ଟ୍ରେନ୍‌ରେ ମିଳିବ ଫ୍ରି ହ୍ୟାଣ୍ଡ ସାନିଟାଇଜର

ଭୁବନେଶ୍ୱର,୧୬।୭: ମୁମ୍ବାଇରେ ଚାଲୁଥିବା ଟ୍ରେନ୍‌ଗୁଡ଼ିକରେ ଯାତ୍ରୀଙ୍କୁ କରୋନା ଭାଇରସ୍‌ ସହ ଲଢିବାର ଏକ ସାଧନ ଉପଲବ୍ଧ ହେବ। ଏହି ଜୋନରେ ଟ୍ରେନ୍‌ଗୁଡିକରେ ଯାତ୍ରୀଙ୍କ ଲାଗି ଫ୍ରି ହ୍ୟାଣ୍ଡ ସାନିଟାଇଜର ରହିବ। ରେଳଯାତ୍ରୀ ଓ ରେଳ କର୍ମଚାରୀମାନଙ୍କ ମଧ୍ୟରେ ଯାତ୍ରା ସମୟର ସ୍ବଚ୍ଛତାର ପ୍ରସାର ପାଇଁ ଭାରତୀୟ ରେଳର କେନ୍ଦ୍ରୀୟ ରେଳଜୋନ୍‌ ସହିତ ଗୋଦ୍‌ରେଜ କଞ୍ଜ୍ୟୁମର ପ୍ରଡକ୍ଟ ସହଯୋଗିତା ସ୍ଥାପନ ଦ୍ୱାରା ଲୋକଙ୍କୁ ଏଭଳି ସୁବିଧା ଉପଲବ୍ଧ ହେବ। ଏହି ସମ୍ପର୍କରେ ମୁମ୍ବାଇ ଡିଭିଜନ, ସେଣ୍ଟ୍ରାଲ ରେଲ୍‌ୱେର ଡିସିଏମ୍‌ ଗୌରବ ଝା କହିଛନ୍ତି ଯେ, ଗୋଦ୍‌ରେଜ ପ୍ରୋଟେକ୍ଟ ସହ ମିଳିତ ଭାବରେ ଏହି ସଚେତନତା ଅଭିଯାନ ସହ ସେଣ୍ଟ୍ରାଲ ରେଲ୍‌ୱେର ଯାତ୍ରୀ ଓ କର୍ମଚାରୀଙ୍କ ସୁରକ୍ଷା ଓ ସ୍ବାସ୍ଥ୍ୟ ପ୍ରତି ପ୍ରତିବଦ୍ଧତା ଉପରେ ଗୁରୁତ୍ୱାରୋପ କରାଯାଇଛି। ଏହା ଏକ ସ୍ବତନ୍ତ୍ର ଅଭିଯାନ ଯାହା ଜରିଆରେ ସ୍ବଚ୍ଛତା ଓ ସଚେତନତା ବୃଦ୍ଧି ଏବଂ କେତେକ ନିର୍ଦ୍ଦିଷ୍ଟ ଟଚ୍‌ ପଏଣ୍ଟରେ ଉପଯୋଗୀ ସମାଧାନ ପ୍ରଦାନ କରିବାକୁ ଲକ୍ଷ୍ୟ ରଖାଯାଇଛି। ଏହି ଅବସରରେ ଭାରତ ଓ ସାର୍କ, ଗୋଦ୍‌ରେଜ୍‌ କଞ୍ଜୁମର ପ୍ରଡକ୍ଟ ଲିମିଟେଡ୍‌ (ଜିସିପିଏଲ୍‌)ର ସିଇଓ, ସୁନୀଲ କଟାରିଆ କହିଛନ୍ତି ଯେ,ବ୍ୟକ୍ତିଗତ ଓ ଗୃହ ସ୍ବଚ୍ଛତା ବର୍ଗ ଜରିଆରେ ସ୍ବଚ୍ଛତାକୁ ନେଇ ଗ୍ରାହକଙ୍କ ମନରେ ରହିଥିବା ଚିନ୍ତାକୁ ଗୋଦ୍‌ରେଜ ୍‌ପ୍ରୋଟେକ୍ଟ ଦୂରକରିବାକୁ ଚାହୁଁଛି। ଏହି କାର୍ଯ୍ୟକ୍ରମରେ ଲୋକଙ୍କୁ ମାଗଣା ହ୍ୟାଣ୍ଡ ସାନିଟାଇଜର ବଣ୍ଟନ, ସାନିଟାଇଜ କରିବା ଭଳି ଅନ୍ୟ ପଦକ୍ଷେପ ହାତକୁ ନିଆଯିବ ବୋଲି କମ୍ପାନୀ ପକ୍ଷରୁ ସୂଚନା ରହିଛି।


Enter your email to get our daily news in your inbox.

All Right Reserved By Dharitri.Com

ସାଧାରଣ ଲୋକଙ୍କ ପାଇଁ ଜରୁରୀ ଖବର, ୧୦ହଜାରରୁ ଅଧିକ ପେମେଣ୍ଟ କଲେ ହୋଇଯିବ ହୋଲ୍ଡ…

ନୂଆଦିଲ୍ଲୀ,୧୦।୪: ଡିଜିଟାଲ୍ ଯୁଗରେ ପେମେଣ୍ଟ ସହଜ ହୋଇଥିବା ହେତୁ, ଅନଲାଇନ୍ ଠକେଇ ମାମଲା ମଧ୍ୟ ଦ୍ରୁତ ଗତିରେ ବୃଦ୍ଧି ପାଇଛି। ଠକମାନଙ୍କଠାରୁ ଆପଣଙ୍କ କଠିନ ଅର୍ଜିତ ଟଙ୍କାକୁ…

କୃଷି ଜମି ବିକ୍ରୟ କଲେ ଦେବାକୁ ପଡିବ କି ଟ୍ୟାକ୍ସ? ଜାଣନ୍ତୁ କଣ ରହିଛି ନିୟମ

ନୂଆଦିଲ୍ଲୀ,୧୦।୪: ଲୋକମାନେ ପ୍ରାୟତଃ ବିବାହ ପାଇଁ ପାଣ୍ଠି ଯୋଗାଡିବା, ଘର ନିର୍ମାଣ କରିବା କିମ୍ବା ଜରୁରୀକାଳୀନ ପରିସ୍ଥିତିର ସମାଧାନ କରିବା ପାଇଁ ନିଜର କୃଷି ଜମି ବିକ୍ରି…

ଅନନ୍ତ ଅମ୍ବାନୀଙ୍କ ଜନ୍ମଦିନରେ ବଡ଼ ଘୋଷଣା: କିସ୍‌ ଶିକ୍ଷାନୁଷ୍ଠାନର ଛାତ୍ରୀଛାତ୍ରଙ୍କ ପାଇଁ ରିଲାଏନ୍ସର ଚାକିରି ସୁଯୋଗ

ଭୁବନେଶ୍ୱର,୧୦।୪(ଅନୁରାଧା ମହାରଣା): ଅନନ୍ତ ଅମ୍ବାନୀଙ୍କ ଜନ୍ମଦିନ ଅବସରରେ ଭୁବନେଶ୍ୱରସ୍ଥିତ କିସ୍‌ ଶିକ୍ଷାନୁଷ୍ଠାନର ଛାତ୍ରୀଛାତ୍ରଙ୍କ ପାଇଁ ରିଲାଏନ୍ସର ଚାକିରି ସୁଯୋଗ, ଚଳିତ ଶିକ୍ଷାବର୍ଷରେ କିସ୍‌ ଛାତ୍ରୀଛାତ୍ରଙ୍କ ପାଇଁ ଛାତ୍ରବୃତ୍ତି,…

ଅପେକ୍ଷାର ଅନ୍ତ! ରୟାଲ ଏନ୍‌ଫିଲ୍ଡ ଲଞ୍ଚ କଲା ପ୍ରଥମ ଇଲେକ୍ଟ୍ରିକ୍‌ ବାଇକ୍‌, ଜବରଦସ୍ତ ଫିଚର ସହ ମୂଲ୍ୟ…

ନୂଆଦିଲ୍ଲୀ,୯।୪: ଅପେକ୍ଷାର ଅନ୍ତ ଘଟିଛି। ଭାରତୀୟ ବଜାରରେ ରୟାଲ ଏନଫିଲ୍ଡ (Royal Enfield) ନିଜର ପ୍ରଥମ ଇଲେକ୍ଟ୍ରିକ ମୋଟରସାଇକେଲ ’ଫ୍ଲାଇଙ୍ଗ ଫ୍ଲି ସି୬’ (Flying Flea C୬)କୁ…

ସୁନା-ରୂପା ମୂଲ୍ୟରେ ବଡ଼ ହ୍ରାସ,୩୩୦୦ଟଙ୍କା କମିଲା ଦାମ୍

ନୂଆଦିଲ୍ଲୀ,୯।୪:  ଘରୋଇ ଫ୍ୟୁଚର୍ସ ବଜାରରେ ଗୁରୁବାର ସୁନା ଏବଂ ରୂପାର ମୂଲ୍ୟ ହ୍ରାସ ପାଇଛି । ବାଣିଜ୍ୟ ଆରମ୍ଭ ହେବା ସମୟରେ, ସୁନା ଏବଂ ରୂପା ଉଭୟର…

ବ୍ୟାଙ୍କରେ ଆକାଉଣ୍ଟ ନ ଥିଲେ ମଧ୍ୟ ନେଇପାରିବେ ଲୋନ୍‌, ଜାଣନ୍ତୁ ପୂରା ବିବରଣୀ

ପ୍ରତ୍ୟେକ ବ୍ୟକ୍ତି ନିଜର ଦୈନନ୍ଦିନ ଆବଶ୍ୟକତା ପୂରଣ କରିବା ପାଇଁ ଲୋନ୍‌ ବା ଋଣ ନିଅନ୍ତି। କେତେବେଳେ ଗାଡ଼ି ପାଇଁ ତ କେତେବେଳେ ଘର ପାଇଁ। ଆଉ…

ଉତ୍ପାଦର ଗୁଣବତ୍ତା ସହ ବୁଝାମଣା କରନ୍ତୁ ନାହିଁ: ଇଂ. ସମ୍ୱିତ ରଞ୍ଜନ ସାହୁ

ପ୍ର- ଅର୍ଗାନିକ୍‌ ମା’ ପ୍ରତିଷ୍ଠା ଚିନ୍ତାଧାରା କିପରି ମନକୁ ଆସିଥିଲା ଏବଂ ବର୍ତ୍ତମାନ ପର୍ଯ୍ୟନ୍ତ ଯାତ୍ରା କିପରି ରହିଛି? ଉ- ବ୍ୟକ୍ତି ଜୀବନର କିଛି ଘଟଣାକୁ ନେଇ…

ଗୋଟିଏ ଦିନରେ ରେକର୍ଡ ଭାଙ୍ଗିଲା ସୁନା-ରୁପା ଦର! କିଣିବା ପୂର୍ବରୁ ମୁଣ୍ଡରେ ହାତ ଦେଲେଣି ଗ୍ରାହକ,ବିଶେଷଜ୍ଞ ଚକିତ… 

ନୂଆଦିଲ୍ଲୀ,୮।୪: ପୁଣି ବଢ଼ିଲା ସୁନା-ରୁପା ଦର। ବୁଧବାର ବଜାରରେ ଏକ ବଡ଼ ପରିବର୍ତ୍ତନ ଦେଖିବାକୁ ମିଳିଛି, ଯାହା ବିଶେଷଜ୍ଞଙ୍କୁ ମଧ୍ୟ ଆଶ୍ଚର୍ଯ୍ୟ କରିଦେଇଛି। ରୁପା ଦରରେ ଗୋଟିଏ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri