ଡଗରପଡ଼ା ବୋମାମାଡ଼ ଘଟଣା: ଧଳସାମନ୍ତ ଭ୍ରାତାଙ୍କ ସହଯୋଗୀ ସମେତ ୩ ଗିରଫ

କଟକ ଅଫିସ, ୨୪।୮: ଡଗରପଡ଼ା ବୋମାମାଡ଼ ଘଟଣାରେ ୩ଜଣଙ୍କୁ ଗିରଫ କରିଛି ଲାଲବାଗ ଥାନା ପୋଲିସ। ଶୁକ୍ରବାର ସେମାନଙ୍କୁ କୋର୍ଟ ଚାଲାଣ କରାଯାଇଛି। ଗିରଫ ଅଭିଯୁକ୍ତମାନେ ହେଲେ ଧଳସାମନ୍ତ ଭ୍ରାତାଙ୍କ ସହଯୋଗୀ ଡଗରପଡ଼ା ଭୁତିଆସାହିର ପ୍ରକାଶ ବେହେରା ଓରଫ ହାଡ଼ିଆ (୪୫), ଗୋପାଳସାହିର ପାର୍ଥସାରଥି ଦାସ ଓରଫ ଶୁଭମ (୨୩) ଏବଂ ଶେଖ୍‌ ବଜାରର ସୁନୀଲ ବେହେରା ଓରଫ ଚନ୍ଦା (୨୮)। ବୁଧବାର ଡଗରପଡ଼ା ଭୂତିଆସାହିର ଗୋଲକ ପରିଡ଼ା (୪୦) ଓ ତାଙ୍କ ସମ୍ପର୍କୀୟ ଭାଇ ଲିକୁନା ପରିଡ଼ା(୩୫)ଙ୍କ ଘର ଉପରକୁ ୪ଟି ବୋମାମାଡ଼ ହୋଇଥିଲା। ଏ ନେଇ ଗୋଲକଙ୍କ ମା’ ସୁଲୋଚନା ଲାଲବାଗ ଥାନାରେ ଏତଲା ଦେଇଥିଲେ। ପୂର୍ବ ଶତ୍ରୁତାକୁ କେନ୍ଦ୍ରକରି ଏହି ବୋମାମାଡ଼ ହୋଇଥିବା ଡିସିପି ଅଖିଳେଶ୍ୱର ସିଂହ କହିଛନ୍ତି।
ପୋଲିସ ସୂଚନା ଅନୁଯାୟୀ, ଗତ ବୁଧବାର ଅପରାହ୍ନ ୧ଟାରେ ହାଡ଼ିଆ ଓ ତାଙ୍କର ୨ଜଣ ସହଯୋଗୀ ସୁଲୋଚନାଙ୍କ ଘର ଉପରକୁ ୩ଟି ବୋମା ଫିଙ୍ଗି ଫେରାର ହୋଇଯାଇଥିଲେ। ଏହି ସମୟରେ ସୁଲୋଚନା ତାଙ୍କ ଘରର ଦ୍ୱାରରେ ଠିଆ ହୋଇଥିଲେ। ୨ଟି ବୋମା ଫୁଟିଥିବାବେଳେ ପୋଲିସ ଗୋଟିଏ ଅଫୁଟା ବୋମା ଜବତ କରି ନିଷ୍କ୍ରିୟ କରିଥିଲା। ଏ ନେଇ ଲାଲବାଗ ଥାନାରେ ଆଇପିସି ୨୯୪, ୩୦୭, ୫୦୬, ୩୪ ଏବଂ ବିସ୍ଫୋରକ ସାମଗ୍ରୀ ଆଇନ ୧୮୮୩ର ଧାରା ୩ ଓ ୪ରେ ଏକ ମାମଲା (ନଂ. ୧୭୫/୨୦୧୯) ରୁଜୁ ହୋଇଥିଲା। ପୋଲିସ ଏହାର ତଦନ୍ତ କରି ଘଟଣାସ୍ଥଳରୁ ଅଫୁଟା ବୋମା ସହ ଫୁଟିଥିବା ବୋମାର ଟୁକୁଡା, ଗୋଟିଏ ଭଙ୍ଗା ସିମେଣ୍ଟ ଲଗା ଇଟା ଜବତ କରିଥିଲା। ପୋଲିସ ଗୁରୁବାର ରାତିରେ ଉପରୋକ୍ତ ୩ ଅଭିଯୁକ୍ତଙ୍କୁ ଗିରଫ କରିବା ସହ ସେମାନଙ୍କଠାରୁ ୨ଟି ମୋବାଇଲ ଫୋନ ଜବତ କରିଛି। କୁଖ୍ୟାତ ଅପରାଧୀ ତଥା ଧଳସାମନ୍ତଙ୍କ ସହଯୋଗୀ ହାଡ଼ିଆ ଏହି ଘଟଣାର ମୁଖ୍ୟ ଅଭିଯୁକ୍ତ ହୋଇଥିବାବେଳେ ତାଙ୍କ ବିରୋଧରେ ଲାଲବାଗ ଥାନାରେ ୧୪ଟି, ମର୍କତନଗରରେ ୪ଟି, ବିଡ଼ାନାସୀ, କ୍ୟାଣ୍ଟନମେଣ୍ଟ ଏବଂ ଚାଉଳିଆଗଞ୍ଜ ଥାନାରେ ଗୋଟିଏ ଲେଖାଏ ମାମଲା ରହିଛି।


Enter your email to get our daily news in your inbox.

All Right Reserved By Dharitri.Com

ହେଲୋ ପଏଣ୍ଟଠାରେ ୭୭ତମ ବନ ମହୋତ୍ସବ: ଯୋଗଦେଲେ…

ଥୁଆମୂଳ ରାମପୁର, ୩।୭ (ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲାର ଥୁଆମୂଳ ରାମପୁର ବ୍ଲକ ଅନ୍ତର୍ଗତ କୋଷାବରାସ୍ଥିତ ହେଲୋ ପଏଣ୍ଟଠାରେ ଶୁକ୍ରବାର ଥୁଆମୂଳ ରାମପୁର ଦକ୍ଷିଣ ବନାଞ୍ଚଳ ପକ୍ଷରୁ…

ଶିକ୍ଷକ ଅଭାବ ପାଠ ପଢ଼ାରେ ସମସ୍ୟା : ପ୍ରଥମରୁ ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ ୩ ଜଣ ଶିକ୍ଷକ

ରିଷିଡା, ୩/୭ (ସୁଶାନ୍ତ ମଲ୍ଲିକ): ଶିକ୍ଷକ ଅଭାବ ଯୋଗୁଁ କଳାହାଣ୍ଡି ଜିଲା କର୍ଲାମୁଣ୍ଡା ବ୍ଲକର ବିଭିନ୍ନ ସରକାରୀ ବିଦ୍ୟାଳୟରେ ଶିକ୍ଷାଦାନ ବ୍ୟାହତ ହେଉଥିବା ଅଭିଯୋଗ ହୋଇଛି। କେଉଁଠି…

ଜନଗଣନା ହ୍ୟାଣ୍ଡବୁକ: ଜିଲାରେ ୨୩୭ ଅଧିକାରୀ ନେଲେ…

ଭଞ୍ଜନଗର,୩ା୭(ବାବୁଲା ପ୍ରଧାନ): ଭଞ୍ଜନଗର ବ୍ଲକ ସମ୍ମିଳନୀ କକ୍ଷରେ ଶୁକ୍ରବାର ଉପଖଣ୍ଡସ୍ତରୀୟ ଜନଗଣନା ଅବସରରେ ଜିଲା ଜନଗଣନା ପୁସ୍ତିକା ପ୍ରସ୍ତୁତିକୁ ସୂଚାରୁ ଓ ତ୍ରୁଟିମୁକ୍ତ କରିବା ଉଦ୍ଦେଶ୍ୟରେ ପ୍ରଶିକ୍ଷଣ…

ଡ୍ରାଇଭରଙ୍କ ରହସ୍ୟମୟ ନିଖୋଜ ଘଟଣା: ଏ ଥାନାରୁ ସେ ଥାନାକୁ ଦୌଡିଦୌଡି ବଞ୍ଚାଇ ପାରିଲେନି ସ୍ତ୍ରୀ, ଶେଷରେ…

ଦିଗପହଣ୍ଡି,୩|୭(ଅଶେଷ ନାଥ ମିଶ୍ର) ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ କୋଟିନଡ଼ା ଗ୍ରାମର ଗାଡ଼ି ଚାଳକ ବାପୁଜୀ ସ୍ୱାଇଁ ଗତ ୯ ଦିନ ହେଲା  ରହସ୍ୟଜନକ ଭାବେ ନିଖୋଜ …

ନିକଟରେ ହୋଇଥିଲା ବାହାଘର: ଖବର ପାଇ ପଶିଗଲେ ଦୁର୍ବୃତ୍ତ

ଆଳି, ୩।୭ (ବନମାଳୀ ସେନାପତି): କେନ୍ଦ୍ରାପଡ଼ା ଜିଲାର ଆଳି ଥାନା ଅନ୍ତର୍ଗତ ନିଆଳ ଗ୍ରାମରେ ଦୁର୍ବୃତ୍ତମାନେ ଜଣେ ମହିଳାଙ୍କୁ ଆକ୍ରମଣ କରି ପ୍ରାୟ ପାଞ୍ଚ ଲକ୍ଷ ଟଙ୍କା…

HRଙ୍କ ଗୋଟିଏ ଫୋନ୍‌ କଲ୍‌ରେ ଚାଲିଗଲା ଯୁବତୀଙ୍କର ସାଢ଼େ ୫ ବର୍ଷର ଚାକିରି, କହିଲେ ଭଗବାନଙ୍କ ନିର୍ଦ୍ଦେଶ ଯାହା…

ଦିଲ୍ଲୀର ଜଣେ ଆଇଟି ପ୍ରଫେଶନାଲଙ୍କ ଏକ ଭାବପ୍ରବଣ ଭିଡିଓ ସୋସିଆଲ ମିଡିଆରେ ତୀବ୍ର ବେଗରେ ଭାଇରାଲ ହେଉଛି। ଭିଡିଓରେ ଯୁବତୀ ଜଣକ କହୁଛନ୍ତି ସେ ଏଚ୍‌ଆରଙ୍କଠାରୁ ଏକ…

କମ୍ପାନୀରେ ସ୍ଥାନୀୟ ଲୋକଙ୍କୁ ନିଯୁକ୍ତି ଦେବା ପାଇଁ ବିଧାୟକଙ୍କ ସମୀକ୍ଷା, ମନମୁଖୀ କାର୍ଯ୍ୟ ନେଇ…

ଛତ୍ରପୁର,୩ା୭(ଦିଲ୍ଲୀପ ସାମଲ): ଛତ୍ରପୁର ଉପକଣ୍ଠରେ ଭାରତୀୟ ବିରଳ ମୃତ୍ତିକା ସଂରକ୍ଷଣ (ଆଇଆର୍‌ଇଏଲ୍‌) କମ୍ପାନୀରେ ସ୍ଥାନୀୟ ଅଞ୍ଚଳର ଦକ୍ଷତା ଭିତ୍ତିକଏବଂ ବେକାର ଯୁବତୀ/ଯୁବକଙ୍କୁ ନିଯୁକ୍ତି ଦେବା ସହିତ ଅନ୍ୟାନ୍ୟ…

୪ ଲକ୍ଷ ଟଙ୍କାରୁ ଅଧିକ ମୂଲ୍ୟର ୪୫ କିଲୋଗ୍ରାମ ଗଞ୍ଜେଇ ଜବତ, ୩ ଜଣଙ୍କୁ ବାନ୍ଧିଲା…

ମୋହନା, ୩।୭ (ମନ୍ମଥ ମିଶ୍ର): ଗଜପତି ଜିଲାର ଅଡବା ପୋଲିସ ପକ୍ଷରୁ ଜାଙ୍ଗୁଡ଼ି ଓ ଖାରିଗୁଡ଼ା ନିକଟରେ ପାଟ୍ରୋଲିଂ କରାଯିବା ସହ କଡ଼ାକଡ଼ି ଯାଞ୍ଚ କରାଯାଇଥିଲା। ଏହି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri