଧି ଦେଖିବାକୁ ମିଳିଛି।…

RBI ଗଭର୍ନରଙ୍କ ବଡ଼ ଘୋଷଣା: ରେପୋ ରେଟ୍‌ ଅପରିବର୍ତ୍ତିତ

ନୂଆଦିଲ୍ଲୀ,୮।୪: ଭାରତୀୟ ରିଜର୍ଭ ବ୍ୟାଙ୍କ ଆର୍ଥିକ ବର୍ଷ ୨୦୨୭ ପାଇଁ ନୀତି ହାର ଘୋଷଣା କରିଛି। ଲଗାତାର ଦ୍ୱିତୀୟ ବର୍ଷ ପାଇଁ RBI ରେପୋ ରେଟ୍‌କୁ ଅପରିବର୍ତ୍ତିତ…

ଆଜିଠୁ ବଢିଲା ଏୟାର ଇଣ୍ଡିଆ ଭଡ଼ା: ଜାଣନ୍ତୁ କେତେ ହେଲା…

ନୂଆଦିଲ୍ଲୀ,୮ା୪:ବିମାନ ଇନ୍ଧନ(ଏଟିଏଫ୍‌) ମୂଲ୍ୟ ବୃଦ୍ଧିକୁ ନେଇ ଏୟାର ଇଣ୍ଡିଆ ଏହାର ଘରୋଇ ଏବଂ ଅନ୍ତର୍ଜାତୀୟ ରୁଟ୍‌ରେ ସମସ୍ତ ବିମାନ ଯାତ୍ରା ପାଇଁ ମୂଲ୍ୟବୃଦ୍ଧି ଘୋଷଣା କରିଛି। ପ୍ରତି…

Dharitri Business Eminence Award 2026: ଓଡ଼ିଶୀ ଅଳଙ୍କାରର ସମୃଦ୍ଧ ସାଂସ୍କୃତିକ ଐତିହ୍ୟ ବଜାୟ ରହୁ

ଝାରସୁଗୁଡ଼ାରେ ପ୍ରତିଷ୍ଠିତ ‘ଓଡ଼ିଶୀ ଜୁଏଲେରି’ ପଶ୍ଚିମ ଓଡ଼ିଶା ଗ୍ରାହକଙ୍କ ପାଇଁ ବେଶ୍‌ ଉପଯୋଗୀ ହୋଇପାରିଛି। ଏହାର ପ୍ରତିଷ୍ଠାତା ଶୈଳେଶ ସରାଓ୍ବଗୀଙ୍କ ନେତୃତ୍ୱରେ ଏହି ସଂସ୍ଥା ଗ୍ରାହକଙ୍କ ଚାହିଦା…

ଜବରଦସ୍ତ Family Pack, କରିବାକୁ ପଡିବନି ଅଲଗା ଅଲଗା ରିଚାର୍ଜ! ଗୋଟିଏ ପ୍ଲାନରେ ସବୁ ଫ୍ରି….

ଆପଣ କ’ଣ ଆପଣଙ୍କ ପରିବାରର ଚାରି ଜଣ ସଦସ୍ୟଙ୍କ ପାଇଁ ପୃଥକ ପୃଥକ ରିଚାର୍ଜ କରୁଛନ୍ତି? ପ୍ରତି ମାସରେ ୧୫୦୦ରୁ ୨୦୦୦ ଟଙ୍କା ଖର୍ଚ୍ଚ କରୁଛନ୍ତି? ପ୍ରତ୍ୟେକ…

୮ ଏପ୍ରିଲରୁ ଏୟାର ଇଣ୍ଡିଆର ଯାତ୍ରା ହେବ ମହଙ୍ଗା! ଜାଣନ୍ତୁ କେତେ ବଢ଼ିବ

ନୂଆଦିଲ୍ଲୀ,୭।୪: ଟାଟା ଗ୍ରୁପ୍ ନେତୃତ୍ୱରେ ପରିଚାଳିତ ବିମାନ କମ୍ପାନୀ ଏୟାର ଇଣ୍ଡିଆ ଯାତ୍ରୀମାନଙ୍କୁ ଏକ ଝଟକା ଦେଇଛି । ବଢି଼ପାରେ ଭଡ଼ା । କମ୍ପାନୀ ୮ ଏପ୍ରିଲରୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri