Posted inଖେଳ

ଟ୍ୟାକ୍ସି ଡ୍ରାଇଭରରୁ ଗ୍ରାଣ୍ଡସ୍ଲାମ ଓି୍ବନିଙ୍ଗ୍‌ କୋଚ୍‌

ମେଲ୍‌ବୋର୍ନ,୩।୨(ଏଏଫ୍‌ପି)- ଏକଦା ନ୍ୟୁୟର୍କରେ ଟ୍ୟାକ୍ସି ଡ୍ରାଇଭର ଭାବେ କାର୍ଯ୍ୟ କରୁଥିବା ଆଲେକ୍ସ କେନିନ୍‌ ଏବେ ଗ୍ରାଣ୍ଡସ୍ଲାମ ଓ୍ବିନିଙ୍ଗ୍‌ କୋଚ୍‌ ଭାବେ ବିବେଚିତ ହୋଇଛନ୍ତି। ଅଷ୍ଟ୍ରେଲିଆନ ଓପନ୍‌ ମହିଳା ଚାମ୍ପିୟନ ସୋଫିଆ କେନିନ୍‌ଙ୍କ ପିତା ଆଲେକ୍ସ ଏବେ ସମସ୍ତଙ୍କ ଦୃଷ୍ଟି ଆକର୍ଷଣ କରିଛନ୍ତି। ଇଂଲିଶ୍‌ କହିପାରୁ ନ ଥିବା ଆଲେକ୍ସ କେଉଁଠାକୁ ଯିବେ ତାହା ମଧ୍ୟ କହିପାରନ୍ତି ନାହିଁ। ଟେନିସ୍‌ରେ କୌଣସି ଜ୍ଞାନ ନ ଥିବା ସତ୍ତ୍ୱେ ସେ ଜଣେ ଗ୍ରାଣ୍ଡସ୍ଲାମ ଚାମ୍ପିୟନଙ୍କୁ କୋଚିଂ ଦେଉଛନ୍ତି।
ରୁଷିଆରେ ଜନ୍ମଗ୍ରହଣ କରିଥିବା ଆଲେକ୍ସ ଝିଅ କେନିନ୍‌ଙ୍କୁ ପ୍ରଥମେ ଟେନିସ୍‌ ଶିଖାଇଥିଲେ ଏବଂ ତାଙ୍କୁ ଗାଇଡ୍‌ କରିଥିଲେ ଓ ଜଣେ ଚାମ୍ପିୟନ ହେବାର ସବୁ ରଣକୌଶଳ ମଧ୍ୟ ବତାଇଥିଲେ। ଯାହାଫଳରେ କେନିନ୍‌ ଶନିବାର ଅଷ୍ଟ୍ରେଲିଆନ ଓପନ୍‌ ଟାଇଟଲ ଜିତିବାରେ ସକ୍ଷମ ହୋଇଛନ୍ତି। ଟେନିସ୍‌ରେ ଜ୍ଞାନ ନ ଥିଲେ ମଧ୍ୟ ବାପା ଟେନିସ୍‌ ଖେଳିବାକୁ ଉତ୍ସାହିତ କରିଥିଲେ ବୋଲି ସୋଫିଆ କୁହନ୍ତି। ଦେଖି ଦେଖି ଶିଖିଥିଲି। ଅନ୍ୟ କୋଚ୍‌ମାନେ କିପରି ସେମାନଙ୍କ ଖେଳାଳିଙ୍କୁ ପ୍ରଶିକ୍ଷଣ ଦେଉଛନ୍ତି ତାହା ବାପା ନିଜେ ଶିକ୍ଷା କରିଥିଲେ। ଧୀରେ ଧୀରେ ସେ ଉନ୍ନତ ଯୋଜନା ଓ ରଣକୌଶଳ ଶିଖାଇବାରେ ସିଦ୍ଧହସ୍ତ ହୋଇଥିଲେ। କେନିନ୍‌ଙ୍କ ସଫଳତା ପଛରେ ତାଙ୍କ ବାପାଙ୍କର ପ୍ରଚ୍ଛନ୍ନ ହାତ ରହିଛି। ତେଣୁ ସେ ମଧ୍ୟ ବାପାଙ୍କୁ ଶ୍ରେୟ ଦେବାକୁ ପଛାଇନାହାନ୍ତି। ଅଷ୍ଟ୍ରେଲିଆନ ଓପନ୍‌ ଜିତିବା ପାଇଁ କେନିନ୍‌ କୋକୋ ଗୋଫ୍‌, ୧ ନମ୍ବର ଖେଳାଳି ଆଶ୍‌ଲେ ବାର୍ଟି ଓ ଫାଇନାଲରେ ଗର୍ବାଇନ ମୁଗୁରୁଜାଙ୍କୁ ହରାଇଥିଲେ। ବାପାଙ୍କ ରଣନୀତି ଅନୁସାରେ ଖେଳି କେନିନ୍‌ ଶେଷରେ ବାଜି ମାରିଥିଲେ।
ପୂର୍ବରୁ ମଧ୍ୟ ଅନ୍ୟ କେତେଜଣ ପିତା ସେମାନଙ୍କ ସନ୍ତାନଙ୍କୁ ସଫଳ ଖେଳାଳି ବନାଇବାରେ ଉଲ୍ଲେଖନୀୟ ଭୂମିକା ଗ୍ରହଣ କରିଛନ୍ତି। ସେମାନଙ୍କ ମଧ୍ୟରେ ରହିଛନ୍ତି ଭେନସ୍‌ ଓ ସେରେନା ଓ୍ବିଲିୟମ୍ସଙ୍କ ପିତା ରିଚାର୍ଡ ଓ୍ବିଲିୟମ୍ସ, ଆନ୍ଦ୍ରେ ଆଗାସିଙ୍କ ପିତା ମାଇକ୍‌, ମାରିଆ ସାରାପୋଭାଙ୍କ ପିତା ୟୁରି ସାରାପୋଭା। ଅନ୍ୟ ପିତାଙ୍କଠାରୁ ଆଲେକ୍ସ ପୂରା ଭିନ୍ନ। ସେ କେନିନ୍‌ଙ୍କୁ ବେଶି ସ୍ନେହ କରୁଥିଲେ। ସେ ବହୁତ ସକାରାତ୍ମକ କଥା ଶିଖାଉଥିଲେ। ସେ ମୋ ପାଇଁ କଠିନ ପରିଶ୍ରମ କରିଛନ୍ତି। ତେଣୁ ସେ ତାଙ୍କ ପାଖରେ ଚିରଋଣୀ ବୋଲି କେନିନ୍‌ କହିଛନ୍ତି।
୧୯୮୭ରେ ଆଲେକ୍ସ ସ୍ତ୍ରୀ ଲିନାଙ୍କ ସହ ମାତ୍ର କେତେଶହ ଡଲାର ସହ ନ୍ୟୁୟର୍କରେ ପହଞ୍ଚିଥିଲେ। ଆମେରିକାରେ ରହିବାର ସ୍ବପ୍ନ ନେଇ ସେ ରୁଷିଆରୁ ଆସିଥିଲେ। ରାତିରେ ସେ ଟ୍ୟାକ୍ସି ଚଳାଉଥିଲେ ଏବଂ ଦିନରେ ଇଂଲିଶ ଓ କମ୍ପ୍ୟୁଟର ସ୍କୁଲକୁ ଯାଉଥିଲେ। ଏହି ସମୟ ବେଶ୍‌ କଷ୍ଟକର ଥିଲା ବୋଲି ଆଲେକ୍ସ କୁହନ୍ତି। ସେତେବେଳେ ସେ ଇଂଲିଶ କହିପାରୁ ନ ଥିଲେ କି ବୁଝିପାରୁ ନ ଥିଲେ ବୋଲି ଆଲେକ୍ସ କୁହାନ୍ତି। ଡେଙ୍ଗା ନ ଥିବାରୁ ଲୋକେ ମୋତେ ଅଣଦେଖା କରୁଥିବା କଥା କେନିନ୍‌ କହିଛନ୍ତି।
କେନିନ୍‌ ୨୦୧୪ ଯୁବ ଅଲିମ୍ପିକ୍ସରେ ଆମେରିକା ପାଇଁ ପ୍ରତିନିଧିତ୍ୱ କରିଥିଲେ। ୟୁଏସ୍‌ ଓପନ୍‌ରେ ସେ ଓ୍ବାଇଲ୍ଡ କାର୍ଡ ଭାବେ ଗ୍ରାଣ୍ଡସ୍ଲାମ ଡେବ୍ୟୁ କରିଥିଲେ। ଗତବର୍ଷ ୩ଟି ସିଙ୍ଗଲ୍ସ ଟାଇଟଲ ଜିତିବା ପରେ ସେ ବିଶ୍ୱ ର଼୍ୟାଙ୍କିଙ୍ଗ୍‌ର ଦ୍ୱାଦଶ ସ୍ଥାନକୁ ଉଠିଥିଲେ। ସେ ଅଷ୍ଟ୍ରେଲିଆନ ଓପନ୍‌ ଜିତିବେ ବୋଲି କେହି କଳ୍ପନା କରି ନ ଥିଲେ। ତେବେ ଶେଷରେ ଆମର ସ୍ବପ୍ନ ସତ ହୋଇଥିଲା। ବାପାଙ୍କ ଆଶୀର୍ବାଦରୁ ଆଗକୁ ଏହି ସଫଳତା ଜାରି ରହିବ ବୋଲି କେନିନ୍‌ ଆଶା ପ୍ରକାଶ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ମୋଦିଙ୍କୁ ନେଇ ଏମିତି କହିଦେଲେ ଟ୍ରମ୍ପ: ବିଶ୍ୱରେ ପଡ଼ିଗଲା ଚହଳ

ଓ୍ବାଶିଂଟନ୍‌,୧୭।୧୨: ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ପ୍ରଶଂସା କରିଛନ୍ତି। ସେ ପ୍ରଧାନମନ୍ତ୍ରୀ ମୋଦିଙ୍କୁ ତାଙ୍କର ‘ମହାନ ବନ୍ଧୁ’ ଭାବରେ ବର୍ଣ୍ଣନା କରିଛନ୍ତି।...

ଗାଁ ମଝିରେ ଛିଡ଼ିଲା ବିଦ୍ୟୁତ ତାର: ଅଳ୍ପକେ ବର୍ତ୍ତିଲେ ଜେଜେ ମା’-ନାତି

ଗଞ୍ଜାମ,୧୭।୧୨(ବିଦ୍ୟାଧର ସାହୁ): ଗଞ୍ଜାମ ବ୍ଲକ ଅନ୍ତର୍ଗତ ପାଳିବନ୍ଧ ପଞ୍ଚାୟତ ଲକ୍ଷ୍ମୀପୁର ଗାଁରେ ବୁଧବାର ସକାଳେ ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଥିଲା। ଗାଁ ମଝିରେ ରାସ୍ତା...

ଓଡ଼ିଶାରେ ୨ ଦିନ ପାଇଁ ୟେଲୋ ଓ୍ବାର୍ନିଂ: ହୋଇଯାନ୍ତୁ ସତର୍କ

ଭୁବନେଶ୍ୱର,୧୭।୧୨(ଅନୁରାଧା ମହାରଣା):ରାଜ୍ୟରେ ଗତ କିଛିଦିନ ଧରି ଶୀତ ଲହରୀ ଜାରି ରହିଛି। ଆଭ୍ୟନ୍ତରୀଣ ଓଡ଼ିଶାର ସୁନ୍ଦରଗଡ଼, କୋରାପୁଟ ଏବଂ କନ୍ଧମାଳର ଗୋଟିଏ କିମ୍ବା ଦୁଇଟି ସ୍ଥାନରେ...

ଆଜି ଦେଶବ୍ୟାପୀ ବିକ୍ଷୋଭ: ମହାତ୍ମା ଗାନ୍ଧୀଙ୍କ ଫଟୋ ଧରି…

ନୂଆଦିଲ୍ଲୀ,୧୭ା୧୨(ପି.ଟି.):ଏମ୍‌ଜିଏନ୍‌ଆର୍‌ଇଜିଏ ନାଁ ବଦଳାଇବା ପାଇଁ କେନ୍ଦ୍ର ସରକାର ଆଣିଥିବା ଭିବି-ଜି ରାମ ଜି ବିଲ୍‌ ବିରୋଧରେ କଂଗ୍ରେସ ବୁଧବାର ଦେଶବ୍ୟାପୀ ବିକ୍ଷୋଭ କରିବାକୁ ଘୋଷଣା କରିଛି।...

ସ୍ବିଫ୍ଟ କାର୍‌ରେ ପାର୍ଟନର୍‌ଙ୍କୁ ବସାଇ ଜଙ୍ଗଲକୁ ନେଲେ ବୟଫ୍ରେଣ୍ଡ: ଆଉ ତା’ପରେ କଲେ ଏମିତି କାଣ୍ଡ

ଲକ୍ଷ୍ନୌ,୧୭ା୧୨:ଉତ୍ତରପ୍ରଦେଶରେ ଏକ ବୀଭତ୍ସ ହତ୍ୟା ଘଟଣା ଘଟିଛି। ଜଣେ ଟ୍ୟାକ୍ସି ଡ୍ରାଇଭର ତାଙ୍କ ସ୍ତ୍ରୀ ଉମା(୩୦)ଙ୍କୁ ହତ୍ୟା କରିବା ପରେ ମୃତଦେହକୁ ଜଙ୍ଗଲ ମଧ୍ୟରେ ଫିଙ୍ଗିଦେଇଥିଲେ।...

କମ୍ୟୁନିଟି ସେଣ୍ଟର ସ୍ଥାନାନ୍ତର ଉଦ୍ୟମକୁ ବିରୋଧ: ବିରୋଧ କଲା ଜିଲା ଆଦିବାସୀ କଲ୍ୟାଣ ସଂଘ

ଅମରପାଲି,୧୭/୧୨(ପୀତାମ୍ବର ସାହୁ): ସୁବର୍ଣ୍ଣପୁର ଜିଲା ବୀରମହାରାଜପୁର ବ୍ଲକ ଅନ୍ତର୍ଗତ ବହଲପଦର ପଞ୍ଚାୟତର ହୋତାପାଲି ( ସୁରଧାପାଲି) ଠାରେ ନିର୍ମାଣ ହେବାକୁ ଥିବା ଏକ କମ୍ୟୁନିଟି ସେଣ୍ଟର...

୧୨ ଘଣ୍ଟିଆ ଦେବଗଡ଼ ବନ୍ଦ: ଆନ୍ଦୋଳନକାରୀଙ୍କୁ ଉଠାଇନେଲା ପୋଲିସ…

ଦେବଗଡ,୧୭।୧୨(ଶଶାଙ୍କ ଶେଖର ଝାଙ୍କର): ଦେବଗଡ଼ ପୁରୁଣା ଡାକ୍ତରଖାନାରେ ୨୪ ଘଣ୍ଟିଆ ସ୍ବାସ୍ଥ୍ୟସେବା ଦାବିରେ ବନ୍ଦ ଡାକରା ଦେଇଛି ଜିଲା ମହିଳା ଏକତା ମଞ୍ଚ। ସକାଳ ୬ରୁ...

୮ ଦିନ ମଧ୍ୟରେ କିଡନୀ ରୋଗରେ ୩ ଜଣଙ୍କ ମୃତ୍ୟୁ ଘଟଣା: ରକ୍ତ, ପାନୀୟ ଜଳ ନମୁନା ସଂଗ୍ରହ

ଅମରପାଲି,୧୭ା୧୨(ପୀତାମ୍ବର ସାହୁ):ସୁବର୍ଣ୍ଣପୁର ଜିଲଶ ବୀରମହାରାଜପୁର ବ୍ଲକର ଉପାନ୍ତ ଅଞ୍ଚଳରେ କିଡ଼ନୀ ରୋଗରେ ୮ ଦିନ ମଧ୍ୟରେ ୩ ଜଣଙ୍କ ମୃତ୍ୟୁ ଘଟିଥିଲା। ଏନେଇ ଧରିତ୍ରୀରେ ଖବର...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri