ଡକୁଆ ସାଜିଛେ ସୋସିଆଲ୍‌ ମିଡିଆ

ବିଜେପୁର, ୨୫।୩ (ଡି.ଏନ୍‌.ଏ.)- ସମିଆର ଧାରେ ପଡି ରୀତିନୀତି, ରିକ୍‌ମା ବଦ୍‌ଲିବାରଟା ସୁଆଭାବିକ୍‌ ଆଏ। ସେଦିନ୍‌ କେନ୍‌ତା ଥିଲା, ଆଏଜ୍‌ କେନତା ହେଉଛେ ବଲି ବିସ୍‌ମାତ୍‌ ହେବାରଟା ଠିକ୍‌ ନୁହେ। ଆଏଜ୍‌କାଲି ବି କାମ୍‌ବୁତା ଭିତ୍‌ରେ ପୁରାତନ୍‌ କାଲର୍‌ ଛାପ୍‌ କେତେ ଠାନେ ଦେଖ୍‌ବାକେ ମିଲୁଛେ। ଯେନ୍‌ତା ପୁରାତନ୍‌ କାଲେ ରଜା, ଜମିଦାର୍‌, ଗଁତି ଶାସନ୍‌ ବେଲେ ଫିଗାଁଥି ଝନେ ଝନେ ଡକୁଆ ରହୁଥିଲେ। ସେମାନେ ପୂଜାଧଜା, ଯାନିଯାତ୍‌ରା, ଗାଁର୍‌ ଭଲମନ୍ଦ ବିଷେଥି ଲୁକ୍‌କୁ ସୂଚନା ଦେଉଥିଲେ। ସେମାନକୁ ଡକୁଆ କହୁଥିଲେ। କାଏଁ ସଖାଲ, ବେଲବୁଡ଼ିଆ ସେମାନେ ଗଁାଗଁା ବୁଲି ଗଁାଖୁଲିରେ ଟିମ୍‌କିଡି ବଜେଇ ଲୁକ୍‌କୁ ଠୋଲ କରୁଥିଲେ ଆର ଧାଯ୍‌ ହେଇଥିବାର ସୂଚନା ଦେଉଥିଲେ। ଇଥିର ଲାଗି ସେମାନେ ରଜା, ଗଁତିଆ, ଜମିଦାରନୁ କମେଇ ଖାଏବାକେ ଜମିବାଡ଼ି ପାଉଥିଲେ। କାହାର ଗାଈଗୋରୁ କି କେହେନ୍‌ସି ଜିନିଷ ହଜିଗଲେ ଫିରିପାଏବାକେ ଲୋକ୍‌ ତାହାକୁ ବିଅକ୍‌ତିଗତ ହିସାବେ ବି ବେଭାର କରୁଥିଲେ। ଗଁାଖୁଲିରେ ରଡି ରଡି ଡାକ୍‌ ପକେଇ ଡକୁଆମାନେ ସୂଚନା ଦେଉଥିଲେ। ଗଁାର ସୁଖ୍‌ଦୁଖ୍‌ଥି ଡକୁଆମାନେ ସାମିଲ ହେଉଥିଲେ। ସେଥିରଲାଗି ଲୁକେ ଗହଗହ ମନେ ଯାନିଯାତ୍‌ରା ତିହାରବାହାର ବେଲେ ତାହାକୁ ପିଠାପନା, ପଏସାପତର୍‌ ଦେଉଥିଲେ। ଡକୁଆର ପୁଓ ଡକୁଆ କାମ କରବାର ଗୁଟେ ରିକ୍‌ମା ପିଢ଼ି ଧରି ପିଢ଼ି ଚଲିଆସୁଥିଲା। ହେଲେ ରାଜାଡ଼ି ଶାସନ, ଜମିଦାରି, ଗଉଁତି ଗଲାଦିନୁ ଡକୁଆ ରିକ୍‌ମାଟା ଉଠିଗଲା। କଁା ଭଁା ଗଁାଗଁଲିରେ ଇ ରିକ୍‌ମା ବଁଚିଛେ। ହେଲେ ଇ ବିଗିଅଁାନ୍‌ ଆର୍‌ କାରିଗରି ଯୁଗେ ସୋସିଆଲ ମିଡିଆ ଡକୁଆ ଠାନ୍‌ ଆବ୍‌ରି ନେଇଥିବାର୍‌ ଦେଖ୍‌ବାକେ ମିଲୁଛେ। ଡକୁଆ ଏଖେଇ ଚୁଟେକେ ଶହ ଶହ ଲୋକ୍‌କଁ ଚେତେଇ ନେଲା ମିତାର୍‌ ସୋସିଆଲ୍‌ ମିଡିଆ ହଜାର ହଜାର ଲୋକ୍‌କୁ ସଚେତନ୍‌ କରୁଛେ। ଏଛେନ୍‌ କରୋନା ଭାଏରସ୍‌ ସଂକ୍ରମଣ ଲାଗି ପୁର୍‌ଥିବାସୀ ଅଚାବୁହା। ଇ ସମିଆଥି ଲୋକ୍‌କୁ ସଚେତନ୍‌ କର୍‌ବାରେ ସୋସିଆଲ ମିଡିଆ ବରକସ୍‌ ସହଯୋଗ କରୁଛେ। ଗଲା ରଏବାର ପ୍ରଧାନମନ୍ତ୍ରୀ ଡାକ୍‌ରା ଦେଇଥିବାର ଜନତା କରଫ୍ୟୁ ଗଁାଗଁଲିନୁ ସହରତକ୍‌ ସାଫୁଲ ହେବାର ଭିତରେ ଇ ସୋସିଆଲ୍‌ ମିଡିଆର୍‌ ଦେନ୍‌କେ ସହଁରାବାକେ ପଡବା। ଜୀବନ୍‌ ମରନ୍‌ର ସମିଆ ଲାଗି ଲୁକକଁର୍‌ ଭିତରେ ଦିନ୍‌କେ ଜାତୀୟତାର ଭାବ୍‌ ସୁରୁଷ୍‌ଟି ହେଇଥିଲା। ସୋସିଆଲ ମିଡିଆକେ ବେଭାର କରୁଥିବାର ସବୁ ଲୋକ୍‌ ଇତାକେ ଗାଁର ଡକୁଆ ଭାବେ କାମ୍‌ ନିପ୍‌ଟାଲେ ଗଁା ସଂଗେ ଦେଶ ସୁଧ୍‌ରିବା, ଇଥି ଟିକେ ବି ସଁଧେ ନଁାଇଁନ।


Enter your email to get our daily news in your inbox.

All Right Reserved By Dharitri.Com

ଟିଲୋ ସରକାରୀ ଉଚ୍ଚ ବିଦ୍ୟାଳୟର ସୁବର୍ଣ୍ଣଜୟନ୍ତୀ: ଯୋଗଦେଲେ ବାଚସ୍ପତି

ବନ୍ତ,୧୦।୪(କିଶୋର କୁମାର ସେଠୀ):ଭଦ୍ରକ ଜିଲା ବନ୍ତ ବ୍ଲକ ଟିଲୋ ସରକାରୀ ଉଚ୍ଚ ବିଦ୍ୟାଳୟ ପ୍ରତିଷ୍ଠାର ୫୦ ବର୍ଷ ପୂର୍ତ୍ତି ଅବସରରେ‘ସୁବର୍ଣ୍ଣ ଜୟନ୍ତୀ’ ମହାସମାରୋହରେ ଶୁକ୍ରବାର ପାଳିତ ହୋଇଯାଇଛି।…

ବହୁ ପ୍ରତୀକ୍ଷାର ଅନ୍ତ: ମୁଖ୍ୟମନ୍ତ୍ରୀଙ୍କ ଗସ୍ତ ପୂର୍ବରୁ ଖୋଲିଲା ଶାଳପଡ଼ା ଓଭରବ୍ରିଜ୍‌

ବଞ୍ଚୋ,୧୦ା୪(ପ୍ରଦୋଷ କୁମାର ବିଶ୍ୱାଳ): ଦୀର୍ଘଦିନର ପ୍ରତୀକ୍ଷା ପରେ ଶେଷରେ ଶାଳପଡ଼ା ଓଭରବ୍ରିଜ ଶୁକ୍ରବାର ସାଧାରଣ ଲୋକଙ୍କ ପାଇଁ ଖୋଲାଯାଇଛି। ମୁଖ୍ୟମନ୍ତ୍ରୀଙ୍କ ଆସନ୍ତା ୧୨ ତାରିଖର ଗସ୍ତକୁ ଦୃଷ୍ଟିରେ…

ହନୁମାନ ଜୟନ୍ତୀ ପାଇଁ ସମ୍ବଲପୁରରେ ସୁରକ୍ଷା କଡ଼ାକଡ଼ି: ଡଗ ସ୍କ୍ବାଡ ସହ ବୁଲୁଛି ପୋଲିସ

ସମ୍ବଲପୁର,୧୦।୪(ପ୍ରମୋଦ ବହିଦାର): ସମ୍ବଲପୁରରେ ଅନୁଷ୍ଠିତ ହେବାକୁ ଥିବା ହନୁମାନ ଜୟନ୍ତୀ ସହ ବାଇକ ରାଲି ପାଇଁ ପୋଲିସ ପ୍ରଶାସନ ପକ୍ଷରୁ ବ୍ୟାପକ ପ୍ରସ୍ତୁତି କରାଯାଇଛି। ସହରର ଶାନ୍ତିଶୃଙ୍ଖଳା…

ମନ୍ଦିରରୁ ଚୋରି କରୁଥିଲେ ଚୋର, ହଠାତ୍‌ ଶୁଭିଲା ଠାକୁରାଣୀଙ୍କ ପାଉଁଜି ଶବ୍ଦ, ଭୟରେ ଥରିଥରି ଏମିତି କହିଲେ…

ଭଦ୍ରକ,୧୦ା୪(ସନାତନ ରାଉତ):  ଭଦ୍ରକର ଅଧିଷ୍ଠାତ୍ରୀ ଦେବୀ ଭଦ୍ରକାଳୀ ମନ୍ଦିରର ହୁଣ୍ଡିରେ ଥିବା ଟଙ୍କା ରବିବାର ରାତିରେ ଚୋରି ହୋଇଥିଲା। ଏହି ଚୋରିରେ ସମ୍ପୃକ୍ତ ୨ଜଣ ଯୁବକଙ୍କୁ ଭଦ୍ରକ…

ପ୍ରେମରେ ପ୍ରତାରଣା ପାଇବା ପରେ ଟାଓ୍ବାର ଉପରକୁ ଚଢିଗଲେ ଯୁବକ, ତା’ପରେ ଘଟିଲା…

ଆନନ୍ଦପୁର,୧୦।୪(ସୁଶାନ୍ତ କୁମାର ସାହୁ ): ପ୍ରେମରେ ପ୍ରତାରଣା ପାଇବା ପରେ ଯୁବକ ୩୩ କେଭି ଟାୱାରରେ ଚଢି ଜୀବନ ହାରିବା ପାଇଁ ଚେଷ୍ଟା କରୁଥିବାବେଳେ ପୋଲିସ ପହଞ୍ଚି…

କଟାଗଲା ଗଛ, ଭଙ୍ଗାଯିବ ଘର, ଜବରଦଖଲକାରୀଙ୍କ ଚିନ୍ତା ବଢ଼ିଲା

ଧର୍ମଶାଳା,୧୦ା୪(ଶିବପ୍ରସାଦ ମହାନ୍ତି): ଯାଜପୁର ଜିଲା ଧର୍ମଶାଳା ବ୍ଲକ ଶାନ୍ତିବଜାରଠାରୁ କାଏମା ପର୍ଯ୍ୟନ୍ତ ଅଟକି ରହିଥିବା ପ୍ରଶସ୍ତିକରଣ କାର୍ଯ୍ୟ ଦୀର୍ଘ ୨୭ମାସ ପରେ ଆରମ୍ଭ ହୋଇଛି। ଏହାକୁ ଚାରି…

ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ; ଜୟନ୍ତୀ ପଢିଆରି-ମହେଶ ମହାନ୍ତିଙ୍କୁ ଗୁରୁତ୍ୱପୂର୍ଣ୍ଣ ଦାୟିତ୍ୱ, ଭଞ୍ଜନଗରରେ ଖୁସିର ଲହରୀ

ଭଞ୍ଜନଗର,୧୦।୪(ବାବୁଲା ପ୍ରଧାନ): ଭାଜପା ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ, ସ୍ଵତନ୍ତ୍ର ସ୍ଥାୟୀ ନିମନ୍ତ୍ରୀତ ସଦସ୍ୟ ଏବଂ ସ୍ୱତନ୍ତ୍ର ନିମନ୍ତ୍ରୀତ ସଦସ୍ୟ ତାଲିକା ଶୁକ୍ରବାର ଘୋଷଣା ହୋଇଛି । ଏଥିରେ…

ଘୋଡାହାଡ ନଦୀକୁ ଗାଧୋଇବାକୁ ଯାଇ ନିଖୋଜ ଥିଲେ ବୃଦ୍ଧ: ଆଜି ମିଳିଲା ମୃତଦେହ, କାନ୍ଦ ବୋବାଳିରେ ଫାଟି ପଡୁଛି ଗାଁ

ଦିଗପହଣ୍ଡି,୧୦।୪(ଅଶେଷ ନାଥ ମିଶ୍ର) : ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଳକ କଇଠଖଣ୍ଡି ଗ୍ରାମ ସାଉଁଟିଆ ସାହିର ହରି ସାହୁ(୮୧) ନାମକ ଜଣେ ବୃଦ୍ଧ ଗାଁ ନିକଟ ଘୋଡାହାଡ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri