ଠାକୁର, ଉନ୍ନୟନ କାର୍ଯ୍ୟ ନାଁରେ ଜଙ୍ଗଲ ଲୁଟ୍‌: ପଦା ହେବାରେ ଲାଗିଛି ନୟାଗଡ଼ ବନଖଣ୍ଡ

ନୟାଗଡ଼ ଅଫିସ, ୫ା୨(ଲୋକନାଥ ମିଶ୍ର): ଜଙ୍ଗଲ ଲୁଟିବାର ନୂଆ ତରିକା ଆପଣାଇଛନ୍ତି ଅସାଧୁ ବ୍ୟବସାୟୀ। ଠାକୁର ଓ ଉନ୍ନୟନ କାର୍ଯ୍ୟ ବାହାନାରେ ସେମାନେ ଜଙ୍ଗଲରୁ ଗଛ କାଟି ବ୍ୟବସାୟ ଚଳାଇଛନ୍ତି। ଫଳରେ ନୟାଗଡ଼ ବନଖଣ୍ଡର ବିଭିନ୍ନ ଜଙ୍ଗଲ ପଦା ହେବାରେ ଲାଗିଛି। କିଛି ସ୍ଥାନରେ ବ୍ୟକ୍ତିଗତ ସ୍ବାର୍ଥ, ପୋଡୁ ଚାଷ ଯୋଗୁ ଜଙ୍ଗଲ ନଷ୍ଟ ହେଉଛି। ଏହା ଉପରେ ଲଗାମ ଲାଗିପାରୁନି। ଅଧିକାଂଶ ସ୍ଥଳେ ଜମି ଆମର ନୁହେଁ ଦର୍ଶାଇ ବନ ବିଭାଗ ଚୁପ୍‌ ରହୁଛି। ଆଉ କିଛି ସ୍ଥାନରେ ତଦନ୍ତ ନାଁରେ ଗଛକଟା ଫାଇଲ ଶୀତଳଭଣ୍ଡାରକୁ ଚାଲିଯାଉଛି। କାଁ ଭାଁ ବନ କର୍ମଚାରୀଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ହେଉଛି। କିନ୍ତୁ ଗଛ କାଟୁଥିବା ବ୍ୟକ୍ତିମାନେ ସହଜରେ ଖସିଯାଉଛନ୍ତି। ଚୁଲି ଚାନ୍ଦା ଓ ପାଳି କରି ଜଙ୍ଗଲ ସୁରକ୍ଷା କରାଯାଉଥିବା ଜିଲାରେ ଜଙ୍ଗଲ ପଦା ହେବା ଏକ ଖରାପ ବାର୍ତ୍ତା ଦେଉଛି।
ଲେମନ ଗ୍ରାସ୍‌ ଚାଷ ପାଇଁ ଉଜୁଡିଗଲା ୪୦ ଏକର
ଆଦିବାସୀ ଅଧ୍ୟୁଷିତ ଦଶପଲ୍ଲା ବ୍ଲକର ପୋଖରୀଗୋଛା ଅଞ୍ଚଳରେ କିଛିମାସ ତଳେ ପ୍ରାୟ ୪୦ ଏକର ଜଙ୍ଗଲରୁ ଶାଳ, ଶାଗୁଆନ, ପିଆଶାଳ, କୁରୁମ, ଅସନ, ଧଉରା, କେନ୍ଦୁ ଆଦି ପ୍ରଜାତିର ଗଛ କାଟି ନିଆଗଲା। ଏମ୍‌ଜିଏନ୍‌ଆର୍‌ଇଜିଏସ୍‌ରେ ୩୩ ଲକ୍ଷ ଟଙ୍କାର ଲେମନ୍‌ ଗ୍ରାସ୍‌ ପ୍ଲାଣ୍ଟେଶନ୍‌ ପାଁଇ ବନ ବିଭାଗର ବିନା ଅନୁମତିରେ କୋଟି କୋଟି ଟଙ୍କାର ମୂଲ୍ୟବାନ ଗଛ କଟାଯାଇଥିବା ଅଭିଯୋଗ ହୋଇଥିଲା। ଏ ନେଇ ଖବର ପ୍ରକାଶ ପାଇବା ପରେ ବନ ବିଭାଗ ଓ ତହସିଲ ପକ୍ଷରୁ ଖୋଳତାଡ କରାଯାଇଥିଲା। ଏପରି କି ଜିଲାପାଳ ଡା. ପୋମା ଟୁଡୁ ଗଛ କଟାଯାଇଥିବା ସ୍ଥାନ ଅନୁଧ୍ୟାନ କରିଥିଲେ। ଅନିୟମିତତା ପ୍ରମାଣ ପରେ ବି ନାହିଁ କାର୍ଯ୍ୟାନୁଷ୍ଠାନ। କିଛି ରାଜନେତାଙ୍କ ପ୍ରରୋଚନାରେ ମାମଲା ଚପିଯାଇଥିବା କୁହାଯାଉଛି।
କ୍ରଶର ପାଇଁ ଜଙ୍ଗଲ ନଷ୍ଟ
ଖଣ୍ଡପଡ଼ା ବ୍ଲକ ସିଙ୍ଗିପୁର ନିକଟ ପାହାଡରୁ ପଥର ଆଣି ମହୀପୁର ବନାଞ୍ଚଳ ମହିତମା ସେକ୍ସନ ସିକ୍ରୀଡା ପଞ୍ଚାୟତର ଏକ କ୍ରଶରରେ ମେଟାଲ, ଚିପ୍ସ କରାଯାଉଥିଲା। କଞ୍ଚାମାଲ ଆସିବାରେ ଜଙ୍ଗଲ ପ୍ରତିବନ୍ଧକ ସାଜୁଥିଲା। ଏଥିପାଇଁ କ୍ରଶର ଥିବା ସ୍ଥାନରୁ ସିଙ୍ଗିପୁର ପର୍ଯ୍ୟନ୍ତ ଜଙ୍ଗଲ ପଦା କରାଗଲା। କଟାଯାଇଥିବା ଗଛଗୁଡିକ ବିକ୍ରି କରାଗଲା । ବାଟରେ ଥିବା ବଡ ବଡ ପଥର କ୍ରଶରକୁ ଗଲା। ପରେ ବନ ବିଭାଗ ରାଜସ୍ବ ବିଭାଗର ଜମି କହି ଚୁପ ହୋଇଗଲା। ଅନ୍ୟପକ୍ଷେ ଜାଣି ନ ଥିବା କହି ରାଜସ୍ବ ବିଭାଗ ମଧ୍ୟ ନୀରବ ରହିଲା। ଜାଣିବା ପରେ ବି ତାଗିଦ୍‌ରେ ଅଟକିଗଲା କାର୍ଯ୍ୟାନୁଷ୍ଠାନ। ଜଣେ ଲୋକର କ୍ରଶର ପାଇଁ ୩ରୁ ୪ଏକର ଜଙ୍ଗଲ ଉଜୁଡିଗଲା।
ଚାପରେ ପୋଲିସ
ଓଡଗାଁ ରେଞ୍ଜ ବାହାଡାଝୋଲା ସେକ୍ସନ ମକରାପଲ୍ଲୀ ସଂରକ୍ଷିତ ଜଙ୍ଗଲରୁ ୩ଟି ଟ୍ରାକ୍ଟରରେ ଶାଳଗଣ୍ଡି ଲୁଟ୍‌ ହେଉଥିଲା। ବାହାଡାଝୋଲା ବନପାଳ ଉକ୍ତ କାଠ ଜବତ କରିବା ସହ ୩ ଚାଳକ ଓ ୩ ହେଲପରଙ୍କୁ କାବୁ କରିଥିଲେ। ତେବେ ଓଡଗାଁ ପୋଲିସ ଉପସ୍ଥିତିରେ ବନ୍ଧାଭୂମି ନିକଟରେ କିଛି ଲୋକ ବନ କର୍ମଚାରୀଙ୍କୁ ଅଟକ ରଖି ଗାଡି ସହ କାଠ ନେଇଯାଇଥିଲେ। ଗାଁରେ ଅଷ୍ଟପ୍ରହର ପାଇଁ ଏହି କାଠ ନେଉଥିବା ଲୋକେ ସଫେଇ ଦେଇଥିଲେ। ଘଟଣାସ୍ଥଳରେ ନୟାଗଡ଼ ଡିଏଫଓ, ଓଡଗାଁ ରେଞ୍ଜର ଉପସ୍ଥିତ ଥିଲେ ମଧ୍ୟ କିଛି କରିପାରି ନ ଥିଲେ। ଏ ନେଇ ଓଡଗାଁ ଥାନାରେ ବନ ବିଭାଗ ତରଫରୁ ଅଭିଯୋଗ ହୋଇଥିଲା। ଅତୀତରେ ଓଡଗାଁ ବନପାଳ ଓ ବାହାଡାଝୋଲା ବନପାଳଙ୍କୁ ମରଣାନ୍ତକ ଆକ୍ରମଣ ଘଟଣାରେ ପୋଲିସ ଏଯାବତ ହାତବାନ୍ଧି ବସିଥିବାରୁ ବନ୍ଧାଭୂମି କାଠ ଲୁଟ୍‌ରେ ସମ୍ପୃକ୍ତ ଅଭିଯୁକ୍ତ ଗିରଫ ହେବା ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଥିଲା। କାରଣ ପୋଲିସ ଚାପରେ ଥିବା କୁହାଯାଉଥିଲା। ଶେଷରେ ଏହି ଘଟଣାରେ ପୋଲିସ ମୁଖ୍ୟ ଅଭିଯୁକ୍ତଙ୍କୁ ଗିରଫ କରିଥିବା ଜଣାପଡିଛି।


Enter your email to get our daily news in your inbox.

All Right Reserved By Dharitri.Com

କାର-ବାଇକ୍‌ ମୁହାଁମୁହିଁ ଧକ୍କା: ସ୍ବାମୀ, ସ୍ତ୍ରୀ ଗୁରୁତର

ବଲାଙ୍ଗୀର,୫।୪(ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ଜିଲା କୁଶଙ୍ଗ-ନର୍ଲାକଟା ନିକଟରେ ରବିବାର ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। କାର-ବାଇକ୍‌ ମଧ୍ୟରେ ମୁହାଁମୁହିଁ ଧକ୍କା ହେବାରୁ ବାଇକ୍‌ରେ ଥିବା…

କୋଟିଆରେ ପୁଣି ପସିଲେ ଆନ୍ଧ୍ର ଅଧିକାରୀ

ପଟ୍ଟାଙ୍ଗି,୫ା୪(ଶରତ କୁମାର ଧଳ): କୋରାପୁଟ ଜିଲା ପଟ୍ଟାଙ୍ଗି ବ୍ଲକ ଅଧୀନ କୋଟିଆ ପଞ୍ଚାୟତରେ ଦୀର୍ଘ ଦିନର ବ୍ୟବଧାନ ପରେ ପୁଣି ଆନ୍ଧ୍ର ପ୍ରଦେଶ ସରକାରୀ ତଥା ପଦାଧିକାରୀ…

‘ତାମ୍ପରା ତରଙ୍ଗିଣୀ’ର ମଜା ଉଠାଇଲେ ପର୍ଯ୍ୟଟକ

ଛତ୍ରପୁର,୫ା୪(ଦିଲୀପ ସାମଲ): ଛତ୍ରପୁର ନିକଟ ତାମ୍ପରା ହ୍ରଦକୁ ରାଜ୍ୟ ଏବଂ ରାଜ୍ୟ ବାହାରୁ ପର୍ଯ୍ୟଟକ ଆସିଥାନ୍ତି। ପର୍ଯ୍ୟଟକଙ୍କୁ ଆହୁରି ଆକୃଷ୍ଟ କରିବା ଲାଗି ଜିଲା ପ୍ରଶାସନ ପକ୍ଷରୁ…

ଘରେ ଆଶ୍ରୟ ଦେଲେନି ପୁଅ

ପାରଳାଖେମୁଣ୍ଡି,୫ା୪(ଗିରିଧାରୀ ପରିଛା): ଘରେ ରଖେଇ ଦେଲେନି। ପ୍ରାୟ ୨୦ ଦିନ ହେଲା ମା’ ଝିଅ ଦୋକାନ ବାରଣ୍ଡାରେ ଆଶ୍ରୟ ନେଇଛୁ। ଏଇଠି ରୋଷେଇ କରି ଖାଉଛୁ। ପ୍ରବଳ…

ଝଡ଼ତୋଫାନ ସାଙ୍ଗକୁ କୁଆପଥର ବର୍ଷା: ବଜ୍ରପାତ ନେଲା ମଇଁଷି ଜୀବନ

ଦିଗପହଣ୍ଡି,୫।୪(ଅଶେଷ ନାଥ ମିଶ୍ର) ଦିଗପହଣ୍ଡି ସହର ସମେତ ଆଖପାଖ ଅଞ୍ଚଳରେ ରବିବାର କାଳ ବୈଶାଖୀ ପ୍ରଭାବରେ ଝଡ଼ତୋଫାନ ବଜ୍ରପାତ ସାଙ୍ଗକୁ କୁଆପଥର ବର୍ଷା ଯୋଗୁଁ ଜନଜୀବନ ଅସ୍ତବ୍ୟସ୍ତ…

ପଞ୍ଜଲ ଜଙ୍ଗଲରେ ଲାଗିଲା ନିଆଁ

ନନ୍ଦପୁର, ୫ା୪ (ତୁଷାର କାନ୍ତ ମହାନ୍ତି) କୋରାପୁଟ ଜିଲା ସେମିଳିଗୁଡ଼ା ବନଖଣ୍ଡ ଏବଂ ନନ୍ଦପୁର ବନପାଳ କ୍ଷେତ୍ର ଟିକରପଡ଼ା ପଞ୍ଚାୟତ ପଞ୍ଜଲ ଗ୍ରାମ ପାର୍ଶ୍ୱ ଜଙ୍ଗଲରେ ନିଆଁ…

ଝଡତୋଫାନ, ବଜ୍ରପାତରେ ନେଲା ଜୀବନ

ପାତ୍ରପୁର,୫।୦(ଉମା ଚରଣ ନେପାକ): କାଳବୈଶାଖୀ ପ୍ରଭାବରେ ରବିବାର ଅପରାହ୍ନରେ ଗଞ୍ଜାମ ଜିଲା ପାତ୍ରପୁର ବ୍ଳକର ବିଭିନ୍ନ ସ୍ଥାନରେ ଝଡତୋଫାନ ସହ କୁଆପଥର ବର୍ଷା ହୋଇଛି। ଏପରିକି ବଜ୍ରପାତ…

ଦଶମ ଶ୍ରେଣୀ ଛାତ୍ରୀଙ୍କୁ ଅପହରଣ ପରେ ବଳାତ୍କାର: ବନ୍ଧା ହେଲେ ଅଭିଯୁକ୍ତ

ଦିଗପହଣ୍ଡି,୫।୪(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ଅଧୀନ ୧୫ ବର୍ଷୀୟା ଜଣେ ଦଶମ ଶ୍ରେଣୀ ଛାତ୍ରୀଙ୍କୁ ଅପହରଣ ଏବଂ ବଳାତ୍କାର ମାମଲାରେ ସମ୍ପୃକ୍ତ ଅଭିଯୁକ୍ତ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri