ଠାକୁର, ଉନ୍ନୟନ କାର୍ଯ୍ୟ ନାଁରେ ଜଙ୍ଗଲ ଲୁଟ୍‌: ପଦା ହେବାରେ ଲାଗିଛି ନୟାଗଡ଼ ବନଖଣ୍ଡ

ନୟାଗଡ଼ ଅଫିସ, ୫ା୨(ଲୋକନାଥ ମିଶ୍ର): ଜଙ୍ଗଲ ଲୁଟିବାର ନୂଆ ତରିକା ଆପଣାଇଛନ୍ତି ଅସାଧୁ ବ୍ୟବସାୟୀ। ଠାକୁର ଓ ଉନ୍ନୟନ କାର୍ଯ୍ୟ ବାହାନାରେ ସେମାନେ ଜଙ୍ଗଲରୁ ଗଛ କାଟି ବ୍ୟବସାୟ ଚଳାଇଛନ୍ତି। ଫଳରେ ନୟାଗଡ଼ ବନଖଣ୍ଡର ବିଭିନ୍ନ ଜଙ୍ଗଲ ପଦା ହେବାରେ ଲାଗିଛି। କିଛି ସ୍ଥାନରେ ବ୍ୟକ୍ତିଗତ ସ୍ବାର୍ଥ, ପୋଡୁ ଚାଷ ଯୋଗୁ ଜଙ୍ଗଲ ନଷ୍ଟ ହେଉଛି। ଏହା ଉପରେ ଲଗାମ ଲାଗିପାରୁନି। ଅଧିକାଂଶ ସ୍ଥଳେ ଜମି ଆମର ନୁହେଁ ଦର୍ଶାଇ ବନ ବିଭାଗ ଚୁପ୍‌ ରହୁଛି। ଆଉ କିଛି ସ୍ଥାନରେ ତଦନ୍ତ ନାଁରେ ଗଛକଟା ଫାଇଲ ଶୀତଳଭଣ୍ଡାରକୁ ଚାଲିଯାଉଛି। କାଁ ଭାଁ ବନ କର୍ମଚାରୀଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ହେଉଛି। କିନ୍ତୁ ଗଛ କାଟୁଥିବା ବ୍ୟକ୍ତିମାନେ ସହଜରେ ଖସିଯାଉଛନ୍ତି। ଚୁଲି ଚାନ୍ଦା ଓ ପାଳି କରି ଜଙ୍ଗଲ ସୁରକ୍ଷା କରାଯାଉଥିବା ଜିଲାରେ ଜଙ୍ଗଲ ପଦା ହେବା ଏକ ଖରାପ ବାର୍ତ୍ତା ଦେଉଛି।
ଲେମନ ଗ୍ରାସ୍‌ ଚାଷ ପାଇଁ ଉଜୁଡିଗଲା ୪୦ ଏକର
ଆଦିବାସୀ ଅଧ୍ୟୁଷିତ ଦଶପଲ୍ଲା ବ୍ଲକର ପୋଖରୀଗୋଛା ଅଞ୍ଚଳରେ କିଛିମାସ ତଳେ ପ୍ରାୟ ୪୦ ଏକର ଜଙ୍ଗଲରୁ ଶାଳ, ଶାଗୁଆନ, ପିଆଶାଳ, କୁରୁମ, ଅସନ, ଧଉରା, କେନ୍ଦୁ ଆଦି ପ୍ରଜାତିର ଗଛ କାଟି ନିଆଗଲା। ଏମ୍‌ଜିଏନ୍‌ଆର୍‌ଇଜିଏସ୍‌ରେ ୩୩ ଲକ୍ଷ ଟଙ୍କାର ଲେମନ୍‌ ଗ୍ରାସ୍‌ ପ୍ଲାଣ୍ଟେଶନ୍‌ ପାଁଇ ବନ ବିଭାଗର ବିନା ଅନୁମତିରେ କୋଟି କୋଟି ଟଙ୍କାର ମୂଲ୍ୟବାନ ଗଛ କଟାଯାଇଥିବା ଅଭିଯୋଗ ହୋଇଥିଲା। ଏ ନେଇ ଖବର ପ୍ରକାଶ ପାଇବା ପରେ ବନ ବିଭାଗ ଓ ତହସିଲ ପକ୍ଷରୁ ଖୋଳତାଡ କରାଯାଇଥିଲା। ଏପରି କି ଜିଲାପାଳ ଡା. ପୋମା ଟୁଡୁ ଗଛ କଟାଯାଇଥିବା ସ୍ଥାନ ଅନୁଧ୍ୟାନ କରିଥିଲେ। ଅନିୟମିତତା ପ୍ରମାଣ ପରେ ବି ନାହିଁ କାର୍ଯ୍ୟାନୁଷ୍ଠାନ। କିଛି ରାଜନେତାଙ୍କ ପ୍ରରୋଚନାରେ ମାମଲା ଚପିଯାଇଥିବା କୁହାଯାଉଛି।
କ୍ରଶର ପାଇଁ ଜଙ୍ଗଲ ନଷ୍ଟ
ଖଣ୍ଡପଡ଼ା ବ୍ଲକ ସିଙ୍ଗିପୁର ନିକଟ ପାହାଡରୁ ପଥର ଆଣି ମହୀପୁର ବନାଞ୍ଚଳ ମହିତମା ସେକ୍ସନ ସିକ୍ରୀଡା ପଞ୍ଚାୟତର ଏକ କ୍ରଶରରେ ମେଟାଲ, ଚିପ୍ସ କରାଯାଉଥିଲା। କଞ୍ଚାମାଲ ଆସିବାରେ ଜଙ୍ଗଲ ପ୍ରତିବନ୍ଧକ ସାଜୁଥିଲା। ଏଥିପାଇଁ କ୍ରଶର ଥିବା ସ୍ଥାନରୁ ସିଙ୍ଗିପୁର ପର୍ଯ୍ୟନ୍ତ ଜଙ୍ଗଲ ପଦା କରାଗଲା। କଟାଯାଇଥିବା ଗଛଗୁଡିକ ବିକ୍ରି କରାଗଲା । ବାଟରେ ଥିବା ବଡ ବଡ ପଥର କ୍ରଶରକୁ ଗଲା। ପରେ ବନ ବିଭାଗ ରାଜସ୍ବ ବିଭାଗର ଜମି କହି ଚୁପ ହୋଇଗଲା। ଅନ୍ୟପକ୍ଷେ ଜାଣି ନ ଥିବା କହି ରାଜସ୍ବ ବିଭାଗ ମଧ୍ୟ ନୀରବ ରହିଲା। ଜାଣିବା ପରେ ବି ତାଗିଦ୍‌ରେ ଅଟକିଗଲା କାର୍ଯ୍ୟାନୁଷ୍ଠାନ। ଜଣେ ଲୋକର କ୍ରଶର ପାଇଁ ୩ରୁ ୪ଏକର ଜଙ୍ଗଲ ଉଜୁଡିଗଲା।
ଚାପରେ ପୋଲିସ
ଓଡଗାଁ ରେଞ୍ଜ ବାହାଡାଝୋଲା ସେକ୍ସନ ମକରାପଲ୍ଲୀ ସଂରକ୍ଷିତ ଜଙ୍ଗଲରୁ ୩ଟି ଟ୍ରାକ୍ଟରରେ ଶାଳଗଣ୍ଡି ଲୁଟ୍‌ ହେଉଥିଲା। ବାହାଡାଝୋଲା ବନପାଳ ଉକ୍ତ କାଠ ଜବତ କରିବା ସହ ୩ ଚାଳକ ଓ ୩ ହେଲପରଙ୍କୁ କାବୁ କରିଥିଲେ। ତେବେ ଓଡଗାଁ ପୋଲିସ ଉପସ୍ଥିତିରେ ବନ୍ଧାଭୂମି ନିକଟରେ କିଛି ଲୋକ ବନ କର୍ମଚାରୀଙ୍କୁ ଅଟକ ରଖି ଗାଡି ସହ କାଠ ନେଇଯାଇଥିଲେ। ଗାଁରେ ଅଷ୍ଟପ୍ରହର ପାଇଁ ଏହି କାଠ ନେଉଥିବା ଲୋକେ ସଫେଇ ଦେଇଥିଲେ। ଘଟଣାସ୍ଥଳରେ ନୟାଗଡ଼ ଡିଏଫଓ, ଓଡଗାଁ ରେଞ୍ଜର ଉପସ୍ଥିତ ଥିଲେ ମଧ୍ୟ କିଛି କରିପାରି ନ ଥିଲେ। ଏ ନେଇ ଓଡଗାଁ ଥାନାରେ ବନ ବିଭାଗ ତରଫରୁ ଅଭିଯୋଗ ହୋଇଥିଲା। ଅତୀତରେ ଓଡଗାଁ ବନପାଳ ଓ ବାହାଡାଝୋଲା ବନପାଳଙ୍କୁ ମରଣାନ୍ତକ ଆକ୍ରମଣ ଘଟଣାରେ ପୋଲିସ ଏଯାବତ ହାତବାନ୍ଧି ବସିଥିବାରୁ ବନ୍ଧାଭୂମି କାଠ ଲୁଟ୍‌ରେ ସମ୍ପୃକ୍ତ ଅଭିଯୁକ୍ତ ଗିରଫ ହେବା ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଥିଲା। କାରଣ ପୋଲିସ ଚାପରେ ଥିବା କୁହାଯାଉଥିଲା। ଶେଷରେ ଏହି ଘଟଣାରେ ପୋଲିସ ମୁଖ୍ୟ ଅଭିଯୁକ୍ତଙ୍କୁ ଗିରଫ କରିଥିବା ଜଣାପଡିଛି।


Enter your email to get our daily news in your inbox.

All Right Reserved By Dharitri.Com

ଦୁର୍ଘଟଣାରେ ଭାଜପା ନେତାଙ୍କ ପରଲୋକ

ଭଞ୍ଜନଗର,୨୧।୧୨(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ବାର ଆସୋସିଏଶନ ଯୁବ ଆଇନଜୀବୀ ତଥା ଭାଜପା ନେତା ଅରୁଣ ପ୍ରଧାନଙ୍କ ରବିବାର ରାତିରେ ତାରସିଂ ଥାନା ଅନ୍ତର୍ଗତ...

ଖସଡ଼ା ଜଳପ୍ରପାତକୁ ସଫା କରି ସମାଜକୁ ଦେଲେ ନିଆରା ବାର୍ତ୍ତା, ପର୍ଯ୍ୟଟନସ୍ଥଳୀର ସୁରକ୍ଷା ନିମନ୍ତେ ଅଣ୍ଟା ଭିଡ଼ିଲେ….

ମୋହନା,୨୧/୧୨( ମନ୍ମଥ ମିଶ୍ର ): ନୂଆବର୍ଷ ପାଖେଇ ଆସୁଥିବା ବେଳେ ଦିନକୁ ଦିନ ବଣଭୋଜି ପାଇଁ ବିଭିନ୍ନ ଦର୍ଶନୀୟ ସ୍ଥାନରେ ଜନ ସମାଗମ ଦେଖିବାକୁ ମିଳୁଛି...

ଭଞ୍ଜନଗରରେ ୩ଟି ଦୁର୍ଘଟଣା, ଜଣେ ମୃତ ୨ ଗୁରୁତର

ଭଞ୍ଜନଗର,୨୧/୧୨(ବାବୁଲା ପ୍ରଧାନ)-ଗଞ୍ଜାମ ଜିଲା ଭଞ୍ଜନଗର ଥାନା ଅଞ୍ଚଳରେ ରବିବାର ଅପରାହ୍ନରେ ଦୁଇଟି ଦୁର୍ଘଟଣା ଘଟିଛି। ଏଥିସହ ଶନିବାର ବିଳମ୍ବିତ ରାତିରେ ତାରସିଂ ଥାନା ଅଞ୍ଚଳରେ ଆଉ...

ବଡ଼ଦିନ ପୂର୍ବରୁ ଅଘଟଣ, ନାଳକୁ ଲୁଗା ସଫା କରିବାକୁ ଯାଇଥିବା ବେଳେ ସାପ କାମୁଡ଼ାରେ ମହିଳାଙ୍କ ମୃତ୍ୟୁ

ଗଜପତି୨୧/୧୨ (ଗିରିଧାରୀ ପରିଛା): ନଦୀକୁ ଲୁଗାପଟା ସଫା କରିବାକୁ ଯାଇ ସାପ କାମୁଡ଼ାରେ ଜଣେ ମହିଳାଙ୍କ ମୃତ୍ୟୁ ଘଟିଛି । ଆଜି ଏମିତି ଏକ ହୃଦୟ...

ଅଜଣା ଗାଡି ଧକ୍କାରେ ୨ ମୃତ, କ୍ଷତିପୂରଣ ଦାବିରେ ହରଡଖୋଲରେ ଏନଏଚ ଅବରୋଧ

ସୋନପୁର,୨୧/୧୨(ମୃତ୍ୟୁଞ୍ଜୟ ଶତପଥୀ): ସୋନପୁର ଥାନା ଅଧିନସ୍ଥ ୫୭ ନମ୍ବର ଜାତୀୟ ରାଜପଥର ହରଡ଼ଖୋଲ୍ ନିକଟରେ ରବିବାର ସନ୍ଧ୍ୟା ୬ଟାରେ ଏକ ମର୍ମନ୍ତୁଦ ସଡ଼କ ଦୁ୍ର୍ଘଟଣା ଘଟିଛି...

୫୦ ଫୁଟ ତଳକୁ ଖସିଲା ପିକନିକ୍ ବସ୍, ଜଣେ ମୃତ ୪ ଗୁରୁତର

ପାତ୍ରପୁର ୨୧/୧୨(ଉମା ଚରଣ ନେପାକ): ଗଞ୍ଜାମ ଜିଲା ଜରଡା ଥାନା ଅନ୍ତର୍ଗତ ବୁରାତାଲ୍ ପଞ୍ଚାୟତ ସାପୁଆଖତ ଠାରେ ବ୍ରହ୍ମପୁର ଏକ ଘୋରଇ ସ୍କୁଲ୍ ବସ ଦୁର୍ଘଟଣା...

ମୁହାଁମୁହିଁ ଧକ୍କା ହେଲା ବୋଲେରୋ-କାର୍, ରାସ୍ତାରେ ଦେଖାଗଲା…

ବଲାଙ୍ଗିର,୨୧/୧୨ (ସୁନିଲ ମହାନ୍ତି): ବଲାଙ୍ଗିର ସହର ସଦର ବ୍ଳକ ଛକ ନିକଟରେ ଏକ ବୋଲେରୋ ଓ କାର୍ ମୁହାଁ ମୁହଁ ଧକ୍କା ହୋଇଥଲା । ଦୁଇ...

୨ଜଣଙ୍କୁ ଧକ୍କା ଦେଇ ଚାଲିଯାଇଥିଲା ଡାଲା ଅଟୋ, ଚିକିତ୍ସିତ ଅବସ୍ଥାରେ ଚାଲିଗଲା ଜଣକର ଜୀବନ

ଦିଗପହଣ୍ଡି, ୨୧|୧୨(ଅଶେଷ ନାଥ ମିଶ୍ର): ଦିଗପହଣ୍ଡି ଥାନା  ଝାଟିପିଟିଆ ଗ୍ରାମ ହରିଜନ ସାହି ନିକଟ ମୁଖ୍ୟରାସ୍ତା ରେ ଘଟିଥିବା ଦୁର୍ଘଟଣାରେ ଗୁରୁତର ଆହତ ଯୁବକଙ୍କ ମୃତ୍ୟୁ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri