ଡାଲମିଆ, ହିମାଦ୍ରି କମ୍ପାନୀକୁ ବିର୍ଲା ଟାୟାର୍ସ ହସ୍ତାନ୍ତର

ବାଲେଶ୍ୱର, ୨।୧୧(ମାନସ ବିଶ୍ୱାଳ)ଦୀର୍ଘ ୩୩ବର୍ଷ ଧରି ବାଲେଶ୍ୱର ଜିଲା ରେମୁଣା ଗୋଲେଇ ବାମପଦାସ୍ଥିତ ବିର୍ଲା ଟାୟାର୍ସ କମ୍ପାନୀକୁ ଶେଷରେ ଡାଲମିଆ ରିଫ୍ରେକ୍ଟୋରିଜ୍‌ ଏବଂ ହିମାଦ୍ରି କେମିକାଲ୍‌ସକୁ ହସ୍ତାନ୍ତର ହୋଇଛି। ଗତ ୧୯ତାରିଖରେ ନ୍ୟାଶନାଲ କମ୍ପାନୀ ଲ’ ଟ୍ରିବ୍ୟୁନାଲ(ଏନ୍‌ସିଏଲ୍‌ଟି) ଦେଇଥିବା ନିର୍ଦ୍ଦେଶ ଅନୁସାରେ ମଙ୍ଗଳବାର ଶିଳ୍ପମନ୍ତ୍ରୀ ପ୍ରତାପ ଦେବ, ବାଲେଶ୍ୱର ଜିଲାପାଳ, ପୂର୍ବାଞ୍ଚଳ ଆଇଜି ଓ ବାଲେଶ୍ୱର ଏସ୍‌ପିଙ୍କ ଉପସ୍ଥିତିରେ ଉଭୟ ସଂସ୍ଥା ମଧ୍ୟରେ ଏହି ମାଲିକାନା ହସ୍ତାନ୍ତର ହୋଇଛି। ତେବେ ବିର୍ଲାଟାୟାର୍ସର କେତେ ଶ୍ରମିକ ଓ କର୍ମଚାରୀ ଏବଂ କାହାକୁ କେତେ ଟଙ୍କା ପ୍ରଦାନ କରାଯାଇଛି, ସେନେଇ କୌଣସି ଆଲୋଚନା କରା ନ ଯାଇ ଏଭଳି ହସ୍ତାନ୍ତର ପ୍ରକ୍ରିୟାକୁ ମିଳିତ ଶ୍ରମିକ ସଂଗଠନ ପକ୍ଷରୁ ବିରୋଧ କରାଯାଇଛି।
ସହର ପାଣିଟାଙ୍କି ସ୍ଥିତ ଏକ ଘରୋଇ କଲ୍ୟାଣ ମଣ୍ଡପ ପରିସରରେ ବୁଧବାର ବିର୍ଲା ଟାୟାର୍ସ ମିଳିତ ଶ୍ରମିକ ସଂଗଠନର ବୈଠକ ଅନୁଷ୍ଠିତ ହୋଇଛି। ବୈଠକରେ ବାଲେଶ୍ୱର ହିନ୍ଦ୍‌ ମଜଦୁର ସଭାର ସଭାପତି ଅରୁଣ କୁମାର ସ୍ବାଇଁ ଅଧ୍ୟକ୍ଷତା କରିଥିଲେ। ଏନ୍‌ସିଏଲ୍‌ଟିର ନିର୍ଦ୍ଦେଶ ଅନୁସାରେ କେହି କିଛି ଜାଣିବା ଆଗରୁ ହଠାତ୍‌ ଗତ ୩୦ ତାରିଖରେ କେତେଜଣ କର୍ମଚାରୀ ଏବଂ ଶ୍ରମିକମାନଙ୍କ ବ୍ୟାଙ୍କ ଜମା ଖାତାକୁ ଅଳ୍ପ ପରିମାଣର ଅର୍ଥ ଆସିଛି, ଯାହାକି କୋର୍ଟଙ୍କ ଆଦେଶକୁ ଅବମାନନା। ଏନ୍‌ସିଏଲ୍‌ଟିଙ୍କ ଦ୍ୱାରା ନିଯୁକ୍ତି ପ୍ରାପ୍ତ ରିଜୋଲ୍ୟୁଶନ୍‌ ପର୍ସନାଲ(ଆର୍‌ପି) ମନଇଚ୍ଛା ଏଭଳି କରିଛନ୍ତି, ଯାହାକି ପୁଣି ଏକ ଶ୍ରମିକ ଅଶାନ୍ତି ପାଇଁ ମଞ୍ଜି ପୋତି ଦେଇଛନ୍ତି। ବହୁଦିନ ପ୍ରତିକ୍ଷା ପରେ ବାଲେଶ୍ୱର ତଥା ବିର୍ଲା ଟାୟାର୍ସରେ ଆନନ୍ଦ ଉଲ୍ଲାସ ଦେଖାଦେଇଥିବା ବେଳେ ପୁଣି ଯେପରି ଅଶାନ୍ତିର କଳା ବାଦଲ ଡାଲମିଆ, ହିମାଦ୍ରି ଉପରେ ଘୋଟି ନ ଯାଉ ତା’ ପ୍ରତି ଧ୍ୟାନ ଦେବାକୁ ରିଜୋଲ୍ୟୁଶନ ପର୍ସନାଲ, ବାଲେଶ୍ୱର ଜିଲା ପ୍ରଶାସନ ତଥା ରାଜ୍ୟ ସରକାର ଧ୍ୟାନ ଦେବା ଆବଶ୍ୟକ। ପୁନଃ ନିଯୁକ୍ତି, ଉଚିତ୍‌ ପ୍ରାପ୍ୟ ପ୍ରଦାନ (୨୪ ମାସର) ଅବସରକାଳୀନ ଅର୍ଥ ପ୍ରଦାନ କରି ଶାନ୍ତିର ବାତାବରଣ ମଧ୍ୟରେ କାରଖାନା ଚାଲିବା ଉଚିତ ବୋଲି ହିନ୍ଦ ମଜଦୁର ସଭାର ସଭାପତି ସ୍ବାଇଁ କହିଛନ୍ତି। ସଭାରେ କ୍ଷିରୋଦ ବାରିକ, ଉପେନ୍ଦ୍ର ବେହେରା, ସତ୍ୟନାରାୟଣ ଆଚାର୍ଯ୍ୟ, ଶିବ ପ୍ରସାଦ ଦାଶ, ସେକ୍‌ ମଇଉଦ୍ଦିନ୍‌, ପଞ୍ଚୁ ଗୋପାଲ କୋଇଲା, ବିରଞ୍ଚତ୍ ପ୍ରଧାନ ପ୍ରମୁଖ ବହୁ ସଂଖ୍ୟାରେ ବିର୍ଲା ଟାୟାର ଶ୍ରମିକ ଉପସ୍ଥିତ ଥିଲେ। ଅନ୍ୟପକ୍ଷରେ ଯେଉଁ ଶ୍ରମିକ ସଂଗଠନର ସଦସ୍ୟମାନେ ଏନ୍‌ସିଏଲ୍‌ଟି ରେ ପାର୍ଟି ହୋଇନଥିଲେ ସେମାନଙ୍କୁ କୌଣସି ପ୍ରାପ୍ୟ ମିଳି ନାହଁି। ତାହାକୁ ନେଇ ପ୍ରାୟ ୨୫୦ରୁ ଉର୍ଦ୍ଧ୍ୱ ଶ୍ରମିକ ଚିନ୍ତାରେ ରହିଛନ୍ତି।
ପ୍ରକାଶ ଯେ, କରୋନା ପରେ ପରେ ବିର୍ଲା ଟାୟାର୍ସ ଆର୍ଥିକ ସ୍ଥିତି ଦେବାଳିଆ ହୋଇପଡ଼ିଥିଲା। କର୍ମଚାରୀଙ୍କୁ ବେତନ ଦେବା ପାଇଁ ମଧ୍ୟ ସମ୍ଭବ ହୋଇପାରିଲା ନାହଁି। ୨୦୨୦ ଏପ୍ରିଲଠାରୁ ବିର୍ଲା ଟାୟାର୍ସର କର୍ମଚାରୀ ଏବଂ ଶ୍ରମିକମାନେ ସେମାନଙ୍କ ଶ୍ରମ ବାବଦରେ ଅର୍ଥ (ଦରମା) ପାଇ ନ ଥିଲେ। ଏନେଇ ଶ୍ରମିକମାନଙ୍କ ମଧ୍ୟରେ ଅଶାନ୍ତି ଦେଖାଦେଇଥିଲା। ତତ୍କାଳୀନ ବିର୍ଲା କର୍ତ୍ତୃପକ୍ଷ ଶ୍ରମିକମାନଙ୍କ ଅସୁବିଧାକୁ ହୃଦୟଙ୍ଗମ କରିଥିଲେ ମଧ୍ୟ ଦରମା ଦେବାକୁ ଅକ୍ଷମତା ପ୍ରକାଶ କରି ଆଉ କିଛିଦିନ ସମୟ ମାଗିଥିଲେ। ପରେ କେତେଜଣ ଶ୍ରମିକ ନେତା ଶ୍ରମିକ ଅଶାନ୍ତି ସୃଷ୍ଟି କରିବା ପରେ କାରଖାନା ୨୦୨୧ ମାର୍ଚ୍ଚ ୧୨ ତାରିଖରୁ ବନ୍ଦ ହୋଇଥିଲା। ମିଳିତ ଶ୍ରମିକ ସଂଗଠନ ବାଧ୍ୟ ହୋଇ ୨୦୨୨ ମେ ୨୪ରେ କୋଲକାତାସ୍ଥିତ ଏନ୍‌ସିଏଲ୍‌ଟିର ଦ୍ୱାରସ୍ଥ ହୋଇଥିଲେ। ଗତ ୧୯ ତାରିଖରେ କୋର୍ଟ ତାଙ୍କର ରାୟ ଶୁଣାଇଥିଲେ ଏବଂ ବିର୍ଲା ଟାୟାର୍ସକୁ ଡାଲମିଆ ରିଫ୍ରେକ୍ଟୋରିଜ୍‌ ଏବଂ ହିମାଦ୍ରି କେମିକାଲ୍‌ସକୁ ହସ୍ତାନ୍ତର କରିବାକୁ ନିର୍ଦ୍ଦେଶ ଦେଇଥିଲେ। ଏଥିସହିତ ଆଇବିସି ଏସ୍‌ଇସି-୫୩(୧) ଅନୁସାରେ ଶ୍ରମିକମାନେ ସେମାନଙ୍କ ପ୍ରାପ୍ୟ ପାଇବାକୁ ନିର୍ଦ୍ଦେଶ ହୋଇଛି।


Enter your email to get our daily news in your inbox.

All Right Reserved By Dharitri.Com

ସଡ଼କ ଦୁର୍ଘଟଣାରେ ଯାତ୍ରା କଳାକାର ଗୁରୁ ପୃଷ୍ଟିଙ୍କ ପରଲୋକ

ଭଦ୍ରକ,୭ା୧୨: ଓଡ଼ିଶାର ଜଣାଶୁଣା ଯାତ୍ରା କଳାକାର ଗୁରୁ ପୃଷ୍ଟିଙ୍କର ଆଜି ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣାରେ ପରଲୋକ ଘଟିଛି। ମିଳିଥିବା ସୂଚନା ଅନୁଯାୟୀ, ଗୁରୁ ପୃଷ୍ଟି...

ନୂଆପଡ଼ା ସହରରେ ବୁଲୁଛନ୍ତି ଭାଲୁ

ନୂଆପଡ଼ା,୭।୧୨(ମକାରୁ ବେମାଲ): ନୂଆପଡ଼ା ସହରକୁ ୨ଟି ଭାଲୁ ପଶି ଆସିଥିଲେ। ସହରର ବିଭିନ୍ନ ସ୍ଥାନରେ ବୁଲାବୁଲି କରି ଅଇଠାପତ୍ର, ଫଳ ଦୋକାନରେ ଫିଙ୍ଗି ଦିଆଯାଉଥିବା ଫଳ...

ଏହି ୪ ଜିଲାରେ ଶୀତଲହରୀ ସମ୍ଭାବନା; ଭୁବନେଶ୍ୱର ପାଇଁ ଆସନ୍ତା ୨୪ ଘଣ୍ଟା ଗୁରୁତ୍ୱପୂର୍ଣ୍ଣ

ଭୁବନେଶ୍ୱର,୭ା୧୨: ରାଜ୍ୟକୁ ବିଳମ୍ବରେ ଶୀତ ଆସିଥିଲେ ମଧ୍ୟ ରହି ରହିକା ବିଭିନ୍ନ ଜିଲାରେ ଶୀତର ଲହରୀ ଦେଖିବାକୁ ମିଳୁଛି। ଡିସେମ୍ବର ୯ ତାରିଖ ପର୍ଯ୍ୟନ୍ତ ରାଜ୍ୟର...

RSFI ରାଜ୍ୟ ଚାମ୍ପିଅନସିପରେ ଗଜପତି ସ୍କେଟର୍ସଙ୍କ ଚମକ: ଜାତୀୟ ପାଇଁ ୭ ଜଣ ଯୋଗ୍ୟତା ହାସଲ

ଗଜପତି,୭ା୧୨(ଗିରିଧାରୀ ପରିଛା): ଜିଲା ପାଇଁ ଏକ ଗର୍ବର ମୁହୂର୍ତ୍ତରେ, ଗଜପତିର ସ୍କେଟର୍ସମାନେ RSFI ରାଜ୍ୟ ସ୍କେଟିଂ ଚାମ୍ପିଅନସିପରେ ଉତ୍କୃଷ୍ଟ ପ୍ରଦର୍ଶନ କରି ଅନେକ ପଦକ ହାସଲ...

ରାଜ୍ୟସ୍ତରୀୟ କ୍ରୀଡ଼ା ପ୍ରତିଯୋଗିତାରେ ଦିଗପହଣ୍ଡିର ସାଇକ୍ରିଷ୍ଣା

ଦିଗପହଣ୍ଡି,୭।୧୨(ଅଶେଷ ନାଥ ମିଶ୍ର) ଜଗତସିଂହପୁରରେ ଆୟୋଜିତ ୬୯ତମ ଆନ୍ତଃ ରାଜ୍ୟସ୍ତରୀୟ ବିଦ୍ୟାଳୟ ସମୂହ କ୍ରୀଡ଼ା ପ୍ରତିଯୋଗିତାରେ ଦିଗପହଣ୍ଡି ବ୍ଳକ ଅଧୀନ ବମକୋଇ ଗ୍ରାମ ଶିବାନନ୍ଦ ନୋଡାଲ...

ଡକାୟତି, ହତ୍ୟା ଉଦ୍ୟମ: ୨ବର୍ଷ ପରେ ଧରାପଡ଼ିିଲେ ଫେରାର ଅଭିଯୁକ୍ତ

ଦିଗପହଣ୍ଡି,୭ା୧୨(ଅଶେଷ ନାଥ ମିଶ୍ର): ଦିଗପହଣ୍ଡି ବ୍ଲକ ଜକର ପଞ୍ଚାୟତ ଅଧୀନ ତେଣ୍ଟୁଆପଡା ଗ୍ରାମରେ ୨୦୨୩ରେ ଘଟିଥିବା ଏକ ଡକାୟତି ଓ ହତ୍ୟା ଉଦ୍ୟମ ମାମଲାର ଅଭିଯୁକ୍ତଙ୍କୁ...

ମହମ୍ମଦ ସାହେବ ପୁଣି କଳାହାଣ୍ଡି କଂଗ୍ରେସ ଯୁବ ସଭାପତି

ଭବାନୀପାଟଣା,୭।୧୧(ଉତ୍ତମ କୁମାର ଦାଶ): କଳାହାଣ୍ଡି ଜିଲା କଂଗ୍ରେସ ଯୁବ ସଭାପତି ଭାବେ ରବିବାର ପୁଣି ଥରେ ମହମ୍ମଦ ଅବଦୁଲ ମୋହସିନ(ମହମ୍ମଦ ସାହେବ) ନିଯୁକ୍ତ ହୋଇଛନ୍ତି। ଏ...

ଯେଉଁ ହାତରେ ଗଢିଥିଲି, ସେହି ହାତରେ ଶ୍ରଦ୍ଧାଞ୍ଜଳୀ ଦେଲି: ପ୍ରେମାନନ୍ଦ

ବଲାଙ୍ଗୀର,୭।୧୨(ସୁନିଲ କୁମାର ମହାନ୍ତି): ଯେଉଁ ହାତରେ ଗଢିଥିଲି ଆଜି ସେହି ହାତରେ ଶ୍ରଦ୍ଧାଞ୍ଜଳୀ ଦେଲି। ହ୍ୟୁମାନ ସବୁ ସମୟରେ ମୋତେ ଟିଟିଲାଗଡ଼ ଆସିବାକୁ କହୁଥିଲା। ହ୍ୟୁମାନ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri