Posted inଖେଳ

ଟ୍ୟାକ୍ସି ଡ୍ରାଇଭରରୁ ଗ୍ରାଣ୍ଡସ୍ଲାମ ଓି୍ବନିଙ୍ଗ୍‌ କୋଚ୍‌

ମେଲ୍‌ବୋର୍ନ,୩।୨(ଏଏଫ୍‌ପି)- ଏକଦା ନ୍ୟୁୟର୍କରେ ଟ୍ୟାକ୍ସି ଡ୍ରାଇଭର ଭାବେ କାର୍ଯ୍ୟ କରୁଥିବା ଆଲେକ୍ସ କେନିନ୍‌ ଏବେ ଗ୍ରାଣ୍ଡସ୍ଲାମ ଓ୍ବିନିଙ୍ଗ୍‌ କୋଚ୍‌ ଭାବେ ବିବେଚିତ ହୋଇଛନ୍ତି। ଅଷ୍ଟ୍ରେଲିଆନ ଓପନ୍‌ ମହିଳା ଚାମ୍ପିୟନ ସୋଫିଆ କେନିନ୍‌ଙ୍କ ପିତା ଆଲେକ୍ସ ଏବେ ସମସ୍ତଙ୍କ ଦୃଷ୍ଟି ଆକର୍ଷଣ କରିଛନ୍ତି। ଇଂଲିଶ୍‌ କହିପାରୁ ନ ଥିବା ଆଲେକ୍ସ କେଉଁଠାକୁ ଯିବେ ତାହା ମଧ୍ୟ କହିପାରନ୍ତି ନାହିଁ। ଟେନିସ୍‌ରେ କୌଣସି ଜ୍ଞାନ ନ ଥିବା ସତ୍ତ୍ୱେ ସେ ଜଣେ ଗ୍ରାଣ୍ଡସ୍ଲାମ ଚାମ୍ପିୟନଙ୍କୁ କୋଚିଂ ଦେଉଛନ୍ତି।
ରୁଷିଆରେ ଜନ୍ମଗ୍ରହଣ କରିଥିବା ଆଲେକ୍ସ ଝିଅ କେନିନ୍‌ଙ୍କୁ ପ୍ରଥମେ ଟେନିସ୍‌ ଶିଖାଇଥିଲେ ଏବଂ ତାଙ୍କୁ ଗାଇଡ୍‌ କରିଥିଲେ ଓ ଜଣେ ଚାମ୍ପିୟନ ହେବାର ସବୁ ରଣକୌଶଳ ମଧ୍ୟ ବତାଇଥିଲେ। ଯାହାଫଳରେ କେନିନ୍‌ ଶନିବାର ଅଷ୍ଟ୍ରେଲିଆନ ଓପନ୍‌ ଟାଇଟଲ ଜିତିବାରେ ସକ୍ଷମ ହୋଇଛନ୍ତି। ଟେନିସ୍‌ରେ ଜ୍ଞାନ ନ ଥିଲେ ମଧ୍ୟ ବାପା ଟେନିସ୍‌ ଖେଳିବାକୁ ଉତ୍ସାହିତ କରିଥିଲେ ବୋଲି ସୋଫିଆ କୁହନ୍ତି। ଦେଖି ଦେଖି ଶିଖିଥିଲି। ଅନ୍ୟ କୋଚ୍‌ମାନେ କିପରି ସେମାନଙ୍କ ଖେଳାଳିଙ୍କୁ ପ୍ରଶିକ୍ଷଣ ଦେଉଛନ୍ତି ତାହା ବାପା ନିଜେ ଶିକ୍ଷା କରିଥିଲେ। ଧୀରେ ଧୀରେ ସେ ଉନ୍ନତ ଯୋଜନା ଓ ରଣକୌଶଳ ଶିଖାଇବାରେ ସିଦ୍ଧହସ୍ତ ହୋଇଥିଲେ। କେନିନ୍‌ଙ୍କ ସଫଳତା ପଛରେ ତାଙ୍କ ବାପାଙ୍କର ପ୍ରଚ୍ଛନ୍ନ ହାତ ରହିଛି। ତେଣୁ ସେ ମଧ୍ୟ ବାପାଙ୍କୁ ଶ୍ରେୟ ଦେବାକୁ ପଛାଇନାହାନ୍ତି। ଅଷ୍ଟ୍ରେଲିଆନ ଓପନ୍‌ ଜିତିବା ପାଇଁ କେନିନ୍‌ କୋକୋ ଗୋଫ୍‌, ୧ ନମ୍ବର ଖେଳାଳି ଆଶ୍‌ଲେ ବାର୍ଟି ଓ ଫାଇନାଲରେ ଗର୍ବାଇନ ମୁଗୁରୁଜାଙ୍କୁ ହରାଇଥିଲେ। ବାପାଙ୍କ ରଣନୀତି ଅନୁସାରେ ଖେଳି କେନିନ୍‌ ଶେଷରେ ବାଜି ମାରିଥିଲେ।
ପୂର୍ବରୁ ମଧ୍ୟ ଅନ୍ୟ କେତେଜଣ ପିତା ସେମାନଙ୍କ ସନ୍ତାନଙ୍କୁ ସଫଳ ଖେଳାଳି ବନାଇବାରେ ଉଲ୍ଲେଖନୀୟ ଭୂମିକା ଗ୍ରହଣ କରିଛନ୍ତି। ସେମାନଙ୍କ ମଧ୍ୟରେ ରହିଛନ୍ତି ଭେନସ୍‌ ଓ ସେରେନା ଓ୍ବିଲିୟମ୍ସଙ୍କ ପିତା ରିଚାର୍ଡ ଓ୍ବିଲିୟମ୍ସ, ଆନ୍ଦ୍ରେ ଆଗାସିଙ୍କ ପିତା ମାଇକ୍‌, ମାରିଆ ସାରାପୋଭାଙ୍କ ପିତା ୟୁରି ସାରାପୋଭା। ଅନ୍ୟ ପିତାଙ୍କଠାରୁ ଆଲେକ୍ସ ପୂରା ଭିନ୍ନ। ସେ କେନିନ୍‌ଙ୍କୁ ବେଶି ସ୍ନେହ କରୁଥିଲେ। ସେ ବହୁତ ସକାରାତ୍ମକ କଥା ଶିଖାଉଥିଲେ। ସେ ମୋ ପାଇଁ କଠିନ ପରିଶ୍ରମ କରିଛନ୍ତି। ତେଣୁ ସେ ତାଙ୍କ ପାଖରେ ଚିରଋଣୀ ବୋଲି କେନିନ୍‌ କହିଛନ୍ତି।
୧୯୮୭ରେ ଆଲେକ୍ସ ସ୍ତ୍ରୀ ଲିନାଙ୍କ ସହ ମାତ୍ର କେତେଶହ ଡଲାର ସହ ନ୍ୟୁୟର୍କରେ ପହଞ୍ଚିଥିଲେ। ଆମେରିକାରେ ରହିବାର ସ୍ବପ୍ନ ନେଇ ସେ ରୁଷିଆରୁ ଆସିଥିଲେ। ରାତିରେ ସେ ଟ୍ୟାକ୍ସି ଚଳାଉଥିଲେ ଏବଂ ଦିନରେ ଇଂଲିଶ ଓ କମ୍ପ୍ୟୁଟର ସ୍କୁଲକୁ ଯାଉଥିଲେ। ଏହି ସମୟ ବେଶ୍‌ କଷ୍ଟକର ଥିଲା ବୋଲି ଆଲେକ୍ସ କୁହନ୍ତି। ସେତେବେଳେ ସେ ଇଂଲିଶ କହିପାରୁ ନ ଥିଲେ କି ବୁଝିପାରୁ ନ ଥିଲେ ବୋଲି ଆଲେକ୍ସ କୁହାନ୍ତି। ଡେଙ୍ଗା ନ ଥିବାରୁ ଲୋକେ ମୋତେ ଅଣଦେଖା କରୁଥିବା କଥା କେନିନ୍‌ କହିଛନ୍ତି।
କେନିନ୍‌ ୨୦୧୪ ଯୁବ ଅଲିମ୍ପିକ୍ସରେ ଆମେରିକା ପାଇଁ ପ୍ରତିନିଧିତ୍ୱ କରିଥିଲେ। ୟୁଏସ୍‌ ଓପନ୍‌ରେ ସେ ଓ୍ବାଇଲ୍ଡ କାର୍ଡ ଭାବେ ଗ୍ରାଣ୍ଡସ୍ଲାମ ଡେବ୍ୟୁ କରିଥିଲେ। ଗତବର୍ଷ ୩ଟି ସିଙ୍ଗଲ୍ସ ଟାଇଟଲ ଜିତିବା ପରେ ସେ ବିଶ୍ୱ ର଼୍ୟାଙ୍କିଙ୍ଗ୍‌ର ଦ୍ୱାଦଶ ସ୍ଥାନକୁ ଉଠିଥିଲେ। ସେ ଅଷ୍ଟ୍ରେଲିଆନ ଓପନ୍‌ ଜିତିବେ ବୋଲି କେହି କଳ୍ପନା କରି ନ ଥିଲେ। ତେବେ ଶେଷରେ ଆମର ସ୍ବପ୍ନ ସତ ହୋଇଥିଲା। ବାପାଙ୍କ ଆଶୀର୍ବାଦରୁ ଆଗକୁ ଏହି ସଫଳତା ଜାରି ରହିବ ବୋଲି କେନିନ୍‌ ଆଶା ପ୍ରକାଶ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ସମ୍ପର୍କୀୟଙ୍କ ସହ ଘରୁ ବାହାରିଥିଲେ, ଗଛରେ ପିଟି ହୋଇ ଚାଲିଗଲା ଯୁବକଙ୍କ ଜୀବନ; ଏଯାଏ ମିଳୁନି…

ଭବାନୀପାଟଣା,୧୭।୨(ଉତ୍ତମ କୁମାର ଦାଶ)-କଳାହାଣ୍ଡି ଜିଲା ଜୁନାଗଡ଼ ଥାନା ଅନ୍ତର୍ଗତ ଜାରିଙ୍ଗ ଛକ ନିକଟରେ ମଙ୍ଗଳବାର ରାତି ପାୟ ସାଢ଼େ ୮ ଟାରେ ଗଛରେ ପିଟି ହୋଇ ଜଣେ…

ଗ୍ୟାସ ସିଲିଣ୍ଡର ଖୋଲି ଘରେ ନିଆଁ ଲଗାଇଦେଲେ ସ୍ବାମୀ, ଥାନାରେ ପହଞ୍ଚିଲେ ସ୍ତ୍ରୀ; ଗିରଫ ପରେ ଜେଲ…

ଦିଗପହଣ୍ଡି,୧୭|୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ୭ ନଂ ୱାର୍ଡ ବଜାର ସାହି ଗୁଣ୍ଡିଚା ଛକ ରେ ରହୁଥିବା ଏ.ରାଜୁଙ୍କୁ ମଙ୍ଗଳବାର ପୋଲିସ ଗିରଫ କରି…

ପାକିସ୍ତାନ ପାଇଁ BCCI ସହିବ କ୍ଷତି! ଭାରତରୁ ଛଡ଼ାଇ ନିଆଯାଇପାରେ ବଡ଼ ଟୁର୍ଣ୍ଣାମେଣ୍ଟ

ନୂଆଦିଲ୍ଲୀ,୧୭।୨: କ୍ରିକେଟ୍ ପ୍ରେମୀଙ୍କ ପାଇଁ ଏକ ଚିନ୍ତାଜନକ ଖବର। ଭାରତ ଓ ପାକିସ୍ତାନ ମଧ୍ୟରେ ଲାଗି ରହିଥିବା ସୀମା ବିବାଦର ପ୍ରଭାବ ଏବେ କ୍ରିକେଟ୍ ମୈଦାନ ଉପରେ…

ଦୁଇ ଦିନ ପରେ ଦେଇଥାନ୍ତେ ମାଟ୍ରିକ୍‌ ପରୀକ୍ଷା, ବାଇକ୍‌ ସହ ଦୁର୍ଘଟଣା ପରେ ଟ୍ରାକ୍ଟର ଚାପି ଦେବାରୁ ଚାଲିଗଲା ଛାତ୍ରଙ୍କ ଜୀବନ

ରାୟଗଡ଼ା,୧୭।୨(ଆଶିଷ ରଞ୍ଜନ ପଣ୍ଡା)- ରାୟଗଡ଼ା ସହରରେ ଚିନ୍ତାଜନକ ହୋଇପଡ଼ିଛି ଟ୍ରାଫିକ ସମସ୍ୟା । ସହର ଦେଇ ଯାଇଥିବା ୩୨୬ନଂ ଜାତୀୟ ରାଜପଥ କଡ଼ରେ ବେଆଇନ ପାର୍କିଂ ଯୋଗୁ…

ବ୍ରହ୍ମପୁର-ରେଢ଼ାଖୋଲ ରେଳ ପ୍ରକଳ୍ପ: ୩୩୨ କିମି ହେବ ରେଳ ଲାଇନ୍‌, ଅର୍ଥ ଅନୁମୋଦନ କେବେ…?

ଭଞ୍ଜନଗର,୧୭।୨(ବାବୁଲା ପ୍ରଧାନ)- ସରକାର ପରେ ସରକାର ବଦଳୁଛି, କିନ୍ତୁ ବ୍ରହ୍ମପୁର ଭାୟା ଭଞ୍ଜନଗର, ଫୁଲବାଣୀ ରେଢ଼ାଖୋଲ ରେଳ ପ୍ରକଳ୍ପ ଅଗ୍ରଗତି ହୋଇପାରୁନାହିଁ। କନ୍ଧମାଳ ଜିଲାବାସୀଙ୍କ ପାଇଁ ରେଳ…

କଲେଜ ଯାଇଥିବା ବେଳେ ଛାତ୍ରୀଙ୍କୁ ଅପହରଣ କରି ୫ ଦିନ ଧରି ବଳାତ୍କାର, ଜେଲ ହାଜତକୁ ଗଲେ …

ଦିଗପହଣ୍ଡି,୧୭।୨(ଅଶେଷ  ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ଅଞ୍ଚଳର ଏକ କଲେଜରେ ଯୁକ୍ତ ୨ ଦିତୀୟ ବର୍ଷ କଳା ଶ୍ରେଣୀରେ ପଢୁଥିବା ୧୭ ବର୍ଷର ଛାତ୍ରୀଙ୍କୁ ଅପହରଣ…

‘ମୁଖ୍ୟମନ୍ତ୍ରୀ ମୋ ସାନ ଭାଇ, ବିଜେଡି ଫେରିବା ଆଶା ନାହିଁ’- ସନାତନ ମହାକୁଡ଼

ଭୁବନେଶ୍ୱର,୧୭l୨: ବିଜୁ ଜନତା ଦଳ (ବିଜେଡି) ରୁ ନିଲମ୍ବିତ ହେବା ପରେ ପ୍ରଥମ ଥର ପାଇଁ ମୁହଁ ଖୋଲିଛନ୍ତି ଚମ୍ପୁଆ ବିଧାୟକ ସନାତନ ମହାକୁଡ଼। ଦଳରୁ ନିଲମ୍ବନ…

ଦୁର୍ବ୍ୟବହାର ଅଭିଯୋଗ ଆଣିଥିଲେ ଅତିରିକ୍ତ ତହସିଲଦାର, ଆଖି ବୁଜିଲେ ବିଷ ପିଇଥିବା ଚିକିଟି ପିଇଓ 

ଚିକିଟି,୧୭।୨(ପ୍ରକାଶ ଚନ୍ଦ୍ର ସାହୁ): ଚିକିଟି ଅତିରିକ୍ତ ତହସିଲଦାରଙ୍କ ଦ୍ୱାରା ଦୁର୍ବ୍ୟବହାର କରିଥିବା ଅଭିଯୋଗ ଆସିବା ପରେ ଗଞ୍ଜାମ ଜିଲା ରାମଚନ୍ଦ୍ରପୁର ପଞ୍ଚାୟତ କାର୍ଯ୍ୟନିର୍ବାହୀ ଅଧିକାରୀ(ପିଇଓ) ଦଣ୍ଡପାଣି ପାତ୍ର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri