ଡାକ୍ତରଖାନା ପରିଦର୍ଶନ, ଉନ୍ନୟନ କାର୍ଯ୍ୟ ସମୀକ୍ଷା

ପାଲଲହଡା,୫।୨(ଡି.ଏନ.ଏ.)- ରାଜ୍ୟ ସରକାରଙ୍କ ସାମାଜିକ ସୁରକ୍ଷା ଏବଂ ଭିନ୍ନକ୍ଷମ ସଶକ୍ତୀକରଣ ବିଭାଗ କମିଶନର ତଥା ସଚିବ ଭାସ୍କର ଜ୍ୟୋତି ଶର୍ମା ଦିନିକିଆ ପାଲଲହଡା ଗସ୍ତରେ ଆସି ଉପଖଣ୍ଡ ଚିକିତ୍ସାଳୟ ପରିଦର୍ଶନ ସହ ବିଭିନ୍ନ ଗ୍ରାମକୁ ଯାଇ ଉନ୍ନୟନ କାର୍ଯ୍ୟ ବୁଲି ଦେଖିଛନ୍ତି। ପ୍ରଥମେ ପାଲଲହଡା ଉପଖଣ୍ଡ ଚିକିତ୍ସାଳୟରେ ପହଞ୍ଚି ନିରାମୟ ଯୋଜନା ସମ୍ପର୍କରେ କମିଶନର ପଚାରି ବୁଝିବା ସହ ସବୁ ୱାର୍ଡ ବୁଲି ଦେଖିଥିଲେ। ପରେ ରୋଗୀ ଏବଂ ଉପଖଣ୍ଡ ଚିକିତ୍ସା ଅଧିକାରୀ ଜୟକୃଷ୍ଣ ନାୟକଙ୍କ ସହ ଆଲୋଚନା କରିଥିଲେ। ସେଠାରୁ ମୁକ୍ତାପୁର ଗ୍ରାମକୁ ଯାଇ ଅଙ୍ଗନଓ୍ବାଡି କେନ୍ଦ୍ର, ଶିଶୁଙ୍କୁ ଦିଆଯାଉଥିବା ଖାଦ୍ୟର ମାନ ଯାଞ୍ଚ କରିଥିଲେ। ସେହିପରି ମାଲ୍ୟଗିରି ସରକାରୀ ଉଚ୍ଚ ବିଦ୍ୟାଳୟକୁ ଯାଇ ସେଠାକାର ଅନ୍ତେବାସୀଙ୍କ ସହ ଆଲୋଚନା କରିଥିଲେ। ବିଦ୍ୟାଳୟ ବୁଲି ଦେଖିଲା ପରେ ଡାଲ ଗ୍ରାମରେ ଥିବା ପାଉଡି ଭୂୟଁା ଉନ୍ନୟନ ସଂସ୍ଥା (ପିବିଡିଏ)ର ଓପିଲିପି ଯୋଜନାରେ ଚାଷୀଙ୍କ ପକ୍ଷରୁ କରାଯାଇଥିବା କଦଳୀ ଚାଷ ଦେଖିବା ସହ ଚାଷୀଙ୍କ ସହିତ ଆଲୋଚନା କରିଥିଲେ। ସେଠାରୁ ଶିମିଳିପାଳ ଏବଂ ପେଚାମୁଣ୍ଡି ଗ୍ରାମକୁ ଯାଇ ଏଲଆଇ ପଏଣ୍ଟ ଏବଂ ସୌଭାଗ୍ୟ ଯୋଜନାରେ ଯୋଗାଇ ଦିଆଯାଇଥିବା ବିଦ୍ୟୁତ୍‌ ସଂଯୋଗ ସମ୍ପର୍କରେ ଗ୍ରାମବାସୀଙ୍କ ସହ ଆଲୋଚନା କରିଥିଲେ। ଅପରାହ୍ନରେ କମିଶନର ପେଣ୍ଡେରାବସା ଗ୍ରାମରେ ପହଞ୍ଚି ସାମାଜିକ ସୁରକ୍ଷା ବିଭାଗ ପକ୍ଷରୁ ଭିନ୍ନକ୍ଷମମାନଙ୍କ ପାଇଁ ହେବାକୁ ଥିବା ପ୍ରସ୍ତାବିତ ଆବାସିକ ଭୋକେଶନାଲ ଟ୍ରେନିଂ ସେଣ୍ଟର ଜମି ବୁଲି ଦେଖିଥିଲେ। ପରେ ଖମାରର ଏକ ଛତୁଆ ପ୍ରସ୍ତୁତ କେନ୍ଦ୍ର ଏବଂ ସରକାରୀ ଖୁଚୁରା ବିକ୍ରୟ କେନ୍ଦ୍ର ପରିଦର୍ଶନ କରି ଅନୁଗୋଳ ଫେରି ଯାଇଥିଲେ। ଏହି କାର୍ଯ୍ୟକ୍ରମରେ ପାଲଲହଡା ଉପଜିଲାପାଳ ଅଜିତ କୁମାର ପ୍ରଧାନ, ଜିଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥାର ପ୍ରକଳ୍ପ ନିର୍ଦ୍ଦେଶକ ଅତୁଲ୍ୟ କୁମାର ଚମ୍ପତିରାୟ, ଯୋଗାଣ ନିରୀକ୍ଷକ ପିଣ୍ଟୁ ବେହେରା, ଜିଲା ସାମାଜିକ ସୁରକ୍ଷା ଅଧିକାରୀ ମାଧବ ଚନ୍ଦ୍ର ବରାଡ଼, ଜିଲା ମଙ୍ଗଳ ଅଧିକାରୀ ଚାରୁଲତା ମଲ୍ଲିକ, ବିଡିଓ ରବିନାରାୟଣ ମାଝି, ତହସିଲଦାର ସ୍ବାଗତ ଦାସ, ଭାରପ୍ରାପ୍ତ ପିବିଡିଏ ସ୍ବତନ୍ତ୍ର ଅଧିକାରୀ ତଥା ଅତିରିକ୍ତ ତହସିଲଦାର ସୁମନ ମିଞ୍ଜ, ଅତିରିକ୍ତ ବିଡିଓ ଏସ. ଲଲାଟେନ୍ଦୁ ନୈବେଦ୍ୟଙ୍କ ପ୍ରମୁଖ ବହୁ ଅଧିକାରୀ ସାମିଲ ଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଗଞ୍ଜାମରେ ବଢ଼ିଲା କୃଷ୍ଣସାର ମୃଗଙ୍କ ସଂଖ୍ୟା

ଗଞ୍ଜାମ,୩।୨(ବିଦ୍ୟାଧର ସାହୁ):ଗଞ୍ଜାମରେ ବୃଦ୍ଧି ପାଇଛି କୃଷ୍ଣସାର ମୃଗଙ୍କ ସଂଖ୍ୟା। ଏ ନେଇ ପିସିସିଏଫ ବନ୍ୟପ୍ରାଣୀ ଏକ୍ସରେ ସୂଚନା ଦେଇଛନ୍ତି। ପ୍ରଶିକ୍ଷିତ ଟିମ, ଡ୍ରୋନ ଓ AI ସହାୟତାରେ…

ସ୍କୁଲରେ ନବମ ଛାତ୍ରୀକୁ ଗଣବଳାତ୍କାର: ଭିଡିଓ ଭାଇରାଲ୍, ୫ ନାବାଳକ ଅଟକ

ବଲାଙ୍ଗୀର,୩।୨: ବଲାଙ୍ଗୀର ଜିଲାରୁ ଏକ ଲଜ୍ଜାଜନକ ଘଟଣା ସାମ୍ନାକୁ ଆସିଛି। ତୁରେକେଲା ଥାନା ଅଞ୍ଚଳର ଏକ ସ୍କୁଲରେ ଜଣେ ନବମ ଶ୍ରେଣୀର ନାବାଳିକା ଛାତ୍ରୀଙ୍କୁ ଗଣବଳାତ୍କାର କରାଯାଇଥିବା…

ଭାଜପା ରାଜ୍ୟ କାର୍ଯ୍ୟ କାରିଣୀ ସଦସ୍ୟଙ୍କ ଘର ଉପରରେ ଆକ୍ରମଣ: ୧୫ ଅଟକ , ଗାଁରେ ପୋଲିସ ଛାଉଣି

ମୋହନା,୩।୨(ମନ୍ମଥ ମିଶ୍ର ): ଗଜପତି ଜିଲା ମୋହନା ଥାନା ଅନ୍ତର୍ଗତ ଚାନ୍ଦିପୁଟ ଗ୍ରାମର ଭାଜପା ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ଶିବରାମ ସୁଆରଙ୍କ ଘର ଉପରେ ସୋମବାର ସନ୍ଧ୍ୟା…

ନାଚ ସାରି ଫେରୁଥିଲେ ମେଲୋଡି କଳାକାର, ରାସ୍ତାରେ ଅଟକାଇ ମାଡ଼ ମାରିଲେ…

ଆଠଗଡ଼,୩।୨: ନାଚ ସାରି ଫେରୁଥିଲେ ମେଲୋଡି କଳାକାର ରାସ୍ତାରେ ଅଟକାଇ ମାରିଲେ ଦୁବୃର୍ତ୍ତ। ଏଭଳି ଘଟଣା ଘଟିଛି କଟକ ଜିଲା ତିଗିରିଆ ଥାନା ପାଳପୁଟ ଗାଁରେ। ସୂଚନାଯୋଗ୍ୟ,…

ଭକ୍ତ ଦାସଙ୍କ ବଡ଼ ଦାବି: ପୌର, ଏନ୍‌ଏସି ନିର୍ୱାଚନ ବାଲଟ୍‌ରେ ହେଉ

ଭୁବନେଶ୍ୱର,୩।୨: ରାଜ୍ୟ ସରକାରଙ୍କ ପକ୍ଷରୁ ନିକଟରେ ୨୮ ବିଜ୍ଞାପିତ ଅଞ୍ଚଳ ପରିଷଦ(ଏନ୍‌ଏସି) ଏବଂ ୭ ପୌରପାଳିକା(ମ୍ୟୁନିସିପାଲିଟି) ନିର୍ୱାଚନ ଲାଗି ସରକାରଙ୍କ ପକ୍ଷରୁ ପ୍ରକ୍ରିୟା ଆରମ୍ଭ ହୋଇଛି। ଏହି…

ଝିଅର ବାପା ହୋଇ ବିବାହ କରାଇଲେ ମୁଖ୍ୟମନ୍ତ୍ରୀ, ୨୦୧ ନବଦମ୍ପତିଙ୍କୁ ଆଶୀର୍ବାଦ ଦେଇ କହିଲେ…

ପୁରୁଷୋତ୍ତମପୁର,୩।୨(ସବିତା ମିଶ୍ର): ଗଞ୍ଜାମ ଜିଲାର ପ୍ରସିଦ୍ଧ ଇଷ୍ଟଦେବୀ ମା’ ତାରାତାରିଣୀଙ୍କ ପୀଠରୁ ମଙ୍ଗଳବାର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ‘ମୁଖ୍ୟମନ୍ତ୍ରୀ କନ୍ୟା ବିବାହ ଯୋଜନାର’ ଶୁଭାରମ୍ଭ କରିଛନ୍ତି…

‘ପ୍ରଚେଷ୍ଟା ଜାରି ରହିଲେ ସଫଳତା ଆପେ ଆପେ ମିଳିବ’ , ମହାବିଦ୍ୟାଳୟର ବାର୍ଷିକୋତ୍ସବରେ ଯୋଗ ଦେଇ ଏମିତି କହିଲେ…

ଭଞ୍ଜନଗର,୩/୨(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ସାବିତ୍ରୀ ମହିଳା ମହାବିଦ୍ୟାଳୟର ୪୪ ତମ ବାର୍ଷିକୋତ୍ସବ ମଙ୍ଗଳବାର ଅନୁଷ୍ଠିତ ହୋଇଯାଇଛି । ଏଥିରେ ଭଞ୍ଜନଗର ଡେପୁଟି କଲେକ୍ଟର ରଚିତା…

ତୃତୀୟ ଶ୍ରେଣୀ ଛାତ୍ରଙ୍କୁ ମାଡ଼ ଘଟଣା: ଆଶ୍ୱାସନା ଦେଲେ ଅଧିକାରୀ

ଦାରିଙ୍ଗବାଡି, ୩।୨ (ଅରୁଣ ସାହୁ ): କନ୍ଧମାଳ ଜିଲା ଦାରିଙ୍ଗବାଡି ଥାନା ସିମନବାଡି ପାଦ୍ରୀପିଓ ଇଂରାଜୀ ମାଧ୍ୟମିକ ବିଦ୍ୟାଳୟରେ ଗଣିତ ଖାତା ଆଣି ନ ଥିବାରୁ ତୃତୀୟ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri