ଟ୍ରଲର ଉପରେ କଟୁଛି ଦିନ

ଢେଙ୍କାନାଳ ଅଫିସ, ୨୯।୩ – ଗାଡ଼ି ଗଡ଼ିଲେ ପେଟକୁ ଦିମୁଠା ମିଳେ। ପରିବାର ଚଳେ। ଗାଡ଼ି ବନ୍ଦ ତ ଦାନାପାଣି ସବୁ ବନ୍ଦ। ପରିବାରକୁ ପଛକରି ସେମାନେ ଚାଲିଆସନ୍ତି। କେତେବେଳେ ପୁଣି ଫେରିବେ କିଛି ଠିକ୍‌ ଠିକଣା ନ ଥାଏ।
ଏମିତି ଧରାବନ୍ଧା ଜୀବନ। ହେଲେ କରୋନା ଏହାକୁ ବି ବିଗାଡ଼ି ଦେଇଛି, ଯାହାକୁ ନେଇ ଚିନ୍ତାରେ ହଜାର ହଜାର ଡ୍ରାଇଭର ଏବଂ ସେମାନଙ୍କୁ ସହଯୋଗ କରୁଥିବା ହେଲ୍‌ପର। ଲକ୍‌ଡାଉନ ଯୋଗୁ ବିଭିନ୍ନ ସ୍ଥାନରେ ଅଟକି ରହିଛନ୍ତି ସେମାନେ। କେବେ କଟକଣା ହଟିବ ଆଉ ସେମାନେ ଘରକୁ ବାହୁଡ଼ିବେ ଏବେ ସେହି କଥା ସେମାନଙ୍କୁ ବ୍ୟତିବ୍ୟସ୍ତ କରୁଛି।
ଲକ୍‌ଡାଉନ୍‌ ଘୋଷଣା ହେବାପରେ ଢେଙ୍କାନାଳ ସହର ନିକଟ ୫୫ନଂ. ଜାତୀୟ ରାଜପଥର ଗୁଣ୍ଡିଚାପଡ଼ା ନିକଟରେ ୪ଦିନ ହେଲା ୩୦ରୁ ଊର୍ଦ୍ଧ୍ୱ ଟ୍ରଲର ଚାଳକ ଏବଂ ହେଲ୍‌ପର ଫସି ରହିଛନ୍ତି। ବିହାର, ଉତ୍ତରପ୍ରଦେଶ, ମହାରାଷ୍ଟ୍ରରୁ ସମ୍ପୃକ୍ତ ଡ୍ରାଇଭରମାନେ ବିଭିନ୍ନ ସଂସ୍ଥାର ମାଲ୍‌ ଓଡ଼ିଶାରେ ପହଞ୍ଚାଇଥାନ୍ତି। ସେହିପରି ଫେରିବା ସମୟରେ ପାରାଦୀପରୁ ମାଲ୍‌ ଉଠାଇଥାନ୍ତି। ସମ୍ପୃକ୍ତ ଡ୍ରାଇଭରମାନେ ଖାଲିଗାଡ଼ି ନେଇ ପାରାଦୀପ ଯାଉଥିବାବେଳେ ଗୁଣ୍ଡିଚାପଡ଼ା ନିକଟରେ ଲକ୍‌ଡାଉନ ନିର୍ଦ୍ଦେଶନାମା ଜାରି ହୋଇଥିଲା। ଫଳରେ ସେମାନେ ସେଠାରେ ଅଟକି ରହିଛନ୍ତି। ଡ୍ରାଇଭରମାନେ କହିଛନ୍ତି, ଢେଙ୍କାନାଳ ସୀମା ପୂର୍ବରୁ ରାସ୍ତାରେ ସେମାନଙ୍କୁ କେତେଜଣ ଯୁବକ ଅଟକାଇଥିଲେ। ବାହାର ରାଜ୍ୟରୁ ଆସିଥିବା କହି ଗାଡ଼ିର କାଚ ଭଙ୍ଗାରୁଜା କରିଥିଲେ। ଏ ନେଇ ସେମାନେ ଟ୍ରାନ୍ସପୋର୍ଟ ସଂସ୍ଥା କର୍ତ୍ତୃପକ୍ଷଙ୍କ ଦୃଷ୍ଟି ଆକର୍ଷଣ କରିଛନ୍ତି। ତେବେ କଟକଣା ନ ହଟିବା ଯାଏ ସେମାନେ ଯେଉଁଠି ଅଛନ୍ତି ସେଠାରେ ରହିବାକୁ ଟ୍ରାନ୍ସପୋର୍ଟ ସଂସ୍ଥା କର୍ତ୍ତୃପକ୍ଷ ପରାମର୍ଶ ଦେଇଛନ୍ତି। ନିଜପାଖରେ ଥିବା ଟଙ୍କା ସରି ସରି ଆଣିଲାଣି। ଅଟକିଥିବା ସ୍ଥାନରୁ ୨ କିମି ବାଟ ଚାଲି ଚାଲି ଯାଇ ଗ୍ରସେରି ସାମଗ୍ରୀ ଆଣିବାକୁ ପଡୁଛି। ୪ଦିନ ହେଲା ଟ୍ରେଲର ଉପରେ ରୋଷେଇ, ଖାଇବା, ଶୋଇବା ସବୁକିଛି ଚାଲିଛି ବୋଲି ସେମାନେ କହିଛନ୍ତି।
ଏ ସଂକ୍ରାନ୍ତରେ ବିହାରର ଡ୍ରାଇଭର ପୁରୁଷୋତ୍ତମ କୁହନ୍ତ, ୩୦ ଜଣ ଚାଳକ ଏବଂ ହେଲ୍‌ପର ରାସ୍ତାରେ ଅଟକି ରହିଛୁ। ପରିବାର ଲୋକଙ୍କ କଥା ବେଶି ମନେ ପଡୁଛି। ସେମାନଙ୍କ ସହ ଫୋନ୍‌ରେ ଯୋଗାଯୋଗ କରିଛୁ। ସେମାନେ ବି ଆମମାନଙ୍କ ପାଇଁ ବ୍ୟସ୍ତ ହେଉଛନ୍ତି। ମାଲିକଙ୍କ ସହ ଯୋଗାଯୋଗ କରିବା ପରେ ଗାଡ଼ି ଛାଡ଼ିଦେଇ ପ୍ରଶାସନର ଅନୁମତି ନେଇ ଭଡ଼ା ଗାଡ଼ିରେ ପଳାଇ ଆସିବାକୁ ପରାମର୍ଶ ଦେଇଥିବା ପୁରୁଷୋତ୍ତମ କହିଛନ୍ତି। ଜିଲାପାଳ ଭୂମେଶ ଚନ୍ଦ୍ର ବେହେରା କୁହନ୍ତି, ଫସି ରହିଥିବା ଡ୍ରାଇଭର ଏବଂ ହେଲ୍‌ପର ଚାହିଁଲେ ପ୍ରଶାସନ ପକ୍ଷରୁ ସେମାନଙ୍କ ରହିବା ଖାଇବା ବ୍ୟବସ୍ଥା କରାଯିବ। ଏ ନେଇ ସେମାନଙ୍କ ସହ ଆଲୋଚନା କରି ଯାହା କିଛି ପଦକ୍ଷେପ ନିଆଯିବ।


Enter your email to get our daily news in your inbox.

All Right Reserved By Dharitri.Com

କେନ୍ଦୁଝରରେ ବ୍ୟାଡମିଣ୍ଟନ ଟୁର୍ନାମେଣ୍ଟ

କେନ୍ଦୁଝର,୬।୯(ନରେଶ ଚନ୍ଦ୍ର ପଟ୍ଟନାୟକ): ଜିଲା ପ୍ରଶାସନର ଅଧିକାରୀ ଓ କର୍ମଚାରୀମାନଙ୍କ ମଧ୍ୟରେ କ୍ରୀଡ଼ା ମନୋଭାବ, ସହଯୋଗିତା ଏବଂ ସୁସ୍ଥ କାର୍ଯ୍ୟ ପରିବେଶ ସୃଷ୍ଟି କରିବା ଉଦ୍ଦେଶ୍ୟରେ କେନ୍ଦୁଝର…

ବ୍ଲକ ସଂଯୋଜକ ନିଯୁକ୍ତି ପ୍ରକ୍ରିୟାରେ ଅନିୟମିତତା ଅଭିଯୋଗ, ଆବେଦନକାରୀଙ୍କୁ ମିଳିନି ପରୀକ୍ଷା ସୂଚନା

ବରଗଡ଼/ଅତାବିରା,୬।୯(ପ୍ରେମାନନ୍ଦ ଖମାରୀ/ଯୁଧିଷ୍ଠିର ମହାପାତ୍ର): ରାଜ୍ୟ ସରକାରଙ୍କ ମିଶନ ଶକ୍ତି ବିଭାଗ ଏବଂ ସେଣ୍ଟର ଫର୍‌ ରିସର୍ଚ୍ଚ ଇନ୍‌ ସ୍କିମ୍‌ ଏଣ୍ଡ୍‌ ପଲିସିଜ୍‌(ସିଆରଆଇଏସପି)ର ମିଳିତ ପ୍ରକଳ୍ପ ବ୍ଲେସ୍‌(ବିଲଡ଼ିଂ ଲାଇଭହୁଡସ୍‌…

ପାଟଣା କଲେଜରେ ୬କୋଟିରୁ ଉର୍ଦ୍ଧ୍ବ ଟଙ୍କା ହେରଫେର ଅଭିଯୋଗ, ଭିଜିଲାନ୍ସ ତଦନ୍ତ ଦାବି

ପାଟଣା,୬।୯(ବୀରକିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ବ୍ଲକ୍‌ ମୁଖ୍ୟାଳୟସ୍ଥିତ ସର୍ବ ପ୍ରଥମ ୪୪ବର୍ଷ ଆଞ୍ଚଳିକ ମହାବିଦ୍ୟାଳୟ, ସ୍ବାମପାଟଣାରେ ୬ କୋଟି ୬୦ଲକ୍ଷରୁ ଊର୍ଦ୍ଧ୍ୱ ଟଙ୍କା ହେରଫେର ଅଭିଯୋଗ…

ପୋଲିସକୁ କାହିଁକି ଡାକିଲୁ…. ସ୍ତ୍ରୀଙ୍କୁ ହତ୍ୟା ଉଦ୍ୟମ, ବନ୍ଧାହେଲେ ସ୍ବାମୀ

ଦିଗପହଣ୍ଡି,୬।୯(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ କଂସାମାରି ଗ୍ରାମ ଢେପ ସାହିର ଟି.ବିଜୟ ଦୋରା ତାଙ୍କ ସ୍ତ୍ରୀ ଟି.ଲିଲି ଦୋରାଙ୍କୁ ମରଣାନ୍ତକ ମାଡ଼ ମାରି…

ପୌର ନିର୍ବାଚନ ପାଇଁ ଦିଗପହଣ୍ଡି ବିଜେଡିର ସଜବାଜ, ପ୍ରତି ୱାର୍ଡରେ ଗଠନ ହେବ ଦଳୀୟ କମିଟି

ଦିଗପହଣ୍ଡି,୬।୯(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ସହର ଉପକଣ୍ଠ କମାପଡିଆ ସ୍ଥିତ ଶ୍ରୀ ନୀଳକଣ୍ଠେଶ୍ଵର ଶୈବ ପୀଠ ପ୍ରାଙ୍ଗଣରେ ଦିଗପହଣ୍ଡି ନଗର ବିଜୁ ଜନତା ଦଳ…

ଚଳନ୍ତା କାର୍‌ରେ ନିଆଁ

ଝାରସୁଗୁଡ଼ା,୬।୯(ଆଶିଷ ରଞ୍ଜନ ଦାଶ): ଝାରସୁଗୁଡ଼ା ସହରର ମୁଖ୍ୟ ରାସ୍ତା ମନମୋହନ ସ୍କୁଲ ନିକଟରେ ରବିବାର ସନ୍ଧ୍ୟାରେ ଏକ ଚଳନ୍ତା କାରରେ ହଠାତ୍‌ ନିଆଁ ଲାଗିଯାଇଥିଲା। ଦେଖୁ ଦେଖୁ…

ବାହାରିଲା ମା’ ମାଣିକେଶ୍ୱରୀଙ୍କ ନବାନ୍ନ ଲଗ୍ନ, ଏହିଦିନ ନୂଆଁ ଖାଇବେ ଗଡ଼ଜାତବାସୀ

ଭବାନୀପାଟଣା,୬ା୯(ଉତ୍ତମ କୁମାର ଦାଶ): ନୂଆଁଖାଇ ପାଇଁ ସଜବାଜ ହେଉଛି କଳାହାଣ୍ଡି ଜିଲା । ପଶ୍ଚିମ ଓଡ଼ିଶାର ଏହା ଏକ ମୁଖ୍ୟ ପର୍ବ ହୋଇଥିଲେ ହେଁ କଳାହାଣ୍ଡିରେ ଟିକେ…

ଯନ୍ତ୍ରୀ ଅନୁପମା ସାହୁ ଗିରଫ, ଗାଡ଼ିରୁ ବାହାରିଥିଲା ବିଡ଼ାବିଡ଼ା ଟଙ୍କା, ଭୁବନେଶ୍ୱରରେ ଫ୍ଲାଟ୍‌ ସହ ଅନେକ ସହରରେ ରହିଛି…

କଟକ,୬ା୯(ପ୍ରଭୁକଲ୍ୟାଣ ପାଲ): ଲାଞ୍ଚ ଟଙ୍କାରେ ଫସିଲେ ଲେଡି ଅଫିସର। ଗିରଫ ହୋଇ କୋର୍ଟ ଚାଲାଣ ହୋଇଛନ୍ତି କେନ୍ଦ୍ରାପଡ଼ା ଡ୍ରେନେଜ ଡିଭିଜନର ସହକାରୀ ନିର୍ବାହୀ ଯନ୍ତ୍ରୀ ଅନୁପମା ସାହୁ।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri