ଡିଜିଟାଲ ପେମେଣ୍ଟରେ ଧମାକା କରିବ ଜିଓର ପିଓଏସ୍‌

ମୁମ୍ବାଇ,୨୮-୫: ରିଲାଏନ୍ସ ଜିଓ ଇନ୍‌ଫୋକମ୍‌ର ପଏଣ୍ଟ ଅଫ୍‌ ସେଲ୍‌(ପିଓଏସ୍‌) ମେଶିନ ଲଞ୍ଚତ୍ଙ୍ଗ୍‌ରୁ ପେମେଣ୍ଟ କମ୍ପାନୀଙ୍କ ମଧ୍ୟରେ କିରାନା ଷ୍ଟୋର୍‌ସକୁ ନେଇ ଲଢ଼େଇ ହେବ। ଏହାଦ୍ୱାରା ଡିଜିଟାଲ ପେମେଣ୍ଟ କ୍ଷେତ୍ରରେ ରିଲାଏନ୍ସ ଜିଓ ଦ୍ୱାରା ଏକ ଧମାକା ହେବାକୁ ଯାଉଛି। ପିଓଏସ୍‌ ଅଥବା କାର୍ଡ ସ୍ବାଇପ୍‌ ଟର୍ମିନାଲ, ରିଲାଏନ୍ସ ଜିଓ ଇନ୍‌ଫୋକମ୍‌ର ଛୋଟ ଦୋକାନୀଙ୍କ ମଧ୍ୟରେ ଇକୋସିଷ୍ଟମ ତିଆରି କରିବାର ଏକ ଯୋଜନାର ଅଂଶବିଶେଷ ହୋଇଛି।
ପେଟିଏମ୍‌, ଫୋନ୍‌ପେ ଏବଂ ଗୁଗଲ ପେ ଟର୍ମିନାଲ୍ସ ଜରିଆରେ ଓ୍ବେବ୍‌ ସର୍ଭିସେସ୍‌(ପେମେଣ୍ଟସ, ସପ୍ଲାଇ ଚେନ୍‌ ଏବଂ ଓ୍ବର୍କିଂ କ୍ୟାପିଟାଲ ଫାଇନାନ୍ସିଂ) ବୃଦ୍ଧି କରିବାର ପ୍ରୟାସ କରାଯିବ। ନଗଦ ଆଧାରିତ କିରାନା ଦୋକାନଗୁଡ଼ିକୁ ଡିଜିଟାଲ ଦୋକାନରେ ପରିବର୍ତ୍ତନ କରିବା ଡିଜିଟାଲ ପେମେଣ୍ଟ କମ୍ପାନୀଙ୍କ ଲାଗି କେନ୍ଦ୍ରବିନ୍ଦୁ ହୋଇଛି। ପ୍ରଥମେ କ୍ୟୁଆର୍‌ କୋଡ୍‌କୁ ଛୋଟ ବ୍ୟବସାୟୀଙ୍କ ଲାଗି ଉପଯୁକ୍ତ ସମାଧାନ ମନେ କରାଯାଉଥିଲା, କିନ୍ତୁ ଏହା ସଫଳ ହୋଇପାରିନାହିଁ। ଏସ୍‌ବିଆଇ କ୍ୟାପ୍‌ ସିକ୍ୟୁରିଟିଜ୍‌ ପକ୍ଷରୁ ନିକଟରେ ଜାରି କରାଯାଇଥିବା ଏକ ରିପୋର୍ଟରେ କୁହାଯାଇଛି ଯେ, ଭାରତୀୟ ଖୁଚୁରା ବଜାର ପ୍ରାୟ ୭୧୦ ନିୟୁତ ଡଲାରରେ ପହଞ୍ଚତ୍ଛି। ତେବେ ୯୦% କିରାନା ଦୋକାନ ଅସଂଗଠିତ କ୍ଷେତ୍ରରେ କାର୍ଯ୍ୟକରୁଛି। ଏଥିରେ ୧.୫ କୋଟି କିରାନା ଦୋକାନୀଙ୍କ ପ୍ରଭୁତ୍ୱ ରହିଛି। ବର୍ତ୍ତମାନ ଏହି ୧.୫ କୋଟି କିରାନା ଦୋକାନୀଙ୍କ ମଧ୍ୟରୁ କେବଳ ୧୫% ପିଓଏସ୍‌ ଖର୍ଚ୍ଚ ବହନ କରିପାରୁଛନ୍ତି। ପିଓଏସ୍‌ ମାର୍କେଟ ଏବେ ବିକ୍ଷୀପ୍ତ ଅବସ୍ଥାରେ ଅଛି। ଏ କ୍ଷେତ୍ରରେ ୨/୩ଟି ବଡ଼ କମ୍ପାନୀ ସହ ଶହ ଶହ ସଂଖ୍ୟାରେ କ୍ଷୁଦ୍ର କମ୍ପାନୀ କାର୍ଯ୍ୟ କରୁଛନ୍ତି। ରିଲାଏନ୍ସ ଜିଓ ପିଓଏସ୍‌ ମେଶିନ ଲାଗୁ କରିବା ପରେ କିରାନା ଦୋକାନରେ ଡିଜିଟାଲ ପେମେଣ୍ଟରେ କିଭଳି ପ୍ରଭାବ ପଡ଼ିବ ସେ ସମ୍ପର୍କରେ ଏବେ କିଛି କହିବା ଅସମ୍ଭବ। ତେବେ କମ୍ପାନୀ ପକ୍ଷରୁ ଦୁଇଟି ପ୍ରଡକ୍ଟ ଜିଓ ପିଓଏସ୍‌ ଏବଂ ମାଇଜିଓକୁ ଏବେ ଦୋକାନୀଙ୍କୁ ବଣ୍ଟା ଯାଉଛି। ଜିଓ ନିକଟରେ ଏବେ ୩୦ କୋଟି ଗ୍ରାହକ ରହିଛନ୍ତି। ମାଇଜିଓ ଆପ୍‌ ଜରିଆରେ ଅଫର୍ସ ଏବଂ ପ୍ରମୋଶନ୍ସ ଦେଇ ଗ୍ରାହକଙ୍କୁ ପିଓଏସ୍‌ ଥିବା କିରାନା ଦୋକାନକୁ ଆଣିବାର ପ୍ରୟାସ କରାଯିବ। ଉପଭୋକ୍ତାଙ୍କ ସହ ଯୋଗାଣକାରୀଙ୍କୁ ମଧ୍ୟ କମ୍ପାନୀ ଟାର୍ଗେଟ କରିବ। ଗ୍ରାହକଙ୍କ ନିକଟରେ ସାମଗ୍ରୀ ପହଞ୍ଚାଇବା ପୂର୍ବରୁ ଦୋକାନୀଙ୍କୁ ହୋଲ୍‌ସେଲ୍‌ କେନ୍ଦ୍ରକୁ ଯିବାକୁ ପଡେ। ବ୍ୟବସାୟର ଡିଜିଟାଲିକରଣର ଏହା ପ୍ରକୃଷ୍ଟ ମାଧ୍ୟମ ହେବ। ଏହାକୁ ଦୃଷ୍ଟିରେ ରଖି ହୋଲସେଲ୍‌ କମ୍ପାନୀ ରିଲାଏନ୍ସ ମାର୍କେଟକୁ କିରାନା ସହ ଯୋଡାଯିବ। ଏହାଦ୍ୱାରା ବ୍ୟବସାୟୀ ପିଓଏସ୍‌ର ବ୍ୟବହାର କରି ଅର୍ଡର ଦେଇପାରିବେ। ରିଲାଏନ୍ସ ଇଣ୍ଡଷ୍ଟ୍ରିଜ ଭାରି ସବ୍‌ସିଡି ଜରିଆରେ ଅତ୍ୟନ୍ତ ଶସ୍ତା(ବାସ୍ତବିକ ଖର୍ଚ୍ଚ ୧୧ ହଜାର ଟଙ୍କା) ରେ ଏମ୍‌ପିଓଏସ୍‌ ଟର୍ମିନାଲ୍ସ ସହିତ ଏ କ୍ଷେତ୍ରରେ ଏଣ୍ଟ୍ରି କରିଛି। ଅପରପକ୍ଷରେ ଡିଜିଟାଲ ପେମେଣ୍ଟ କମ୍ପାନୀ ଫୋନ୍‌ ପେ ଏବଂ ଗୁଗଲ୍‌ ପେ ନିଜ ଗ୍ରାହକଙ୍କୁ ହାଇପରଲୋକାଲ କମର୍ସ ଅନୁଭବ ଦେବାକୁ ପ୍ରସ୍ତୁତି ଚଳାଇଛି। ସ୍ଥାନୀୟ ଦୋକାନୀଙ୍କୁ ଯୋଡିବା ପରେ ଆକର୍ଷଣୀୟ ଅଫର୍ସ ଦେଇ ଦୋକାନରେ ଗ୍ରାହକଙ୍କ ସଂଖ୍ୟା ବଢ଼ାଇବାରେ ଲାଗିଛନ୍ତି ଏବଂ ନିଜକୁ ପେମେଣ୍ଟ ମୋଡ୍‌ ରୂପରେ ଆଗକୁ ବଢ଼ାଉଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ନିର୍ବାଚନବେଳେ ଜବତ ମଦ-ଟଙ୍କା କିଏ ରଖନ୍ତି, ଜାଣିଲେ ହୋଇଯିବେ ତାଜୁବ

ନୂଆଦିଲ୍ଲୀ,୨୮।୩: ଦେଶରେ ଲୋକ ସଭା ନିର୍ବାଚନ ପାଇଁ ବାଜିସାରିଛି ବିଗୁଲ । ଲୋକ ସଭା ନିର୍ବାଚନର ତାରିଖ ମଧ୍ୟ ନିର୍ବାଚନ ଆୟୋଗ ଘୋଷଣା କରିଛନ୍ତି। ଏହା...

ଗ୍ରାହକଙ୍କୁ ଝଟ୍‌କା ଦେଲା SBI, ଏପ୍ରିଲ ପହିଲାରୁ…

ନୂଆଦିଲ୍ଲୀ,୨୮।୩: ଦେଶର ସର୍ବବୃହତ ସରକାରୀ ବ୍ୟାଙ୍କ ଷ୍ଟେଟ୍‌ ବ୍ୟାଙ୍କ ଅଫ୍‌ ଇଣ୍ଡିଆ ଏହାର ଗ୍ରାହକଙ୍କୁ ଦେଇଛି ବଡ଼ ଝଟ୍‌କା। ବ୍ୟାଙ୍କ ଡେବିଟ୍‌ କାର୍ଡ ଉପରେ ମେନ୍ଟେନାନ୍ସ...

ପଣ୍ୟ ପରିବହନରେ ପୂର୍ବତଟ ରେଳପଥର ରେକର୍ଡ

ଭୁବନେଶ୍ୱର,୨୮।୩(ଅନୁରାଧା ମହାରଣା): ଗତ ଆର୍ଥିକ ବର୍ଷ ଭଳି ଚଳିତ ଆର୍ଥିକ ବର୍ଷରେ ମଧ୍ୟ ପୂର୍ବତଟ ରେଳପଥ ପଣ୍ୟ ପରିବହନରେନୂତନ ରେକର୍ଡ ହାସଲ କରିଛି। ୨୦୨୩ ଏପ୍ରିଲ...

ଏପ୍ରିଲ ୩ ରୁ ପ୍ରଥମ ଏମ୍‌ପିସି ବୈଠକ

ଭୁବନେଶ୍ୱର,୨୮।୩(ଅନୁରାଧା ମହାରଣା): ୨୦୨୪-୨୫ ଆର୍ଥିକ ବର୍ଷର ପ୍ରଥମ ମୁଦ୍ରାନୀତି କମିଟି (ମନିଟାରି ପଲିସି କମିଟି ବା ଏମ୍‌ପିସି) ବୈଠକ ଏପ୍ରିଲ ୩ରୁ ଆରମ୍ଭ ହେବ ବୋଲି...

ବାଲ୍‌କୋକୁ ଏଏସ୍‌ଆଇ ପ୍ରଦର୍ଶନ ମାନକ ଭି୩ ପ୍ରମାଣପତ୍ର

ଭୁବନେଶ୍ୱର, ୨୮।୩ (ଅଭୟ ଦାଶ): ଦେଶର ଆଇକନିକ୍‌ ଆଲୁମିନିୟମ ଉତ୍ପାଦକ ତଥା ବେଦାନ୍ତ ଆଲୁମିନିୟମର ପ୍ରମୁଖ ୟୁନିଟ୍‌ ଭାରତ ଆଲୁମିନିୟମ କମ୍ପାନୀ ଲିମିଟେଡ୍‌ ବା ବାଲ୍‌କୋକୁ...

ଓ୍ବିକେଣ୍ଡ ଥିବା ସତ୍ତ୍ୱେ ମାର୍ଚ୍ଚ ୩୦-୩୧ରେ ଖୋଲା ରହିବ ଏସବୁ ବ୍ୟାଙ୍କ, ଜାଣନ୍ତୁ କରିପାରିବେ କେଉଁ କାମ…

ନୂଆଦିଲ୍ଲୀ,୨୬।୩: ସରକାରୀ ବ୍ୟାଙ୍କ ରସିଦ ଏବଂ ଦେୟ ପରିଚାଳନା କରୁଥିବା ସମସ୍ତ ଏଜେନ୍ସି ବ୍ୟାଙ୍କ ମାର୍ଚ୍ଚ ୩୦(ଶନିବାର ଏବଂ ୩୧(ରବିବାର) ବ୍ୟବସାୟ ପାଇଁ ଖୋଲା ରହିବ।...

ପଣ୍ୟ ପରିବହନରେ ପୂର୍ବତଟ ରେଳପଥର ରେକର୍ଡ

ଭୁବନେଶ୍ୱର,୨୫।୩(ଅଭୟ ଦାଶ): ପୂର୍ବତଟ ରେଳପଥ ୨୦୨୩-୨୪ ଆର୍ଥିକ ବର୍ଷରେ ପଣ୍ୟ ପରିବହନରେ ସମସ୍ତ ରେକର୍ଡ ଅତିକ୍ରମ କରିଛି। ୨୦୨୩ ଏପ୍ରିଲ ୧ରୁ ୨୦୨୪ ମାର୍ଚ୍ଚ ୨୫...

ସୁବ୍ରତଙ୍କୁ ଓଡ଼ିଶା ଉଦ୍ୟୋଗୀ ପୁରସ୍କାର

ଭୁବନେଶ୍ୱର,୨୫।୩: ରାଜ୍ୟର ପ୍ରମୁଖ ଘରୋଇ ସଂସ୍ଥା ତଥା ଷ୍ଟଲଓ୍ବାର୍ଟ ପ୍ରୋଜେକ୍ଟସ ପ୍ରାଇଭେଟ ଲିମିଟେଡର ଏମ୍‌ଡି ସୁବ୍ରତ ଦାସଙ୍କୁ ନିକଟରେ ଆଉ ଏକ ସମ୍ମାନ ପ୍ରଦାନ କରାଯାଇଛି।...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri