ଡଙ୍କଲପାଡୁରେ ବସ୍‌ ଟ୍ରାଜେଡି: ଦ୍ରୌପଦୀଙ୍କୁ ସହାୟତା ପ୍ରତିଶ୍ରୁତି ଦେଲେ ଜିଲାପାଳ

ଗୋପାଳପୁର,୧୨ା୨-ଗଞ୍ଜାମ ଜିଲା ରଙ୍ଗେଇଲୁଣ୍ଡା ବ୍ଲକ ଡଙ୍କଲପାଡୁ ରାସ୍ତାରେ ଗତ ରବିବାର ନିର୍ବନ୍ଧ ପାଇଁ ଯାଉଥିବା ଏକ ବସ୍‌ ୧୧ କେଭି ବିଦ୍ୟୁତ୍‌ ତାରରେ ଲାଗିଯିବାରୁ ୧୦ ଜଣଙ୍କ ମୃତ୍ୟୁ ଘଟିଥିଲା। ଘଟଣାକୁ ତିନି ଦିନ ବିତିଯାଇଥିଲେ ମଧ୍ୟ ଉକ୍ତ ଗ୍ରାମରେ କାନ୍ଦବୋବାଳି ଶେଷ ହୋଇନାହିଁ। ମଙ୍ଗଳବାର ପର୍ଯ୍ୟନ୍ତ କାହାଘରେ ଠିକ୍‌ ଭାବେ ଚୁଲି ଜଳୁନାହିଁ। ଗ୍ରାମଟି ଜନଶୂନ୍ୟ ଭଳି ପ୍ରତୀୟମାନ ହେଉଛି। ଏହି ଘଟଣା ପରଠାରୁ ୧୦ ପରିବାରର ୩୦ ଜଣ ଛାତ୍ରୀଛାତ୍ର ବିଦ୍ୟାଳୟକୁ ପାଠ ପଢ଼ିବାକୁ ଆସୁନାହାନ୍ତି। ଶିକ୍ଷକମାନେ ଛାତ୍ରୀଛାତ୍ରଙ୍କ ଘରକୁ ଯାଇ ବିଦ୍ୟାଳୟ ଆସିବାକୁ କହିଲେ ମଧ୍ୟ ସେମାନେ ଭୟରେ ଯାଉ ନ ଥିବା ଜଣାପଡିଛି।
ଗଞ୍ଜାମ ଜିଲାପାଳ ବିଜୟ ଅମୃତା କୁଲାଙ୍ଗେ, ବ୍ରହ୍ମପୁର ଉପଜିଲାପାଳ ସିନ୍ଧେ ଦତ୍ତାତ୍ରୟ ଭାଉସାହେବ, ଚିକିଟି ତହସିଲଦାର ମୃତକଙ୍କ ପରିବାରକୁ ଭେଟି ସମବେଦନା ଜଣାଇଥିଲେ। ମା’ଙ୍କୁ ହରାଇଥିବା ଦୁଇ ଭଉଣୀ ବି.ଦ୍ରୌପଦୀ ଓ ବି.ଜ୍ୟୋତ୍ସ୍ନାଙ୍କ ଘରକୁ ଜିଲାପାଳ ଓ ଉପଜିଲାପାଳ ଯାଇ ସମସ୍ୟା ବୁଝିଥିଲେ। ବି.ଦ୍ରୌପଦୀଙ୍କୁ ଚଳିତ ମାଟ୍ରିକ ପରୀକ୍ଷା ଦେବା ପାଇଁ ଜିଲାପାଳ କହିବା ସହ ତାଙ୍କୁ ସବୁ ପ୍ରକାର ନୋଟ୍‌ ଓ ଟେଷ୍ଟବୁକ୍‌ ଦେବା ପାଇଁ ବିଇଓଙ୍କୁ ନିର୍ଦ୍ଦେଶ ଦେଇଥିଲେ। ପରୀକ୍ଷା ଦେବା ପାଇଁ ଯେଭଳି କୌଣସି ପ୍ରକାର ସମସ୍ୟା ନ ଉପୁଜିବ, ସେଥିପ୍ରତି ଗୁରୁତ୍ୱ ଦେବାକୁ ସେ କହିଥିଲେ। ଉଭୟ ଝିଅଙ୍କ ପାଠପଢ଼ା ପାଇଁ ଜିଲା ପ୍ରଶାସନ ପକ୍ଷରୁ ସମସ୍ତ ପ୍ରକାର ସାହାଯ୍ୟ କରାଯିବ ବୋଲି ପ୍ରତିଶ୍ରୁତି ଦେବା ସହ ରେଡକ୍ରସ ପାଣ୍ଠିରୁ ୧୦ ହଜାର ଟଙ୍କା ଜିଲାପାଳ ସେମାନଙ୍କୁ ପ୍ରଦାନ କରିଥିଲେ। ଏହାବ୍ୟତୀତ ଅନ୍ୟ କୌଣସି ସମସ୍ୟା ଉପୁଜିଲେ ଜିଲାପାଳ ନିଜ ମୋବାଇଲ ନମ୍ବର ଦୁଇ ଭଉଣୀଙ୍କୁ ଦେଇ ସିଧାସଳଖ ଯୋଗାଯୋଗ କରିବାକୁ କହିଥିଲେ। ଏକ୍ସସିଙ୍ଗ ସରପଞ୍ଚ ସିଏଚ୍‌ ସୁଧାକର ରେଡ୍ଡୀଙ୍କୁ ଅସହାୟ ଦୁଇ ଭଉଣୀଙ୍କ ସମସ୍ତ ଦାୟିତ୍ୱ ବହନ କରିବାକୁ ମଧ୍ୟ ନିର୍ଦ୍ଦେଶ ଦେଇଥିଲେ।
ଘଟଣା ଦିନ ବସ୍‌ରେ ବସିଥିବା ଯାତ୍ରୀମାନଙ୍କ ମଧ୍ୟରୁ ସୁସ୍ଥ ଅନୁଭବ କରି ଘରେ ଥିବା ବେଳେ ହଠାତ୍‌ ମଙ୍ଗଳବାର ଅସୁସ୍ଥ ଅନୁଭବ କରିଥିଲେ। ସେମାନେ ହେଲେ ଡଙ୍କଲପାଡୁ ଗ୍ରାମର ଏ.ରୁକ୍ମଣୀ ରେଡ୍ଡୀ, ବି.କ୍ଷେତ୍ରବାସୀ ରେଡ୍ଡୀ, ବି.ପୋଲାମା ରେଡ୍ଡୀ, ବି. ରୋଜା ରେଡ୍ଡୀ, ବି. ସ୍ବାତୀ ରେଡ୍ଡୀ, ବି.ଭୀମେୟା ରେଡ୍ଡୀ। ସମସ୍ତଙ୍କୁ ଗ୍ରାମବାସୀଙ୍କ ସହାୟତାରେ ବ୍ରହ୍ମପୁର ବଡ଼ ମେଡିକାଲରେ ଭର୍ତ୍ତି କରାଯାଇଛି।
ଅନ୍ୟପଟେ ମଙ୍ଗଳବାର କୁଳ ପରମ୍ପରା ଅନୁଯାୟୀ ସ୍ନାନକାର୍ଯ୍ୟ ଅନୁଷ୍ଠିତ ହୋଇଥିଲା। ମୃତକଙ୍କ ପରିବାର ଶ୍ମଶାନକୁ ଯାଇଥିବା ବେଳେ ସେଠାରେ ୩ ଜଣ ନିଜ ସମ୍ପର୍କୀୟଙ୍କୁ ହରାଇଥିବାରୁ କାନ୍ଦୁଥିବା ଦେଖିବାକୁ ମିଳିଥିଲା। ୨୦୧୩ରେ ଫାଇଲିନ ମହାବାତ୍ୟାରେ ଭାଇ ବି.ଗୋପାଳ ରେଡ୍ଡୀଙ୍କ ମୃତ୍ୟୁ ଘଟିଥିବା ବେଳେ ଗତ ବସ୍‌ ଦୁର୍ଘଟଣାରେ ମୋ ବାପା ବି.ରାମେୟା ମଧ୍ୟ ବିଦ୍ୟୁତ୍‌ ଆଘାତରେ ମୃତ୍ୟୁବରଣ କରିଥିବା ନେଇ ସେଠାରେ କାନ୍ଦୁଥିବା ବି.ଭାଗୀରଥି କହିଛନ୍ତି।
ସେହିପରି ଡଙ୍କଲପାଡୁ ଗ୍ରାମର ଜଣେ ମେଧାବୀ ଛାତ୍ରୀ ଝିଲି ସାହୁଙ୍କ ମଧ୍ୟ ବସ୍‌ ଟ୍ରାଜେଡିରେ ମୃତ୍ୟୁ ଘଟିଥିବା ବେଳେ ତାଙ୍କ ଭାଇ ଦିଲେଶ୍ୱର ଅଳ୍ପକେ ବର୍ତ୍ତି ଯାଇଥିଲେ। ଗ୍ରାମରେ ଥିବା ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ୫ମ ଶ୍ରେଣୀ ଛାତ୍ରୀ ଝିଲି ଜଣେ ମେଧାବୀ ଥିବା ସହ ବିଭିନ୍ନ ପ୍ରତିଯୋଗିତାରେ ସ୍କୁଲ ଓ ଗ୍ରାମ ପାଇଁ ଅନେକ ସୁନାମ ଅର୍ଜିଥିଲେ। ବିଦ୍ୟାଳୟର ସମସ୍ତ ଛାତ୍ରୀଛାତ୍ର ଓ ଶିକ୍ଷକମାନେ ତାଙ୍କୁ ହରାଇ ଦୁଃଖିତ ଅଛନ୍ତି।
((ଫଟୋ-ବିଏମ-୧୧-୨୧-ଝିଲି ଆଙ୍କିଥିବା ବିଭିନ୍ନ ଚିତ୍ର
ଫଟୋ-ବିଏମ-୧୧-୨୩-ମା ଓ ଭାଇ ଝୁରୁଛନ୍ତି ଝିଲିଙ୍କୁ
ଫଟୋ-ବିଏମ-୧୧-୨୪-ଖାଁ ଖାଁ ହୋଇପଡ଼ିଛି ଡ଼ଙ୍କଲପାଡ଼ୁ ଗ୍ରାମ।))


Enter your email to get our daily news in your inbox.

All Right Reserved By Dharitri.Com

ଥୁଆମୂଳ ରାମପୁରରେ ସଡ଼କ ଦୁର୍ଘଟଣା: ଗଲା ୩ ଜୀବନ, କ୍ଷତିପୂରଣ ପାଇଁ ରାସ୍ତାରୋକୋ

ଥୁଆମୂଳ ରାମପୁର, ୬ା୪ (ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ଥାନା ଅଞ୍ଚଳରେ ସୋମବାର ଦୁଇଟି ପୃଥକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟି ୩ ଜଣଙ୍କ…

ସୁନା ଭର୍ତ୍ତି ବ୍ୟାଗ୍‌ ନେଇ ଯାଉଥିଲେ ପବିତ୍ର: ବାଟରେ ଛକିଥିଲେ ୪ ଦୁର୍ବୃତ୍ତ: ଆଉ ତା’ପରେ ଘଟିଲା..

ଦିଗପହଣ୍ଡି,୬।୪(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ଡେଙ୍ଗାଓସ୍ତା ଗ୍ରାମର ଖଜୁରୀପଦା ସାହି ନିକଟରେ ସୋମବାର ରାତି ପ୍ରାୟ ୮ଟାରେ ଗୁଳି ଫୁଟିଛି। ଡେଙ୍ଗାଓସ୍ତା-ଭୀଷ୍ମଗିରି ଗ୍ରାମ…

କାମଦେବଙ୍କୁ ମିଳିଲା ବଡ଼ ଦାୟିତ୍ୱ: ଆଦିବାସୀଙ୍କ ବିକାଶ ପାଇଁ ଦେଲେ ପ୍ରତିଶ୍ରୁତି

ମୋହନା,୬।୪(ମନ୍ମଥ ମିଶ୍ର): ଗଜପତି ଜିଲାର ସର୍ବାଙ୍ଗୀନ ଉନ୍ନତି ପାଇଁ ସ୍ବତନ୍ତ୍ର ଉନ୍ନୟନ ପରିଷଦ ଅଧ୍ୟକ୍ଷ ଭାବେ କାମଦେବ ବଡ଼ନାୟକଙ୍କୁ ରାଜ୍ୟ ସରକାର ମନୋନୀତ କରିଛନ୍ତି। ସେ ମୋହନା…

ବରଗଡ଼ରେ କରାମାଡ଼,ଫସଲ ଧୂଳିସାତ୍‌: ଉଜୁଡିଲା ଚାଷୀଙ୍କ ଅମଳ ଆଶା

ବରଗଡ଼,୬।୪(ପ୍ରେମାନନ୍ଦ ଖମାରୀ):ଅଧିକ ଧାନ ଉତ୍ପାଦନ ଯୋଗୁ ରାଜ୍ୟର ଭାତହାଣ୍ଡି କୁହାଯାଉଥିବା ବରଗଡ଼ ଜିଲାର ଚାଷୀଙ୍କ ଦୁଃଖ ସରୁନାହିଁ। ଧାନବିକ୍ରି ଅବ୍ୟବସ୍ଥା ସାଧାରଣରେ ପରିଣତ ହୋଇଥିବାବେଳେ ପ୍ରକୃତିର ତାଣ୍ଡବ…

ପୂର୍ବତନ ବିଧାୟକ, ପୂର୍ବତନ ଏମ୍‌ପିଙ୍କୁ ବିଜେଡିରୁ କରାଗଲା ନିଲମ୍ବନ , ଜାଣନ୍ତୁ କାହିଁକି ଏମିତି କାର୍ଯ୍ୟାନୁଷ୍ଠାନ ନେଲେ ନବୀନ

ବାସୁଦେବପୁର,୬।୪(କାଳୀପଦ ରାୟ): ଭଦ୍ରକ ଜିଲା ବାସୁଦେବପୁରର ପୂର୍ବତନ ବ୍ଲକ ଅଧ୍ୟକ୍ଷ ତଥା ଧାମନଗରର ପୂର୍ବତନ ବିଧାୟକ ମୁକ୍ତିକାନ୍ତ ମଣ୍ଡଳ, ଭଦ୍ରକର ପୂର୍ବତନ ଏମ୍‌ପି ମଞ୍ଜୁଲତା ମଣ୍ଡଳଙ୍କୁ ଦଳ…

ମା’ମାଣିକେଶରୀ ବିଶ୍ୱ ବିଦ୍ୟାଳୟରେ ନୂତନ ସ୍ଥାୟୀ କୁଳପତି ନିଯୁକ୍ତ: ଜାଣନ୍ତୁ କାହାକୁ ମିଳିଲା ଦାୟିତ୍ୱ

ଭବାନୀପାଟଣା,୬।୪(ଉତ୍ତମ କୁମାର ଦାଶ): କଳାହାଣ୍ଡି ଜିଲା ଭବାନୀପାଟଣାସ୍ଥିତ ମା’ମାଣିକେଶରୀ ବିଶ୍ୱ ବିଦ୍ୟାଳୟର ନୂତନ ସ୍ଥାୟୀ କୁଳପତି ଭାବେ ଡ଼.ପବନ କୁମାର ଅଗ୍ରୱାଲ ସୋମବାର ନିଯୁକ୍ତ ହୋଇଛନ୍ତି। ଏ…

ଧର୍ମଗଡ଼ ଉପଖଣ୍ଡରେ କୁଆପଥର ବର୍ଷା: ଯାତାୟାତ ବାଧାପ୍ରାପ୍ତ

ଭବାନୀପାଟଣା,୬।୪(ଉତ୍ତମ କୁମାର ଦାଶ): କଳାହାଣ୍ଡି ଜିଲା ଧର୍ମଗଡ଼ ଉପଖଣ୍ଡରେ ସୋମବାର ମଧ୍ୟାହ୍ନରେ ପ୍ରବଳ ଝଡ଼ ତୋଫାନ ସହ କୁଆପଥର ବର୍ଷା ହୋଇଛି। ବିଶେଷ କରି ଉପଖଣ୍ଡର ଧର୍ମଗଡ଼…

ପୋଲିସକୁ ଭୁଆଁ ବୁଲାଇ ନୂଆ ତରିକାରେ ହେଉଥିଲା ଗଞ୍ଜେଇ ଚାଲାଣ, ଖବରପାଇ ପହଞ୍ଚିଗଲା ପୋଲିସ

ମୋହନା,୬।୪( ମନ୍ମଥ ମିଶ୍ର ): ଗଜପତି ଜିଲାର ଭୂସ୍ବର୍ଗ ପାଲଟିଥିବା ଅଡବା ଥାନା ଅଞ୍ଚଳରେ ପୋଲିସର ଘନଘନ ଚଢ଼ାଉ ଜାରି ରହିଛି। ଗତ କିଛି ଦିନ ଭିତରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri