ଡିଙ୍ଗିରି ଛତୁ ଦେଇଛି ଭିନ୍ନ ପରିଚୟ

ରୂପ୍‌ସା, ୨୦।୩ (ବାଞ୍ଛାନିଧି ଦେ)-ଆରମ୍ଭରୁ ଚାକିରି କରିବାକୁ ଇଚ୍ଛା ନ ଥିଲା। ନିଜେ କିଛି ବ୍ୟବସାୟ କରି ଅନ୍ୟଙ୍କୁ ରୋଜଗାର ଯୋଗାଇ ଦେବାର ଆଗ୍ରହ ଆଜି ସଫଳତାର ବାଟ ଦେଖାଇଛ। ଏଥିରେ ତାଙ୍କ ସ୍ତ୍ରୀଙ୍କ ଭୂମିକା ମଧ୍ୟ କମ୍‌ ଗୁରୁତ୍ୱପୂର୍ଣ୍ଣ ନୁହେଁ ବୋଲି କୁହନ୍ତି ବିଦ୍ୟାଧର। ଦମ୍ପତି ଡିଙ୍ଗିରି ଛତୁଚାଷ କରି ସଫଳ ହେବା ପରେ ସେ ଏବେ ୫୦ ପରିବାରଙ୍କୁ ସ୍ବାବଲମ୍ବୀ କରିପାରିଛନ୍ତି।
ଏହି ସଫଳ ଦମ୍ପତି ହେଉଛନ୍ତି ବିଦ୍ୟାଧର ବେହେରା ଓ ନିରୂପମା। ବାଲେଶ୍ୱର ସଦର ବ୍ଲକ ରୂପ୍‌ସା ଥାନା କସିପଦା ଗ୍ରାମରେ ତାଙ୍କ ଘର। ୧୯୯୯ ମସିହାରେ ବିଦ୍ୟାଧର ବିଏ ପାସ୍‌ ପରେ ଚାକିରି ପ୍ରତି ମନ ବଳାଇ ନ ଥିଲେ। ବିଭିନ୍ନ ବ୍ୟବସାୟ କରି ପରିବାର ପ୍ରତିପୋଷଣ କରିବା ସହ ସମାଜସେବାରେ ନିଜକୁ ନିୟୋଜିତ କରିଥିଲେ। ସ୍ତ୍ରୀ ନିରୁପମା ମାଟ୍ରିକ ପାସ୍‌ କରିଛନ୍ତି। ବିଦ୍ୟାଧର ଛତୁ ଚାଷ କରୁଥିବା ଜଣେ ବନ୍ଧୁଙ୍କ ସଂସ୍ପର୍ଶରେ ଆସିଥିଲେ। ତାଙ୍କର ବାଙ୍ଗିରିପୋଷି, ବାରିପଦା, ସୁନଗଡ଼ିଆ, ରାଜାବଗିଚା, ମଞ୍ଚାବିନ୍ଧା ଆଦି ସ୍ଥାନରେ ଛତୁଚାଷ ଫାର୍ମ ଦେଖି ପ୍ରଭାବିତ ହୋଇଥିଲେ। ଏ ସମ୍ପର୍କରେ ସେ ତାଙ୍କ ପନତ୍ୀଙ୍କ ସହ ବିଚାରବିମର୍ଶ କଲେ। ଗୁଜୁରାଟର ତତ୍‌ଭମ ମସୁରମ ପ୍ରାଇଭେଟ ଲିମିଟେଡ଼ କମ୍ପାନୀର ଅଧିକାରୀଙ୍କଠାରୁ ଡିଙ୍ଗିରି ଛତୁ ଚାଷ ବିଷୟରେ ୧୫ଦିନ ପ୍ରଶିକ୍ଷଣ ଗ୍ରହଣ କଲେ। ଏହି ଛତୁ ୧୨ମାସ ଯାକ ଚାଷ କରାଯାଇଥାଏ ଏବଂ ଏଥିରେ ଔଷଧୀୟ ଗୁଣ ଥିବାରୁ ବିଦ୍ୟାଧର-ନିରୁପମା ଏହି ଚାଷ ପ୍ରତି ମନ ବଳାଇଥିଲେ। ୨୦୧୯ ଡିସେମ୍ବରରେ ଦମ୍ପତି ଖାଇବା ପାଇଁ ନିଜ ଘରେ ପ୍ରଥମେ ଅଳ୍ପ ଚାଷ କରି ସଫଳ ହେଲେ। ଗୋଟିଏ ଛତୁ ବେଡ଼ରେ ହାରାହାରି ୫୦ରୁ ୫୫ଟଙ୍କା ଖର୍ଚ୍ଚ ହୋଇଥାଏ। ଏଥିପାଇଁ ଆବଶ୍ୟକ ୫୦ଗ୍ରାମ୍‌ ମଞ୍ଜି, କୁଟାବିଡ଼ା, ବେବିଷ୍ଟିନ୍‌ ପାଉଡ଼ର, ପଲିଥିନ୍‌ ଓ ପାଣି। ୨ମାସ ୧୦ଦିନ ମଧ୍ୟରେ ୩ଟି ପର୍ଯ୍ୟାୟରେ ଗୋଟିଏ ବେଡ଼ରୁ ୨ରୁ ଅଢେଇ କେଜି ଛତୁ ଉପତ୍ାଦିତ ହୋଇଥାଏ। ଏହି ଛତୁର ବଜାର ଦର କିଲୋ ପ୍ରତି ୧୦୦ରୁ ୧୩୦ଟଙ୍କା। ଘରେ ବସି ମହିଳାମାନେ ଏହି ଚାଷ ମାଧ୍ୟମରେ ବେଶ୍‌ ଦି ପଇସା ରୋଜଗାର କରିବାର ବାଟ ଦେଖାଇଲେ ସଫଳ ଦମ୍ପତି। ଏବେ ବାଲେଶ୍ୱର ଓ ମୟୂରଭଞ୍ଜ ଜିଲାର କସିପଦା, ତଳବରହମପୁର, ମିରିଗିମୁଣ୍ଡି, ରୂପ୍‌ସା, ବାମଡ଼ା, ମାଣିତ୍ରୀ, ମାନଗୋବିନ୍ଦପୁର, କୁଳିଆଁଳା ଆଦି ଗ୍ରାମର ୫୦ ପରିବାର ଡିଙ୍ଗିରି ଛତୁ ଚାଷ କରି ରୋଜଗାରକ୍ଷମ ହୋଇପାରିଛନ୍ତି।
ନିରୁପମାଙ୍କ କହିବା କଥା, ମହିଳାମାନେ ଘର କାମ କରିବା ସହ ଆରାମରେ ଏହି ଛତୁ ଚାଷ କରି ସ୍ବାବଲମ୍ବୀ ହୋଇପାରିବେ। ଶୁଖିଲା ଛତୁକୁ କମ୍ପାନୀ କିଲୋ ପ୍ରତି ୭ଶହ ଟଙ୍କା ଦରରେ କିଣି ନେଇଥାଏ। ଯଦି ଜଣେ ୧୦୦ଟି ବେଡ୍‌ରେ ଛତୁ ଚାଷ କରିବ ତେବେ ହାରାହାରି ମାସିକ ୮ କୁଇଣ୍ଟାଲ ଛତୁ ଉପତ୍ାଦନ କରି ୮ହଜାର ଟଙ୍କା ରୋଜଗାର କରିପାରିବ। ସ୍ବାମୀ ବିଦ୍ୟାଧର କହନ୍ତି, ଏହି ଛତୁରେ ବିଭିନ୍ନ ଔଷଧୀୟ ଗୁଣ ଥିବାରୁ ଏହା ସ୍ବାସ୍ଥ୍ୟପକ୍ଷେ ହିତକର। ସମଗ୍ର ରାଜ୍ୟରେ ୧୦ହଜାର ପରିବାର ଏହି ଚାଷ ମାଧ୍ୟମରେ କିଭଳି ଆମତ୍ନିର୍ଭରଶୀଳ ହେବେ, ତାହା ମୋର ଲକ୍ଷ୍ୟ। କମ୍ପାନୀ କର୍ତ୍ତୃପକ୍ଷଙ୍କ କହିବାନୁଯାୟୀ ଏହି ଛତୁ ଖାଇବା ଦ୍ୱାରା ସୁସ୍ଥ ମାନସିକତା ଗଠନ ହେବା ସହ ଏକାଗ୍ରତା ଓ ସକରାମତ୍କ ଚିନ୍ତାଧାରାର ବିକାଶ ଘଟିଥାଏ।


Enter your email to get our daily news in your inbox.

All Right Reserved By Dharitri.Com

ଏଇ ଭାରତରେ

କୋଭିଡ୍‌ ମହାମାରୀ ସମୟରେ ଅନ୍‌ଲାଇନ ପଢ଼ାରେ ପିଲାମାନେ ଅଭ୍ୟସ୍ତ ହୋଇଯାଇଥିଲେ। ଘରେ ରହିଲେ ମଧ୍ୟ ପିଲାମାନେ ମୋବାଇଲ ଆସକ୍ତି ଛାଡ଼ି ପାରୁନାହାନ୍ତି। ପିଲାଙ୍କ ମାନସିକ ସ୍ଥିତି...

ପରିବେଶତନ୍ତ୍ରୀ

”ଆଜି ଯେଉଁଠି ପହଞ୍ଚଛି ସେଥିପାଇଁ ପ୍ରେରଣା ସ୍ଥାନୀୟ ଗ୍ରାମରୁ ପାଇଛି, ଯେଉଁଠି ଲୋକମାନେ ମୋ ସହ ଠିଆ ହୋଇଥିଲେ। ହେନ୍ତାଳବଣକୁ ନିଜର ଭାବି ପରିଷ୍କାର କରିବାରେ...

ପୂର୍ବତନ ଆଇଏଏସ ଅଧିକାରୀ ରାଜକୁମାର ଗୋଏଲ ହେବେ ମୁଖ୍ୟ ସୂଚନା କମିଶନର, ସୋମବାର ନେବେ ଶପଥ

ନୂଆଦିଲ୍ଲୀ,୧୪।୧୨: ଅବସରପ୍ରାପ୍ତ IAS ଅଧିକାରୀ ରାଜ କୁମାର ଗୋଏଲ ଦେଶର ପରବର୍ତ୍ତୀ ମୁଖ୍ୟ ସୂଚନା କମିଶନର (CIC) ହେବେ। ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ସୋମବାର ତାଙ୍କୁ...

ଜାପାନରେ ରିଲିଜ ହେବ ‘ପୁଷ୍ପା ୨’

ହାଇଦ୍ରାବାଦ୍‌: ବ୍ଲକ୍‌ବଷ୍ଟର ଫିଲ୍ମ ‘ପୁଷ୍ପା ୨: ଦି ରୁଲ୍‌’ ଏବେ ଜାପାନରେ ରିଲିଜ ପାଇଁ ପ୍ରସ୍ତୁତ ହେଉଛି। ଆଉ ଏହି ରିଲିଜ ପୂର୍ବରୁ ଅଭିନେତା ଅଲ୍ଲୁ...

ଭାରତ ମାତାର ଦୁଃଖ

ଏଇ କେଇଦିନ ତଳେ ସଂସଦ ଭବନରେ ପ୍ରଧାନମନ୍ତ୍ରୀ ମୋଦି ‘ବନ୍ଦେ ମାତରଂ’କୁ ନେଇ ଏକ ଦୀର୍ଘକାଳୀନ ବିଚାର ବିଶ୍ଳେଷଣ ରଖିଥିଲେ। ‘ବନ୍ଦେ ମାତରଂ’କୁ ନେଇ ପାର୍ଲାମେଣ୍ଟ...

ଦିଲ୍ଲୀ ଏକ୍ୟୁଆଇ ୪୪୧: ଜିଆର୍‌ଏପି-୪ ଲାଗୁହେଲା

ନୂଆଦିଲ୍ଲୀ,୧୪ା୧୨: ଦିଲ୍ଲୀ-ଜାତୀୟ ରାଜଧାନୀ ଅଞ୍ଚଳ (ଏନ୍‌ସିଆର୍‌)ରେ ଶନିବାର ସନ୍ଧ୍ୟାରେ ବାୟୁ ଗୁଣବତ୍ତା ସୂଚକାଙ୍କ (ଏକ୍ୟୁଆଇ) ୪୪୧ରେ ପହଞ୍ଚତ୍ଛି, ଯାହାକି ଅତ୍ୟନ୍ତ ଗମ୍ଭୀର ବର୍ଗର। ପ୍ରଦୂଷଣକୁ ନିୟନ୍ତ୍ରଣ କରିବା...

ସୁଶାସନରେ ସମସ୍ୟା

ଅନେକ ସମୟରେ ଶାସନରେ ସୁଫଳ ପାଇବା କଷ୍ଟକର ହେଲେ ବିଫଳତାକୁ ସ୍ବୀକାରକରିବା ପରିବର୍ତ୍ତେ ରାଜନୈତିକ କୌଶଳ ବା ଦୃଷ୍ଟିକୋଣ ଉପରେ ନିର୍ଭର କରାଯାଇପାରେ, ଯାହା ଏକ...

ହଷ୍ଟେଲ ଖାଦ୍ୟରେ ଝିଟିପିଟିି: ୫ ଛାତ୍ରୀ ଅସୁସ୍ଥ

ବନ୍ଧୁଗାଁ,୧୩ା୧୨(ବେଣୁଧର ଲାବାଲା)- କୋରାପୁଟ ଜିଲା ବନ୍ଧୁଗାଁ ବ୍ଲକ ସଦର ପଞ୍ଚାୟତ ବାଉଁଶପୁଟ ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ହଷ୍ଟେଲରେ ଝିଟିପିଟି ପଡ଼ିଥିବା ଭାତ ଖାଇ ୫...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri